Odisha Parba / ଶେଷ ଦିନରେ ଓଡ଼ିଶା ପର୍ବ ୨୦୨୬; ଜମିଲା କିଣାବିକାଠୁ ନାଚଗୀତ, ମତୁଆଲା କଲେ ଓଡ଼ିଆ କଳାକାର
·4 months ago·3 min read

Key Points
ଶେଷ ଦିନରେ ଓଡ଼ିଶା ପର୍ବ ୨୦୨୬
ଯୋଗଦେଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି
ଯୋଗଦେଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି
ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ 'ଓଡ଼ିଶା ପର୍ବ୨୦୨୬'ର ଆଜି ତୃତୀୟ ତଥା ଶେଷ ଦିନ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ସମ୍ମାନିତ ଅତିଥି ଭାବେ ଯୋଗ ଦେଲେ ଦିଲ୍ଲୀ ସରକାରଙ୍କ ଆଇନ, କଳା ଓ ସଂସ୍କୃତି ମନ୍ତ୍ରୀ କପିଲ ମିଶ୍ରା । ଶେଷ ଦିନର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲା ଓଡ଼ିଶାର କଳା, ସଂସ୍କୃତିର ଝଲକ ।
ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ ୨୦୩୬ ବର୍ଷ କେବଳ ଓଡ଼ିଶାର ଐତିହାସିକ ଯାତ୍ରାର ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟ ନୁହେଁ ବରଂ ରାଜ୍ୟର ଉପଲବ୍ଧିଗୁଡ଼ିକୁ ସ୍ମରଣ କରି ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖି ଆହୁରି ଶକ୍ତିଶାଳୀ ଓ ବିକଶିତ ଓଡ଼ିଶା ଗଢ଼ିବା ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାମ କରିବାର ସୁଯୋଗ ମଧ୍ୟ ହେବ ।
ଚଳିତ ବର୍ଷର ବିଷୟବସ୍ତୁ “ସଂସ୍କୃତି ଓ ପ୍ରକୃତି” ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଏହା ଓଡ଼ିଶାର ଅନନ୍ୟ ଚରିତ୍ରକୁ ସୁନ୍ଦର ଭାବେ ପ୍ରତିଫଳିତ କରିପାରିଛି ଯେଉଁଠାରେ ସଂସ୍କୃତି ଓ ପ୍ରକୃତିର ସମନ୍ୱୟ ଘଟିଛି । ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ପ୍ରଦର୍ଶନୀ, ଶାସ୍ତ୍ରୀୟ ଓ ଲୋକନୃତ୍ୟ ପ୍ରଦର୍ଶନ, ପାରମ୍ପରିକ ସଙ୍ଗୀତ, ଖାଦ୍ୟ ପରମ୍ପରା ଏବଂ ବୁଦ୍ଧିଜୀବୀ ଆଲୋଚନା ମାଧ୍ୟମରେ ଏହି ପର୍ବ ଦର୍ଶକମାନଙ୍କୁ ଓଡ଼ିଶାର ଜୀବନ୍ତ ଜୀବନଧାରା ଓ ସମୃଦ୍ଧ ଐତିହ୍ୟର ଏକ ଦୃଶ୍ୟ ପ୍ରଦାନ କରିପାରିଛି ।
ଓଡ଼ିଶାର ସମୃଦ୍ଧ ସଭ୍ୟତାଗତ ଐତିହ୍ୟକୁ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ରାଜ୍ୟର ପରିଚୟ ମହାପ୍ରଭୁ ଜଗନ୍ନାଥଙ୍କଠାରେ ଗଭୀର ଭାବେ ନିହିତ ଯାହା ସମାନତା, ସମାଵେଶୀ ଓ ବିଶ୍ୱ ଭ୍ରାତୃତ୍ୱର ସନ୍ଦେଶ ଦେଇ ପିଢ଼ି ପରେ ପିଢ଼ିକୁ ପ୍ରେରିତ କରିଆସିଛି । ରାଜ୍ୟର ବୌଦ୍ଧିକ ଓ ସାଂସ୍କୃତିକ ପରିସରକୁ ଗଢ଼ି ତୋଳିବାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି ଓ ଗଙ୍ଗାଧର ମେହେରଙ୍କ ପରି ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କର ଅମୂଲ୍ୟ ଅବଦାନକୁ ରାଜ୍ୟପାଳ ନିଜ ଉଦବୋଧନରେ ଅବତାରଣା କରିଥିଲେ ।
ଦିନବେଳା ଶେଷ ଦିନରେ ଦୁଇଟି ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଚାରୁଦତ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ 'ହସ୍ତଶିଳ୍ପ ଓଡ଼ିଶା' ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଚାରୁଦତ୍ତ ପାଣିଗ୍ରାହୀ କହିଥିଲେ, "ଆମେ ଯେପରି ଖଣି ସମ୍ପଦ କଥା ହେଉଛୁ ସେହିପରି କଳା ସମ୍ପଦ କରିବା ଦରକାର । ଆମର ଅତି ଉଚ୍ଚକୋଟୀର ହସ୍ତଶିଳ୍ପ ରହିଛି । ଏହାର ଆହୁରି ପ୍ରଚାର ପ୍ରସାର ହେଉ ।"
ପଢନ୍ତୁ ଏହି ଖବର: 'ଦିଲ୍ଲୀବାସୀଙ୍କ ପାଇଁ ବଡ଼ ସୁଯୋଗ; ଦେଖନ୍ତୁ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ'
ସେହିପରି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ କହିଥିଲେ, "ବରଗଡ଼ରେ ସୂତା ମିଲ ଥିଲେ ଆମର ବୁଣାକାର ବାହାରୁ କିଣିବାକୁ ଯାଇ ନଥାନ୍ତେ । ଏଥିପାଇଁ ଆମକୁ ଚିନ୍ତା କରିବାକୁ ପଡ଼ିବ । ଗ୍ଲୋବାଲ ମାର୍କେଟ ସହିତ ଆମର କାରିଗରୀକୁ ପହଞ୍ଚାଇବାକୁ ପଡ଼ିବ । ସେଥିପାଇଁ ଆମକୁ ନୂତନ ପ୍ରଯୁକ୍ତିବିଦ୍ୟାର ସାହାଯ୍ୟ ନେବାକୁ ପଡ଼ିବ ।"
ପଢନ୍ତୁ ଏହି ଖବର: ଓଡ଼ିଶା ପର୍ବରେ 'ବହିଟିଏ ସାଥିଟିଏ'ର ଶୁଭାରମ୍ଭ; ପୁସ୍ତକ ପ୍ରତି ରୁଚି ଫେରାଇ ଆଣିବା ଲକ୍ଷ୍ୟ
ଓଡ଼ିଶା ପର୍ବର ଶେଷ ଅଧିବେଶନ 'ଐତିହ୍ୟ ଓଡ଼ିଶା' ଉପରେ ଆଲୋଚନା ହୋଇଥିଲା । ଏହି ଅଧିବେଶନରେ ଓଡ଼ିଶାର ଅମୂଲ୍ୟ ଐତିହ୍ୟ, ବିବିଧ ନୃତ୍ୟ ସଙ୍ଗୀତ, ପର୍ବପର୍ବାଣି ଏବଂ ସମୃଦ୍ଧ ଆଦିବାସୀ ସଂସ୍କୃତି ନେଇ ଆଲୋଚନା ହୋଇଥିଲା । ଏହାପରେ NBT ପକ୍ଷରୁ ଓଡ଼ିଆ ପୁସ୍ତକ ଗୁଡିକ ନେଇ ଡିଜିଟାଲ କାର୍ଯ୍ୟକ୍ରମ 'ବହିଟିଏ ସାଥିଟିଏ 'ର ଶୁଭାରମ୍ଭ ହୋଇଥିଲା ।
ଓଡ଼ିଶା ପର୍ବର ଅନ୍ତିମ ଦିନରେ 'ପ୍ରତିଭା ଉତ୍ସବ'ରେ ନିଜର ଲୁକାୟିତ କଳା ପ୍ରଦର୍ଶନ କରିଥିବା କଳକାର । ସେମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଆଜି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନେକ କଳାକାର ଯୋଗ ଦେଇଛନ୍ତି । ବନ୍ଦେ ମା'ତରମ ୧୫୦ ବର୍ଷ ପୂର୍ତ୍ତିକୁ ନେଇ ଅନନ୍ତ ନାଦର ଅମର ପ୍ରତିଧ୍ୱନି ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଛି । ଶେଷ ଦିନ ସହିତ ରବିବାର ଛୁଟି ଦିନ ପଡୁଥିବାରୁ ଓଡିଶା ପର୍ବରେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି ।
ଅଧିକ ଖବର ପଢନ୍ତୁ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories