UP Cadre IPS Brij Lal / ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଲେ ପୂର୍ବତନ ଡିଜି; ରମଜାନ-ନମାଜ ସମ୍ପର୍କରେ କହିଲେ ଏକଥା
·1 hour ago·4 min read

Key Points
ବକରୀ ଇଦ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହି ସାରିଛନ୍ତି ଯେ ଆମେ ରାସ୍ତାରେ ଅରାଜକତା ଘଟଣା ବୃଦ୍ଧି ପାଇବାକୁ ଦେବୁ ନାହିଁ। ଯଦି ସେମାନେ (ନମାଜୀ) ଭଲ ଭଲରେ ସରକାରଙ୍କ ଆଦେଶ ପାଳନ କରନ୍ତି ତାହେଲେ ଠିକ୍ ଅଛି, ଯଦି ସେମାନେ ଭଳରେ ରାଜି ହୁଅନ୍ତି ନାହିଁ, ତାହେଲେ ସରକାର ଅନ୍ୟ ଏକ ପଦ୍ଧତି ଗ୍ରହଣ କରିବେ। ମୁସଲିମ ସମ୍ପ୍ରଦାୟର ପ୍ରମୁଖ ପର୍ବ ବକରୀ ଇଦ୍ ଆସନ୍ତା ଗୁରବାର (ମେ ୨୮) ପାଳନ ହେବାକୁ ଯାଉଛି।
Former UP Police DG Brij Lal: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାସ୍ତାରେ ନମାଜ ପଢିବାକୁ ନେଇ ଦେଇଥିବା ବୟାନ ସମର୍ଥନକୁ ସମାଜର ବିଭିନ୍ନ ସମର୍ଥନ ଜଣାଇଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଯଦି ନମାଜ ପାଠ କରିବା ଆବଶ୍ୟକ ହୁଏ, ତାହେଲେ ନମାଜୀ ପାଳି କରି ନମାଜ ପଢିବା ଆବଶ୍ୟକ। ସରକାର ସେମାନଙ୍କୁ ଅଟକାଇବେ ନାହିଁ, ହେଲେ କୌଣସି ପରିସ୍ଥିତିରେ ରାସ୍ତାରେ ନମାଜ ପଢିବା ପାଇଁ ଅନୁମତି ଦିଆଯିବ ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ନିର୍ଦ୍ଦେଶକୁ ପୂର୍ବରୁ ସାଧୁ ସନ୍ଥ ସମ୍ପ୍ରଦାୟ ଏବଂ ମୁସଲିମ ଧର୍ମଗୁରୁ ଉଭୟେ ସମର୍ଥନ କରିଛନ୍ତି।
ଏହି କ୍ରମରେ ଉତ୍ତର ପ୍ରଦେଶର ପୂର୍ବତନ ପୋଲିସ ଡିଜି ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ବୃଜଲାଲ୍ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏପରି ଏକ ସମୟ ରହିଥିଲା ଯେତେବେଳେ ସମାଜବାଦୀ ଏବଂ କଂଗ୍ରେସ ସରକାରଙ୍କ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଇଫତାର ପାର୍ଟି ଏବଂ ନମାଜ ପଢିବା କାର୍ଯ୍ୟ ହେଉଥିଲା।
ସେତେବେଳେ ସରକାରୀ ବଙ୍ଗଳାରେ ଇଫତାର ପାର୍ଟି ଆୟୋଜନ କରିବାର ପ୍ରତିଯୋଗିତା ହେଉଥିଲା
ସାଂସଦ ବୃଜଲାଲ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୂର୍ବରୁ ରାଜ୍ୟକୁ ଶାସନ କରିଥିବା ଅନ୍ୟ ଦଳ ସରକାରଙ୍କ କାର୍ଯ୍ୟକାଳକୁ ମନେ ପକାଇଛନ୍ତି। ଏନେଇ ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅଭିନନ୍ଦନ ଜଣାଉଛି। କାରଣ ତାଙ୍କ ସରକାର ରାସ୍ତାରେ ନମାଜ ପଢିବା ଉପରେ ନିଷେଧାଦେଶ ଜାରି କରିଛି। ପୂର୍ବରୁ ସମାଜବାଦୀ ଏବଂ କଂଗ୍ରେସ ଦଳର କାର୍ଯ୍ୟାଳୟ, ରାଷ୍ଟ୍ରପତି ଭବନ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଙ୍ଗଳାରେ ଇଫତାର ପାର୍ଟି ଅନୁଷ୍ଠିତ ହେବା ସହ ନମାଜ ପଢା ଯାଉଥିଲା।
ଏହା ସହ ପଢନ୍ତୁ: ଜାରି ରହିଛି ଧଡ଼ାଧଡ଼ ଏନକାଉଣ୍ଟର; ରାଜ୍ୟ ଛାଡି଼ ପଳାୟନ କରିଛନ୍ତି ଅପରାଧି
କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ବଙ୍ଗଳାରେ ରୋଜା ଇଫତାର ପାର୍ଟି ଆୟୋଜନ କରି ସ୍ୱାଦିଷ୍ଟ ଖାଦ୍ୟ ପରିବେଷଣ କରିବାର ପ୍ରତିଯୋଗିତା ମଧ୍ୟ ହେଉଥିଲା। ଉଚ୍ଚପଦସ୍ଥ ଅଧିକାରୀ ମୁଣ୍ଡରେ ଟୋପି ପିନ୍ଧି ଏବଂ ବେକରେ ଗାମୁଛା ପକାଇ ଇଫତାର ପାର୍ଟିରେ ଯୋଗ ଦେଉଥିଲେ। ହେଲେ ଏହି ଅଧିକାରୀଙ୍କ ଘରେ ହିନ୍ଦୁ ପର୍ବ ପର୍ବାଣୀ ପାଳନ ହେବା ସମୟରେ କୌଣସି ଉତ୍ସବ ପରିକଳ୍ପନା କରିବା ମଧ୍ୟ ଏକ ମହାପାପ ବୋଲି ବିବେଚନା କରାଯାଉଥିଲା। ସୀମା ସେତେବେଳେ ଟପି ଯାଇଥିଲା ଯେତେବେଳେ କିଛି ଜିଲ୍ଲାପାଳ, ଏସପି, କମିଶନର, ଡିଆଇଜି ଏବଂ ଆଇଜି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇବା ପାଇଁ, ସେମାନଙ୍କ ସରକାରୀ ବଙ୍ଗଳାରେ ରୋଜା ଇଫତାର ପାର୍ଟି ଆୟୋଜନ କରିବା ଆରମ୍ଭ କରିଥିଲେ।
ମୁଲାୟମ ସିଂହ ଯାଦବଙ୍କ ସରକାରରେ ରମଜାନ
ମୁଲାୟମ ସିଂହ ଯାଦବଙ୍କ ସରକାର ସମୟରେ କିପରି ରମଜାନ ପାଳିତ ହେଉଥିଲା ସେକଥାକୁ ମନେ ପକାଇଛନ୍ତି ସାଂସଦ ବୃଜଲାଲ। ଏନେଇ ସେ କହିଛନ୍ତି, ମୁଁ ୨୦୦୩ ରୁ ୨୦୦୭ ପର୍ଯ୍ୟନ୍ତ ସମାଜବାଦୀ ୨୭ ଅକ୍ଟୋବର ୨୦୦୩ ରୁ ୨୫ ନଭେମ୍ବର ୨୦୦୩ ପର୍ଯ୍ୟନ୍ତ ରମଜାନ ଦେଖିଥିଲି। ଉତ୍ତର ପ୍ରଦେଶରେ ମୁଲାୟମ ସିଂହ ଯାଦବଙ୍କ ସରକାର ଗଠନ ହୋଇଥିଲା। ଲକ୍ଷ୍ନୌର ଆଇଜି ଜୋନ୍ (୧୯୭୫ ବ୍ୟାଚ୍ ଆଇପିଏସ୍ ଅଫିସର) ସିଧାସଳଖ ହନୁମାନ ଗଢ଼ି ସାମ୍ନାରେ ଏକ ଇଫତାର ପାର୍ଟି ଆୟୋଜନ କରିବାକୁ ଚାହୁଁଥିଲେ। ଏଥିପାଇଁ ହନୁମାନ ଗଢ଼ି ମହନ୍ତଙ୍କୁ ପ୍ରଲୋଭିତ କରାଯାଇଥିଲା।
ଜୋନ୍ ଆଇଜିଙ୍କୁ ଜଣେ ବାମପନ୍ଥୀ ବୋଲି ବିବେଚନା କରାଯାଉଥିଲା। ତାଙ୍କର ସମ୍ପର୍କ ଆଇଆଇଟି ବିଏଚୟୁ ସହ ଜଡ଼ିତ ଜଣେ ବିବାଦୀୟ ପ୍ରଫେସର ସହ ରହିଥିଲେ। ଏହି ଦାଢ଼ିବାଲା, ମ୍ୟାଗାସେସ୍ ପୁରସ୍କାରପ୍ରାପ୍ତ ପ୍ରଫେସର ବିବାଦୀୟ ରହିଥିଲେ। ନକ୍ସଲ ଗୋଷ୍ଠୀ ସହ ତାଙ୍କର ସମ୍ପର୍କ ରହିଥିବା ଅଭିଯୋଗରେ ତାଙ୍କୁ ବହିଷ୍କୃତ କରିଥିଲା ଆଇଆଇଟି ବିଏଚୟୁ। ଗତ ୨୦୦୩ରେ ଆଇଜି ଜୋନ୍ ସାହେବ, ତାଙ୍କ ରାଜନୈତିକ ମାଲିକଙ୍କ ସହ ହନୁମାନ ଗଢ଼ି ସାମ୍ନାରେ ଏକ ଇଫତାର ପାର୍ଟି ଏବଂ ନମାଜ ଆୟୋଜନ କରିବା ଯୋଜନାରେ ରହିଥିଲେ। ସେ ସିଧାସଳଖ ହନୁମାନ ଗଢ଼ି ସାମ୍ନାରେ ଏକ ଇଫତାର ପାର୍ଟି ଆୟୋଜନ କରିବାକୁ ସ୍ଥିର କରିଥିଲେ।
