Bihar Oath Ceremony / ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର, NDA ବୈଠକରେ ସୁଶାସନ ବାବୁଙ୍କ ନାଁରେ ମୋହର
·7 months ago·2 min read

Key Points
କାଲି ବିହାରରେ ନୂଆ ସରକାରର ଶପଥ । ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । NDA ବୈଠକରେ ସୁଶାସନ ବାବୁଙ୍କ ନାଁରେ ମୋହର ।
ବିହାର ନିର୍ବାଚନରେ ଜବରଦସ୍ତ ବିଜୟ ପରେ ଆସନ୍ତାକାଲି ଶପଥ ନେବ ନୂଆ ସରକାର । ଦଶମ ଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବେ ନୀତୀଶ କୁମାର । ଆଜି ବସିଥିବା NDA ବିଧାୟକ ଦଳ ବୈଠକରେ ନୀତୀଶଙ୍କୁ ନେତା ଭାବେ ବଛାଯାଇଛି । ବିଜେପିରୁ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା । ପାଟନା ଗାନ୍ଧି ମୈଦାନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଶରେ ବିଜେପିର ବହୁ ବରିଷ୍ଠ ନେତା ସମାରୋହରେ ସାମିଲ ହେବେ । ଦୁଇ ଲକ୍ଷରୁ ଅଧିକ ଜନସମାଗମ ପାଇଁ କରାଯାଇଛି ଆୟୋଜନ ।
ବିହାର କ୍ୟାବିନେଟର ଟପ୍ ଥ୍ରୀ ନେତାଙ୍କ ନାଁ ଫାଇନାଲ ହେବା ପରେ NDA ଶିବିରରେ ଖୁସିର ମାହୋଲ । ନୀତୀଶ, ସମ୍ରାଟ ଓ ବିଜୟଙ୍କୁ ଛୁଟୁଛି ପ୍ରଶଂସାର ସୁଅ । ତିନି ନେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୨୦୨୫ ନିର୍ବାଚନରେ ବମ୍ପର ବିଜୟ ପାଇ ପୁଣି ଥରେ ବିହାରରେ କ୍ଷମତା ହାସଲ କରିଛି NDA । ଡବଲ୍ ସେଞ୍ଚୁରୀ ମାରି NDA ବିହାରରେ ବିରୋଧୀଙ୍କୁ ଚିତପଟାଙ୍ଗ କରିଦେଇଛି ।
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ କହିଲେ ଚାଷୀଙ୍କ ଆୟ ଏମିତି ଆହୁରି ବଢ଼ିବ
ବିଧାନସଭା ନିର୍ବାଚନରେ ସାନଦାର୍ ବିଜୟ ପରେ କାଲି ବିହାରରେ ହେବ ନୂଆ ସରକାରର ଶପଥ ସମାରୋହ । ଦଶମ ଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ଆଜି ବସିଥିବା NDA ବିଧାୟକ ଦଳ ବୈଠକରେ ନୀତୀଶଙ୍କୁ ନେତା ବଛାଯାଇଛି । ତାଙ୍କ ଡେପୁଟି ହେବେ ବିଜେପିର ଦୁଇ ବଡ଼ ଚେହେରା । ତାରାପୁର ବିଧାୟକ ସମ୍ରାଟ ଚୌଧୁରୀଙ୍କ ସହ ଲଖିସରାଇ ବିଧାୟକ ବିଜୟ କୁମାର ସିହ୍ନା ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।ବିହାର କ୍ୟାବିନେଟର ଟପ୍ ଥ୍ରୀ ନେତାଙ୍କ ନାଁ ଫାଇନାଲ ହେବା ପରେ NDA ଶିବିରରେ ଖୁସିର ମାହୋଲ । ନୀତୀଶ, ସମ୍ରାଟ ଓ ବିଜୟଙ୍କୁ ଛୁଟୁଛି ପ୍ରଶଂସାର ସୁଅ । ତିନି ନେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢ଼ନ୍ତୁ: ପାକିସ୍ତାନୀ ଆତଙ୍କୀ ସଂଗଠନର ନୂଆ ଷଡ଼ଯନ୍ତ୍ର ! ଭାରତ ଉପରେ ଆକ୍ରମଣ ପାଇଁ ମାଗୁଛି ଚାନ୍ଦା
କାଲି ପାଟନା ଗାନ୍ଧି ମୈଦାନରେ ଶପଥ ନେବ ନୂଆ ସରକାର। ଏଥିପାଇଁ କରାଯାଇଛି ବଡ଼ ଆୟୋଜନ। ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶପଥ ଗ୍ରାଉଣ୍ଡକୁ ଯାଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଖୋଦ୍ ନୀତୀଶ କୁମାର । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଶରେ ବିଜେପିର ବହୁ ବଡ଼ ନେତା ସମାରୋହରେ ସାମିଲ ହେବେ। ଦୁଇ ଲକ୍ଷରୁ ଅଧିକ ଜନସମାଗମ ପାଇଁ କରାଯାଇଛି ଆୟୋଜନ ।୨୦୨୫ ନିର୍ବାଚନରେ ବମ୍ପର ବିଜୟ ପାଇ ପୁଣି ଥରେ ବିହାରରେ କ୍ଷମତା ହାସଲ କରିଛି NDA । ଡବଲ୍ ସେଞ୍ଚୁରୀ ମାରି NDA ବିହାରରେ ବିରୋଧୀଙ୍କୁ ଚିତପଟାଙ୍ଗ କରିଦେଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories