Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୌସୁମୀ ଭାଙ୍ଗିଲା ଚାଷୀଙ୍କ ଆଶା; ୩୭୨ ଜିଲ୍ଲାରେ ହୋଇଛି ଦୁର୍ବଳ ବର୍ଷା

National

Monsoon deficit 2026 India / ମୌସୁମୀ ଭାଙ୍ଗିଲା ଚାଷୀଙ୍କ ଆଶା; ୩୭୨ ଜିଲ୍ଲାରେ ହୋଇଛି ଦୁର୍ବଳ ବର୍ଷା

Subhramjit Ray
Browse all articles by Subhramjit Ray
·1 hour ago·3 min read
ମୌସୁମୀ ଭାଙ୍ଗିଲା ଚାଷୀଙ୍କ ଆଶା; ୩୭୨ ଜିଲ୍ଲାରେ ହୋଇଛି ଦୁର୍ବଳ ବର୍ଷା
Monsoon deficit 2026 India

Key Points

ଦୁର୍ବଳ ମୌସୁମୀ ଦେଶର ୩୭୨ ଜିଲ୍ଲାକୁ ପ୍ରଭାବିତ କରିଛି। ବର୍ଷା ନିଅଣ୍ଟ ୧୯% ବୃଦ୍ଧି ପାଇଛି। ଖରିଫ ଫସଲ ବୁଣା ମଧ୍ୟ ଗତ ବର୍ଷ ତୁଳନାରେ ଯଥେଷ୍ଟ କମ୍ ହୋଇଛି।
Weak monsoon 372 districts: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ୨-୩ ଥର ବର୍ଷା ହେବା ପରେ ମୌସୁମୀ ସକ୍ରିୟ ନାହିଁ। ସରକାର ବର୍ତ୍ତମାନର ମୌସୁମୀ ପରିସ୍ଥିତିକୁ ନେଇ ସଜାଗ ଅଛନ୍ତି। ଦୁର୍ବଳ ମୌସୁମୀ ଦେଶର ଅନେକ ଅଂଶକୁ ପ୍ରଭାବିତ କରିଛି। କେନ୍ଦ୍ର ସରକାର ପ୍ରଭାବିତ ଚାଷୀଙ୍କୁ ସହାୟତା ଯୋଗାଇ ଦେଇପାରନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଦେଶର ୧୪ ମୌସୁମୀ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ସରକାର ଗତ ଅପ୍ରେଲ ମାସରୁ ସତର୍କତା ମୂଳକ ପଦକ୍ଷେପ ନେବା ଆରମ୍ଭ କରିଥିଲେ। ବର୍ତ୍ତମାନ ଜୁଲାଇ ୨୦ ପର୍ଯ୍ୟନ୍ତ ବର୍ଷା ଆଶା କରାଯାଉନାହିଁ। କେବଳ କିଛି ତରାଇ ଅଞ୍ଚଳରେ ବର୍ଷା ହେବା ନେଇ ଆଶା କରାଯାଉଛି। ହେଲେ ତଥାପି ୨୦ ଜୁଲାଇ ପରେ ପୁଣି ଥରେ ମୌସୁମୀ ସକ୍ରିୟ ହୋଇପାରେ।

ଦେଶର ୩୭୨ ଜିଲ୍ଲାରେ ଦୁର୍ବଳ ମୌସୁମୀ
ମୌସୁମୀ ଦୁର୍ବଳ ହେବା ଯୋଗୁଁ ଲଗାତାର ବର୍ଷା ଅଭାବ ଦେଖାଦେଇଛି। ଦେଶର ୩୭୨ ଜିଲ୍ଲାରେ ମୌସୁମୀ ଦୁର୍ବଳ ରହିଛି ଏବଂ ୬୮ ଜିଲ୍ଲା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ୧ କୋଟି ହେକ୍ଟର ଜମିରେ ବୁଣାବୁଣି କମିଛି। ଏହି ସମୟରେ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ୧୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ସେ ପୂର୍ବରୁ ସମସ୍ତ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିସାରିଛନ୍ତି। ମୌସୁମୀ ପରିସ୍ଥିତିର ରାଜ୍ୟ ଅନୁସାରେ ସମୀକ୍ଷା କରାଯିବ।

କେନ୍ଦ୍ର ସରକାର ଏନେଇ ପୂର୍ଣ୍ଣ ସହାୟତା ପ୍ରଦାନ କରୁଛନ୍ତି। ସରକାର ଗତ ଅପ୍ରିଲ ମାସରୁ ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କରିଥିଲେ। ବୁଣାବୁଣି ସାଧାରଣତଃ ଜୁଲାଇ ଶେଷ ସୁଦ୍ଧା ଶେଷ ହୋଇଥାଏ। ହେଲେ ଚଳିତ ବର୍ଷ, ବୁଣାବୁଣି କାର୍ଯ୍ୟ ଅଗଷ୍ଟ ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିପାରେ। ଯଦି ମୌସୁମୀ ସ୍ଥିତିରେ ପରିବର୍ତ୍ତନ ଆସେ, ତାହେଲେ ବୁଣାବୁଣି କାର୍ଯ୍ୟ ଆଗେଇପାରେ।

ଏହା ସହ ପଢନ୍ତୁ: ମୌସୁମୀ ସକ୍ରିୟ ହେବା ସତ୍ତ୍ୱେ ୧୧ ରାଜ୍ୟରେ ହୋଇଛି ନିଅଣ୍ଟିଆ ବର୍ଷ; କେଉଁଠି ହୋଇଛି କେତେ ବର୍ଷା?

ମୌସୁମୀ ଋତୁରେ ବର୍ଷା ନିଅଣ୍ଟ ୧୯ ପ୍ରତିଶତକୁ ବୃଦ୍ଧି
ଚଳିତ ବର୍ଷ, ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁରେ ବର୍ଷା ନିଅଣ୍ଟ, ଗତ ଜୁନ୍ ୧ ପହିଲାରୁ ଜୁଲାଇ ୧୩ ମଧ୍ୟରେ ୧୯ ପ୍ରତିଶତକୁ ବୃଦ୍ଧି ପାଇଛି। ସୋମବାର (ଜୁଲାଇ ୧୩) ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ପ୍ରକାଶିତ ସର୍ବଶେଷ ପୂର୍ବାନୁମାନ ରିପୋର୍ଟ ଅନୁଯାୟୀ, ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ସର୍ବାଧିକ ନିଅଣ୍ଟଆ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ସେହିପରି ୧୩ ଜୁଲାଇ ସୁଦ୍ଧା ସ୍ୱାଭାବିକ ଠାରୁ ୩୬% କମ୍ ବର୍ଷା ହୋଇଛି। ଦକ୍ଷିଣ ଉପଦ୍ୱୀପ ଭାରତରେ ହାରାହାରି ୨୨% କମ୍ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଯେତେବେଳେ ଉତ୍ତର-ପଶ୍ଚିମ ଭାରତରେ ୧୨% ଏବଂ ମଧ୍ୟ ଭାରତରେ ୮% କମ୍ ବର୍ଷା ହୋଇଛି।

ଫସଲ ବୁଣାବୁଣି ଉପରେ ଏହାର ପ୍ରଭାବ
ଖରିଫ ଋତୁ ଏବେ ଏହାର ଶୀର୍ଷରେ ଥିବା ସମୟରେ ମୌସୁମୀ ପୁଣି ଦୁର୍ବଳ ହୋଇପଡ଼ିଛି। ଯାହା ଦ୍ୱାରା ଦେଶର ଅନେକ ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ ଖରିଫ ଫସଲ ବୁଣାବୁଣି କାର୍ଯ୍ୟ ପ୍ରଭାବିତ ହୋଇଛି। କୃଷି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ୧୦ ଜୁଲାଇ ୨୦୨୬ ସୁଦ୍ଧା, ସାରା ଦେଶରେ ଖରିଫ ଋତୁରେ ମୋଟ ୫୩୧.୨୫ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି କାର୍ଯ୍ୟ ସରିଛି। ଯାହା ଗତ ବର୍ଷ ତୁଳନାରେ ୧୦୧.୪୪ ଲକ୍ଷ ହେକ୍ଟର (-୧୬.୦୩%) କମ୍। ଗତ ବର୍ଷ ୧୦ ଜୁଲାଇ ସୁଦ୍ଧା, ଦେଶର ୬୩୨.୬୯ ହେକ୍ଚର ଜମିରେ ଖରିଫ ଫସଲ ବୁଣାବୁଣି କାର୍ଯ୍ୟ ହୋଇଥିଲା।  ଏହି ସମୟରେ ଧାନ ବୁଣା ପ୍ରାୟ ୧୦.୮୪ ଲକ୍ଷ ହେକ୍ଟର (-୮.୬୩%) ହ୍ରାସ ପାଇଛି। ସେହିପରି ଡାଲି ଫସଲ ବୁଣା ୧୭.୨୨ ଲକ୍ଷ ହେକ୍ଟର (-୨୩.୩୨%) ହ୍ରାସ ପାଇଛି, ଏବଂ ତୈଳବୀଜ ବୁଣା ସର୍ବାଧିକ ୩୧.୩୪ ଲକ୍ଷ ହେକ୍ଟର (-୨୧.୦୧%) ହ୍ରାସ ପାଇଛି।

ଏହା ସହ ପଢନ୍ତୁ: ପ୍ରବଳ ମୌସୁମୀ ସତ୍ତ୍ୱେ କମିଛି ବର୍ଷା; କ'ଣ ରହିଛି କି ମରୁଡ଼ି ଆଶଙ୍କା?

କ'ଣ ରହିଛି ପାଣିପାଗ ବିଭାଗ ପୂର୍ବାନୁମାନ?
ଭାରତୀୟ ପାଣିପାଗ ବିଭାଗ ଏହାର ସଦ୍ୟତମ ପୂର୍ବାନୁମାନ ରିପୋର୍ଟରେ କହିଛି ଯେ ଆଗାମୀ ୩-୪ ଦିନ ପାଇଁ ଉତ୍ତର-ପୂର୍ବ ଭାରତ, ପଶ୍ଚିମବଙ୍ଗ ଏବଂ ବିହାରର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ। ସୋମବାର, ମେଘାଳୟ, ଉପ-ହିମାଳାୟ ପଶ୍ଚିମବଙ୍ଗ ଏବଂ ସିକିମର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ଆଶା କରାଯାଉଛି। ହେଲେ ତଥାପି, ଉତ୍ତର-ପଶ୍ଚିମ ଭାରତ ଏବଂ ପଶ୍ଚିମ-ମଧ୍ୟ ଏବଂ ଦକ୍ଷିଣ ଉପଦ୍ୱୀପ ଭାରତର ସମତଳ ଅଞ୍ଚଳରେ ଆସନ୍ତା ୬-୭ ଦିନ ପାଇଁ ବର୍ଷା ଧିମେଇ ଯିବା ନେଇ ଆଶା କରାଯାଉଛି। ସ୍ପଷ୍ଟ ଭାବରେ କହିବାକୁ ଗଲେ, ଯଦି ମୌସୁମୀ ପରିସ୍ଥିତିରେ ଉନ୍ନତି ନହୁଏ, ତାହେଲେ ଖରିଫ ଫସଲ ବୁଣାବୁଣି ଉପରେ ଏହାର ପ୍ରଭାବ ପଡ଼ିପାରେ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored