Videos
|
National

Houthi Attack on Saudi Defense Ministry / ପୁଣି ଆକ୍ରମଣରେ ଥରି ଉଠିଲା ସାଉଦି ଆରବ; ପ୍ରତିରକ୍ଷା ମନ୍ତ୍ରଣାଳୟ ଉପରେ ହମଲା କରିଥିବା ନେଇ ହୁଥି ବିଦ୍ରୋହୀଙ୍କ ଦାବି

Subhramjit Ray
Browse all articles by Subhramjit Ray
·3 hours ago·2 min read
ପୁଣି ଆକ୍ରମଣରେ ଥରି ଉଠିଲା ସାଉଦି ଆରବ; ପ୍ରତିରକ୍ଷା ମନ୍ତ୍ରଣାଳୟ ଉପରେ ହମଲା କରିଥିବା ନେଇ ହୁଥି  ବିଦ୍ରୋହୀଙ୍କ ଦାବି
Houthi Attack on Saudi Defense Ministry

Key Points

ହୁଥି ବିଦ୍ରୋହୀ ସାଉଦି ଆରବର ପ୍ରତିରକ୍ଷା ମନ୍ତ୍ରଣାଳୟ ଉପରେ ଆକ୍ରମଣ କରିଥିବା ଦାବି କରିଛନ୍ତି। ଯାହା ମଧ୍ୟପ୍ରାଚ୍ୟରେ ନୂତନ ଉତ୍ତେଜନା ସୃଷ୍ଟି କରିଛି।
ପୁଣି ଥରେ ସାଉଦି ଆରବ ଉପରେ ଜୋରଦାର ଆକ୍ରମଣ କରିଛନ୍ତି ୟମେନ୍ ହୁଥି ବିଦ୍ରୋହୀ। ମଙ୍ଗଳବାର (ଅକ୍ଟୋବର ୨୦) ବିଦ୍ରୋହୀ ଦାବି କରିଛନ୍ତି ଯେ ସେମାନେ ସାଉଦିଆରବ ପ୍ରତିରକ୍ଷା ମନ୍ତ୍ରଣାଳୟ, ନଜରାନ ବିମାନବନ୍ଦର, ଦୁଇଟି ସାମରିକ ପରିବହନ ବିମାନ ଏବଂ ସାଉଦି ରାଜଧାନୀ ରିୟାଦ ସ୍ଥିତ ଖାମିସ୍ ମୁସୈତ ବାୟୁସେନା ଘାଟିକୁ ଟାର୍ଗେଟ କରିଛନ୍ତି। ହେଲେ ତଥାପି ସାଉଦି ଆରବ ଏହି ଦାବିକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହିଁ।

ଏହି ଦାବି ଏପରି ଏକ ସମୟରେ ହୋଇଛି ଯେତେବେଳେ ୟମେନ-ସାଉଦି ଆରବ ମଧ୍ୟରେ ସଂଘର୍ଷ ପୁଣି ଥରେ ବୃଦ୍ଧି ପାଉଛି। ସାଉଦି ଆରବ ନେତୃତ୍ୱାଧିନ ସାମରିକ ମେଣ୍ଟ କହିଛି ଯେ ହୁଥି ବିଦ୍ରୋହୀଙ୍କ ଦ୍ୱାରା ନିକ୍ଷେପ କରାଯାଇଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକାଶରେ ମାରି ଖସାଇ ଦିଆଯାଇଛି। ସାଉଦି ଆରବ ନେତୃତ୍ୱାଧିନ ମିଳିତ ସାମରିକ ମେଣ୍ଟର ମୁଖପାତ୍ର ମେଜର ଜେନେରାଲ ତୁର୍କି ଅଲ-ମାଲିକୀଙ୍କ କହିବା ଅନୁଯାୟୀ ସାଉଦି ଆରବର ପୂର୍ବ ପ୍ରଦେଶକୁ ଲକ୍ଷ୍ୟ କରି ତିନୋଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଯେତେବେଳେ ଚାରୋଟି ଡ୍ରୋନ୍ ଯୋଗେ ଦକ୍ଷିଣ ଅଞ୍ଚଳକୁ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଇଥିଲା। ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ମିଳିନାହିଁ।

