Dharmendra Pradhan letter to CM / ପଛୁଆ ବର୍ଗ ଆୟୋଗର ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି
·6 months ago·2 min read

Key Points
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ କଲେ ଅନୁରୋଧ
ନୂତନ ସଦସ୍ୟ ନିଯୁକ୍ତ ହୋଇ ନଥିବାରୁ କାର୍ଯ୍ୟକ୍ଷମ ହୋଇପାରୁନି ଆୟୋଗ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ସାମାଜିକ ନ୍ୟାୟ ପ୍ରଦାନ ଏବଂ ପଛୁଆ ବର୍ଗର ଲୋକଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଏହି ପତ୍ରରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ କାର୍ଯ୍ୟକାଳ ଗତ ଜାନୁଆରୀ ୩, ୨୦୨୪ରେ ଶେଷ ହୋଇ ସାରିଛି । ବର୍ତ୍ତମାନ ସୁଦ୍ଧା ନୂତନ ସଦସ୍ୟ ନିଯୁକ୍ତ ହୋଇ ନ ଥିବାରୁ ଏହା ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ । ଓଡ଼ିଶା ରାଜ୍ୟର ଜନ ସଂଖ୍ୟାର ଏକ ପ୍ରମୁଖ ଅଂଶ ଭାବେ ପ୍ରାୟ ୨୧୬ ଟି ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗ ସମୁଦାୟ ଓଡ଼ିଶାରେ ବସବାସ କରୁଛନ୍ତି । ଆୟୋଗ କାର୍ଯ୍ୟକ୍ଷମ ନ ଥିବାରୁ ଏହି ବର୍ଗର ଲୋକମାନେ ଶିକ୍ଷା, ନିଯୁକ୍ତି ଏବଂ ସରକାରଙ୍କ କଲ୍ୟାଣକାରୀ ଯୋଜନାର ସୁଫଳ ପାଇବାରେ ବହୁବିଧ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ନିଜର ସମସ୍ୟା ଉପସ୍ଥାପନ କରିବା ପାଇଁ ସେମାନେ ଏକ ସାମ୍ବିଧାନିକ ମଞ୍ଚରୁ ବଞ୍ଚିତ ହେଉଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ନୂତନ ଜାତିକୁ SEBC ତାଲିକାରେ ଅନ୍ତର୍ଭୁକ୍ତ କରିବା, ଅଭିଯୋଗର ସମାଧାନ କରିବା ଏବଂ ପଛୁଆ ବର୍ଗଙ୍କ ପାଇଁ ସରକାରଙ୍କୁ ନୀତିଗତ ପରାମର୍ଶ ଦେବାରେ ଓଏସସିବିସିଙ୍କ ମୁଖ୍ୟ ଭୂମିକା ରହିଛି । ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ସଂଶୋଧନ) ଅଧିନିୟମ, ୨୦୨୦ ଅନୁଯାୟୀ, ଏହି କମିଶନଙ୍କୁ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଉପରେ ସର୍ଭେ କରିବାର ଦାୟିତ୍ୱ ମଧ୍ୟ ଦିଆଯାଇଛି । ତେଣୁ ରାଜ୍ୟରେ ସାମାଜିକ ନ୍ୟାୟର ପ୍ରତିଷ୍ଠା ଏବଂ ପଛୁଆ ବର୍ଗଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ କମିଶନର ଶୀଘ୍ର ପୁନର୍ଗଠନ ଏକାନ୍ତ ଆବଶ୍ୟକ । ରାଜ୍ୟର ପଛୁଆ ବର୍ଗର ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆୟୋଗର ପୁନର୍ଗଠନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍ତି ।
ଅଧିକ ପଢ଼ନ୍ତୁ: 'କାହାର ହେବ ସବୁଜ ମୁକୁଟ, ମୁଖିଆ ଦେଉନାହାନ୍ତି କାହାକୁ ଗୁରୁତ୍ଵ'
ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ କାର୍ଯ୍ୟକାଳ ଗତ ଜାନୁଆରୀ ୩, ୨୦୨୪ରେ ଶେଷ ହୋଇ ସାରିଛି । ବର୍ତ୍ତମାନ ସୁଦ୍ଧା ନୂତନ ସଦସ୍ୟ ନିଯୁକ୍ତ ହୋଇ ନ ଥିବାରୁ ଏହା ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ । ଓଡ଼ିଶା ରାଜ୍ୟର ଜନ ସଂଖ୍ୟାର ଏକ ପ୍ରମୁଖ ଅଂଶ ଭାବେ ପ୍ରାୟ ୨୧୬ ଟି ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗ ସମୁଦାୟ ଓଡ଼ିଶାରେ ବସବାସ କରୁଛନ୍ତି । ଆୟୋଗ କାର୍ଯ୍ୟକ୍ଷମ ନ ଥିବାରୁ ଏହି ବର୍ଗର ଲୋକମାନେ ଶିକ୍ଷା, ନିଯୁକ୍ତି ଏବଂ ସରକାରଙ୍କ କଲ୍ୟାଣକାରୀ ଯୋଜନାର ସୁଫଳ ପାଇବାରେ ବହୁବିଧ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ନିଜର ସମସ୍ୟା ଉପସ୍ଥାପନ କରିବା ପାଇଁ ସେମାନେ ଏକ ସାମ୍ବିଧାନିକ ମଞ୍ଚରୁ ବଞ୍ଚିତ ହେଉଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ: ପୁଣି ଭାଇରାଲ ଶ୍ରୀମନ୍ଦିର ଫଟୋ, ନୋ-ଫ୍ଲାଇଂ ଜୋନ୍ରେ କିପରି ଉଡ଼ିଲା ଡ୍ରୋନ୍ ?
ନୂତନ ଜାତିକୁ SEBC ତାଲିକାରେ ଅନ୍ତର୍ଭୁକ୍ତ କରିବା, ଅଭିଯୋଗର ସମାଧାନ କରିବା ଏବଂ ପଛୁଆ ବର୍ଗଙ୍କ ପାଇଁ ସରକାରଙ୍କୁ ନୀତିଗତ ପରାମର୍ଶ ଦେବାରେ ଓଏସସିବିସିଙ୍କ ମୁଖ୍ୟ ଭୂମିକା ରହିଛି । ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ସଂଶୋଧନ) ଅଧିନିୟମ, ୨୦୨୦ ଅନୁଯାୟୀ, ଏହି କମିଶନଙ୍କୁ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଉପରେ ସର୍ଭେ କରିବାର ଦାୟିତ୍ୱ ମଧ୍ୟ ଦିଆଯାଇଛି । ତେଣୁ ରାଜ୍ୟରେ ସାମାଜିକ ନ୍ୟାୟର ପ୍ରତିଷ୍ଠା ଏବଂ ପଛୁଆ ବର୍ଗଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ କମିଶନର ଶୀଘ୍ର ପୁନର୍ଗଠନ ଏକାନ୍ତ ଆବଶ୍ୟକ । ରାଜ୍ୟର ପଛୁଆ ବର୍ଗର ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆୟୋଗର ପୁନର୍ଗଠନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories