Difference Between Gas / କେତେ ପ୍ରକାରର ହୋଇଥାଏ ଗ୍ୟାସ୍? କ'ଣ ରହିଛି ଏହା ମଧ୍ୟରେ ପାର୍ଥକ୍ୟ?
·6 months ago·3 min read

Key Points
ବିଭିନ୍ନ ଗ୍ୟାସ ମଧ୍ୟରେ ରହିଥିବା ସବୁଠାରୁ ବଡ଼ ପାର୍ଥକ୍ୟ ହେଉଛି ଏହାର ଘନତ୍ୱ ଏବଂ ଚାପ।
LPG vs CNG vs PNG vs LNG: ମଧ୍ୟ ପ୍ରାଚ୍ୟ ସଂକଟ କାରଣରୁ ଦୋହଲିବାରେ ଲାଗିଛି ବୈଶ୍ୱିକ ଶକ୍ତି ବଜାର।। ହର୍ମୁଜ୍ ପ୍ରଣାଳୀ ଇରାନ୍ ଦ୍ୱାରା ଅବରୋଧିତ ହେବା ପରେ ପ୍ରାକୃତିକ ଗ୍ୟାସ୍ ଏବଂ ତୈଳ ଦର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ଭାରତ ଏହାର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଉପସଗାରୀୟ ଦେଶଙ୍କ ଉପରେ ନିର୍ଭରଶୀଳ। ବର୍ତ୍ତମାନ ସେଠାରେ ଘଟୁଥିବା ପ୍ରତ୍ୟେକ ଘଟଣାକ୍ରମର ପ୍ରଭାବ ଭାରତୀୟ ବଜାରରେ ଅନୁଭୂତ ହେଉଛି।
ଏବେ ଦେଶର କୋଣ ଅନୁକୋଣରେ ଗ୍ୟାସ୍ ଦରକୁ ଚର୍ଚ୍ଚା ଆଲୋଚନା ଜାରି ରହିଛି। ଦୈନନ୍ଦିନ ଜୀବନରେ ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ପାଇଁ ଯେଉଁ ଗ୍ୟାସ୍ ବ୍ୟବହାର ହେଉଥାଏ ତାହା ଏଲପିଜି (LPG), ସିଏନଜି (CNG), ପିଏନଜି (PNG), ଏଲଏନଜି (LNG) ନାମରେ ପରିଚିତ। ହେଲେ ବୈଷୟିକ ଦୃଷ୍ଟିକୋଣରୁ ଏହା କେତେ ଭିନ୍ନ? ବିଭିନ୍ନ ଗ୍ୟାସ୍ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ?
ଏଲପିଜି (LPG)
ଏଲପିଜି ଅର୍ଥାତ୍ ତରଳୀକୃତ ପେଟ୍ରୋଲିୟମ୍ ଗ୍ୟାସ୍ (Liquefied Petroleum Gas)। ଯିଏ କୋଟି କୋଟି ଭାରତୀୟଙ୍କ ଘରର ଚୁଲିକୁ ଶକ୍ତି ପ୍ରଦାନ କରୁଥିବା ଇନ୍ଧନ। ଏହା ମୁଖ୍ୟତଃ ପ୍ରୋପେନ୍ ଏବଂ ବ୍ୟୁଟେନ୍ ଭଳି ହାଇଡ୍ରୋକାର୍ବନ ଗ୍ୟାସ୍ ର ମିଶ୍ରଣ ହୋଇଥାଏ। ତୈଳ ବିଶୋଧନାଗାରରେ ଅଶୋଧିତ ତେଲ ବିଶୋଧିତ କରାଯିବା ପରେ ଏକ ଉତ୍ପାଦ ରୂପେ ଏଲପିଜି ଗ୍ୟାସ୍ ମିଳିଥାଏ। ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ ହେଉଛି ଏହାକୁ ଉଚ୍ଚ ଚାପ ଦ୍ୱାରା ତରଳ ପଦାର୍ଥ ରୂପରେ ରୂପାନ୍ତରିତ କରିହେବ, ଯାହା ଦ୍ୱାରା ଛୋଟ ଏବଂ ବଡ଼ ସିଲିଣ୍ଡର ଭରିବା ଏବଂ ଦୂରଦୂରାନ୍ତ ଅଞ୍ଚଳକୁ ପରିବହନ କରିବା ସହଜ ହୋଇଥାଏ।
ପଢନ୍ତୁ ଏହି ଖବର: ଗ୍ୟାସ୍ ବୁକିଂ ଭିତରେ ଏମିତି ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି ସାଇବର ଲୁଟେରା
ପିଏନଜି (PNG)
ପିଏନଜି ଯାହାର ଅର୍ଥ ହେଉଛି ପାଇପ୍ ଦ୍ୱାରା ଆସୁଥିବା ପ୍ରାକୃତିକ ଗ୍ୟାସ (Piped Natural Gas)। ଏହାର ନାମରୁ ଜଣାପଡୁଛି ଯେ ଏହି ଗ୍ୟାସ ସିଧାସଳଖ ପାଇପ୍ ମାଧ୍ୟମରେ ଗ୍ରାହକଙ୍କ ଘର କିମ୍ବା କାରଖାନାରେ ପହଞ୍ଚିଥାଏ। ବଡ଼ ବଡ଼ ସହରରେ ଏବେ ସିଲିଣ୍ଡର ବଦଳରେ ପିଏନଜି ବହୁଳ ମାତ୍ରାରେ ବ୍ୟବହୃତ ହେଉଛି। ଏଥିରେ ମିଥେନ ପରିମାଣ ଅଧିକ ରହୁଥିବା ବେଳେ ଏହା ବାୟୁ ଅପେକ୍ଷା ହାଲୁକା ହୋଇଥାଏ। ପିଏନଜି ସହ ଜଡ଼ିତ ସବୁଠାରୁ ବଡ଼ ସୁବିଧା ହେଉଛି ଆପଣଙ୍କୁ ଗ୍ୟାସ୍ ସିଲିଣ୍ଡର ବୁକ୍ କରିବା କିମ୍ବା ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡି଼ବ ନାହିଁ। ଯାହା ଆପଣଙ୍କ ଘରେ ଲଗାଯାଇଥିବା ବିଦ୍ୟୁତ ମିଟର ଭଳି କାମ କରିଥାଏ। ଏହାର ବିଲ୍ ଠିକ ଇଲେକ୍ଟ୍ରି ବିଲ୍ ପରି ଆସିଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସିଏନଜି (CNG)
ସିଏନଜି ଅର୍ଥାତ୍ ସଙ୍କୁଚିତ ପ୍ରାକୃତିକ ଗ୍ୟାସ (Compressed Natural Gas)। ସିଏନଜି ଗ୍ୟାସ ଏବେ ଯାନବାହନ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଏହା ଅତ୍ୟନ୍ତ ଉଚ୍ଚ ଚାପରେ ସଙ୍କୁଚିତ ହୋଇଥିବା ପ୍ରାକୃତିକ ଗ୍ୟାସ୍ ର ଏକ ରୂପ। ସିଏନଜି କେବଳ ଯେ ପେଟ୍ରୋଲ କିମ୍ବା ଡିଜେଲ ଅପେକ୍ଷା ଶସ୍ତା ତାହା ନୁହେଁ ବରଂ ଏହା କାର୍ବନ ନିର୍ଗମନକୁ ମଧ୍ୟ ହ୍ରାସ କରିଥାଏ। ସେଥିପାଇଁ ଏହାକୁ "ସ୍ୱଚ୍ଛ ଇନ୍ଧନ" (Clean Fuel) କୁହାଯାଏ। ଏହି ଗ୍ୟାସ୍ ବାୟୁ ଅପେକ୍ଷା ହାଲୁକା ହୋଇଥିବା ଏହା ଲିକ୍ ହେଲେ ଖୁବ୍ ଶୀଘ୍ର ବ୍ୟାପିଯାଏ। ଅନ୍ୟ ଇନ୍ଧନ ଅପେକ୍ଷା ଏଥିରେ ନିଆଁ ଲାଗିବାର ଆଶଙ୍କା କମ୍।
ଏଲଏନଜି (LNG)
ଏଲଏନଜି ଅର୍ଥାତ୍ ତରଳୀକୃତ ପ୍ରାକୃତିକ ଗ୍ୟାସ (Liquefied Natural Gas)। ଏଲଏନଜି ଗ୍ୟାସ୍ ର ସେହି ରୂପ ଯାହାକୁ ଦୂରଗାମୀ ପରିବହନ ପାଇଁ ବ୍ୟବହାର କରାଯାଏ। ଏହି ପ୍ରାକୃତିକ ଗ୍ୟାସ୍ କୁ -୧୬୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥଣ୍ଡା କରିବା ଏହା ତରଳ ଅବସ୍ଥାକୁ ରୂପାନ୍ତରିତ ହୋଇଯାଏ। ତରଳ ରୂପରେ ଏହାର ଆୟତନ ୬୦୦ ଗୁଣ ହ୍ରାସ ପାଏ। ଯାହା ଫଳରେ ବଡ଼ ଟ୍ୟାଙ୍କର ମାଧ୍ୟମରେ ଏହାକୁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପରିବହନ କରିବା ସମ୍ଭବ ହୋଇଥାଏ। ଯେତେବେଳେ ଏହି ଗ୍ୟାସ୍ ଏହାର ଗନ୍ତବ୍ୟସ୍ଥଳରେ ପହଞ୍ଚିଥାଏ, ସେତେବେଳେ ଏଲଏନଜି ପୁନର୍ବାର ଗ୍ୟାସ୍ ରେ ପରିଣତ ହୋଇଥାଏ। ପରେ ଏହାକୁ ପାଇପ ଲାଇନ କିମ୍ବା କଳ କାରଖାନାକୁ ପଠାଯାଏ।
ସଂରକ୍ଷଣ ଏବଂ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଗ୍ୟାସ୍ ମଧ୍ୟରେ ରହିଥିବା ପ୍ରମୁଖ ପାର୍ଥକ୍ୟ
ବିଭିନ୍ନ ଗ୍ୟାସ ମଧ୍ୟରେ ରହିଥିବା ସବୁଠାରୁ ବଡ଼ ପାର୍ଥକ୍ୟ ହେଉଛି ଏହାର ଘନତ୍ୱ ଏବଂ ଚାପ। ଏନପିଜି ବାୟୁ ଅପେକ୍ଷା ଅଧିକ ଭାରୀ ହୋଇଥାଏ। ଯଦି ଏଲପିଜି ଗ୍ୟାସ୍ ଲିକ୍ ହୁଏ, ତାହେଲେ ଏହା ଆଖପାଖରେ ବ୍ୟାପିଯାଏ। ଯାହା ବିପଜ୍ଜନକ ହୋଇପାରେ। ଏହି କାରଣରୁ ଏଥିରେ ମରକେପ୍ଟନ୍ ନାମକ ଏକ ସୁଗନ୍ଧ ଯୋଡା ଯାଇଥାଏ। ଅନ୍ୟପକ୍ଷରେ ସିଏନଜି କିମ୍ବା ପିଏନଜି ବାୟୁ ଅପେକ୍ଷା ହାଲୁକା ହୋଇଥାଏ। ଯାହା ଲିକ୍ ହେଲେ ସିଧାସଳଖ ଉପରକୁ ଉଡ଼ିଯାଏ। ବିତରଣ ଦୃଷ୍ଟିକୋଣରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦ୍ୱାରା ସଂରକ୍ଷିତ ହୋଇଥାଏ। ଯେତେବେଳେ ପିଏନଜି ଏବଂ ସିଏନଜି ସମ୍ପୂର୍ଣ୍ଣ ଭାବରେ ଭିତ୍ତିଭୂମି ଏବଂ ପାଇପଲାଇନ ନେଟୱାର୍କ ଉପରେ ନିର୍ଭରଶୀଳ।
ପଢନ୍ତୁ ଏହି ଖବର: ଏଲପିଜି ସଂକଟ ବେଳେ ଯାତ୍ରୀଙ୍କ ପାଇଁ ରେଳବାଇର ବଡ଼ ନିଷ୍ପତ୍ତି

Related Topics
Explore more stories