Videos
|
National

SC on SIR India / ଏସଆଇଆର ରୁ ନା କଟିଲେ ଚାଲିଯିବ କି ନାଗରିକତା? କ'ଣ କହିଲେ ସୁପ୍ରିମକୋର୍ଟ?

Subhramjit Ray
Browse all articles by Subhramjit Ray
·1 month ago·3 min read
ଏସଆଇଆର ରୁ ନା କଟିଲେ ଚାଲିଯିବ କି ନାଗରିକତା? କ'ଣ କହିଲେ ସୁପ୍ରିମକୋର୍ଟ?
SC on SIR India

Key Points

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ନାଗରିକତା ନିଷ୍ପତ୍ତି ନେବା ନିର୍ବାଚନ ଆୟୋଗଙ୍କ ଅଧିକାର ନୁହେଁ। ଆୟୋଗଙ୍କ କାମ କେବଳ ଭୋଟର ତାଲିକାର ନିୟନ୍ତ୍ରଣ ଏବଂ ତଦାରଖ ପର୍ଯ୍ୟନ୍ତ ସୀମିତ ରହିଛି।


Supreme Court on voter list deletion:  ପଶ୍ଚିମବଙ୍ଗ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ବିବାଦ ସମ୍ପର୍କରେ, ସୁପ୍ରିମକୋର୍ଟ ପୁଣି ଥରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କର ନାଗରିକତା ନିର୍ଣ୍ଣୟ କରିବାର ସାମ୍ବିଧାନିକ ଅଧିକାର ନାହିଁ। ଆୟୋଗଙ୍କ କ୍ଷମତା କେବଳ ଭୋଟର ତାଲିକାର ନିୟନ୍ତ୍ରଣ ଏବଂ ତଦାରଖ ପର୍ଯ୍ୟନ୍ତ ସୀମିତ। ଆଇନଗତ ସ୍ଥିତିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଯଦି କୌଣସି ଟ୍ରିବ୍ୟୁନାଲ୍ SIR ତାଲିକାରେ କୌଣସି ବ୍ୟକ୍ତିଙ୍କ ନାମ ଅନ୍ତର୍ଭୁକ୍ତ ନ କରିବାକୁ ନିଷ୍ପତ୍ତି ନିଅନ୍ତି, ତାହେଲେ ନିର୍ବାଚନ କମିଶନ ନାଗରିକତା ନିର୍ଣ୍ଣୟ କରିବା ପାଇଁ ସମ୍ପୃକ୍ତ ମନ୍ତ୍ରଣାଳୟକୁ ମାମଲା ପଠାଇବାକୁ ପଡିବ।

ଭୋଟର ତାଲିକାରୁ ନାମ ବାଦ ଦେବା ଦ୍ୱାରା ସ୍ୱୟଂଚାଳିତ ଭାବରେ ନାଗରିକତା ଚାାଲିଯିବ ନାହିଁ। ହେଲେ ତଥାପି, ସୁପ୍ରିମକୋର୍ଟ ଏକ ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ଭୋଟର ତାଲିକାରୁ ନାମ ବାଦ ଦିଆଯାଇଥିବା ବ୍ୟକ୍ତି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS), ଅନ୍ନପୂର୍ଣ୍ଣା ଯୋଜନା ଏବଂ ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫ ତାରିଖରେ କରାଯିବ।

ଏହା ସହ ପଢନ୍ତୁ: 'ଜଳବନ୍ଦୀ ସମସ୍ୟା ପାଇଁ ନିଜେ ନାଗରିକ ଦାୟୀ'

ନାଗରିକତା ନିର୍ଣ୍ଣୟ କରିବାର କୌଣସି ସାମ୍ବିଧାନିକ ଅଧିକାର ନିର୍ବାଚନ ଆୟୋଗଙ୍କ ପାଖରେ ନାହିଁ

ଏହି ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠରେ ସାମିଲ ଜଷ୍ଟିସ୍ ଜୟମାଲ୍ୟ ବାଗଚି କହିଛନ୍ତି ଯେ ସୁପ୍ରିମକୋର୍ଟ ବିହାର SIR ମାମଲାରେ ସ୍ପଷ୍ଟ କରି ସାରିଛନ୍ତି ଯେ ଯଦି କୌଣସି ଟ୍ରିବ୍ୟୁନାଲ୍ କୌଣସି ବ୍ୟକ୍ତିଙ୍କ ନାମ SIR ତାଲିକାରେ ଅନ୍ତର୍ଭୁକ୍ତ ନକରିବାକୁ ନିଷ୍ପତ୍ତି ନିଅନ୍ତି, ତାହେଲେ ଭାରତୀୟ ନିର୍ବାଚନ କମିଶନ (ECI) ନାଗରିକତା ନିର୍ଣ୍ଣୟ ପାଇଁ ସମ୍ପୃକ୍ତ ମନ୍ତ୍ରଣାଳୟକୁ ମାମଲା ପଠାଇବାକୁ ହେବ। ଜଷ୍ଟିସ୍ ବାଗଚି କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ପାଖରେ ନାଗରିକତା ନିର୍ଣ୍ଣୟ କରିବାର କୌଣସି ସାମ୍ବିଧାନିକ ଅଧିକାର ନାହିଁ। ଆୟୋଗଙ୍କ କ୍ଷମତା କେବଳ ଭୋଟର ତାଲିକାର ନିୟନ୍ତ୍ରଣ ଏବଂ ତଦାରଖ ପର୍ଯ୍ୟନ୍ତ ସୀମିତ ରହିଛି।

ଆବେଦନକାରୀଙ୍କ ଓକିଲଙ୍କ ଯୁକ୍ତି
ପଶ୍ଚିମବଙ୍ଗ SIR ସମ୍ପର୍କିତ ନିର୍ବାଚନମଣ୍ଡଳୀୱାରୀ ସୂଚନା ଲୋଡ଼ି ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ, ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣନ୍ CJI ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠଙ୍କ ସାମ୍ନାରେ ଯୁକ୍ତି ଦର୍ଶାଇଥିଲେ ଯେ ୧୯ ଆପିଲେଟ୍ ଟ୍ରିବ୍ୟୁନାଲ୍‌ର କାର୍ଯ୍ୟ ଅସଙ୍ଗତି ଏବଂ କାର୍ଯ୍ୟରେ ବିଳମ୍ବ ସୃଷ୍ଟି କରୁଛି। ସେ କହିଛନ୍ତି ଯେ ଟ୍ରିବ୍ୟୁନାଲ୍‌ର କାର୍ଯ୍ୟ ସେମାନଙ୍କର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ଏବଂ ମାମଲାର ନିଷ୍କାସନକୁ ପ୍ରଭାବିତ କରୁଛି। ବରିଷ୍ଠ ଆଇନଜୀବୀ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଜଷ୍ଟିସ୍ ଶିବଜ୍ଞାନମ୍ ସମେତ କିଛି ସଦସ୍ୟ ଇସ୍ତଫା ଦେଇଛନ୍ତି, ଯାହା ସିଷ୍ଟମ ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁଛି। ପ୍ରାୟ ୩୩.୫ ଲକ୍ଷ ଆବେଦନ ବିଚାରାଧିନ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆବେଦନ ବିଚାରାଧିନ ରହିଥିବା ବେଳେ, ଲୋକଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS), ଅନ୍ୟାନ୍ୟ ସରକାରୀ ଯୋଜନା ଏବଂ ଅନ୍ୟାନ୍ୟ ବିଭିନ୍ନ ସରକାରୀ ସୁବିଧାରୁ ବାଦ ଦିଆଯାଉଛି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପୌର ନିର୍ବାଚନ ଆସନ୍ତା ଅକ୍ଟୋବର ମାସରେ ହେବାକୁ ଯାଉଛି। ଏହି ପରିସ୍ଥିତି ସେ ପର୍ଯ୍ୟନ୍ତ ଜାରି ରହିପାରେ। ଅଧିକ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଟ୍ରିବ୍ୟୁନାଲ୍ ଆଦେଶ ୱେବସାଇଟ୍ ରେ ସାର୍ବଜନୀନ କରିବାକୁ ଶଙ୍କରନାରାୟଣନ ପରାମର୍ଶ ଦେଇଛନ୍ତି। ସେ ଏହା ମଧ୍ୟ ଯୁକ୍ତି ଦେଇଥିଲେ ଯେ ବୈଧ ଭାରତୀୟ ପାସପୋର୍ଟ ଧାରଣ କରିବା ନାଗରିକତାର ଯଥେଷ୍ଟ ପ୍ରମାଣ ଭାବରେ ଗ୍ରହଣ କରାଯିବା ଆବଶ୍ୟକ।

ଏହା ସହ ପଢନ୍ତୁ: 'ପାନ୍ କାର୍ଡ ଏବଂ ଭୋଟର ପରିଚୟପତ୍ର ଭାରତୀୟ ନାଗରିକତା ପରିଚୟ ନୁହେଁ'

ନିର୍ବାଚନମଣ୍ଡଳୀ-ୱାରୀ ତଥ୍ୟ ସାର୍ବଜନୀନ କରିବା ପାଇଁ ହୋଇଛି ଦାବି
ପଶ୍ଚିମବଙ୍ଗର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସହିତ ଜଡିତ ନିର୍ବାଚନମଣ୍ଡଳୀ-ୱାରୀ ତଥ୍ୟ ସାର୍ବଜନୀନ କରିବାକୁ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରୁଛନ୍ତି। ଏହି ମାମଲାର ଶୁଣାଣି ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କରୁଛନ୍ତି। ଆବେଦନକାରୀ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆପେଲେଟ୍ କର୍ତ୍ତୃପକ୍ଷଙ୍କ ନିକଟରେ ବିଚରାଧିନ ମାମଲା ସଂଖ୍ୟା ବିଷୟରେ ସୂଚନା ମାଗିଛନ୍ତି। ଆବେଦନରେ ବିଭିନ୍ନ ପର୍ଯ୍ୟାୟରେ ଦାଖଲ, ଗ୍ରହଣ ଏବଂ ପ୍ରତ୍ୟାଖ୍ୟାନ କରାଯାଇଥିବା ଫର୍ମ-୬ ଏବଂ ଫର୍ମ-୭ ଆବେଦନର ନିର୍ବାଚନମଣ୍ଡଳୀଭିତ୍ତିକ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରିଛନ୍ତି।
SC on SIR: Deletion From Voter List Doesn't Mean Loss of Citizenship | Argus News