ଏହା ସହ ପଢନ୍ତୁ: ପୁଣି ହୁଥି ଆକ୍ରମଣରେ କମିଲା ସାଉଦି ଆରବ; ଜଣେ ଭାରତୀୟ ମୃତ, ୨ ଆହତ

ବୃଦ୍ଧି ପାଇ ଚାଲିଛି ଆକ୍ରମଣ; ତୈଳ-ବିମାନ କ୍ଷେତ୍ରକୁ କରାଯାଉଛି ଟାର୍ଗେଟ
ବିଗତ କିଛି ଦିନ ମଧ୍ୟରେ ହୁଥି ବିଦ୍ରୋହୀ ସାଉଦି ଆରବର ଅନେକ ପ୍ରମୁଖ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଥିବା ଦାବି କରିଛନ୍ତି। ଦିନକ ପୂର୍ବରୁ ସେମାନେ ସାଉଦି ଆରବ ରାଜଧାନୀ ରିଆଦ ବିମାନବନ୍ଦର ଏବଂ ପୂର୍ବ-ପଶ୍ଚିମ ତୈଳ ପାଇପଲାଇନ ସହିତ ସଂଯୁକ୍ତ ପମ୍ପିଂ ଷ୍ଟେସନ ଟାର୍ଗେଟ କରିବାକୁ ଧମକ ଦେଇଥିଲା। ଅନ୍ୟପକ୍ଷରେ ସାଉଦି ନେତୃତ୍ୱାଧିନ ସାଉଦି ମେଣ୍ଟ କହିଛି ଯେ ଆମ ପାଖରେ ମହଜୁଦ ରହିଥିବା ବାୟୁ ପ୍ରତିରକ୍ଷା ପ୍ରଣାଳୀ ନିରନ୍ତର ଭାବରେ ଅନେକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣକୁ ପ୍ରତିହତ କରିବାରେ ଲାଗିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ବୁଧବାର (ଅକ୍ଟୋବର ୨୧-୨୨) ବିଳମ୍ବିତ ରାତିରେ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ବିଗତ କିଛି ସପ୍ତାହ ମଧ୍ୟରେ ସାଉଦି ଆରବର ତୈଳ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଇରାନ ସମର୍ଥିତ ହୁଥି ବିଦ୍ରୋହୀଙ୍କ ଆକ୍ରମଣ ଜାରି ରହିଛି। ଏହି ଆକ୍ରମଣ କାରଣରୁ ରାଜଧାନୀ ରିୟାଦ ସ୍ଥିତ ମୁଖ୍ୟ ବିମାନବନ୍ଦର ବନ୍ଦ ହୋଇଯାଇଛି। ଏପରିକି ଦେଶରେ ଆୟୋଜିତ ହେବାକୁ ରହିଥିବା ଏକ ପ୍ରମୁଖ ନିବେଶ ସମ୍ମିଳନୀକୁ ସ୍ଥଗିତ ରଖିବାକୁ ପଡ଼ିଛି।

ଏହା ସହ ପଢନ୍ତୁ: ହୁଥି ବିଦ୍ରୋହୀଙ୍କ ଆକ୍ରମଣରେ କମ୍ପି ଉଠିଲା ସାଉଦି ଆରବ; ଜଣେ ଭାରତୀୟ ମୃତ

ଚଳିତ ମାସରେ ହୋଇଛି ୨୨ ଜଣଙ୍କ ମୃତ୍ୟୁ
ନ୍ୟୁଜ ଏଜେନ୍ସି AFP ରିପୋର୍ଟ ଅନୁଯାୟୀ, ଚଳିତ ମାସରେ ସାଉଦି ଆରବ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ପ୍ରାୟ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଲାଲ ସାଗରରେ ହୁଥି ବିଦ୍ରୋହୀଙ୍କ ଦ୍ୱାରା ଲଗାଯାଇଥିବା ସାମୁଦ୍ରିକ ଅବରୋଧ ବିଶ୍ୱର ସର୍ବବୃହତ ଅଶୋଧିତ ତୈଳ ରପ୍ତାନିକାରୀ ସାଉଦି ଆରବରୁ ତୈଳ ଯୋଗାଣକୁ ପ୍ରଭାବିତ କରିଛି। ଗତ ଜୁଲାଇ ମାସରେ ୟେମେନ ଗୃହଯୁଦ୍ଧରେ ବର୍ଷ ବର୍ଷ ଧରି ଚାଲିଥିବା ଅସ୍ତ୍ରବିରତି ଭାଙ୍ଗିଯିବା ପରେ ଜୋରଦାର ଆକ୍ରମଣ ହୋଇଛି।