Videos
|
National

Kangpokpi Protest Manipur / ପୁଣି ଅଶାନ୍ତ ହୋଇଉଠିଲା ମଣିପୁର; କାଙ୍ଗପୋକପି ଅଞ୍ଚଳରେ ବ୍ୟାପିଲା ଅଶାନ୍ତି

Subhramjit Ray
Browse all articles by Subhramjit Ray
·40 mins ago·3 min read
ପୁଣି ଅଶାନ୍ତ ହୋଇଉଠିଲା ମଣିପୁର; କାଙ୍ଗପୋକପି ଅଞ୍ଚଳରେ ବ୍ୟାପିଲା ଅଶାନ୍ତି
Kangpokpi Protest Manipur

Key Points

ପୁଣି ଥରେ ଅଶାନ୍ତ ହୋଇଉଠିଛି ମଣିପୁର। ସ୍ଥାନୀୟ ସଦର ହିଲ୍ସ ସ୍ଥିତ ଥିବା ଆଦିବାସୀ ଏକତା କମିଟି (CoTU) ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଥିଲା।
ମଣିପୁରରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ଗତ ଅକ୍ଟୋବର ୨୮ ତାରିଖରୁ ନିଖୋଜ ରହିଥିବା ୨ କୁକି ଯୁବକଙ୍କ ମୃତଦେହ ଉଦ୍ଧାର ପରେ କାଙ୍ଗପୋକପି ଜିଲ୍ଲାରେ ହିଂସାତ୍ମକ ସଂଘର୍ଷ ଦେଖାଦେଇଛି। ନୋନି ଜିଲ୍ଲାରେ ଆଉ ୩ ଜଣ କୁକି ଯୁବକଙ୍କ ହତ୍ୟା ପରିସ୍ଥିତିକୁ ଆହୁରି ଖରାପ କରିଛି। ପୋଲିସ କହିବା ଅନୁଯାୟୀ ଗତ ବୁଧବାର (ଅକ୍ଟୋବର ୨୮) ତାପୋ କୁକି ଗ୍ରାମରୁ ୨ ଜଣ ଯୁବକ ନିଖୋଜ ହୋଇଯାଇଥିଲେ। ସେମାନେ ହେଉଛନ୍ତି ୨୦ ବର୍ଷୀୟ ପାଓଗିନଲାଲ ହୋଙ୍ଗସିଙ୍ଗ ଏବଂ ଟିଙ୍ଗିନଲୁନ ଚୋଙ୍ଗଲୋଇ। ସେମାନଙ୍କ ନିଖୋଜ ପରେ, ସଦର ହିଲ୍ସ ସ୍ଥିତ ଥିବା ଆଦିବାସୀ ଏକତା କମିଟି (CoTU) ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଥିଲା।

ରବିବାର (ନଭେମ୍ବର ୧) ମଣିପୁର ପୋଲିସ, କୋବ୍ରା (CoBRA), ସିଆରପିଏଫ (CRPF), ଆସାମ ରାଇଫଲ୍ସ ଏବଂ ରାପିଡ ଆକ୍ସନ ଫୋର୍ସ (RAF) ପକ୍ଷରୁ ଏକ ମିଳିତ ଟିମ୍ ୨ ନମ୍ବର ରାଜପଥର ପୂର୍ବ ପାର୍ଶ୍ୱରେ SP ରୋଡ ଠାରେ ଏକ ବିଶାଳ ତଲାସୀ ଅଭିଯାନ ଚଳାଇଥିଲା। ଯାହା ଫଳରେ ୨ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହକୁ କାଙ୍ଗପୋକପି ଜିଲ୍ଲା ହସ୍ପିଟାଲ ଅଣାଯାଇଥିଲା। ଯେଉଁଠାରେ ଏକ ବଡ଼ ଭିଡ଼ ଜମା ହୋଇଥିଲା।

ଏହା ସହ ପଢନ୍ତୁ: ମଣିପୁର ପାଇଁ ଖୁସି ଖବର! ସମସ୍ତ ଜାତୀୟ ରାଜପଥ ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ମୃତଦେହ ମିଳିବା ପରେ ହିଂସାତ୍ମକ ସଂଘର୍ଷ
ଶବ ଉଦ୍ଧାର ହେବା ମାତ୍ରେ କାଙ୍ଗପୋକପି ଠାରେ ସଂଘର୍ଷ ଆରମ୍ଭ ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। କ୍ରୋଧିତ ପ୍ରତିବାଦକାରୀ ୨ ନମ୍ବର ରାଜପଥ ଅବରୋଧ କରିଥିଲେ। ସମଗ୍ର ଜିଲ୍ଲାରେ ଦୋକାନ ବଜାର ଏବଂ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିଥିଲା। କୁକି ଯୁବଙ୍କ ମୃତଦେହ ମିଲିବା ଘଟଣା କାଙ୍ଗପୋକପି ଠାରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ସେମାନେ ନିଖୋଜ ହେବା ପର ଠାରୁ ବନ୍ଦ ଜାରି ରହିଛି। ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେମାନଙ୍କ ମୃତ୍ୟୁର ପରିସ୍ଥିତି ଏବଂ ଦାୟୀ କିଏ ତାହା ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଚାଲିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରତିବାଦ ତୀବ୍ର ହେବା ସହିତ, ପୋଲିସ ମୃତଦେହକୁ କାଙ୍ଗପୋକପି ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ନେଇଥିଲା। ଯେଉଁଠାରେ କ୍ରୋଧିତ ପ୍ରତିବାଦକାରୀ ପ୍ରତିବାଦ ଜାରି ରଖିଥିଲେ। ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ସୁରକ୍ଷା ବାହିନୀ ପ୍ରତିବାଦକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ପ୍ରତିବାଦକାରୀ ୨ ନମ୍ବର ରାଜପଥ ମଧ୍ୟ ଅବରୋଧ କରିଥିଲେ। ଏହି ସମୟରେ, ଆଦିବାସୀ ଏକତା କମିଟି (CoTU) ଦ୍ୱାରା ଡାକରା ଦିଆଯାଇଥିବା ସମ୍ପୂର୍ଣ୍ଣ ବନ୍ଦ ଯୋଗୁଁ ସମଗ୍ର ଜିଲ୍ଲାରେ ଦୋକାନ ବଜାର, ବ୍ୟବସାୟ ଏବଂ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିଥିଲା।

ମୃତଦେହ ଗ୍ରହଣ କରିବାକୁ ମନା କରିଦେଲ କୁକି; ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା କଲେ ଦାବି
କୁକି ନାଗରିକ ସମାଜ ଗୋଷ୍ଠୀ (CoTU) ଘୋଷଣା କରିଛି ଯେ ସରକାର ସେମାନଙ୍କ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ସେମାନେ ୨ ମୃତକ କୁକି ଯୁବକଙ୍କ ମୃତଦେହ ଗ୍ରହଣ କରିବେ ନାହିଁ। CoTU ଦ୍ୱାରା ହୋଇଥିବା ମୁଖ୍ୟ ଦାବି ହେଉଛି ଉପମୁଖ୍ୟମନ୍ତ୍ରୀ ଲୋସି ଦିଖୋଙ୍କୁ ତୁରନ୍ତ ବହିଷ୍କାର କରାଯାଉ। CoTU ମୁଖପାତ୍ର ଏନଜି ଲୁନ୍ କିପଗେନ୍ କହିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ସେନାପତି ଜିଲ୍ଲାର ତାଙ୍କ ଲୋକଙ୍କ ସହ କଥା ହୋଇ ୨ ଯୁବକଙ୍କ ନିରାପଦ ମୁକ୍ତି ନିଶ୍ଚିତ କରିବେ ବୋ କହିଥିଲେ। ଏହି ଆଶା କରି ସେମାନେ ୨୪ ଘଣ୍ଟା ପାଇଁ ବନ୍ଦକୁ ବୃଦ୍ଧି କରିଥିଲେ। ବର୍ତ୍ତମାନ ଉଭୟ କୁକି ଯୁବକଙ୍କ ମୃତ୍ୟୁ ହୋଇସାରିଛି।

ଏହା ସହ ପଢନ୍ତୁ:  ହିଂସା ଛାଡ଼ିଲେ ୪୬ KCP ଉଗ୍ରବାଦୀ; ୨୮ ଆଧୁନିକ ହତିଆର ସହ କଲେ ଆତ୍ମସମର୍ପଣ

ନୋନି ଜିଲ୍ଲାରେ ୩ କୁକି ଯୁବକଙ୍କ ମୃତ୍ୟୁ
ଏହି ସମୟରେ ଶନିବାର (୩୧ ଅକ୍ଟୋବର) ନୋନି ଜିଲ୍ଲାର କେକରୁ ନାଗା ଗ୍ରାମରେ ଦୁଇଟି ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେସ ୩ ଜଣ କୁକି ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହି ଗ୍ରାମ ନୁଙ୍ଗବା ଥାନାରୁ ପ୍ରାୟ ୮ କିଲୋମିଟର ଦୂରରେ ଅବସ୍ଥିତ। ମୃତକ କୁକି ଯୁବକଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ଥାଙ୍ଗଲେନସାଙ୍ଗ ସିଂସନ୍, ଥାଙ୍ଗଖୋସେଇ ହାଓକିପ୍ ଏବଂ ଲାମିନସାଙ୍ଗ କିପଗେନ୍। ସମସ୍ତ ୩ ଜଣ ମୃତକ ମୂଳତଃ ଚୁରାଚାନ୍ଦପୁର ଜିଲ୍ଲାର ବାସିନ୍ଦା ରହିଥିଲେ।

କୁକି ଇନପି ମଣିପୁର (KIM) ହତ୍ୟା ପାଇଁ NSCN-IM ଏବଂ ZUF(K) ଭଳି ନାଗା ବିଦ୍ରୋହୀ ସଙ୍ଗଠନ କ୍ୟାଡର୍ ଙ୍କୁ ଦାୟୀ କରିଛି। ମୃତଦେହକୁ ବିକୃତ କରାଯାଇଥିବା ଅଭିଯୋଗ କରିଛି। ହେଲେ ତଥାପି ପୋଲିସ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କୁ ଚିହ୍ନଟ କରିନାହିଁ। ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଅପରାଧିଙ୍କୁ ଧରିବା ପାଇଁ ସନ୍ଧାନ ଅଭିଯାନ ଚାଲିଥିବା ପୋଲିସ କହିଛି।