ହନୁମାନ ଗଢି ମନ୍ଦିର ପର୍ଯ୍ୟନ୍ତ ନମାଜ ପଢିବାର ଥିଲା ଯୋଜନା
ପୂର୍ବତନ ଡିଜିପି ବୃଜଲାଲ ଆହୁରି କହିଛନ୍ତି, "ମୁଲାୟମ ସିଂହଙ୍କ ସରକାର ସମୟରେ ଜଣେ କର୍ମଠ ଏବଂ ବିଶ୍ୱସ୍ତ ଆଇପିଏସ ଅଧିକାରୀଙ୍କୁ ସେତେବେଳର ଫୈଜାବାଦ ବର୍ତ୍ତମାନର ଅଯୋଧ୍ୟା ଏସଏସପି ଭାବରେ କାର୍ଯ୍ୟ କରୁଥିଲେ। ସେ ହନୁମାନ ଗଢି ଠାରେ ଇଫତାର ଏବଂ ନମାଜ କାର୍ଯ୍ୟକ୍ରମକୁ ଅନୁମତି ଦେବାକୁ ସିଧାସଳଖ ମନା କରି ଦେଇଥିଲେ। ଏହାକୁ ନେଇ କ୍ରୋଧିତ ହୋଇ ଉଠିଥିବା ଜୋନ୍ ସାହେବ ଏସଏସପିଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଯଦି ସେ ଏସଏସପି ହୋଇଥାନ୍ତେ, ତାହେଲେ ସେ ହନୁମାନ ଗଢି ଛାତରେ ଇଫତାର ପାର୍ଟି ଆୟୋଜନ କରିଥାନ୍ତେ।
ଏହା ସହିତ ପଢନ୍ତୁ: ରାସ୍ତାରେ ନମାଜ ପଢିବାକୁ ନେଇ ମୁଖ୍ୟମନ୍ତ୍ରୀ ଦେଲେ ଚେତାବନୀ; କହିଲେ...
ଶେଷରେ ହନୁମାନ ଗଢି ମହନ୍ତଙ୍କ ଘରେ ଇଫତାର ପାର୍ଟି ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ସ୍ଥିର ହୋଇଥିଲା ଯେ ମହନ୍ତଙ୍କ ଘରକୁ ଯାଉଥିବା ସିଡ଼ିର ତିନୋଟି ପାହାଚରେ ଆସନ ବିଛାଇ ନମାଜୀ ନମାଜ ପଢିବେ। ସେମାନେ ହନୁମାନ ଗଢି ମନ୍ଦିରକୁ ସିଧା ସହ ସଳଖ ଲାଗି ନମାଜ ପଢିବେ। ଯୋଜନା ଅନୁଯାୟୀ ପ୍ରଥମ ପାହାଚରେ ଜଣେ ମୁସଲମାନ ଆସନ ରଖିବା ରଖିବା ମାତ୍ରେ ପୋଲିସ ଏହାକୁ ଉଠାଇ ଫୋପାଡ଼ି ଦେଇଥିଲା।
ପୂର୍ବତନ ଡିଜିପି ଆହୁରି କହିଛନ୍ତି, ଏକଥା କୁହାଯାଏ ଯେ ସେହି ମହନ୍ତଙ୍କ ବାସଭବନରେ ଇଫତାର ପାର୍ଟି ଚାଲିଥିବା ସମୟରେ ଭଗବାନ ଗଣେଶ ଏବଂ ଅନ୍ୟ କିଛି ଦେବା ଦେବୀଙ୍କ ମୂର୍ତ୍ତି ଅପବିତ୍ର ହୋଇଥିଲା। ଏହା ଖୋଲାଖୋଲି ଭାବରେ ସମାଜବାଦୀ ସରକାରର ତୁଷ୍ଟିକରଣ ନୀତି ରହିଥିଲା। ଯେଉଁମାନେ ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇ ସରୟୁ ନଦୀର ଜଳକୁ ଲାଲ କରି ଦେଇଥିଲେ। ମୁଲାୟମ ସିଂହ ଯାଦବ ବାବ୍ରୀ ମସଜିଦ ଢାଞ୍ଚା ଧ୍ୱଂସର କ୍ଷତିପୂରଣ ଦେବାକୁ ଚାହୁଁଥିଲେ। ହେଲେ ଜଣେ କର୍ତ୍ତବ୍ୟନିଷ୍ଠ ଆଇପିଏସ୍ ଅଧିକାରୀଙ୍କ ଯୋଗୁଁ ସେ ବିଫଳ ହୋଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories