UP CM Yogi Latest Order / ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ସମର୍ଥନ ଜଣାଇଲେ ଉଲେମା; କହିଲେ...
·1 hour ago·3 min read

Key Points
ଉତ୍ତର ପ୍ରଦେଶରେ ବକ୍ରି ଇଦ୍ ଅବସରରେ ସର୍ବସାଧାରଣ ରାସ୍ତାରେ ନମାଜ ପଢିଯିବ ନାହିଁ। ବରଂ କେବଳ ମସଜିଦ ଏବଂ ଈଦଗାହ ପରିସରରେ ନମାଜ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ନିର୍ଦ୍ଦେଶକୁ ମୁସଲିମ ଧର୍ମଗୁରୁ ସମର୍ଥନ କରିଛନ୍ତି।
CM Yogi Ban Order on Namaz in Public Place: ସାର୍ବଜନୀନ ସ୍ଥାନରେ ନମାଜ ପଢିବାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ବୟାନ ଏବେ ଚର୍ଚ୍ଚାରେ ରହିଛି। ଆସନ୍ତା ଗୁରୁବାର (ମେ ୨୮) ବକ୍ରି ଇଦ୍ ପାଳନ ପୂର୍ବରୁ ମୁସଲିମ ଧର୍ମଗୁରୁ (ଉଲେମା) ସର୍ବସାଧାରଣ ସ୍ଥାନରେ ନମାଜ ପଢିବାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ଆଦେଶ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେମାନେ କହିଛନ୍ତି ଯେ ଆଗାମୀ ଈଦ୍ ଅଲ୍-ଆଧା (ବକ୍ରି ଇଦ୍) ଅବସରରେ ନମାଜ ପ୍ରତିବର୍ଷ ପରି ମସଜିଦ ଏବଂ ଈଦଗାହ ପରିସରରେ ପଢାଯିବ। ଏନେଇ ମୁସଲିମ୍ ଧର୍ମଗୁରୁ କହିଛନ୍ତି ଯେ ଅଧିକ ଭିଡ଼ ହେଲେ ପାଳି କରି ନମାଜ ପଢାଯିବ।
ସଦ୍ୟ ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମସଜିଦ ଭିତରେ ନମାଜ ପଢାଯିବା ଆବଶ୍ୟକ। ସାର୍ବଜନୀନ ସ୍ଥାନ କିମ୍ବା କୌଣସି ସର୍ବସାଧାରଣ ରାସ୍ତାରେ ନମାଜ ପଢିବା ପାଇଁ ଅନୁମତି ଦିଆଯିବ ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ପ୍ରସ୍ତାବ ଦେଇଥିଲା ଯେ , "ଯଦି ଆପଣଙ୍କ ପାଇଁ ନମାଜ ପଢିବା ଜରୁରୀ, ତାହେଲେ ଆପଣ ପାଳି କରି ନମାଜ ପଢନ୍ତୁ। ଆମେ ଆପଣଙ୍କୁ ନମାଜ ପଢିବାରୁ ଅଟକାଇବୁ ନାହିଁ। ହେଲେ କୌଣସି ରାସ୍ତାରେ ନମାଜ ପଢିବା ପାଇଁ ଅନୁମତି ଦିଆଯିବ ନାହିଁ।
ଏହା ସହ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଲେ ପୂର୍ବତନ ଡିଜି; ରମଜାନ-ନମାଜ ସମ୍ପର୍କରେ କହିଲେ ଏକଥା
"ମୁସଲମାନ ସର୍ବଦା ଆଇନ ଶୃଙ୍ଖଳା ପାଳନ କରିଛନ୍ତି"
"ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ଼" (AIMPLB) ସହିତ ଜଡିତ ମୌଲାନା ଖାଲିଦ ରସିଦ ଫିରଙ୍ଗୀ ମାହାଲି କହିଛନ୍ତି ଯେ ବକ୍ରି ଇଦ୍ ପାଇଁ ମସଜିଦ ଏବଂ ଈଦଗାହ ଠାରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ସେ ଆହୁରି କହିଛନ୍ତି ଯେ ଯଦି ଆବଶ୍ୟକ ହୁଏ, ତାହେଲେ ବିଭିନ୍ନ ଇମାମଙ୍କ ନେତୃତ୍ୱରେ ଅନେକ ପାଳିରେ ନମାଜ ପଢିବା ପାଇଁ ବ୍ୟବସ୍ଥା କରାଯିବ।
ମୌଲାନା ମାହାଲି ଜୋର ଦେଇ କହିଛନ୍ତି, "ମୁସଲମାନ ବର୍ଷ ବର୍ଷ ଧରି ସେମାନଙ୍କ ଧାର୍ମିକ ପରିସରରେ ନମାଜ ପଢି ଆସୁଛନ୍ତି। ନମାଜ କେବଳ ପୂଜା ଶିଖାଏ ନାହିଁ ବରଂ ଶୃଙ୍ଖଳା ମଧ୍ୟ ଶିଖାଏ। ରାସ୍ତାରେ ନମାଜ ନପଢି, ମୁସଲମାନ ସର୍ବଦା ଆଇନ ଶୃଙ୍ଖଳାକୁ ସମ୍ମାନ ଦେଇ ଆସିଛନ୍ତି। ସେମାନେ ନିଜକୁ ଏକ ସଭ୍ୟ ସମ୍ପ୍ରଦାୟ ବୋଲି ପ୍ରମାଣିତ କରିଛନ୍ତି। ନମାଜ ପଢିବାକୁ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ବକ୍ତବ୍ୟ ଉପରେ ପ୍ରତିକ୍ରିୟ ରଖି ସେ କରିଛନ୍ତି ଯେ ସରକାର ସମସ୍ତ ସମ୍ପ୍ରଦାୟ ପାଇଁ ସମାନ ନିୟମ ଲାଗୁ କରିବେ। କୌଣସି ସମ୍ପ୍ରଦାୟକୁ ରାସ୍ତାରେ ଶୋଭାଯାତ୍ରା କରିବା କିମ୍ବା ଏକାଠି ହେବାକୁ ଅନୁମତି ଦିଆଯିବ ନାହିଁ।
ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ସମର୍ଥନ ଜଣାଇଲେ ବରେଲବୀ ଉଲେମା
ଅନ୍ୟପଟେ ବରେଲବୀ ସମ୍ପ୍ରଦାୟର ପ୍ରମୁଖ ଧର୍ମଗୁରୁ ରାସ୍ତାରେ ନମାଜ ନ ପଢିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ସମର୍ଥନ କରିଛନ୍ତି। ଅଲ୍ ଇଣ୍ଡିଆ ମୁସଲିମ୍ ଜମାତ ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶାହାବୁଦ୍ଦିନ୍ ରିଜଭି ବରେଲଭୀ କହିଛନ୍ତି ଯେ ଇସଲାମ ଅନୁସାରେ, ନମାଜ ପଢାଯିବା ସମୟରେ ନମାଜୀ (ନମାଜ ପଢୁଥିବା ବ୍ୟକ୍ତି) ଏବଂ ଆଲ୍ଲାଙ୍କ ମଧ୍ୟରେ କୌଣସି ପ୍ରତିବନ୍ଧକ ରହିବା ଠିକ୍ ନୁହେଁ। ଏପରି ଏକାଗ୍ରତା ଏବଂ ଶାନ୍ତି କେବଳ ମସଜିଦ କିମ୍ବା ଘରେ ମିଳିପାରିବ। ଏହା କୌଣସି ରାସ୍ତା କିମ୍ବା ଛକ ସ୍ଥାନରେ ମିଳିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଇସଲାମୀୟ ଆଇନ ଅନୁଯାୟୀ, ଯଦି ଭିଡ଼ ବୃଦ୍ଧି ପାଏ, ତାହେଲେ ଗୋଟିଏ ମସଜିଦ ପରିସରରେ ବିଭିନ୍ନ ଇମାମଙ୍କ ସହିତ ଏକାଧିକ ସଭା କରିବାକୁ ଅନୁମତି ଦିଆଯାଇଛି। ଯାହା ବରେଲୀରେ ମଧ୍ୟ କରାଯାଇ ପାରିବ।
ଏହା ସହ ପଢନ୍ତୁ: ରାସ୍ତାରେ ନମାଜ ପଢିବାକୁ ନେଇ ମୁଖ୍ୟମନ୍ତ୍ରୀ ଦେଲେ ଚେତାବନୀ; କହିଲେ...
ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ବିବୃତ୍ତି
ଆମରୋହା ସ୍ଥିତ ମଦ୍ରାସା ଇସଲାମିଆ ଆରବିଆ ଜାମା ମସଜିଦର ଅଧ୍ୟକ୍ଷ ମୁଫତି ସୟଦ ମହମ୍ମଦ ଆଫାନ ମନସୁରପୁରୀ ମଧ୍ୟ ସ୍ୱୀକାର କରିଛନ୍ତି ଯେ ବିନା କୌଣସି ଅନୁମତିରେ ରାସ୍ତା କିମ୍ବା ସାର୍ବଜନୀନ ସ୍ଥାନରେ ନମାଜ ପଢିବା ଇସଲାମିକ ନୀତି ଅନୁଯାୟୀ ଠିକ୍ ନୁହେଁ। ମୁସଲମାନ ଏହାକୁ ପାଳନ କରନ୍ତି। ହେଲେ ତଥାପି ସେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଭିତ୍ତିହୀନ ବୋଲି କହି ପୂର୍ବରୁ ଖାରଜ କରିଥିଲେ। ଆଉ ଅଭିଯୋଗ କରିଥିଲେ ଯେ ସେ (ମୁଖ୍ୟମନ୍ତ୍ରୀ) ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟକୁ ସନ୍ତୁଷ୍ଟ କରିବା ପାଇଁ ଏପରି ବୟାନ ଦେଇଛନ୍ତି। ହେଲେ ଏବେ ସେ ସର୍ବସାଧାରଣରେ ନମାଜ ପଢିବାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ଆଦେଶକୁ ନିଜର ବୟାନ ମାଧ୍ୟମରେ ସମର୍ଥନ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
UP Bakrid namaz in shiftsYogi Adityanath Bakrid guidelinesMuslim clerics support CM Yogi orderBakrid prayers inside mosques UPUttar Pradesh Eid ul Adha regulationsno namaz on roads UPUlema back Yogi government decisionBakrid guidelines 2026How will Bakrid namaz be offered in shifts in UPIslamic scholars support Yogi Adityanath traffic rule for Eid prayers