Nuapada by Election / ନୂଆପଡ଼ା ଉପ-ନିର୍ବାଚନ ସୁରକ୍ଷା ନେଇ ପୋଲିସ ଡିଜିଙ୍କ ସମୀକ୍ଷା, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁସରଣ ନିର୍ଦ୍ଦେଶ
·8 months ago·2 min read

Key Points
ଡିଜିପି ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଛନ୍ତି । ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ମଣ୍ଡଳୀରେ ଉପ-ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ।
କଟକ: ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ମଣ୍ଡଳୀରେ ଉପ-ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ମତଦାନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ପୋଲିସ ମୁଖ୍ୟାଳୟ ଠାରେସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଏହି ଅବସରରେ ଡିଜିପି ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ନିର୍ବାଚନ ଆଚରଣ ବିଧିର କଡ଼ାକଡ଼ି ଅନୂପାଳନ ଏବଂ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ପାଇଁ ଭାରତର ନିର୍ବାଚନ ଆୟୋଗ (ECI)ଙ୍କ ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଦଫା ୧୧୦/୧୦୭ Cr.P.C. ଅନୁଯାୟୀ ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କୁ ଗିରଫ କରିବା, ବେଆଇନ ଟଙ୍କା କାରବାରକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଓ ବେଆଇନ ମଦ ଜବତ କରିବା ଏବଂ ପଡ଼ି ରହିଥିବା ୱାରେଣ୍ଟ (NBWs)କୁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ଉପରେ ଲାଗୁ କରିବା ଉପରେ ଗୁରୁତ୍ଵ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଘାସୀରାମଙ୍କ ବିରୋଧରେ ବିଜେପି ଆଣିଲା ବଡ଼ ଅଭିଯୋଗ !
ଅତିରିକ୍ତ ଡିଜିପି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ମୋବାଇଲ୍ ପେଟ୍ରୋଲିଂ ଏବଂ ଫ୍ଲାଇଂ ସ୍କ୍ଵାଡ୍ର କାର୍ଯ୍ୟକୁ ବଢ଼ାଇବା ଏବଂ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରବେଶ ପଥରେ ନାକା ପୋଷ୍ଟ ସ୍ଥାପନ କରି ସନ୍ଦିଗ୍ଧ ବ୍ୟକ୍ତି ବିଶେଷ ଓ ଗଦି ମାନଙ୍କର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଉପରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଉପ-ନିର୍ବାଚନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ତଥ୍ୟ ଉପରେ ଆଲୋକପାତ କରିବା ସହ ଡିଆଇଜିପି ଓ ଏସପିଙ୍କୁ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ।
ଉପନିର୍ବାଚନ ସମୟରେ ସମ୍ଭାବ୍ୟ ମାଓବାଦୀ କାର୍ଯ୍ୟକଳାପକୁ ଏଡ଼ାଇବାକୁ ଏଡିଜିପି ସଂଜୀବ ପଣ୍ଡା ଜିଲ୍ଲାର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ କମ୍ବିଂ ଅପରେସନ ଓ ମାଓବାଦୀ ବିରୋଧୀ ଅଭିଯାନକୁ ଜୋରଦାର କରାଯିବ ବୋଲି କହିଛନ୍ତି । ଏଥି ନିମନ୍ତେ ସମସ୍ତ ପ୍ରକାର ଯୋଜନାକୁ ଚୂଡ଼ାନ୍ତ ରୂପ ଦିଆ ଯାଇଛି ବୋଲି ଜଣାଇଛନ୍ତି ।
ଉଲ୍ଲେଖଯୋଗ୍ୟ, ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୧୪ କମ୍ପାନୀ CAPF, ୫ ପ୍ଲାଟୁନ୍ ରାଜ୍ୟ OSAP/APR, ୩୫ ଟି ମୋବାଇଲ୍ ପାଟ୍ରୋଲିଂ ପାର୍ଟି, ୧୮ଟି ଫ୍ଲାଇଁ ସ୍କ୍ଵାଡ୍, ୧୮ଟି SST ସହିତ ଜିଲ୍ଲା ପୋଲିସ୍ ଅଧିକାରୀ/ କର୍ମଚାରୀଙ୍କୁ ନିୟୋଜିତ କରାଯିବ ।
ଏଥିସହ ପଢ଼ନ୍ତୁ: ପାର୍ଟ ପ୍ଲଟ କିଣାବିକା ଜାଲିଆତି; ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ
ରେଞ୍ଜ ଡିଆଇଜି କେ. ବି. ସିଂହ ପୋଲିସ ପକ୍ଷରୁ ଚୋରା ମଦ ଉପରେ ଚଢାଉ, ନିଶା ଦ୍ରବ୍ୟ ଚୋରା କାରବାର ରୋକିବାକୁ ସ୍ୱତନ୍ତ୍ର ରଣନୀତି, ପେଣ୍ଡିଂ ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା କହିଛନ୍ତି । ଏହା ଛଡ଼ା EVM ଗୁଡ଼ିକର ସୁରକ୍ଷା ନିଶ୍ଚିତ କରିବା ପାଇଁ CCTV କଭରେଜ୍ ସହିତ ଷ୍ଟ୍ରଙ୍ଗ୍ ରୁମ୍ରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories