|
logo
Live

Argus News - ମୂର୍ତ୍ତି ଫେରୁଥିବାରୁ ଦର୍ପଣଗଡବାସୀଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

National

ମୂର୍ତ୍ତି ଫେରୁଥିବାରୁ ଦର୍ପଣଗଡବାସୀଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
ମୂର୍ତ୍ତି ଫେରୁଥିବାରୁ ଦର୍ପଣଗଡବାସୀଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ଠାରେ ଆଜି କଷ୍ଟମ ବିଭାଗର ଅଧିକାରୀମାନେ ଓଡ଼ିଶା ପ୍ରଶାସନକୁ ଦୀର୍ଘ ଦିନ ପୂର୍ବେ ଲୁଟ ହୋଇଥିବା ଯାଜପୁର ଜିଲ୍ଲା ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲ୍ଲଭ ପ୍ରାଚୀନ ମୂର୍ତ୍ତିକୁ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ଏଏସଆଇ ଅଧିକାରୀ ଏବଂ ଦର୍ପଣଗଡର ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ ।   

ଅଧିକ ପଢନ୍ତୁ ଓଡ଼ିଶା ଖବର

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମା' କୋଟ୍ରାକ୍ଷୀ ଦର୍ପଣଗଡ଼ ଗ୍ରାମବାସୀଙ୍କ ଆସ୍ଥା, ଐତିହ୍ୟ ଏବଂ ବିଶ୍ୱାସର ପ୍ରତୀକ । ମା’ଙ୍କ ଆଶୀର୍ବାଦ କାରଣରୁ ମା’ କୋଟ୍ରାକ୍ଷୀଙ୍କ ପ୍ରାୟ ନବମ ଓ ଦଶମ ଶତାବ୍ଦୀର ପ୍ରାଚୀନ  ଦୁର୍ଲ୍ଲଭ ମୂର୍ତ୍ତି ଓଡ଼ିଶା ଫେରୁଛି । ଖୁବ ଶୀଘ୍ର ଏହି ନିର୍ଦ୍ଧାରିତ ମୂର୍ତ୍ତିଟି କୋଟ୍ରାକ୍ଷୀ ମନ୍ଦିରରେ ପୁନଃପ୍ରତିଷ୍ଠା ହେବ । ଆଜି ସମଗ୍ର ଓଡ଼ିଶା, ଯାଜପୁର ବିଶେଷତଃ ଦର୍ପଣଗଡବାସୀଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ । ମା’ଙ୍କ ଆଶୀର୍ବାଦ କାରଣରୁ ଏହା ସମ୍ଭବ ହୋଇପାରିଲା । ଗ୍ରାମବାସୀଙ୍କର ଭାବାବେଗକୁ ସମ୍ମାନ ଦେଇ ସେମାନଙ୍କର ଥିବା ଦୀର୍ଘ ଦିନର ଆକାଂକ୍ଷା ଓ ଅପେକ୍ଷାକୁ ପୂରଣ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତରମଣ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କିଷାନ ରେଡ୍ଡୀ, ସହଯୋଗୀ ହୋଇଥିବା କଷ୍ଟମ ବିଭାଗ, ଏଏସଆଇ ଏବଂ ଓଡ଼ିଶା ପୋଲିସକୁ ଧନ୍ୟବାଦ ଜଣାଇବା ଦର୍ପଣଗଡବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଏୟାର କାର୍ଗୋର କଷ୍ଟମ ବିଭାଗ ପାଖରେ ପଡି ରହିଥିବା ଏହି ଦୁର୍ଲ୍ଳଭ ମୂର୍ତ୍ତିକୁ ଫେରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚିଠି ଲେଖି ଅନୁରୋଧ କରିଥିଲେ । ସେ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଗତ ବର୍ଷ ଦିଲ୍ଲୀ ବିମାନବନ୍ଦରରେ ଏକ ଅଷ୍ଟଧାତୁ ପ୍ରତିମା ଚୋରା ଚାଲାଣ ବେଳେ ଦିଲ୍ଲୀ ବିମାନବନ୍ଦରରେ ଠାବ ହୋଇଥିଲା । ପରେ ଏହାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ(ଏଏସଆଇ)କୁ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷା ନିରୀକ୍ଷା କରିବା ପରି ଉକ୍ତ ପ୍ରତିମା’ଟି ଯାଜପୁର ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ କୋଟ୍ରାକ୍ଷୀଙ୍କ ବୋଲି ଏଏସଆଇ ଜାଣିବାକୁ ପାଇଥିଲା । ଉକ୍ତ ପ୍ରତିମାଟି ନୂଆଦିଲ୍ଲୀ ଏୟାର କାର୍ଗୋର କଷ୍ଟମ କମିଶନରଙ୍କ କାର୍ଯ୍ୟାଳୟ ଜବତ କରି ନିଜ ହେପାଜତରେ ରଖିଥବା ଜଣାପଡିଥିଲା ।

 ପ୍ରକୃତରେ ଉକ୍ତ ଦୁର୍ଲ୍ଳଭ ମୂର୍ତ୍ତିଟି ଗତ ଜାନୁଆରୀ ୧୧, ୨୦୨୧ରେ ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିଲା ଏବଂ ତା’ ପରଦିନ ସକାଳେ ବଡଚଣା ଥାନାରେ ଏଥିନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ମୂର୍ତ୍ତି ଫେରାଇବା ପାଇଁ ଅନେକ ଆନ୍ଦୋଳନ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସତ୍ତ୍ୱେ ପୋଲିସ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବାରେ ବିଫଳ ହେବା ପରେ ଗ୍ରାମବାସୀମାନେ ଘଟଣାର ସାତ ମାସ ପରେ ମାଆଙ୍କ ଆଉ ଏକ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରିଥିଲେ ।  

ମୂଳ ମୂର୍ତ୍ତିର ସାମ୍ପ୍ରତିକ ଇତିହାସ ଏବଂ ଏହାର ପରିଚୟ ପ୍ରକାଶ ପାଇବା ପରେ ଗ୍ରାମବାସୀମାନେ ନିଜର ଅଧିଷ୍ଠାତ୍ରୀ ଦେବୀଙ୍କ ଫେରିବା ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେଣୁ ଉକ୍ତ ମୂର୍ତ୍ତିକୁ ଓଡ଼ିଶାକୁ ତୁରନ୍ତ ଫେରାଇ ଆଣିବା ପାଇଁ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ଅର୍ଥ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହାର ଏହାର ପତ୍ୟୁତ୍ତରରେ ଅର୍ଥମନ୍ତ୍ରୀ ସୀତାରମଣ ଦିଲ୍ଲୀ କୋଷ୍ଟମକୁ ପ୍ରଟୋକୋଲ ଅନୁସାରେ ଓଡ଼ିଶା ପୋଲିସକୁ ମୂର୍ତ୍ତି ଫେରାଇବା ପାଇଁ ସୁପାରିଶ କରାଯାଇଥିବା ଜଣାଇଥିଲେ । ଆଜି ବିଧିବଦ୍ଧ ଭାବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ କଷ୍ଟମ ବିଭାଗ ଓଡ଼ିଶା ପୋଲିସକୁ ମୂର୍ତ୍ତି ଫେରାଇବା ନେଇ ଖୁସି ପ୍ରକାଶ କରିଛନ୍ତି ।

Sponsored
ମୂର୍ତ୍ତି ଫେରୁଥିବାରୁ ଦର୍ପଣଗଡବାସୀଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ | Argus News