Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 'ସୁପର ଏଲ୍ ନିନୋ' କ'ଣ? ଯିଏ ବଜାଇଛି ସତର୍କ ଘଣ୍ଟି

National

Super El Nino 2026 / 'ସୁପର ଏଲ୍ ନିନୋ' କ'ଣ? ଯିଏ ବଜାଇଛି ସତର୍କ ଘଣ୍ଟି

Subhramjit Ray
Browse all articles by Subhramjit Ray
·1 hour ago·2 min read
'ସୁପର ଏଲ୍ ନିନୋ' କ'ଣ? ଯିଏ ବଜାଇଛି ସତର୍କ ଘଣ୍ଟି
Super El Nino 2026

Key Points

ଚଳିତ ବର୍ଷ ଏକ ବିପଦପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ପାଣିପାଗ ସଂସ୍ଥା ଏଥର ଏକ "ସୁପର ଏଲ୍ ନିନୋ" ଘଟଣା ବିଷୟରେ ଚେତାବନୀ ଦେଇଛନ୍ତି। ଯାହା ଦ୍ୱାରା ପ୍ରଚଣ୍ଡ ଗରମ ଅନୁଭୂତ ହେବା ସହ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ।

Super El Nino 2026 Impact: ଦେଶରେ ଏବେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଯଦିଓ ମେ ମାସ ପ୍ରବଳ ବର୍ଷା ସହିତ ଆରମ୍ଭ ହୋଇଛି, ହେଲେ ତାତି ବଢିବା କାରଣରୁ ପାରଦ ଉପର ମୁହାଁ ହେବାରେ ଲାଗିଛି। ଗତ ଅପ୍ରେଲ ମାସରେ ରେକର୍ଡ ଭାଙ୍ଗିବା ଭଳି ଗରମ ଅନୁଭୂତ ହେବାରେ ଲାଗିଛି। ପାଣିପାଗ ବିଭାଗ ପକ୍ଷରୁ ନିରନ୍ତର ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଉଛି। ଏହି ଘଟଣା କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅନେକ ଦେଶରେ ଅନୁଭୂତ ହେଉଛି। ପାଗର ଏହି ପରିବର୍ତ୍ତନ "ସୁପର ଏଲ୍ ନିନୋ" ଯୋଗୁଁ ହୋଇଛି। ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ଚଳିତ ବର୍ଷ ଶେଷ ଭାଗରେ ଏକ ଶକ୍ତିଶାଳୀ ଏଲ୍ ନିନୋ ପାଗ ବିକଶିତ ହୋଇପାରେ। ଯାହା ବିଗତ ତିନି ଦଶନ୍ଧି ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ହୋଇପାରେ।

ବିଶ୍ୱବ୍ୟାପୀ ଜାରି ହୋଇଛି "ସୁପର ଏଲ୍ ନିନୋ" ଜନିତ ସତର୍କତା
ନ୍ୟାସନାଲ ଓସିଆନିକ୍ ଆଣ୍ଡ୍ ଆଟମୋସ୍ଫେରିକ୍ ଆଡମିନିଷ୍ଟ୍ରେସନ୍ (NOAD) ପକ୍ଷରୁ କୁହାଯାଇଛି ଯେ ମେ-ଜୁଲାଇ ମଧ୍ୟରେ "ଏଲ୍ ନିନୋ" ବିକଶିତ ହେବାର ୬୦% ସମ୍ଭାବନା ରହିଛି। ଜାତିସଂଘ ପାଣିପାଗ ଏବଂ ଜଳବାୟୁ ସଂସ୍ଥା ମଧ୍ୟ କହିସାରିଛି ଯେ ମେ-ଜୁଲାଇ ମାସରେ ଯେକୌଣସି ସମୟରେ "ଏଲ୍ ନିନୋ" ପରିସ୍ଥିତି ବିକଶିତ ହୋଇପାରେ। ବିଶ୍ୱ ପାଣିପାଗ ସଂଗଠନ (WMO) କହିଛି ଯେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଘଟଣା ବହୁତ ତୀବ୍ର ହୋଇପାରେ। କେତେକ ଏହାକୁ "ସୁପର ଏଲ୍ ନିନୋ" ମଧ୍ୟ କହୁଛନ୍ତି। ପାଣିପାଗରେ ହେଉଥିବା ଏହି ପରିବର୍ତ୍ତନର ପ୍ରଭାବ ଭାରତ ସମେତ ବିଭିନ୍ନ ଏସୀୟ ଦେଶ ଉପରେ ସର୍ବାଧିକ ଅନୁଭୂତ ହୋଇପାରେ।

ଏହା ସହ ପଢନ୍ତୁ: ତାଣ୍ଡବ ରଚିପାରେ ସୁପର ଏଲ୍ ନିନୋ! ଶେଷ ଥର ପାଇଁ କେବେ ଏହାର ସାମ୍ନା କରିଥିଲା ଦେଶ

"ସୁପର ଏଲ୍ ନିନୋ" କ'ଣ?
"ସୁପର ଏଲ୍ ନିନୋ" ହେଉଛି "ଏଲ୍ ନିନୋ" ଘଟଣାର ଏକ ଅତ୍ୟନ୍ତ ଶକ୍ତିଶାଳୀ ରୂପ। ଯାହା ସେତେବେଳେ ଘଟିଥାଏ ଯେତେବେଳେ କେନ୍ଦ୍ରୀୟ-ପୂର୍ବ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକ ଠାରୁ ୨ ଡିଗ୍ରୀ କିମ୍ବା ଏହା ଠାରୁ ଅଧିକ ବୃଦ୍ଧି ପାଇଥାଏ। ଏହା ଏକ ବିରଳ ଜଳବାୟୁ ଘଟଣା ଯାହା ବିଶ୍ୱବ୍ୟାପୀ ପାଣିପାଗରେ ବିନାଶକାରୀ ପରିବର୍ତ୍ତନ ଆଣିଥାଏ। ଏହି ଅବସ୍ଥା ପ୍ରତି କିଛି ଦଶନ୍ଧିରେ ଥରେ ଘଟିଥାଏ।

ଏହା ସହ ପଢନ୍ତୁ: ଆଗକୁ ଆସିବ ଏଲ୍-ନିନୋ; ବଢିପାରେ ଗରମ-ମରୁଡ଼ି ସମ୍ଭାବନା!

ଚଳିତ ବର୍ଷ ଆସିବାକୁ ଯାଉଥିବା "ସୁପର ଏଲ୍ ନିନୋ" ପ୍ରାୟ ୩୦ ବର୍ଷ ପରେ ଆସୁଛି। ଏହି ସମୟ ମଧ୍ୟରେ ସମୁଦ୍ର ଉପରେ ହେଉଥିବା ବାୟୁ ପ୍ରବାହ ଯଥେଷ୍ଟ ଦୁର୍ବଳ ହୋଇଯାଏ କିମ୍ବା ଏହାର ଦିଗ ବଦଳି ଯାଏ। ଯାହା ଫଳରେ ଉଷ୍ମ ଜଳ ସମଗ୍ର ପ୍ରଶାନ୍ତ ମହାସାଗରରେ ବିସ୍ତାରିତ ହୋଇଥାଏ। ପୂର୍ବରୁ "ସୁପର ଏଲ୍ ନିନୋ" ଘଟଣା ୧୯୮୨-୮୩, ୧୯୯୭-୯୮ ଏବଂ ୨୦୧୫-୧୬ ମସିରେ ରେକର୍ଡ କରାଯାଇଥିଲା। ବୈଜ୍ଞାନିକ ଏହାର ଆଗମନ ବିଷୟରେ ପୂର୍ବାନୁମାନ କରିଛନ୍ତି। "ସୁପର ଏଲ୍ ନିନୋ" ଆଗମନ କାରଣରୁ ମୌସୁମୀ ଦୁର୍ବଳ ହୋଇଯାଏ। ଯାହା ଫଳରେ ବର୍ଷା ହ୍ରାସ ପାଇବା ସହ ଗୁରୁତର ମରୁଡ଼ି ସମ୍ଭାବନା ବୃଦ୍ଧି ପାଇଥାଏ। ଏହା ଯୋଗୁଁ କୃଷି ଉତ୍ପାଦନ ପ୍ରଭାବିତ ହେବା ସହ ଦରଦାମ ବୃଦ୍ଧି ହୋଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Super El Niño Explained: Why Global Heatwave and Drought Alerts are Rising | Argus News