Videos
|
National

Sindhu Ghati Sabhyata History / ସିନ୍ଧୁ ଉପତ୍ୟକା ସଭ୍ୟତା କାହାର? ପାକିସ୍ତାନକୁ ନେଇ ମନ୍ତ୍ରୀ ଶେଖାୱତଙ୍କ ବଡ଼ ବୟାନ

Subhramjit Ray
Browse all articles by Subhramjit Ray
·26 mins ago·3 min read
ସିନ୍ଧୁ ଉପତ୍ୟକା ସଭ୍ୟତା କାହାର? ପାକିସ୍ତାନକୁ ନେଇ ମନ୍ତ୍ରୀ ଶେଖାୱତଙ୍କ ବଡ଼ ବୟାନ
Indus Valley Heritage Dispute (Photo Source: Social Media/AI)

Key Points

ସିନ୍ଧୁ ଉପତ୍ୟକା ସଭ୍ୟତାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚର୍ଚ୍ଚାକୁ ଆସିଛି। ପାକିସ୍ତାନର ଦାବି ଉପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଜବାବ ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନର ରାଷ୍ଟ୍ରୀୟ ଅସ୍ତିତ୍ୱ ମାତ୍ର ୮୦ ବର୍ଷ ପୁରୁଣା, କିନ୍ତୁ ସିନ୍ଧୁ ସଭ୍ୟତା ହଜାର ହଜାର ବର୍ଷ ପୁରୁଣା।





















ପୁଣି ଥରେ ଇତିହାସ ପାଇଁ କାଠଗଡ଼ାରେ ଛିଡ଼ା ହୋଇଛି ପାକିସ୍ତାନ। ସଦ୍ୟ ସିନ୍ଧୁ ଉପତ୍ୟକା ସଭ୍ୟତା ଉପରେ ନିରର୍ଥକ ଦାବି କରି ଚର୍ଚ୍ଚାକୁ ଆସିଛି ପାକିସ୍ତାନ। କାରଣ ଧର୍ମ ଭିତ୍ତିରେ ୮୦ ବର୍ଷ ପୂର୍ବେ ପାକିସ୍ତାନର ଅସ୍ତିତ୍ୱ ସାମ୍ନାକୁ ଆସିଥିଲା। ପାକିସ୍ତାନର ଇତିହାସ ଠାରୁ ଆହୁରି ପ୍ରାଚୀନ ହେଉଛି ସିନ୍ଧୁ ଉପତ୍ୟକା ସଭ୍ୟତା। ଯାହା ଅଖଣ୍ଡ ଭାରତ ବର୍ଷ ବିଭାଜିତ ହେବା ପୂର୍ବରୁ ଏହାର ଐତିହାସିକ ପ୍ରମାଣ ମିଳି ସାରିଥିଲା।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ସିନ୍ଧୁ ଉପତ୍ୟକା ସଭ୍ୟତାକୁ ନିଜର ବୋଲି ପାକିସ୍ତାନ ଦାବି କରିବା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ଏକଥା କହିଛନ୍ତି। ଏନେଇ ସେ କହିଛନ୍ତି ଚଳିତ ମାସ ୨୦ ରୁ ୨୨ ତାରିଖ ମଧ୍ୟରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା "SCO ସଭ୍ୟତା ସଂଳାପ ମଞ୍ଚ" (SCO Civilizational Dialogue Forum) ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏକଥା କହିଛନ୍ତି। ଭାରତ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ପାକିସ୍ତାନକୁ ନିମନ୍ତ୍ରଣ କରିଛି। ଯଦିଓ ପାକିସ୍ତାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହି କାର୍ଯ୍ୟକ୍ରମ ଦିଲ୍ଲୀର ପୁରୁଣା ଦୁର୍ଗରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନୀ ଉତ୍ସବରେ ଯୋଗଦେବେ। ଯେଉଁଠାରେ ଭାରତ ଏହାର ୫୦୦୦ ବର୍ଷର ପୁରୁଣା ସଭ୍ୟତାକୁ ବିଶ୍ୱ ସାମ୍ନାରେ ପ୍ରଦର୍ଶିତ କରିବ।

ଏହା ସହ ପଢନ୍ତୁ: 'ମୋର ପୂର୍ବଜ ହିନ୍ଦୁ ଥିଲେ, ପାକିସ୍ତାନରେ ପଢାଯାଉଛି ଭୁଲ ଇତିହାସ'

ପାକିସ୍ତାନର ଦାବି କରାଗଲା ପ୍ରତ୍ୟାଖ୍ୟାନ
ଯେତେବେଳେ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଏକ ପଡ଼ୋଶୀ ଦେଶ (ପାକିସ୍ତାନ) ସିନ୍ଧୁ ଉପତ୍ୟକା ସଭ୍ୟତାକୁ ନିଜର ବୋଲି ଦାବି କରିବାକୁ ଚେଷ୍ଟା କରୁଥିବା ବିଷୟରେ ପଚରାଗଲା, ସେତେବେଳେ ସେ ଉତ୍ତରରେ କହିଥିଲେ, "ଯଦି ପଡୋଶୀ ଦେଶ ଏପରି ଦାବି କରୁଛି, ତାହେଲେ ପ୍ରଶ୍ନ ହେଉଛି, ସେତେବେଳେ ଏହା ଅସ୍ତିତ୍ୱ ଥିଲା କି? ମାତ୍ର ୮୦ ବର୍ଷ ପୂର୍ବେ ସେମାନଙ୍କ ଅସ୍ତିତ୍ୱ ବିଶ୍ୱ ସମ୍ନାକୁ ଆସିଥିଲା। ଶେଖାୱତ କହିଥିଲେ ଯେ ପାକିସ୍ତାନର ସଭ୍ୟତା ଏବଂ ସାଂସ୍କୃତିକ ବିକାଶ ଭାରତ ଠାରୁ ଭିନ୍ନ ନୁହେଁ। କାରଣ ୧୯୪୭ ମସିହାରେ ଅଖଣ୍ଡ ଭାରତ ବର୍ଷର ବିଭାଜନ ପରେ ବିଶ୍ୱ ମାନଚିତ୍ର ପାକିସ୍ତାନ ନାମରେ ଏକ ସ୍ୱତନ୍ତ୍ର ଦେଶ ନଜର ଆସିଥିଲା। ଅତି କମରେ ଏହି ଦିଗ ଉପରେ ମତଭେଦର କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ। ଯେକୌଣସି ଦେଶ ମଧ୍ୟରେ ଭୂ-ରାଜନୈତିକ, ରଣନୈତିକ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଯାହା ହେଉନା କାହିଁକି, ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ ​​କରିବା ପାଇଁ ପଦକ୍ଷେପ ନିଆଯିବା ଉଚିତ। ଯାହା ଦ୍ୱାରା ଉଭୟ ଦେଶର ଲୋକଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ଏବଂ ସମନ୍ୱୟ ସ୍ଥାପନ ହୋଇପାରିବ। ଏହି କାର୍ଯ୍ୟକ୍ରମ ଆୟୋଜିତ ହେବା ପୂର୍ବରୁ ପାକିସ୍ତାନ ସିନ୍ଧୁ ଉପତ୍ୟକା ସଭ୍ୟତାକୁ ନିଜର ବୋଲି ଦାବି କରିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୫ ଦେଶଙ୍କୁ ନିମନ୍ତ୍ରଣ କରିଛି ଭାରତ
ଭାରତ ନଭେମ୍ବର ୨୦-୨୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ୨୫ ଦେଶକୁ ନିମନ୍ତ୍ରଣ ପଠାଇଛି। ଏହା ମଧ୍ୟରୁ ପ୍ରାୟ ୧୫ ଦେଶ ଏପର୍ଯ୍ୟନ୍ତ ସେମାନଙ୍କର ଅଂଶଗ୍ରହଣ ନିଶ୍ଚିତ କରିଛନ୍ତି। ଯେଉଁଥିରେ ଚୀନ୍, ଇରାନ, ୟୁଏଇ, ସାଉଦି ଆରବ ଏବଂ ତୁର୍କୀୟେ ଆଦି ଅନ୍ତର୍ଭୂକ୍ତ ଅଛନ୍ତି। ପାକିସ୍ତାନକୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। ହେଲେ ଏପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହି ନିମନ୍ତ୍ରଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ ଗତ ବର୍ଷ ଅପରେସନ୍ ସିନ୍ଦୁର ପରେ ପ୍ରଥମ ଥର ପାଇଁ ଭାରତ, ପାକିସ୍ତାନକୁ ଏକ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଛି। ଅପରେସନ୍ ସିନ୍ଦୁର ପର ଠାରୁ, ଭାରତ-ପାକିସ୍ତାନ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ।

ଏହା ସହ ପଢନ୍ତୁ: ପୁଣି କାରନାମା ପାଇଁ ଲଜ୍ଜିତ ପାକିସ୍ତାନ; କରିବସିଲା ଏଭଳି କାମ

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି, ଗତ ବର୍ଷ ଚୀନ୍ ତିଆନଜିନ୍ ଠାରେ ଏସସିଓ ଶିଖର ସମ୍ମିଳନୀରେ (2025 SCO Summit) ଏକ ସଭ୍ୟତାଗତ ସଂଳାପ ମଞ୍ଚ ପ୍ରତିଷ୍ଠା ପ୍ରସ୍ତାବ ଦେଇଥିଲେ। ସମସ୍ତ ଦେଶ ଏହି ପ୍ରସ୍ତାବକୁ ସେତେବେଳେ ଗ୍ରହଣ କରିଥିଲେ। ଭାରତ ଏହାର ପ୍ରଥମ ମଞ୍ଚ ଆୟୋଜନ କରିବା ସମ୍ପର୍କରେ ଘୋଷଣା କରିଥିଲା। ଏହି କାର୍ଯ୍ୟକ୍ରମ ଦିଲ୍ଲୀର ପୁରୁଣା ଦୁର୍ଗରେ ଅନୁଷ୍ଠିତ ହେବ। ମନ୍ତ୍ରୀ କହିଛନ୍ତି ଯେ ପୁରୁଣା ଦୁର୍ଗ ଏହି ମଞ୍ଚ ପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ। ଏଠାରେ ଖନନ କାର୍ଯ୍ୟରୁ ପ୍ରାୟ ୧୨୦୦ ଖ୍ରୀଷ୍ଟପୂର୍ବ କିମ୍ବା ୩୨୦୦ ବର୍ଷ ପୂର୍ବର ବସତିର ପ୍ରମାଣ ମିଳିଛି। ଏଠାରେ ସାଂସ୍କୃତିକ ସ୍ତର ଆବିଷ୍କୃତ ହୋଇଛି ଯାହା ଭାରତର ପ୍ରାଚୀନ ସଭ୍ୟତାର କାହାଣୀ କହିଥାଏ।

କେଉଁ ପ୍ରସଙ୍ଗରେ ହେବ ଆଲୋଚନା?
ସଭ୍ୟତା ଏବଂ ସାଂସ୍କୃତିକ ଅଭିବ୍ୟକ୍ତି
କଳା ଏବଂ ସ୍ଥାପତ୍ୟ
ଭାଷା, ସାହିତ୍ୟ, ଲିପି ଏବଂ ପାଣ୍ଡୁଲିପି ପରମ୍ପରା
ମଠ ପଥ