Mumbai Bullet Train Speed / ଦୌଡ଼ିବାରେ ରେକର୍ଡ଼ ଭାଙ୍ଗିବ ମୁମ୍ବାଇ-ଅହମ୍ମଦାବାଦ ରୁଟ୍ ସ୍ୱଦେଶୀ ବୁଲେଟ୍ ଟ୍ରେନ୍; ୫୨ ସେକେଣ୍ଡ୍ ମଧ୍ୟରେ ଧରିବ ଘଣ୍ଟା ପ୍ରତି ୧୦୦ କିମି ବେଗ
·1 hour ago·3 min read

Key Points
ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପୀଡ୍ ରେଳ କରିଡର ଲାଗି ସ୍ୱଦେଶୀ କୋଚ୍ ବ୍ୟବହାର କରାଯିବ। ୨୦୨୭ ଅଗଷ୍ଟ ୧୫ ତାରିଖରୁ ସୁରଟ-ଭିଲମୋରା ରୁଟ୍ ରେ ଏକ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ। ଯେଉଁଥିରେ ମେଡ୍-ଇନ୍-ଇଣ୍ଡିଆ B28 କୋଚ୍ ବ୍ୟବହାର କରାଯିବ।
ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ କରିଡର ସମ୍ପର୍କରେ ଆସିଛି ଭଡ଼ ଖବର। "ମେକ୍ ଇନ୍ ଇଣ୍ଡିଆ" ପଦକ୍ଷେପ ଅଧିନରେ ଏହି ପ୍ରକଳ୍ପ କେବଳ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବ ନାହିଁ। ବରଂ ମୂଲ୍ୟ ଏବଂ ଗତିରେ ବିଦେଶୀ ବୁଲେଟ୍ ଟ୍ରେନ୍କୁ ମଧ୍ୟ ପଛରେ ପକାଇବ। ଭାରତରେ ନିର୍ମିତ ବୁଲେଟ୍ ଟ୍ରେନ୍ କୋଚ୍ ୫୨ ସେକେଣ୍ଡ ମଧ୍ୟରେ ଘଣ୍ଟା ପ୍ରତି ଶୂନ୍ୟରୁ ୧୦୦ କିଲୋମିଟର ବେଗରେ ଗତି କରିବ। ଯାହା ଜାପାନୀ ଶିଙ୍କାନସେନ୍ (୫୪ ସେକେଣ୍ଡ) ପରି ପାରମ୍ପରିକ ବିଦେଶୀ ବୁଲେଟ୍ ଟ୍ରେନ୍ ଠାରୁ ଦ୍ରୁତ। ଭାରତର ସ୍ୱଦେଶୀ ବୁଲେଟ୍ ଟ୍ରେନ୍ କୋଚ୍ B28 ସମଗ୍ର ହାଇ-ସ୍ପୀଡ୍ ରେଳ କରିଡର କୁ ୨୮୦ କିଲୋମିଟର/ଘଣ୍ଟା ସର୍ବାଧିକ ବେଗ ପ୍ରଦାନ କରିବ। ଭାରତ ପ୍ରାରମ୍ଭରେ ଜାପାନୀ ଶିଙ୍କାନସେନ୍ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ E10 କୋଚ୍ ସହିତ ଏକ ବୁଲେଟ୍ ଟ୍ରେନ୍ ଚଳାଇବାକୁ ଯୋଜନା କରୁଥିଲା। ହେଲେ ଜାପାନୀ କୋଚ୍ ମିଳିବାରେ ବିଳମ୍ବ ହେବା ପରେ, ସରକାର ସ୍ୱଦେଶୀ ବିକଳ୍ପ ଗ୍ରହଣ କରିଛନ୍ତି। ଯାହା ବନ୍ଦେ ଭାରତ ପ୍ଲାଟଫର୍ମ୍ ଆଧାରିତ ପ୍ରଯୁକ୍ତିବିଦ୍ୟାକୁ ଅପଗ୍ରେଡ୍ କରି ନିର୍ମାଣ କରାଯାଉଛି। ପ୍ରଥମ ଥର ପାଇଁ, ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଷ୍ଟେନଲେସ୍ ଷ୍ଟିଲ୍ ବଡି ସହିତ ଏକ ହାଇ-ସ୍ପୀଡ୍ ଟ୍ରେନ୍ ବିକଶିତ କରାଯାଉଛି।
ଡିଜାଇନ୍ ଗତି ୨୮୦ କିମି/ଘଣ୍ଟା
ପ୍ରକୃତ ଗତି ୨୨୦ ଠାରୁ ନେଇ ୨୫୦ କିମି/ଘଣ୍ଟା
ମାତ୍ର ୫୨ ସେକେଣ୍ଡ ମଧ୍ୟରେ ୧୦୦ କିମି/ଘଣ୍ଟାକୁ ଗତି ତ୍ୱରାନ୍ୱିତ କରିବ
ସୁଲଭ ବୁଲେଟ୍ ଟ୍ରେନ୍ କୋଚ୍
ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପୀଡ୍ ରେଳ କରିଡର ପାଇଁ ପ୍ରାରମ୍ଭରେ ୧୦ କୋଚ୍ ବିଶିଷ୍ଟ ଜାପାନୀ ଶିଙ୍କାନସେନ୍ ଟ୍ରେନ୍ ସେଟ୍ କିଣିବା ପାଇଁ ଯୋଜନା କରାଯାଇଥିଲା। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୪୬୦ କୋଟିରୁ ୫୦୦ କୋଟି ଟଙ୍କା ମଧ୍ୟରେ ହେବା ନେଇ ଆକଳନ କରାଯାଇଥିଲା। ବୁଲେଟ୍ ଟ୍ରେନ୍ ପରିଚାଳନା ଦାୟିତ୍ୱରେ ରହିଥିବା ରାଷ୍ଟ୍ରୀୟ ହାଇ ସ୍ପୀଡ ରେଲ କର୍ପୋରେସନ୍ NHSRCL (National High Speed Rail Corporation Limited) ଅନୁଯାୟୀ ଉନ୍ନତ ପ୍ରଯୁକ୍ତିବିଦ୍ୟା, ଭୂମିକମ୍ପ-ପ୍ରତିରୋଧି ପ୍ରଣାଳୀ ଏବଂ ପାଣିପାଗ ଅନୁକୂଳ ପାଇଁ ହେବାକୁ ରହିଥିବା ପରିବର୍ତ୍ତନ ପାଇଁ ଏହାର ମୂଲ୍ୟ ୬୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ।
ଏହା ସହ ପଢନ୍ତୁ: ଆଖି ପିଛୁଳାକେ ଟ୍ରାକ୍ ବଦଳାଇବ ବୁଲେଟ୍ ଟ୍ରେନ୍; ପରୀକ୍ଷଣ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି
ଖୁବ ଶୀଘ୍ର ଲଞ୍ଚ ହୋଇପାରେ ପ୍ରୋଟୋଟାଇପ୍ ମଡେଲ୍
ପ୍ରଥମ ସ୍ୱଦେଶୀ ବୁଲେଟ୍ ଟ୍ରେନ୍ ପ୍ରୋଟୋଟାଇପ୍ ମଡେଲ୍ ୨୦୨୬ ଡିସେମ୍ବରରୁ ୨୦୨୭ ମାର୍ଚ୍ଚ ମଧ୍ୟରେ ଲଞ୍ଚ ହେବ। ସଫଳ ଗତି ପରୀକ୍ଷଣ (Field Trial Running) ପରେ, ଟ୍ରେନ୍ ୨୦୨୭ ଅଗଷ୍ଟରେ ମୁମ୍ବାଇ-ଅହମ୍ମଦାବାଦ କରିଡର ଠାରେ ସୁରଟ-ଭାପି ମଧ୍ୟରେ ୯୭ କିଲୋମିଟର ମାର୍ଗରେ ଏହାର ପ୍ରଥମ ଯାତ୍ରା ଆରମ୍ଭ କରିବାର ଯୋଜନା ରହିଛି। ଏହି ସ୍ୱଦେଶୀ ପ୍ରଯୁକ୍ତିର ସଫଳ ପରୀକ୍ଷଣ ପରେ, ଦିଲ୍ଲୀ-ବାରାଣସୀ, ଚେନ୍ନାଇ-ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ମାର୍ଗରେ ବୁଲେଟ୍ ଟ୍ରେନ୍ ଚଲାଇବାକୁ ପ୍ରସ୍ତୁତି ଚାଲିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହାଇ-ସ୍ପୀଡ୍ ସ୍ୱଦେଶୀ କୋଚ୍
ଭାରତ ବୁଲେଟ୍ ଟ୍ରେନ୍ ପାଇଁ B35 ଟ୍ରେନ୍ ସେଟ୍ ବିକଶିତ କରୁଛି। ଯାହାର ଡିଜାଇନ୍ ଗତି ୩୫୦ କିଲୋମିଟର ପ୍ରତି ଘଣ୍ଟା ରହିଛି। ଏହି ଟ୍ରେନ୍ ସେଟ୍ ୨୦୩୦ ସୁଦ୍ଧା ପ୍ରସ୍ତୁତ ହେବ ଏବଂ ଜାପାନର ପରବର୍ତ୍ତୀ ପିଢ଼ିର ଶିଙ୍କାନସେନ୍ E10 ସହିତ ସିଧାସଳଖ ପ୍ରତିଯୋଗିତା କରିବ। ଏହି ସ୍ୱଦେଶୀ ବୁଲେଟ୍ ଟ୍ରେନ୍ (B28) ମୁମ୍ବାଇ-ଅହମ୍ମଦାବାଦ ରୁଟ୍ ରେ ଚାଲୁଥିବା ଜାପାନୀ ଶିଙ୍କାନସେନ୍ E5 ସିରିଜ୍ (୩୨୦ କିଲୋମିଟର/ଘଣ୍ଟା) ଅପେକ୍ଷା ଭିନ୍ନ ହେବ। ଏହାକୁ ସ୍ୱେଦେଶୀ ଜ୍ଞାନକୌଶଳରେ ବିକଶିତ କରାଯିବ।
ଏହା ସହ ପଡନ୍ତୁ: କେତେ ହେବ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ଭଡ଼ା? କ'ଣ ରହିଛି ଏହାର ରୁଟ୍-ଟାଇମିଂ?
ଚେନ୍ନାଇ ଠାରେ ନିର୍ମିତ ହେଉଛି ହାଇ-ସ୍ପୀଡ୍ ରେଳ କୋଚ୍
ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ (BEML) ବେଙ୍ଗାଲୁରୁ ସ୍ଥିତ ଆଦିତ୍ୟ ପ୍ଲାଣ୍ଟ ଠାରେ ବୁଲେଟ୍ ଟ୍ରେନ୍ ପାଇଁ ହାଇ-ସ୍ପୀଡ୍ ରେଳ କୋଚ୍ ନିର୍ମାଣ କରୁଛି। ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ICF) ସ୍ୱଦେଶୀ ବୁଲେଟ୍ ଟ୍ରେନ୍ ଡିଜାଇନ୍, ଫ୍ରେମ୍ ଏବଂ ବୈଷୟିକ ଭିତ୍ତିଭୂମିରେ ସହାୟତା କରୁଛି। BEML କୁ ଦୁଇଟି ହାଇ-ସ୍ପୀଡ୍ ଟ୍ରେନ୍ ସେଟ୍ (ପ୍ରତ୍ୟେକରେ ୮ କୋଚ୍) ପାଇଁ ୮୬୭ କୋଟି ଟଙ୍କାର ଏକ ଚୁକ୍ତିନାମା ଦିଆଯାଇଛି। ଏହି ଚୁକ୍ତିନାମାରେ ୫୪୦୦ କୋଟି ଟଙ୍କାର ନ୍ୟାସନାଲ୍ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ (NHSRCL) ପାଖରୁ ୧୬ ଟ୍ରେନ୍ ସେଟ୍ ରକ୍ଷଣାବେକ୍ଷଣ ଏବଂ ଯୋଗାଣ ଅନ୍ତର୍ଭୁକ୍ତ। ଜାପାନୀ ଶିଙ୍କାନସେନ୍ ସିରିଜ ବୁଲେଟ୍ ଟ୍ରେନ୍ ରୁ ଗୋଟିଏ କୋଚ୍ କିଣିବାର ମୂଲ୍ୟସ ୪୬ କୋଟିରୁ ୪୮ କୋଟି ପର୍ଯ୍ୟନ୍ତ ରହିଛି। ଯେତେବେଳେ ମେଡ୍ ଇନ୍ ଇଣ୍ଡିଆ ବୁଲେଟ୍ ଟ୍ରେନ୍ ର ଗୋଟିଏ କୋଚ୍ କିଣିବାର ମୂଲ୍ୟ ୨୮ କୋଟି ଟଙ୍କା ରହିଛି।

Related Topics
Explore more stories