Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାସ୍ତାରେ ନମାଜ ପଢିବାକୁ ନେଇ ମୁଖ୍ୟମନ୍ତ୍ରୀ ଦେଲେ ଚେତାବନୀ; କହିଲେ...

Politics

UP CM Yogi on Namaz / ରାସ୍ତାରେ ନମାଜ ପଢିବାକୁ ନେଇ ମୁଖ୍ୟମନ୍ତ୍ରୀ ଦେଲେ ଚେତାବନୀ; କହିଲେ...

Subhramjit Ray
Browse all articles by Subhramjit Ray
·1 day ago·3 min read
ରାସ୍ତାରେ ନମାଜ ପଢିବାକୁ ନେଇ ମୁଖ୍ୟମନ୍ତ୍ରୀ ଦେଲେ ଚେତାବନୀ; କହିଲେ...
UP CM Yogi on Namaz

Key Points

ରାସ୍ତାରେ ନମାଜ ପଢିବାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଠୋର ଚେତାବନୀ ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର ଏବେ କୌଣସି ଧାର୍ମିକ କିମ୍ବା ସାମାଜିକ କାର୍ଯ୍ୟକଳାପ ଯୋଗୁଁ ହେଉଥିବା ଟ୍ରାଫିକ୍ ଜାମ୍ ସମ୍ପର୍କରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି।
CM Yogi Adityanath Warns Namazi: ରାସ୍ତା ଉପରେ ନମାଜ ପଢିବାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସର୍ବସାଧାରଣ ରାସ୍ତାରେ ନମାଜ ପଢୁଥିବା ଲୋକଙ୍କୁ ଖୋଲା ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ରାସ୍ତା ଯିବା ଆସିବା କିମ୍ବା ଚଲା ବୁଲା କରିବା ପାଇଁ ହୋଇଛି ପ୍ରଦର୍ଶନ ପାଇଁ ନୁହେଁ। ଯେଉଁ ଲୋକ ନିୟମ ଉଲ୍ଲଂଘନ କରି ରାସ୍ତାରେ ନମାଜ ପଢିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ରାସ୍ତାରେ ନମାଜ ପଢୁଥିବା ଲୋକଙ୍କୁ ପ୍ରଥମେ ଭଲ ଭାବରେ ବୁଝାଇ ଦିଆଯିବ ଯେ ସେମାନେ ଏହି କାମ ସର୍ବସାଧାରଣରେ କରନ୍ତୁ ନାହିଁ। ଯଦି ସେମାନେ ଏକଥାକୁ ମାନନ୍ତି ନାହିଁ ତାହେଲେ ସରକାର ଅନ୍ୟ ପଦ୍ଧତି ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ନମାଜ ପଢିବା ପାଇଁ ସ୍ଥାନ ସୀମିତ ରହିଛି, ତାହେଲେ ପାଳି କରି ନମାଜ ପଢାଯାଉ। ଆଇନ କାନୁନ୍ ସମସ୍ତଙ୍କ ପାଇଁ ସମାନ। ଏବେ ସରକାର ସାଧାରଣ ରାସ୍ତାରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି।

ଏହା ସହ ପଢନ୍ତୁ: ମହିଳା ସଂରକ୍ଷଣକୁ ନେଇ ସପାକୁ ଘେରିଲେ ମୁଖ୍ୟମନ୍ତ୍ରୀ ଯୋଗୀ; କହିଲେ...

ଭଲରେ ମାନିଗଲେ ଠିକ୍ ନହେଲେ...
ମୁଖ୍ୟମନ୍ତ୍ରୀ ଯୋଗୀ ସ୍ପଷ୍ଟ ଭାବରେ କରିଥିଲେ ଯେ ସରକାର ପ୍ରଥମେ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିବେ। ହେଲେ ଯଦି କେହି ଆଇନର ଭାଷା ବୁଝି ନପାରନ୍ତି, ତାହେଲେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ସେମାନେ ପ୍ରେମର ସହ ସହମତ ହୁଅନ୍ତି, ତେବେ ଠିକ୍ ଅଛି, ନଚେତ୍ ଆମେ ଅନ୍ୟ ପଦ୍ଧତି ଆପଣଇବୁ। ମୁଖ୍ୟମନ୍ତ୍ରୀ ଯୋଗୀ ଏକଥା ମଧ୍ୟ କହିଛନ୍ତି ଯେ ଯେତେବେଳେ ତାଙ୍କୁ ପଚରା ଯାଏ କ'ଣ କେହି ଉତ୍ତର ପ୍ରଦେଶର ରାସ୍ତାରେ ନମାଜ ପଢୁ ନାହାଁନ୍ତି କି? ତାହେଲେ ଏହାର ଉତ୍ତର ହେଉଛି ନାଁ। କାରଣ ସର୍ବାସାଧାରଣ ରାସ୍ତାର ଜନସାଧାରଣଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ସର୍ବସାଧାରଣ ରାସ୍ତାରେ ବାଧା ସୃଷ୍ଟି କରିବାର କୌଣସି ଆଇନଗତ ଅଧିକାର କାହା ପାଖରେ ନାହିଁ।

ଯଦି ଲୋକ ସଂଖ୍ୟା ଅଧିକ ତାହେଲେ ପାଳି କରି ପଢନ୍ତୁ ନମାଜ
ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି କହିଛନ୍ତି ଯେ କିଛି ଲୋକଙ୍କ ଯୁକ୍ତି ରହିଥିଲା ଯେ ସେମାନଙ୍କ ପାଖରେ ସୀମିତ ସ୍ଥାନ ରହିଛି ଏବଂ ନମାଜ ପଢୁଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି। ମୁ୍ଖ୍ୟମନ୍ତ୍ରୀ ଏହା ଉପରେ ଜବାବ ଦେଇ ଏହାର ଏକ ବ୍ୟବହାରିକ ସମାଧାନ ଦେଇଥିଲେ। ଏନେଇ ସେ କହିଥିଲେ ଯେ ଯଦି ସ୍ଥାନର ଅଭାବ ରହିଛି, ତାହେଲେ ନମାଜ ପଢୁଥିବା ଲୋକେ ଘରେ କିମ୍ବା ପାଳି କରି ଏହି କାମ କରିପାରିବେ। ସେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ ଯଦି ଆପଣଙ୍କ ଘରେ ସ୍ଥାନ ନାହିଁ, ତାହେଲେ ଜନସଂଖ୍ୟା ନିୟନ୍ତ୍ରଣ କରନ୍ତୁ। ସ୍ଥାନ ଅଭାବ ବାହାନାରେ କାହାକୁ ମଧ୍ୟ ସାର୍ବଜନୀନ ସମ୍ପତ୍ତି କିମ୍ବା ରାସ୍ତା ଅବରୋଧ କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ।

ଏହା ସହ ପଢନ୍ତୁ: ପୂରଣ ହେଲା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସ୍ୱପ୍ନର ପ୍ରକଳ୍ପ; କ'ଣ ରହିଛି ଏହାର ବିଶେଷତ୍ୱ

ସାର୍ବଜନୀନ ରାସ୍ତାରେ ଅରାଜକତା ବରଦାସ୍ତ କରିବେ ନାହିଁ ସରକାର
ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ଉତ୍ତର ପ୍ରଦେଶ ସରକାର ଏବେ କୌଣସି ଧାର୍ମିକ କିମ୍ବା ସାମାଜିକ କାର୍ଯ୍ୟକଳାପ ଯୋଗୁଁ ହେଉଥିବା ଟ୍ରାଫିକ୍ ଜାମ୍ ସମ୍ପର୍କରେ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଖୋଲାଖୋଲି କହିଛନ୍ତି ଯେ ଏପରି କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଠିକ୍ ନୁହେଁ ଯେଉଁଥିପାଇଁ ସାଧାରଣ ଲୋକ ଅସୁବିଧା ଭୋଗିବେ। ଯେଉଁମାନଙ୍କର ଧାର୍ମିକ ସ୍ଥଳ ରହିଛି ସେମାନେ ସେଠାରେ ପ୍ରାର୍ଥନା କରିବା ଆବଶ୍ୟକ। ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ଏକ ପ୍ରମୁଖ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No Namaz on Roads: CM Yogi Adityanath Issues Stern Warning | Argus News