Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଯାଞ୍ଚ ପରେ ନିର୍ଦ୍ଦୋଷ ବାହାରିଲା ତରଭୁଜ; ହେଲେ ମୃତ୍ୟୁ ଖବର ପରେ ବଜାରରେ ଖସିଲା ଦାମ

National

Watermelon Price Drop / ଯାଞ୍ଚ ପରେ ନିର୍ଦ୍ଦୋଷ ବାହାରିଲା ତରଭୁଜ; ହେଲେ ମୃତ୍ୟୁ ଖବର ପରେ ବଜାରରେ ଖସିଲା ଦାମ

Subhramjit Ray
Browse all articles by Subhramjit Ray
·1 hour ago·3 min read
ଯାଞ୍ଚ ପରେ ନିର୍ଦ୍ଦୋଷ ବାହାରିଲା ତରଭୁଜ; ହେଲେ ମୃତ୍ୟୁ ଖବର ପରେ ବଜାରରେ ଖସିଲା ଦାମ
Watermelon Price Drop

Key Points

ଗତ ଅପ୍ରେଲ ୨୬ ତାରିଖରେ ମୁମ୍ବାଇର ପାୟଧୁନି ଅଞ୍ଚଳରେ ହୋଇଥିବା ଗୋଟିଏ ପରିବାରର ମୃତ୍ୟୁ ମାମଲାରେ, ଆରମ୍ଭରୁ ତରଭୁଜରେ ଏକ ବିପଜ୍ଜନକ ରାସାୟନିକ ପଦାର୍ଥ ମିଶାଯାଇଥିବା ନେଇ ସନ୍ଦେହ କରାଯାଉଥିଲା। ହେଲେ FDA ରିପୋର୍ଟ ରେ ମୃତକଙ୍କୁ ଘରୁ ଜବତ ହୋଇଥିବା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ସମେତ ତରଭୁଜରେ କୌଣସି  ଅପମିଶ୍ରଣ ହୋଇଥିବାର ପ୍ରମାଣ ମିଳିନାହିଁ।
Watermelon Price Crash India: ବିଗତ କିଛି ଦିନ ଧରି ମାୟା ନଗରୀ ମୁମ୍ବାଇରେ ଚର୍ଚ୍ଚାରେ ରହିଥିଲା ମଣିଷ ହତ୍ୟାକାରୀ "ତରଭୁଜ"। ଏବେ ଏହାକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ମୁମ୍ବାଇର ପାୟଧୁନି ଅଞ୍ଚଳରେ ହୋଇଥିବା ଡୋକଡିଆ ପରିବାରର ସନ୍ଦେହଜନକ ମୃତ୍ୟୁ ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିଛି "ଖାଦ୍ୟ ଏବଂ ଔଷଧ ପ୍ରଶାସନ" (FDA)। ଡୋକଡିଆ ପରିବାର ମୃତ୍ୟୁ ମାମଲାରେ ଆସିଥିବା ଅଭିଯୋଗ ଉପରେ ହୋଇଥିବା ତଦନ୍ତରୁ ତରଭୁଜ "ନିର୍ଦ୍ଦୋଷ" ବୋଲି ଜଣାପଡିଛି।

ଗତ ଅପ୍ରେଲ ୨୬ ତାରିଖରେ ୪୦ ବର୍ଷୀୟ ଅବଦୁଲ୍ଲା ଡୋକାଡିଆଙ୍କୁ ମୁମ୍ବାଇର ପାୟଧୁନି ଅଞ୍ଚଳର ଏକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବଦୁଲ୍ଲା ଡାକ୍ତରଙ୍କୁ କହିଥିଲେ ଯେ ତରଭୁଜ ଖାଇବା ପରେ ସେ, ତାଙ୍କ ପତ୍ନୀ ନସରିନ (୩୫) ଏବଂ ସେମାନଙ୍କର ଦୁଇ ଝିଅ ଆୟେଶା (୧୬) ଏବଂ ଜୈନାବ (୧୩) ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଦ୍ରୁତ ଗତିରେ ବଗିଡି଼ ଯିବା ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଯାହା ପରେ ବିବାଦ ଘେରକୁ ଆସିଥିଲା ତରଭୁଜ। ଏନେଇ କୁହାଯାଉଥିଲା ଯେ ସେମାନେ ଖାଇଥିବା ତରଭୁଜରେ ବିପଜ୍ଜନକ ରାସାୟନିକ ପଦାର୍ଥ ମିଶାଯାଇଛି।

ଏହା ସହ ପଢନ୍ତୁ: ହାଇଦ୍ରାବାଦରେ ୨୦୦ କେଜି ଆମ୍ବ ଜବତ; ବ୍ୟବସାୟୀ ଗିରଫ

ମୃତ୍ୟୁ ପରେ ମାୟାନଗରୀରେ ବିବାଦୀୟ ହୋଇ ପଡ଼ିଥିଲା ତରଭୁଜ
ମୁମ୍ବାଇର ପାୟଧୁନି ଅଞ୍ଚଳରେ ଡୋକଡିଆ ପରିବାରର ସନ୍ଦେହଜନକ ମୃତ୍ୟୁ ପରେ ତରଭୁଜ ପ୍ରତି ସନ୍ଦେହ ବଢି ଯାଇଥିଲା। ସୋସିଆଲ ମିଡିଆ ଠାରୁ ନେଇ ରାସ୍ତାଘାଟ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ହେଉଥିଲା ଯେ ତରଭୁଜକୁ ମିଠା ଏବଂ ଲାଲ କରିବା ପାଇଁ ବିଷାକ୍ତ ରାସାୟନିକ ପଦାର୍ଥ ଏବଂ ରଙ୍ଗ ବ୍ୟବହାର କରାଯାଉଛି। ତରଭୁଜକୁ ନେଇ ସୃଷ୍ଟି ହୋଇଥିବା ଗୁଜବ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିଲା। ଏହି ଗୁଜବର ପ୍ରଭାବ ଏପରି ଅନୁଭୂତ ହୋଲା ଯେ ମାୟାନଗରୀରେ ତରଭୁଜ ବିକ୍ରି ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଏପରିକି ଲୋକେ ତରଭୁଜକୁ ଛୁଇଁବାକୁ ମଧ୍ୟ ଭୟ କରୁଥିଲେ।

ନଭି ମୁମ୍ବାଇର ସବୁଠାରୁ ବଡ଼ ବଜାରରେ ହ୍ରାସ ପାଇଥିଲା ତରଭୁଜ ଦର
ନଭି ମୁମ୍ବାଇ ସ୍ଥିତ ଏସିଆର ସବୁଠାରୁ ବଡ଼ ପନିପରିବା ଏବଂ ଫଳ ବଜାର ୱାଶି ଠାରେ ତରଭୁଜ ମୂଲ୍ୟ ହ୍ରାସ ପାଇଥିଲା। ରିପୋର୍ଟ ଅନୁଯାୟୀ ତରଭୁଜ ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଦକ୍ଷିଣ ମୁମ୍ବାଇର ନଲ୍ ବଜାରରେ ପରିସ୍ଥିତି ଆହୁରି ଖରାପ ଥିଲା। ଯେଉଁଠାରୁ ମୃତକଙ୍କ ପରିବାର ତରଭୁଜ କିଣିଥିଲେ। ଡୋକଡିଆ ପରିବାରର ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ଆତଙ୍କ ଗ୍ରାହକଙ୍କୁ ତରଭୁଜ ପାଖରୁ ଦୂରେଇ ରଖିଥିଲା। ଏପରିକି ଏହି ବଜାରରେ ସମ୍ପୂର୍ଣ୍ଣ ଭାବରେ ତରଭୁଜ ବିକ୍ରି ବନ୍ଦ ହୋଇଯାଇଥିଲା।

FDA ରିପୋର୍ଟ: କୌଣସି ରଙ୍ଗ କିମ୍ବା କୌଣସି ବିଷର ପ୍ରମାଣ ମିଳିଲା ନାହିଁ
"ଖାଦ୍ୟ ଏବଂ ଔଷଧ ପ୍ରଶାସନ" (FDA) ପକ୍ଷରୁ ପକ୍ଷରୁ ହୋଇଥିବା ତଦନ୍ତ ରିପୋର୍ଟ ଦର୍ଶାଇଛି ଯେ ତରଭୁଜରେ କୌଣସି ପ୍ରକାରର ଅପମିଶ୍ରଣ ହୋଇନଥିଲା। ତଦନ୍ତକାରୀ ସଂସ୍ଥା କହିଛି ଯେ ତରଭୁଜକୁ ଲାଲ ଦେଖାଇବା ପାଇଁ କୌଣସି କୃତ୍ରିମ ରଙ୍ଗ ବ୍ୟବହାର କରାଯାଇ ନଥିଲା କିମ୍ବା ଏହାକୁ ବଡ଼ କିମ୍ବା ଏହାର ସ୍ୱାଦକୁ ଆହୁରି ଅଧିକ ମିଠା କରିବା ପାଇଁ କୌଣସି ପ୍ରକାରର ବିପଜ୍ଜନକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇ ନଥିଲା। କେବଳ ତରଭୁଜ ନୁହେଁ ମୃତକ ଡୋକାଡିଆ ପରିବାରର ଘରୁ ଜବତ ହୋଇଥିବା ଅନ୍ୟାନ୍ୟ ଖାଦ୍ୟ ନମୁନାରେ ମଧ୍ୟ କୌଣସି ପ୍ରକାରର ଅପମିଶ୍ରଣ ହୋଇନଥିବା ଜଣାପଡିଛି। ହେଲେ ତଥାପି FDA ସ୍ୱୀକାର କରିଛି ଯେ ପରୀକ୍ଷା ପାଇଁ ସେମାନଙ୍କ ପାଖରେ ରହିଥିବା ତରଭୁଜ ନମୁନା ସଂଖ୍ୟା ବହୁତ ସୀମିତ ରହିଥିଲା।

ଏହା ସହ ପଢନ୍ତୁ: ରମଜାନ ବେଳେ ଚର୍ଚ୍ଚାରେ ତରଭୁଜ ଦର; କଣ ରହିଛି ମଧ୍ୟ ପ୍ରାଚ୍ୟ ସହ ସମ୍ପର୍କ

ଏପର୍ଯ୍ୟନ୍ତ ଜାରି ରହିଛି ତଦନ୍ତ; ମୃତ୍ୟୁର ପ୍ରକୃତ କାରଣ କ'ଣ?
ଯଦିଓ ଡୋକାଡିଆ ପରିବାର ମୃତ୍ୟୁ ଘଟଣାରେ ତରଭୁଜ କ୍ଲିନଚିଟ୍ ପାଇ ସାରିଥିବା ବେଳେ, ସେମାନଙ୍କର ମୃତ୍ୟୁ ପଛରେ ରହିଥିବା କାରଣ ଏ ପର୍ଯ୍ୟନ୍ତ ଏକ ରହସ୍ୟ ହୋଇରହିଛି। ଏବେ ସବୁକିଛି ଫରେନସିକ୍ ରିପୋର୍ଟ ଉପରେ ନିର୍ଭର କରୁଛି। ବର୍ତ୍ତମାନ ପାଇଁ ତରଭୁଜ "ନିର୍ଦ୍ଦୋଷ" ପ୍ରମାଣିତ ହୋଇଛି। ହେଲେ ଫରେନସିକ୍ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ପାୟଧୁନି ମାମଲାର ରହସ୍ୟ ଅସମାପ୍ତ ହୋଇ ରହିବ। ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ ଏବେ ମୃତ୍ୟୁ ପଛରେ ରହିଥିବା ଅନ୍ୟାନ୍ୟ ସମ୍ଭାବ୍ୟ ଦିଗ ଉପରେ ତଦନ୍ତ କରୁଛି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Watermelon Not Guilty: Price Crashes as Mumbai Mystery Deaths Spark Fear | Argus News