MDR on UPI / ୟୁପିଆଇ ବ୍ୟବହାର ଉପରେ ଲାଗୁହେବ କି ଦେୟ? ଲୋକସଭାରେ ଆଗତ ବିଲ୍
·1 hour ago·4 min read

Key Points
ଗତ ମଙ୍ଗଳବାର ଦିନ ଲୋକସଭାରେ ଏକ ବିଲ୍ ଆଗତ ହେବା ପରେ UPI ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ନିଆଯିବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି।
Finance Ministry update on UPI MDR fees: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଲୋକସଭାରେ ଏକ ବିଲ୍ ଆଗତ କରିଛନ୍ତି। ଯାହା ସରକାରଙ୍କୁ UPI ସମେତ ଡିଜିଟାଲ୍ ପେମେଣ୍ଟ୍ ଉପରେ "ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍" (MDR) ଲାଗୁ କରିବାକୁ ଅଧିକାର ପ୍ରଦାନ କରିବ। ଅର୍ଥମନ୍ତ୍ରୀ ଯେଉଁ ବିଲ୍ ଆଗତ କରିଛନ୍ତି ତାହାକୁ "କର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍ ୨୦୨୬" କୁହାଯାଉଛି। ଏହା ପେମେଣ୍ଟ ଏବଂ ସେଟେଲମେଣ୍ଟ ସିଷ୍ଟମ୍ ଆଇନର ଧାରା 10A ରେ ପ୍ରସ୍ତାବିତ ସଂଶୋଧନ ସମେତ ଅନେକ ଆଇନରେ ସଂଶୋଧନ ଆଣିବ।
ଏହା ପରେ ଏବେ UPI କାରବାର କରିବା ଅଧିକ ମହଙ୍ଗା ହେବ ନା ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ହେଲେ ତଥାପି ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ବିଲ୍ ପାସ୍ ହେଲେ ମଧ୍ୟ ଏହାର ଅର୍ଥ ହେବ ନାହିଁ ଯେ UPI ଉପରେ ତୁରନ୍ତ MDR ଲାଗୁ ହୋଇଯିବ। ଏହା କେବଳ ଆଇନଗତ ଢାଞ୍ଚାରେ ସଂଶୋଧନ କରିବ। ଯାହା ଦ୍ୱାରା ସରକାରଙ୍କୁ ନିଷ୍ପତ୍ତି ନେବାକୁ ଅନୁମତି ମିଳିବ ଯେ କେଉଁ ଡିଜିଟାଲ୍ ପେମେଣ୍ଟ ପଦ୍ଧତି ଦେୟ ମୁକ୍ତ ଏବଂ କେଉଁଟି MDR ଅଧିନରେ ରହିବ।
କ'ଣ ପରିବର୍ତ୍ତନ ହେବାକୁ ଯାଉଛି?
ଏହି ବିଲ୍ ୨୦୦୭ ପେମେଣ୍ଟ ଏବଂ ସେଟେଲମେଣ୍ଟ ସିଷ୍ଟମ୍ ଆଇନର ଧାରା 10A ସଂଶୋଧନ କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନର ଆଇନ ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀଙ୍କୁ UPI ଏବଂ RuPay ଡେବିଟ୍ କାର୍ଡ ଭଳି ପେମେଣ୍ଟ ପଦ୍ଧତି ପାଇଁ ଶୁଳ୍କ ଆଦାୟ କରିବା ଉପରେ ନିଷେଧଦେଶ ଲାଗୁ କରିଛି। ହେଲେ ତଥାପି, ଏହି ବିଲ୍ ପ୍ରଣୟନ ଦ୍ୱାରା ଏହି ପ୍ରତିବନ୍ଧକ ହଟିଯିବ। ଏହା ସରକାରଙ୍କୁ କେଉଁ ଇଲେକ୍ଟ୍ରୋନିକ୍ ପେମେଣ୍ଟ ପଦ୍ଧତି ଶୁଳ୍କରୁ ମୁକ୍ତ ଏବଂ କେଉଁଗୁଡ଼ିକ MDR ଅଧିନରେ ଅଛି ତାହା ନିର୍ଣ୍ଣୟ କରିବାକୁ ଅନୁମତି ଦେବ। ଏପର୍ଯ୍ୟନ୍ତ, MDR ସମ୍ପର୍କରେ ଯେକୌଣସି ନିଷ୍ପତ୍ତି ଆଇନ ଦ୍ୱାରା ନିଆଯାଇଥିଲା। ହେଲେ ବର୍ତ୍ତମାନ ସରକାର ଏକ ବିଜ୍ଞପ୍ତି ଜାରି କରି ନିଷ୍ପତ୍ତି ନେଇପାରିବେ।
"ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍" (MDR) କ'ଣ?
MDR (Merchant Discount Rate) ହେଉଛି ସେହି ଫି (Fee) କିମ୍ବା କମିଶନ (Commission) ଯାହା ଜଣେ ବ୍ୟବସାୟୀ ସେମାନଙ୍କ ଗ୍ରାହକଙ୍କ ଠାରୁ ଡିଜିଟାଲ୍ ପେମେଣ୍ଟ ଗ୍ରହଣ କରିବା ବଦଳରେ ବ୍ୟାଙ୍କ, UPI ଆପ୍ ଏବଂ NPCI କୁ ଦେଇଥାଏ।
ଏହା ସହ ପଢନ୍ତୁ: ଏଣିକି ବନ୍ଦ ହେବ ନଗଦ; ବଦଳିବ ଜାତୀୟ ରାଜପଥରେ ଯାତ୍ରା ନିୟମ
ଏହା କାହିଁକି କରାଯାଉଛି?
ଏହି ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ UPI ବିଶ୍ୱର ସର୍ବବୃହତ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ ମଧ୍ୟରୁ ଗୋଟିଏ ହୋଇସାରିଛି। ଗତ ୨୦୨୦ ଜାନୁଆରୀରେ, ସରକାର UPI ଏବଂ ଡିଜିଟାଲ୍ ଦେୟକୁ ପ୍ରୋତ୍ସାହିତ କରିବା ପାଇଁ MDR କୁ ଉଚ୍ଛେଦ କରିଥିଲେ। ହେଲେ ଏହାଯୋଗୁଁ ପେମେଣ୍ଟ କମ୍ପାନୀ କ୍ଷତି ସହିଥିଲା। ଏହା ବଦଳରେ, ସରକାର ଏହି କମ୍ପାନୀକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି।
ଅର୍ଥ ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟି ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲା। କମିଟି କହିଛି ଯେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରୋତ୍ସାହନ ଯୋଜନା ଅଧିନରେ ଆବଣ୍ଟିତ ୨୦୦୦ କୋଟି ଶିଳ୍ପର ଆନୁମାନିକ ଖର୍ଚ୍ଚର କେବଳ ଏକ ଛୋଟ ଅଂଶକୁ କଭର କରୁଛି। କମିଟି କହିଛି ଯେ UPI ସିଷ୍ଟମ ଶୂନ୍ୟ-MDR ଉପରେ ଦୀର୍ଘ ସମୟ ପାଇଁ ସୁରକ୍ଷିତ ଏବଂ ଦୃଢ଼ ଭାବରେ କାର୍ଯ୍ୟ କରିପାରିବ ନାହିଁ। ନୂତନ ଭିତ୍ତିଭୂମି, ସାଇବର ସୁରକ୍ଷା ଏବଂ ସର୍ଭର କ୍ଷମତା ବିସ୍ତାର ପାଇଁ ପାଣ୍ଠି ଯୋଗାଇବା ପାଇଁ ରାଜସ୍ୱର ଏକ ଉତ୍ସ ଆବଶ୍ୟକ।
କ'ଣ ଏବେ ଲାଗୁ ହେବ କି MDR?
ଯଦି ଏହି ବିଲ୍ ସଂସଦରେ ପାରିତ ହେବା ପରେ ଆଇନରେ ପରିଣତ ହୋଇଯାଏ, ତାହେଲେ ମଧ୍ୟ ସରକାରଙ୍କୁ MDR ଲାଗୁ କରିବା ପାଇଁ ଏକ ପୃଥକ ବିଜ୍ଞପ୍ତି ଜାରି କରିବାକୁ ହେବ। ସରକାରଙ୍କୁ ବିଜ୍ଞପ୍ତିରେ ନିର୍ଦ୍ଦିଷ୍ଟ କରିବାକୁ ପଡିବ ଯେ କେଉଁ ପେମେଣ୍ଟ ମୋଡ୍ ପାଇଁ ଦେୟ ଲାଗୁ କରାଯିବ, କେଉଁ କାରବାର ପାଇଁ ଦେୟ ନିଆଯିବ ଏବଂ କେତେ ଦେୟ ନିଆଯିବ?
