Russian President Vladimir Putin / 'ମଧ୍ୟପ୍ରାଚ୍ୟ ସଙ୍କଟ ସତ୍ତ୍ୱେ ଭାରତକୁ ନିରନ୍ତର ଜାରି ରହିବ ଶକ୍ତି-ସାର ଯୋଗାଣ'
·1 hour ago·3 min read

Key Points
ରାଷ୍ଟ୍ରପତି ପୁତିନ କହିଛନ୍ତି "ଆମେ ଭାରତୀୟ କୃଷକ ଏବଂ କୃଷି କ୍ଷେତ୍ରର ଆବଶ୍ୟକତାକୁ ପୂର୍ଣ୍ଣ ଭାବରେ ପୂରଣ କରିବା ପାଇଁ ଯାହା ସମ୍ଭବ ତାହା କରୁଛୁ। ଏହି ଯୋଗାଣ ବୃଦ୍ଧି କରୁଛୁ ଏବଂ ଏହାକୁ ଆଗକୁ ଜାରି ରଖିବାକୁ ପ୍ରସ୍ତୁତ ରହିଛୁ।"
ପାରମ୍ପରିକ ସହଯୋଗୀ ଭାରତକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଭାରତକୁ ନିରନ୍ତର ଶକ୍ତି ଏବଂ ସାର ଯୋଗାଣ ପାଇଁ ଋଷୀୟ ରାଷ୍ଟ୍ରପତି ଆଶ୍ୱାସନା ଦେଇଛନ୍ତି। ଦୁଇ ଦିନିଆ ଗସ୍ତରେ ଆସିଥିବା ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିବା ପରେ ଋଷିଆ ରାଷ୍ଟ୍ରପତି ଏକଥା କହିଛନ୍ତି। ଋଷିଆ ଗସ୍ତ ଅବସରରେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ ମାଣ୍ଟୁରୋଭଙ୍କ ସହ ଭାରତ-ଋଷିଆ ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ (IRIGC-TEC) ଆଲୋଚନା ହୋଇଥିଲା।
ସେପ୍ଟେମ୍ବର ୧୨-୧୩ ତାରିଖରେ ଆୟୋଜିତ ହେଉଛି ବ୍ରିକ୍ସ(BRICS) ଦେଶର ନେତାଙ୍କ ଶିଖର ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଆସିପାରନ୍ତି ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍। ଏହି ବୈଠକରେ ଭାରତ-ଋଷିଆ ସେମାନଙ୍କର ଆର୍ଥିକ ସମ୍ପର୍କକୁ ଆହୁରି ଗଭୀର କରିବାକୁ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ବିସ୍ତାର କରିବା ନେଅ ଆଲୋଚନା କରିପାରନ୍ତି। ଜୟଶଙ୍କରଙ୍କ ସହ ତାଙ୍କ ବୈଠକରେ, ରାଷ୍ଟ୍ରପତି ପୁତିନ ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ସୃଷ୍ଟି ହୋଇଥିବା ବାଧା ମଧ୍ୟରେ ଭାରତକୁ ଶକ୍ତି ଏବଂ ସାରର ନିରନ୍ତର ଯୋଗାଣ ପାଇଁ ଆଶ୍ୱାସନା ଦେଇଛନ୍ତି।
ଋଷିଆ ସରକାରୀ ସମାଚାର ଏଜେନ୍ସି TASS ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ପୁତିନ କହିଛନ୍ତି, "ଆମେ ଭାରତୀୟ କୃଷକ ଏବଂ କୃଷି କ୍ଷେତ୍ରର ଆବଶ୍ୟକତାକୁ ପୂର୍ଣ୍ଣ ଭାବରେ ପୂରଣ କରିବା ପାଇଁ ଯାହା ସମ୍ଭବ ତାହା କରୁଛୁ। ଏହି ଯୋଗାଣ ବୃଦ୍ଧି କରୁଛୁ ଏବଂ ଏହାକୁ ଆଗକୁ ଜାରି ରଖିବାକୁ ପ୍ରସ୍ତୁତ ରହିଛୁ। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା, ଋଷିଆ ରାଷ୍ଟ୍ରପତିଙ୍କୁ ବ୍ୟକ୍ତିଗତ ଭାବରେ ଜଣାଇଥିଲେ। ରାଷ୍ଟ୍ରପତି ପୁତିନଙ୍କ ସହ ହୋଇଥିବା ବୈଠକରେ ଋଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ମଧ୍ୟ ଉପସ୍ଥିତ ରହିଥିଲେ।
ଏହା ସହ ପଢନ୍ତୁ: ପାଶ୍ଚାତ୍ୟ ଦେଶଙ୍କୁ ଚେତାବନୀ ଦେଲେ ପୁତିନ୍; ଭାରତକୁ ନେଇ କହିଲେ ଏକଥା
ଏହି ବୈଠକ ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ଯେ ଗତ ବର୍ଷ ସାମାନ୍ୟ ହ୍ରାସ ପାଇବା ପରେ ଚଳିତ ବର୍ଷ ଋଷିଆ-ଭାରତ ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଛି। "ମୁଁ ଖୁସି ଯେ ଆମର ବାଣିଜ୍ୟ ଚଳିତ ବର୍ଷ ବୃଦ୍ଧି ପାଇଛି। ଗତ ବର୍ଷ ଏହା ସାମାନ୍ୟ ହ୍ରାସ ପାଇଛି, ହେଲେ ଏହା ଚଳିତ ବର୍ଷ ବୃଦ୍ଧି ପାଇଛି। ଋଷିଆ ରାଷ୍ଟ୍ରପତି ଜୋର ଦେଇ କହିଛନ୍ତି ଯେ ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଗସ୍ତ ଦଶନ୍ଧି ଦଶନ୍ଧି ଧରି ଋଷିଆ-ଭାରତ ମଧ୍ୟରେ ନିର୍ମିତ ସମ୍ପର୍କର ସ୍ତରକୁ ଗୁରୁତ୍ୱାରୋପ କରିଛି। TASS ରିପୋର୍ଟ ଅନୁଯାୟୀ ଉଭୟ ଦେଶର ସରକାର, ସଂସଦ ଏବଂ ବ୍ୟବସାୟ ସ୍ତର ସମେତ ପ୍ରାୟ ସମସ୍ତ କ୍ଷେତ୍ରରେ ସହଯୋଗ ଜାରି ରହିଛି।
୨୭ତମ IRIGC-TEC ବୈଠକରେ ତାଙ୍କର ପ୍ରାରମ୍ଭିକ ବକ୍ତବ୍ୟରେ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ଭାରତ-ଋଷିଆ ମଧ୍ୟରେ ବାଣିଜ୍ୟ ୫ ବର୍ଷ ମଧ୍ୟରେ ୪ ଗୁଣ ବୃଦ୍ଧି ପାଇଛି। ଗତ ୨୦୨୧-୨୨ ବର୍ଷରେ ଏହାର ପରିମାଣ ପ୍ରାୟ ୧୩ ବିଲିୟନ ଡଲାର ରହିଥିଲା। ଯାହା ୨୦୨୫-୨୬ ବର୍ଷରେ ପ୍ରାୟ ୬୦ ବିଲିୟନ ଡଲାର ହୋଇଛି।
"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଏକ ବ୍ୟକ୍ତିଗତ ବାର୍ତ୍ତା ପ୍ରଦାନ କରାଯାଇଛି। ୨୭ ତମ IRIGC-TEC ଅନ୍ତର୍ଗତ ଅନୁଷ୍ଠିତ ଆଲୋଚନା ବିଷୟରେ ରାଷ୍ଟ୍ରପତି ପୁତିନଙ୍କୁ ଅବଗତ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଆମର ସହଯୋଗର ସମୀକ୍ଷା କରିଥିଲି। ଏହି ପ୍ରସଙ୍ଗରେ ତାଙ୍କ ମାର୍ଗଦର୍ଶନକୁ ସ୍ୱାଗତ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏକ ଏକ୍ସ ପୋଷ୍ଟ ସେୟାର କରି ଏକଥା କହିଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର।
ପୂର୍ବରୁ ସେଣ୍ଟ ପିଟର୍ସବର୍ଗ ଅନ୍ତର୍ଜାତୀୟ ଅର୍ଥନୈତିକ ଫୋରମ୍ (SPIEF) କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଭାରତ ସମର୍ଥନରେ ଖୋଲାଖୋଲି ଆସିଥିଲେ ଋଷିଆ ରାଷ୍ଟ୍ରପତି। ଏନେଇ ସେ କହିଥିଲେ ଯେ ଭାରତ ସର୍ବଦା ଏହାର ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେଇଆସିଛି। ଋଷିଆ ସହିତ ସମ୍ପର୍କକୁ ମଜବୁତ କରିବା ପାଇଁ ଆନ୍ତର୍ଜାତୀୟ ଚାପ ସତ୍ତ୍ୱେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ କେବେ ମୁଣ୍ଡ ନୂଆଁଇବ ନାହିଁ।
ଏହା ସହ ପଢନ୍ତୁ: ଭାରତକୁ ଜାରି ରହିବ ତୈଳ ଯୋଗାଣ: ଋଷିଆ
ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ପୁଣି ଥରେ ଖୋଲାଖୋଲି ଭାରତ ସମର୍ଥନରେ ଆସିଛନ୍ତି। ସେ ଅନ୍ତର୍ଜାତୀୟ ସ୍ତରରେ ଭାରତର ସାର୍ବଭୌମତ୍ୱ ଏବଂ ରଣନୈତିକ ସ୍ୱାୟତ୍ତତାକୁ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି। ରାଷ୍ଟ୍ରପତି ପୁତିନ୍ ପାଶ୍ଚାତ୍ୟ ଦେଶଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇ କହିଛନ୍ତି ଯେ ଯେଉଁମାନେ ଭାରତ ପ୍ରତି ନକାରାତ୍ମକ ଦୃଷ୍ଟି ପକାଉଚନ୍ତି ସେମାନଙ୍କୁ ଏହା ଭାରୀ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଭାରତ ବିରୋଧରେ କୌଣସି ପ୍ରତିବନ୍ଧକ ଲଗାଇବାର ଯେକୌଣସି ପ୍ରୟାସ ଓଲଟା ପ୍ରଭାବ ପକାଇବ। ଏପରିକି ଯେଉଁମାନେ ଏପରି କରିବେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡି଼ବ। ଭାରତ ଏକ ସାର୍ବଭୌମ ରାଷ୍ଟ୍ର ଯିଏ ଏହାର ଜାତୀୟ ସ୍ୱାର୍ଥ ଉପରେ ଆଧାରିତ ନିଷ୍ପତ୍ତି ନେଇଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories