Videos
|
National

Onion Price in India / ପିଆଜ ଦରରେ ବଡ଼ ହ୍ରାସ, ଆଗାମୀ ୨ ମାସ ଶସ୍ତା ରହିବ ପିଆଜ!

Subhramjit Ray
Browse all articles by Subhramjit Ray
·1 hour ago·3 min read
ପିଆଜ ଦରରେ ବଡ଼ ହ୍ରାସ, ଆଗାମୀ ୨ ମାସ ଶସ୍ତା ରହିବ ପିଆଜ!
Onion Price Drop India 2026 (Photo Source: Social Media/AI)

Key Points

ଦେଶର ବିଭିନ୍ନ ମଣ୍ଡିକୁ ନୂଆ ଖରିଫ ପିଆଜ ଫସଲ ଆସିବା ପରେ ପିଆଜ ଦରରେ ହ୍ରାସ ଦେଖାଦେଇଛି। ଦିଲ୍ଲୀର ଆଜାଦପୁର ଓ ମହାରାଷ୍ଟ୍ରର ଲାସଲଗାଓଁ ମଣ୍ଡିରେ ପାଇକାରୀ ଦର କମିଛି। ଆଗାମୀ ଦୁଇ ମାସ ଯାଏଁ ନୂଆ ଫସଲ ଯୋଗାଣ ଦ୍ୱାରା ଦର ନିୟନ୍ତ୍ରଣରେ ରହିବା ଆଶା କରାଯାଉଛି।
ଦିଲ୍ଲୀ: ବିଗତ କିଛି ମାସ ଧରି ମହଙ୍ଗା ରହିଥିବା ପିଆଜ ଦର ଏବେ ହ୍ରାସ ପାଇବା ଆରମ୍ଭ କରିଛି ନୂତନ ଖରିଫ ଫସଲର ଆଗମନ ସହିତ ଦେଶର ପ୍ରମୁଖ ପିଆଜ ବଜାରରେ ଏହାର ମୂଲ୍ୟ ହ୍ରାସ ପାଇଛି। ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ ଏବଂ କର୍ଣ୍ଣାଟକ ଭଳି ରାଜ୍ୟରେ ନୂତନ ଫସଲର ଆଗମନ ଯୋଗୁଁ ଉଭୟ ପାଇକାରୀ ଏବଂ ଖୁଚୁରା ବଜାରରେ ପିଆଜ ମୂଲ୍ୟ ହ୍ରାସ ପାଇବା ଆରମ୍ଭ ହୋଇଛି। ସରକାର କହିଛନ୍ତି ଯେ ନୂତନ ଫସଲର ଆଗମନ ଆଗାମୀ ୨ ମାସ ପାଇଁ ପିଆଜ ମୂଲ୍ୟକୁ ନିୟନ୍ତ୍ରଣରେ ରହିବା ନେଇ ଆଶା କରାଯାଉଛି।

ପିଆଜ ଦର ହ୍ରାସ ପାଇବା ସମ୍ପର୍କରେ ପ୍ରତିକ୍ରିୟା ରଖି ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖାରେ। ଏନେଇ କହିଛନ୍ତି ଯେ ପିଆଜ ବଜାର ଏବଂ ଖୁଚୁରା ମୂଲ୍ୟ ହ୍ରାସ ପାଇବା ଆରମ୍ଭ ହୋଇଛି। ଗତ ଋତୁରେ ଚାଷୀ ପିଆଜ ପାଇଁ ପାଇଥିବା ଭଲ ମୂଲ୍ୟ ମଧ୍ୟ ଚଳିତ ବର୍ଷ ରବି ବିହନ ପାଇଁ ଏକ ସକାରାତ୍ମକ ଭାବନା ସୃଷ୍ଟି କରିଛି। ଯାହାର ଫଳସ୍ୱରୂପ ୨୦୨୬-୨୭ ବର୍ଷରେ ପିଆଜ ଉତ୍ପାଦନ ଏବଂ ଉପଲବ୍ଧତା ସ୍ୱାଭାବିକ ରହି ପାରେ ବୋଲି ଆଶା କରାଯାଉଛି।

ଦିଲ୍ଲୀର ଆଜାଦପୁର ମଣ୍ଡିରେ କେତେ ରହିଛି ପିଆଜ ମୂଲ୍ୟ?
ଦିଲ୍ଲୀର ଆଜାଦପୁର ମଣ୍ଡିରେ ପାଇକାରୀ ପିଆଜ ଦର ୩୫ ଟଙ୍କାରୁ ୪୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ପ୍ରାୟ ମାସେ ପୂର୍ବରୁ ପିଆଜ ଦର କିଲୋଗ୍ରାମ ପିଛା ୫୦ ଟଙ୍କାରୁ ୫୫ ଟଙ୍କା ବିକ୍ରି ହେଉଥିଲା। ସେହିପରି ମହାରାଷ୍ଟ୍ରର ନାସିକ ସ୍ଥିତ ଲାସଲଗାଓଁ ମଣ୍ଡିରେ ପିଆଜ ଦର ୪୫ ଟଙ୍କାରୁ ୪୭ ଟଙ୍କା ପାଖାପାଖି ରହିଛି। ଗତ ମାସରେ ପିଆଜ ମୂଲ୍ୟ ମୂଲ୍ୟ କିଲୋଗ୍ରାମ ପିଛା ୫୦ ଟଙ୍କା ରହିଥିଲା।

ଏହା ସହ ପଢନ୍ତୁ: ରାଜଧାନୀରେ ପହଞ୍ଚିଲା କାନ୍ଦା ଏକ୍ସପ୍ରେସ; ୫ ସହରରେ କେଜି ପିଛା ୩୫ ଟଙ୍କାରେ ମିଳିବ ପିଆଜ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେତେ ରହିଛି ଖୁଚୁରା ମୂଲ୍ୟ?
ଉପଭୋକ୍ତା ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ, ଗୁରୁବାର (ନଭେମ୍ବର ୧୯) ପିଆଜର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ୍ ପିଛା ୫୩.୮୩ ଟଙ୍କା ରହିଥିଲା। ବିଗତ ୩ ମାସ ମଧ୍ୟରେ, କିଛି ଅଞ୍ଚଳରେ ପିଆଜ କେଜି ପିଛା ୬୫ ଏପରିକି ୭୦ ଟଙ୍କା ବିକ୍ରି ହେଉଥିଲା। ଶୁକ୍ରବାର (ନଭେମ୍ବର ୨୦) ଦିଲ୍ଲୀର କିଛି ବଜାର ପିଆଜ ଦର କେଜି ପିଛା ୪୦ ଟଙ୍କା ଏପରିକି ୬୦ ଟଙ୍କା ମଧ୍ୟ ରହିଥିଲା।

ଆଗାମୀ ୨ ମାସ ପାଇଁ ମୂଲ୍ୟ ଉପରେ ରହିପାରେ ଚାପ
ବ୍ୟବସାୟୀ ଏବଂ ବଜାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଅଧିକାଂଶ ରାଜ୍ୟରେ ଖରିଫ ପିଆଜ ଫସଲ ପାଇଁ ସମ୍ଭାବନା ରହିଛି। ହେଲେ ତଥାପି, ଉତ୍ତର କର୍ଣ୍ଣାଟକରେ ଅପର୍ଯ୍ୟାପ୍ତ ବର୍ଷା ଯୋଗୁଁ ଫସଲ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଖରିଫ ଫସଲର ଆଗମନ ଆଗାମୀ ୨ ମାସ ପାଇଁ ପିଆଜ ଦର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରେ। ଏହା ପରେ, ରବି ଋତୁରେ ପିଆଜ ଚାଷ ଏବଂ ଏହାର ଉତ୍ପାଦନ ୨୦୨୬-୨୭ ବର୍ଷର ପିଆଜ ଉପଲବ୍ଧତା ନିର୍ଣ୍ଣୟ କରିବ।

ଏହା ସହ ପଢନ୍ତୁ: ନାସିକ ଠାରେ କାହିଁକି ଅଟକି ରହିଲା ପିଆଜ ନେଇ ଦିଲ୍ଲୀ ଆସୁଥିବା 'କାନ୍ଦା ଏକ୍ସପ୍ରେସ'?

ମହଙ୍ଗା ପିଆଜ ଦର ବଢାଇଥିଲା ଖୁଚୁରା ମୁଦ୍ରାସ୍ଫୀତି
ପିଆଜ ମୂଲ୍ୟରେ ତୀବ୍ର ବୃଦ୍ଧି ଦେଶର ଖୁଚୁରା ମୁଦ୍ରାସ୍ଫୀତିକୁ ମଧ୍ୟ ପ୍ରଭାବିତ କରିଛି। ଗତ ଅକ୍ଟୋବର ମାସରେ, ପିଆଜ ମହଙ୍ଗା ଦର ବର୍ଷସାରା ୧୧୬ ପ୍ରତିଶତ ରହିଥିଲା। ଯାହାର ଫଳସ୍ୱରୂପ ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୮.୯୪ ପ୍ରତିଶତକୁ ବୃଦ୍ଧି ପାଇଛି।

ଭାରତରୁ ପିଆଜ ରପ୍ତାନୀ ମଧ୍ୟ ଜାରି ରହିଛି
ଗତ ଋତୁରେ ଉତ୍ପାଦନ ହ୍ରାସ ସତ୍ତ୍ୱେ, ଭାରତରୁ ପିଆଜ ରପ୍ତାନି ଜାରି ରହିଥିଲା। ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ, ଭାରତ ୬.୪ ଲକ୍ଷ ଟନ୍ ପିଆଜ ରପ୍ତାନୀ କରିଥିଲା। ଯାହାର ମୂଲ୍ୟ ପ୍ରାୟ ୧୮ କୋଟି ଡଲାର ରହିଥିଲା। ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶରୁ ମୋଟ ୧୫ ଲକ୍ଷ ଟନ୍ ପିଆଜ ରପ୍ତାନୀ ହୋଇଥିଲା।