PM Modi Era Records / ମୋଦି ସରକାରଙ୍କ ଶାସନ କାଳରେ ବିଜେପିର ସୁବର୍ଣ୍ଣ ଯୁଗ! ଦେଶର ସେହି ୯ ରାଜ୍ୟ ଯେଉଁଠି ପ୍ରଥମ ଥର ପାଇଁ ଫୁଟିଥିଲା ପଦ୍ମ
·1 hour ago·3 min read

Key Points
ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ ଭାରତୀୟ ରାଜନୀତିରେ ଏକ ପ୍ରମୁଖ ଘଟଣା। ମମତା ବାନାର୍ଜୀଙ୍କ ୧୫ ବର୍ଷର ଶାସନର ଅନ୍ତ ଘଟାଇ ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ନବମ ରାଜ୍ୟ ଯେଉଁଠାରେ ବିଜେପି ପ୍ରଥମ ଥର ଲାଗି ସରକାର ଗଠନ କରିଛି।
BJP Expansion After 2014 LS Polls: ୨୦୨୬ ମେ ୯ ତାରିଖ ଶନିବାର ପଶ୍ଚିମବଙ୍ଗରେ ଆନୁଷ୍ଠାନିକ ଭାବେ ଗଠିତ ହୋଇସାରିଛି ପଶ୍ଚିମବଙ୍ଗ ସରକାର। ଯାହାର ନେତୃତ୍ୱ ନେବେ ଦଳର ପୁରୁଖା ଚେହେରା ଶୁଭେନ୍ଦୁ ଅଧିକାରୀ। ଏହା ସହିତ ଗତ ୨୦୨୪ ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କାର୍ଯ୍ୟଭାର ଗ୍ରହଣ କରିାସାରିବା ପରେ ପଶ୍ଚିମବଙ୍ଗ ହେଉଛି ନବମ ରାଜ୍ୟ ଯେଉଁଠାରେ ବିଜେପି ପ୍ରଥମ ଥର ସରକାର ଗଠନ କରିଛି।
ଏହି ଯାତ୍ରା ୨୦୧୪ ଲୋକସଭା ନିର୍ବାଚନ ପର ଠାରୁ ଆରମ୍ଭ ହୋଇଥିଲା। ସେହିବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ହୋଇଥିବା ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭାରେ ବିପୁଳ ବାଜିମାତ କରିବା ସରକାର ଗଢିଥିଲା। ଏହା ପରେ ଆସାମ (୨୦୧୬), ଅରୁଣାଚଳ ପ୍ରଦେଶ (୨୦୧୬), ମଣିପୁର (୨୦୧୭), ତ୍ରିପୁରା (୧୦୧୮), ଓଡ଼ିଶା (୨୦୧୪), ବିହାର (୨୦୨୬) ଆଉ ବର୍ତ୍ତମାନ ପଶ୍ଚିମବଙ୍ଗ ବିଜେପି ସରକାରଙ୍କ ଦ୍ୱାରା ଶାସିତ ହେବାକୁ ଯାଉଛି। ହରିୟାଣାରେ ବିଜେପି ୨୦୧୪ରେ ପ୍ରଥମ ଥର ପାଇଁ ମନୋହର ଲାଲ ଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରି ନିଜର ସରକାର ଗଠନ କରିଥିଲା। ସେହିପରି ମହାରାଷ୍ଟ୍ରରେ ଦଳ ୨୦୧୪ ବିଧାନସଭା ନିର୍ବାଚନରେ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଥିଲା। ଏହା ପରେ ଦୀର୍ଘ ଦିନର ମେଣ୍ଟ ସହଯୋଗୀ ଶିବସେନା (ଅବିଭକ୍ତ) ସହିତ ସରକାର ଗଠନ କରିଥିଲା। ଦେବେନ୍ଦ୍ର ଫଡନାଭୀସ୍ ମହାରାଷ୍ଟ୍ରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଥିଲେ।
ବିଜେପି ୨୦୧୬ ଆସାମ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ ପୂର୍ବୋତ୍ତର ଭାରତରେ ଦଳର ମୂଳଦୂଆକୁ ମଜବୁତ କରିଥିଲା। ସେତେବେଳେ ଦଳ ସର୍ବାନନ୍ଦ ସୋନେୱାଲ୍ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେବେଠାରୁ ବିଜେପି ଆସାମରେ କ୍ଷମତା ବଜାୟ ରଖିଛି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଲଗାତାର ତୃତୀୟ ବିଜୟ ହାସଲ କରିଛି।
ଏହା ସହ ପଢନ୍ତୁ: କିପରି ପାଲଟିଲା ରାଜନୈତିକ ବ୍ରହାସ୍ତ୍ର? କେମିତି ଛୋଟ ପ୍ୟାକେଟ ଦେଖାଇଲା ବଡ଼ ଧମାକା?
ବିଜେପି ୨୦୧୬ରେ ଅରୁଣାଚଳ ପ୍ରଦେଶରେ ପ୍ରଥମ ସରକାର ଗଠନ କରିଥିଲା। ସେହି ବର୍ଷ ଜୁଲାଇରେ କଂଗ୍ରେସ ନେତା ପେମା ଖାଣ୍ଡୁ ଦୀର୍ଘ ଦିନ ଧରି ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ ସେପ୍ଟେମ୍ବରରେ ସେ ଏବଂ ଅଧିକାଂଶ କଂଗ୍ରେସ ବିଧାୟକ ଦଳ ଛାଡ଼ି ସହଯୋଗୀ, ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ (ପିପିଏ)ରେ ଯୋଗ ଦେଇଥିଲେ। ଏହାର କିଛି ମାସ ପରେ ୨୦୧୬ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ଖାଣ୍ଡୁ ୩୩ ଜଣ ବିଧାୟକଙ୍କ ସହିତ ବିଜେପି ହାତ ଧରିଥିଲେ। ଯାହା ଦଳକୁ ସ୍ପଷ୍ଟ ବହୁମତ ଦେଇଥିଲା। ରାଜ୍ୟରେ ପ୍ରଥମ ଥର ସ୍ଥିର ବିଜେପି ସରକାର ଗଠିତ ହୋଇଥିଲା।
ଗତ ୨୦୦୩ରେ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ଗେଗୋଙ୍ଗ୍ ଆପାଙ୍ଗଙ୍କ ନେତୃତ୍ୱରେ ଅରୁଣାଚଳ ପ୍ରଦେଶରେ ପ୍ରଥମ ଥର ପାଇଁ କିଛି ସମୟ ଧରି ସରକାର ଚଳାଇଥିଲା। ସେତେବେଳେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଆପାଙ୍ଗ ମାତ୍ର ୪୪ ଦିନ ପାଇଁ କ୍ଷମତାରେ ରହିଥିଲେ। ୨୦୧୭ ମଣିପୁର ବିଧାନସଭା ନିର୍ବାଚନରେ ବାଜିମାତ କରିବା ପରେ ବିଜେପି ରାଜ୍ୟରେ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି), ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ) ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳ ସହିତ ମିଶି ପ୍ରଥମ ଥର ଲାଗି ସରକାର ଗଠନ କରିଥିଲା। ସେତେବେଳେ ଏନ.ବୀରେନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଥିଲା।
ଗତ ୨୦୧୮ରେ ବିଜେପି ତ୍ରିପୁରାରେ ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ରହିଥିବା ବାମ ମୋର୍ଚ୍ଚାକୁ ପରାସ୍ତ କରିଥିଲା। ଦଳ ବିପ୍ଳବ କୁମାର ଦେବଙ୍କ ନେତୃତ୍ୱରେ ପ୍ରଥମ ସରକାର ଗଠନ କରିଥିଲା। ୨୦୨୪ ମସିହାରେ ଦଳ ପୂର୍ବ ଭାରତରେ ଆଉ ଏକ ବଡ଼ ସଫଳତା ହାସଲ କରିଥିଲା। ଯେତେବେଳେ ଓଡ଼ିଶାରେ ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡ଼ି ସରକାରକୁ ପରାସ୍ତ କରିଥିଲା। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନର ଅନ୍ତ ଘଟାଇ ମୋହନ ଚରଣ ମାଝି ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଏହା ସହ ପଢନ୍ତୁ: କଂଗ୍ରେସ ରେକର୍ଡ ଭାଙ୍ଗିଲା ବିଜେପି; ୨୧ ରାଜ୍ୟରେ ଶାସନ କରୁଛି ଏନଡ଼ିଏ ସରକାର
ବିହାରରେ ବିଜେପି ଦୀର୍ଘ ସମୟ ଧରି ନୀତିଶ କୁମାରଙ୍କ ନେତୃତ୍ୱରେ ଗଠିତ ମେଣ୍ଟ ସରକାରର ଅଂଶୀଦାର ରହିଥିଲା। ନୀତିଶ କୁମାର ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିହାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ସେ ଇସ୍ତଫା ଦେଇ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ଇସ୍ତଫା ପରେ ବିଜେପି ସମ୍ରାଟ ଚୌଧୁରୀଙ୍କୁ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲା। ପଶ୍ଚିମବଙ୍ଗରେ ନିକଟରେ ସମ୍ପନ୍ନ ହୋଇଥିବା ନିର୍ବାଚନରେ ବିଜୟ ସହିତ ବିଜେପି ଏପରି ଏକ ରାଜ୍ୟରେ ସରକାର ଗଠନ କରିଛି ଯାହା ଦୀର୍ଘ ସମୟ ଧରି ଦଳ ପାଇଁ ଏକ ରାଜନୈତିକ ଭାବରେ ଅପହଞ୍ଚ ବୋଲି ବିବେଚନା କରାଯାଉଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories