Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପ୍ରଧାନମନ୍ତ୍ରୀ ମୋଦିଙ୍କ ସେଚେଲ୍ସ ଗସ୍ତ ଆରମ୍ଭ ; ଅପେକ୍ଷାରେ ୧୯୪ ବର୍ଷର ବନ୍ଧୁ 'ଜୋନାଥନ'

National

Jonathan 194 year old tortoise / ପ୍ରଧାନମନ୍ତ୍ରୀ ମୋଦିଙ୍କ ସେଚେଲ୍ସ ଗସ୍ତ ଆରମ୍ଭ ; ଅପେକ୍ଷାରେ ୧୯୪ ବର୍ଷର ବନ୍ଧୁ 'ଜୋନାଥନ'

Subhramjit Ray
Browse all articles by Subhramjit Ray
·1 hour ago·2 min read
ପ୍ରଧାନମନ୍ତ୍ରୀ ମୋଦିଙ୍କ ସେଚେଲ୍ସ ଗସ୍ତ ଆରମ୍ଭ ; ଅପେକ୍ଷାରେ ୧୯୪ ବର୍ଷର ବନ୍ଧୁ 'ଜୋନାଥନ'
PM Modi Seychelles Tour

Key Points

ବୟସ ପାଇଁ ଚର୍ଚ୍ଚାରେ ରହିଛି ଜୋନାଥନ। ଏହାର ଦୀର୍ଘାୟୁ ହେବାର ରହସ୍ୟ ଜୀବ ବିଜ୍ଞାନୀଙ୍କ ପାଇଁ ଅଧ୍ୟୟନର ଏକ ଆକର୍ଷଣୀୟ ବିଷୟ ପାଲଟିଛି। ୧୯୪ ବର୍ଷ ବୟସରେ, ଜୋନାଥନ ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ସ୍ଥଳଚର ପ୍ରାଣୀର ମାନ୍ୟତା ପାଇଛି।
PM Modi Seychelles Tour 2026: ଶନିବାର ଠାରୁ ଆରମ୍ଭ ହୋଇସାରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେଚେଲ୍ସ ଗସ୍ତ। ଏହି ଗସ୍ତ ସମୟରେ ସେ ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ସ୍ଥଳଚର ପ୍ରାଣୀ "ଜୋନାଥନ" ସହ ତାଙ୍କର ଭେଟଘାଟ ହେବ। "ଜୋନାଥନ" ହେଉଛନ୍ତି ସେଚେଲ୍ସ ସ୍ଥିତ ଦେଶର ଜାତୀୟ ଉଦ୍ୟାନରେ ରହୁଥିବା ଏକ ବିଶାଳ କଇଁଛ। ଯାହାର ଜନ୍ମ ୧୮୩୨ ମସିହାରେ ହୋଇଥିବାର କୁହାଯାଏ। ଏବେ ଏହାର ବୟସ ପ୍ରାୟ ୧୯୪ ବର୍ଷ। ଗିନିଜ୍ ୱାର୍ଲ୍ଡ ରେକର୍ଡସ୍, "ଜୋନାଥନ" କୁ ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ସ୍ଥଳଚର ପ୍ରାଣୀ ଭାବରେ ମାନ୍ୟତା ପ୍ରଦାନ କରିଛି। ପ୍ରାୟ ଦୁଇ ଶତାବ୍ଦୀ ଧରି ଜୋନାଥନ ଅନେକ ଐତିହାସିକ ଘଟଣାର ସାକ୍ଷୀ ରହିଛି। ପିଢ଼ି ପରେ ପିଢ଼ି ସମୟ ଅତିକ୍ରାନ୍ତ ହେବାକୁ ଦେଖିବା ସହ, ବିଶ୍ୱରେ ହୋଇଥିବା ପ୍ରମୁଖ ପରିବର୍ତ୍ତନ ମଧ୍ୟ ଅନୁଭବ କରିଛି।

ପ୍ରଧାନମନ୍ତ୍ରୀ ମୋଦୀ ସେଚେଲ୍ସ ଜାତୀୟ ଉଦ୍ଭିଦ ଉଦ୍ୟାନ ମଧ୍ୟ ପରିଦର୍ଶନ କରିବେ, ଯେଉଁଠାରେ ସେ ଏକ ଗଛ ଲଗାଇବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ, ଭାରତ-ସେଚେଲ୍ସ ମଧ୍ୟରେ ରହିଥିବା କୂଟନୈତିକ ସମ୍ପର୍କକୁ ୫୦ ବର୍ଷ ପୂରଣ ହେବ ଅବସରରେ ଆୟୋଜିତ ହୋଇଛି। ସେଚେଲ୍ସ ଜାତୀୟ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ ଅତିଥି (Guest of Honour) ଭାବରେ ନିମନ୍ତ୍ରଣ କରାଯାଇଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସେଚେଲ୍ସ ରାଜନେତାଙ୍କ ସହିତ ଭାବ ବିନିମୟ କରିବେ।

ଏହା ସହ ପଢନ୍ତୁ: ସ୍ୱୀଡ଼େନ୍ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ନରୱେର ସର୍ବୋଚ୍ଚ ସମ୍ମାନ

ଦୃଷ୍ଟିଶକ୍ତି ହରାଇବା ସତ୍ତ୍ୱେ ସକ୍ରିୟ ରହିଛି ଜୋନାଥନ
ରିପୋର୍ଟ ଅନୁଯାୟୀ ୧୯୪ ବର୍ଷ ବୟସର ହେବା ସତ୍ତ୍ୱେ "ଜୋନାଥନ" ସ୍ୱାସ୍ଥ୍ୟ ଠିକ ରହିଛି। ଏହା କେବଳ ତାହାର ସ୍ୱାସ୍ଥ୍ୟବସ୍ଥା ବଜାୟ ରଖିବାରେ ସହାୟକ ହୋଇଥିବା ପଶୁଚିକିତ୍ସକଙ୍କ ଯୋଗୁଁ ସମ୍ଭବ ହୋଇଛି। ମୋତିଆବିନ୍ଦୁ ଯୋଗୁଁ ଦୃଷ୍ଟିଶକ୍ତି ଦୁର୍ବଳ ହେବ ଏବଂ ଆଘ୍ରଣ କରିବାର ଶକ୍ତି କମଜୋରଲ ହେବା ସତ୍ତ୍ୱେ, "ଜୋନାଥନ" ସମ୍ପୂର୍ଣ୍ଣ ସକ୍ରିୟ ରହିଛି। ଯିଏ ଦେଶର ମୁଖ୍ୟ ଆକର୍ଷଣ ମଧ୍ୟରୁ ଅନ୍ୟତମ।

ସେଚେଲ୍ସ ଜାତୀୟ ଉଦ୍ଭିଦ ଉଦ୍ୟାନ ପରିଦର୍ଶନ ପ୍ରଧାନମନ୍ତ୍ରୀଙ୍କ ସେଚେଲ୍ସ ଗସ୍ତର ଏକ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ। "ଜୋନାଥନ" ସହ ଭେଟଘାଟ ସହିତ, ସେ ପରିବେଶ ସୁରକ୍ଷା ଏବଂ ସ୍ଥାୟୀ ବିକାଶର ଗୁରୁତ୍ୱକୁ ଉଜାଗର କରିବା ପାଇଁ ଏକ ବୃକ୍ଷରୋପଣ ଉତ୍ସବରେ ମଧ୍ୟ ଅଂଶଗ୍ରହଣ କରିବେ। ବିଶ୍ୱର ସବଠାରୁ ବୟସ୍କ ଜୀବଜନ୍ତୁଙ୍କ ମଧ୍ୟରୁ ଜଣେ "ଜୋନାଥନ" କୁ ଭେଟିବା ପାଇଁ ସେଚେଲ୍ସ ଜାତୀୟ ଉଦ୍ଭିଦ ଉଦ୍ୟାନ ପରିଦର୍ଶନ ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ସ୍ମରଣୀୟ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ ହେବ।

ଏହା ସହ ପଢନ୍ତୁ: ସ୍ୱୀଡେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି; ମିଳିଲା ଦେଶର ସର୍ବୋଚ୍ଚ ସମ୍ମାନ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେଚେଲ୍ସ ଗସ୍ତର ଗୁରୁତ୍ୱ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଭାରତ ଏବଂ ସେଚେଲ୍ସ ମଧ୍ୟରେ କୂଟନୈତିକ ସମ୍ପର୍କର ସୁବର୍ଣ୍ଣ ଜୟନ୍ତୀ (୫୦ତମ ବାର୍ଷିକୀ) ପାଳନ ଅବସରରେ ଆୟୋଜିତ ହେଉଛି। ସେଚେଲ୍ସ ଜାତୀୟ ଦିବସ ସମାରୋହରେ ଯୋଗ ଦେବା ସମୟରେ, ପ୍ରଧାନମନ୍ତ୍ରୀ ରଣନୈତିକ, ଅର୍ଥନୈତିକ ଏବଂ ବିକାଶ ସମ୍ବନ୍ଧୀୟ କ୍ଷେତ୍ରରେ ସହଯୋଗ ଉପରେ ଅନେକ ଆଲୋଚନା କରିବାର ଆଶା କରାଯାଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored