S400 4th Unit / କମ୍ପିଉଠିବେ ଶତ୍ରୁ ପକ୍ଷ; ଭାରତକୁ ଋଷିଆର ମିଳିଲା ଚତୁର୍ଥ ସୁଦର୍ଶନ ଚକ୍ର
·3 months ago·3 min read

Key Points
ଋଷିଆ S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀର ଚତୁର୍ଥ ୟୁନିଟ୍ ପ୍ରଦାନ କରି ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ବୃଦ୍ଧି କରିଛି। ପରିବର୍ତ୍ତିତ ସୁରକ୍ଷା ପରିସ୍ଥିତି ମଧ୍ୟରେ ଏହାକୁ ଦେଶର ପଶ୍ଚିମ ଭାଗରେ ପାକିସ୍ତାନ ସୀମାରେ ନିୟୋଜିତ କରିବା ନେଇ ଆଲୋଚନା ହେଉଛି।
Russia hands over fourth S-400 unit to India: ବାୟୁସୀମାକୁ ସୁରକ୍ଷିତ କରିବା ପାଇଁ ଭାରତକୁ ମିଳିଛି ଚତୁର୍ଥ ସୁଦର୍ଶନ ଚକ୍ର। ଆଉ ଏହି ଚକ୍ର ପ୍ରଦାନ କରିଛି ପାରମ୍ପରିକ ସହଯୋଗୀ ଋଷିଆ। ଭାରତରେ ଆସି ପହଞ୍ଚି ସାରିଛି ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଚତୁର୍ଥ ୟୁନିଟ୍। ଯାହାକୁ ଋଷିଆରୁ ପଠାଯାଇଛି। ଏହାକୁ ଖୁବ୍ ଶୀଘ୍ର ଦେଶର ପଶ୍ଚିମ ଭାଗରେ ପାକିସ୍ତାନ ସୀମାରେ ନିୟୋଜିତ କରାଯାଇ ପାରେ। ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ ଭାରତୀୟ ବାୟୁସେନାର ଦୂରଗାମୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ୩୫୦ କିଲୋମିଟରରୁ ଅଧିକ ଦୂରରୁ ଏକ ପାକିସ୍ତାନୀ ବିମାନକୁ ମାରି ଖସାଇ ଦେଇଥିଲା। ଯାହା ହେଉଛି ଏହାର ଏକ ବିଶ୍ୱସ୍ତରୀୟ ରେକର୍ଡ।
ପାଞ୍ଚଟି ପ୍ରଣାଳୀ ମଧ୍ୟରୁ ଭାରତକୁ ମିଳିଛି ଚତୁର୍ଥ ପ୍ରଣାଳୀ
ଗତ ୨୦୧୮ ରେ ଭାରତ, ଋଷିଆ ପାଖରୁ ପାଞ୍ଚଟି ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ କ୍ରୟ କରିବା ନେଇ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା। ଏହି ଚୁକ୍ତି ଅନୁଯାୟୀ ଭାରତକୁ ମୋଟ ପାଞ୍ଚଟି ସ୍କ୍ବାଡ୍ରନ୍ ମିଳିବାର ଥିଲା। ଯାହା ମଧ୍ୟରୁ ଏପର୍ଯ୍ୟନ୍ତ ଭାରତକୁ ମୋଟ୍ ଚାରୋଟି ସିଷ୍ଟମ୍ ମିଳିସାରିଛି। ପଞ୍ଚମ ଏବଂ ଶେଷ ସିଷ୍ଟମ୍ ଚଳିତ ବର୍ଷ ଶେଷ ସୁଦ୍ଧା ଆସିବାର ଆଶା କରାଯାଉଛି। ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଏହାର ଯୋଗାଣ ବିଳମ୍ବ ହୋଇଥିଲା। ହେଲେ ଏବେ ଏହା ପୁନର୍ବାର ସ୍ୱାଭାବିକ ହେଉଥିବା ଭଳି ମନେହେଉଛି।
ପାକିସ୍ତାନ ସୀମା ଉପରେ କାହିଁକି ଦିଆଯାଇଛି ଧ୍ୟାନ?
ପ୍ରାରମ୍ଭରେ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଚତୁର୍ଥ ୟୁନିଟ୍ ଦେଶର ଉତ୍ତର ଭାଗରେ ମୁତୟନ କରାଯାଇ ପାରେ ବୋଲି କୁହାଯାଉଥିଲା। ହେଲେ ତଥାପି ପରିବର୍ତ୍ତିତ ସୁରକ୍ଷା ପରିସ୍ଥିତି କାରଣରୁ ଏହାକୁ ପଶ୍ଚିମ ଭାଗର ମୁତୟନ କରିବା ନେଇ ଆଲୋଚନା ହେଉଛି। କାରଣ ପାକିସ୍ତାନ ସୀମାର କିଛି ଅଞ୍ଚଳରେ ଅତିରିକ୍ତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଆବଶ୍ୟକ ହେଉଛି। ଯଦି ଏହି ଚତୁର୍ଥ ୟୁନିଟ୍ ପାକିସ୍ତାନ ସୀମାରେ ନିୟୋଜିତ କରାଯାଏ ତାହେଲେ ପଶ୍ଚିମ ଭାଗରେ ଦେଶର ବାୟୁ ପ୍ରତିରକ୍ଷା ଢାଲ ଆହୁରି ମଜବୁତ ହୋଇଯିବ।
ଏହା ସହ ପଢନ୍ତୁ: ବ୍ରହ୍ମୋସ୍ ଜାଲରେ ଫସିଯିବ ଚୀନ୍! ଭିଏତନାମ୍ ପରେ ପଡ଼ିଲା ଇଣ୍ଡୋନେସିଆ ପାଳି
S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ କ'ଣ? ଏହା କିପରି କରିଥାଏ କାମ?
S-400 ହେଉଛି ଋଷିଆ ଦ୍ୱାରା ବିକଶିତ ଏକ ଅତ୍ୟାଧୁନିକ ଦୀର୍ଘ ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ। ଭାରତରେ ଏହାର ନାଁ "ସୁଦର୍ଶନ" ରଖାଯାଇଛି। S-400 ଶତ୍ରୁ ପକ୍ଷର ଯୁଦ୍ଧ ବିମାନ, ଡ୍ରୋନ୍, କ୍ରୁଜ୍ ମିସାଇଲ୍, ବାଲିଷ୍ଟିକ୍ ମିସାଇଲ୍ ଏବଂ କିଛି ଗୁପ୍ତ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିପାରିବ। ଏହାର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଦୀର୍ଘ ଦୂରତା ଏବଂ ଦ୍ରୁତ ପ୍ରତିକ୍ରିୟା କ୍ଷମତା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିରେ ଏକ ଶକ୍ତିଶାଳୀ ରାଡାର ବ୍ୟବସ୍ଥା ରହିଛି। ଯାହା ୬୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ବାୟୁ ମାର୍ଗରେ ହେଉଥିବା ଗତିବିଧି ଉପରେ ନଜର ରଖିଥାଏ। ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକକାଳୀନ ଅନେକ ଲକ୍ଷ୍ୟକୁ ଚିହ୍ନଟ କରିପାରିବ। ଏହା ପରେ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ବ୍ୟବହାର କରି ଏହାର ଲକ୍ଷ୍ୟକୁ ଭେଦ କରିପାରିବ। S-400 ପ୍ରଣାଳୀର ସବୁଠାରୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ହେଉଛି 40N6E। ଯାହାର ଲକ୍ଷ୍ୟଭେଦ ପରିସର ପ୍ରାୟ ୪୦୦ କିଲୋମିଟର। ଏହା ଶତ୍ରୁ ପକ୍ଷର ବିମାନ ଏବଂ କ୍ଷେପଣାସ୍ତ୍ରକୁ ଆଗୁଆ ଚିହ୍ନଟ ଏହାକୁ ଅବରୋଧ କରିଦେବ।
Cold Launch Technology ବ୍ୟବହାର କରିଥାଏ S-400
S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ Cold Launch Technology ବ୍ୟବହାର କରିଥାଏ। ଏହି ପ୍ରକ୍ରିୟାରେ କ୍ଷେପଣାସ୍ତ୍ର ପ୍ରଥମେ Gas ଚାପରେ Launch Tube ବାହାରକୁ ବାହାରିଯାଏ। ବାୟୁରେ ପହଞ୍ଚିବା ପରେ, ଏହାର Rocket Engine ସକ୍ରିୟ ହୋଇଯାଏ। ଏହା Launcher କୁ କ୍ଷେପଣାସ୍ତ୍ରର ତୀବ୍ର ଅଗ୍ନିରୁ ରକ୍ଷା କରିଥାଏ। ଯାହା ଦ୍ୱାରା S-400ystem ଅଳ୍ପ ସମୟ ମଧ୍ୟରେ ପୁଣି ଥରେ Missile Fire କରିବା ପାଇଁ ପ୍ରସ୍ତୁତ ହୋଇଯାଏ।
ଏହା ସହ ପଢନ୍ତୁ: ବଢିବା ଦେଶର ବାୟୁସୀମା ସୁରକ୍ଷା; ଖୁବ ଶୀଘ୍ର ମିଳିବ ଚତୁର୍ଥ ଏସ-୪୦୦ ୟୁନିଟ୍
ଭାରତୀୟ ବାୟୁ ପ୍ରତିରକ୍ଷାର ମେରୁଦଣ୍ଡ
ଭାରତୀୟ ବାୟୁସେନା ବିଗତ କିଛି ବର୍ଷ ଧରି ଏକ ବହୁ-ସ୍ତରୀୟ ବାୟୁ ପ୍ରତିରକ୍ଷା ନେଟୱାର୍କ ବିକଶିତ କରୁଛି। ଏଥିରେ ଆକାଶ, MRSAM, QRSAM ଭଳି ଅନେକ Air Defence System ଅନ୍ତର୍ଭୂକ୍ତ ରହିଛି। ହେଲେ ତଥାପି S-400 ପ୍ରଣାଳୀକୁ ଏହି ବର୍ଗର ସବୁଠାରୁ ଶକ୍ତିଶାଳୀ ସ୍ତର ଭାବରେ ବିବେଚନା କରାଯାଏ। ଏହା ଦେଶର ବାୟୁସେନା ଘାଟି, ସାମରିକ ପ୍ରତିଷ୍ଠାନ, ଶିଳ୍ପ କେନ୍ଦ୍ର ଏବଂ ଅନ୍ୟାନ୍ୟ ରଣନୈତିକ ସ୍ଥାନକୁ ସୁରକ୍ଷା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଆହୁରି ୫ System କ୍ରୟ କରିବା ପାଇଁ ଚାଲିଛି ପ୍ରସ୍ତୁତି
ଭାରତ ଏବେ ଏହାର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ବୃଦ୍ଧି କରିବାକୁ ଚାହୁଁଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ ପାଞ୍ଚଟି s-400 Squadron କ୍ରୟ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି। ଯଦି ଏହି ଯୋଜନା କାର୍ଯ୍ୟକାରୀ ହୋଇଯାଏ, ତାହେଲେ ଭାରତ ପାଖରେ ମୋଟ ଦଶଟି S-400 Squadron ହୋଇଯିବ।

Related Topics
Explore more stories