Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ; ଏହି ଜିଲ୍ଲାକୁ ଆଲର୍ଟ ଜାରି

Odisha

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ; ଏହି ଜିଲ୍ଲାକୁ ଆଲର୍ଟ ଜାରି

Swayangprajna Mishra
Browse all articles by Swayangprajna Mishra
·2 years ago
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ; ଏହି ଜିଲ୍ଲାକୁ ଆଲର୍ଟ ଜାରି

ଅର୍ଗସ ବ୍ୟୁରୋ :  ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତା 16 ତାରିଖରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ଆଶଙ୍କା ରହିଛି । ଏହାର ପ୍ରକୋପରେ ୧୫ ତାରିଖ ଅପରାହ୍ନରେ ସ୍ବଳ୍ପରୁ ମଧଅୟମ ଧରଣର ବର୍ଷା ହେବାକୁ ଥିବାବେଳେ ୧୬ ତାରିଖରେ ବଢିବ ବର୍ଷାର ପରିମାଣ । 

ଅଧିକ ପଢନ୍ତୁ: ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ୧୫ରୁ ବଦଳିବ ପାଗ

ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, କଟକ , ଭଦ୍ରକ ଆଦି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି. ଏନେଇ ୟେଲୋ ଆଲର୍ଟ ଜାରି କରାଯାଇଛି. ସେହିପରି ୧୭ ତାରିଖରେ ଉପକୂଳ ଓଡିଶାରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ଆଞ୍ଚଳଇକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାଣିପାଗ ଖବର ଆହୁରି ପଢନ୍ତୁ

Sponsored
A low pressure area is formed; Alert issued to these district | Argus News