ଯଦି MDR ଲାଗୁ କରାଯାଏ, ତାହେଲେ କିଏ ତାହା ପ୍ରଦାନ କରିବ?
MDR ଏକ ବ୍ୟବସାୟିକ ଶୁଳ୍କ। UPI ପେମେଣ୍ଟ କରିବା ସମୟରେ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟାଯାଉଥିବା ଶୁଳ୍କ ନୁହେଁ। ବର୍ତ୍ତମାନ ସମୟରେ ବ୍ୟବସାୟୀ ଡିଜିଟାଲ୍ କାରବାର ପ୍ରକ୍ରିୟାକରଣ ପାଇଁ ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀଙ୍କୁ MDR ଦେଇଥାନ୍ତି। ଏପରି ସ୍ଥିତିରେ, ବ୍ୟବସାୟୀ ଏହି ଦେୟ ନିଜେ ବହନ କରିଥାନ୍ତି କିମ୍ବା ମୂଲ୍ୟ ମାଧ୍ୟମରେ ଗ୍ରାହକଙ୍କୁ ଏହାର ଏକ ଅଂଶ ପ୍ରଦାନ କରିଥାନ୍ତି।
ଏହା ସହ ପଢନ୍ତୁ: ଜୁଲାଇ ପହିଲାରୁ ବନ୍ଦ ହେବେ 'ମନରେଗା'; ଲାଗୁ ହେବ 'ଜି ରାମ ଜି'
ଯଦି MDR ଲାଗୁ ହୁଏ ତାହେଲେ କ'ଣ ହେବ?
ବର୍ତ୍ତମାନ MDR ଲାଗୁ କରିବାକୁ ନେଇ କୌଣସି ସ୍ପଷ୍ଟତା ନାହିଁ। ହେଲେ ଏହି ବିଲ୍ ସହିତ, ଶୀଘ୍ର କିମ୍ବା ବିଳମ୍ବରେ, ସରକାର ଡିଜିଟାଲ ପେମେଣ୍ଟ ଉପରେ MDR ଲାଗୁ ହୋଇାପରେ। UPI ପେମେଣ୍ଟ ଉପରେ MDR ବ୍ୟବସାୟୀଙ୍କ ପାଇଁ ଏକ ଅତିରିକ୍ତ ଖର୍ଚ୍ଚ ବଢାଇବ ଏବଂ ସମ୍ଭାବ୍ୟ ଭାବରେ ଗ୍ରାହକଙ୍କ ରିହାତି ହ୍ରାସ କରିବ। ବ୍ୟବସାୟୀ ପ୍ରାରମ୍ଭିକ ଭାବରେ ଏହି ଖର୍ଚ୍ଚ ବହନ କରିବାକୁ ସକ୍ଷମ ହୋଇପାରନ୍ତି।
ହେଲେ ବିଶେଷଜ୍ଞଙ୍କ କହିବା ଅନୁସାରେ ଯେ ଏହା ଶେଷରେ କମ୍ ପ୍ରମୋସନାଲ୍ ଅଫର୍, ଅଧିକ ମୂଲ୍ୟ କିମ୍ବା ଉଭୟ ହୋଇପାରେ। ଯଦି MDR ଲାଗୁ କରାଯାଏ, ତାହେଲେ ଏହା କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ସର୍ବାଧିକ ପ୍ରଭାବ ପକାଇପାରେ। ଦୋକାନୀ UPI ବଦଳରେ ନଗଦ ଦେୟ ଉପରେ ଚାପ ପକାଇ ପାରନ୍ତି। ଏହା ଦ୍ୱାରା ଶେଷରେ ଡିଜିଟାଲ ପେମେଣ୍ଟ ଗତି ମନ୍ଥର ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories