Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cyclone Update / ବାତ୍ୟା ନାଁ ଶୁଣିଲେ ଛାତିରେ ପଶେ ଛନକା ! ୧୯୯୯ ମହାବାତ୍ୟା ପରେ କେମିତି ରହିଛି ସ୍ଥିତି ?

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ବାତ୍ୟା ନାଁ ଶୁଣିଲେ ଛାତିରେ ପଶେ ଛନକା ! ୧୯୯୯ ମହାବାତ୍ୟା ପରେ କେମିତି ରହିଛି ସ୍ଥିତି ?

Key Points

ବାତ୍ୟା କଥା ଶୁଣିଲେ ଲୋକଙ୍କ ଛାତିରେ ପଶିଯାଏ ଛନକା।
ମନେ ପଡ଼ିଯାଏ ୧୯୯୯ର କଥା।

ବାତ୍ୟା ନାଁ ଶୁଣିଲେ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଲୋକେ ଆତଙ୍କିତ ହୋଇ ପଡନ୍ତି । ବିଶେଷ କରି ସମୁଦ୍ର କୁଳିଆ ଗାଁ ଲୋକେ ବାତ୍ୟା ମୁକାବିଲା ପାଇଁ ପୁରା ତୟାର ।

୧୯୯୯ ଅକ୍ଟୋବର ୨୯। ସେହି କାଳ ରାତି ବଦଳାଇ ଦେଇଥିଲା ଜଗତସିଂହପୁର ଜିଲ୍ଲା ଏସରମାର ଇତିହାସ। ତାଣ୍ଡବ ରଚିଥିଲା ମହାବାତ୍ୟା । ଏମିତି ବିପତ୍ତି, ଯାହା ପୂର୍ବରୁ କେବେ କେହି ଦେଖିଥିଲେ, ନା କଳ୍ପନା କରିଥିଲେ। ରୌଦ୍ର ମୁଖା ପବନ, ସମୁଦ୍ର ଉତ୍ତାଳ ତରଙ୍ଗ ରଚିଥିଲା ବିନାଶ ଲୀଳା। ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ। ମହାବାତ୍ୟା ପରବର୍ତ୍ତୀ ସମୟରେ ମହାରାଷ୍ଟ୍ର ସରକାରଙ୍କ ସହଯୋଗରେ ପ୍ରତି ପଞ୍ଚାୟତରେ ନିର୍ମାଣ ହୋଇଥିଲା ବାତ୍ୟା ଆଶ୍ରୟସ୍ଥଳୀ । ଯାହା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଥିଲା ବଡ଼ ଭିତ୍ତିଭୂମି।

ଏହା ପରେ ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ବିଜେଡି ଅମଳରେ ଏସବୁ ହେଲା ଜରାଜୀର୍ଣ୍ଣ । ମରାମତି ହେଲାନାହିଁ, ଫଳରେ ବାତ୍ୟା ଆଶ୍ରୟସ୍ଥଳୀ ସବୁ ଏବେ ବିପଦ ସଙ୍କୁଳ ଅବସ୍ଥାରେ । ବିଜେପି ସରକାର ଆସିବା ପରେ ୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ୨ଟି ରେଡକ୍ରସ ଆଶ୍ରୟସ୍ଥଳୀର ମରାମତି କରାଯାଇଛି, କିଛି ନୂଆ ନିର୍ମାଣ ଚାଲିଛି । ତଥାପି ଅନେକ ସ୍ଥାନରେ ଆଶ୍ରୟସ୍ଥଳୀ ନାହିଁ। ତେଣୁ ବାତ୍ୟା କଥା ଶୁଣିଲେ ଲୋକଙ୍କ ଛାତିରେ ପଶିଯାଏ ଛନକା। ମନେ ପଡ଼ିଯାଏ ୧୯୯୯ର କଥା।

ଏଥିସହ ପଢ଼ନ୍ତୁ: ଓଡ଼ିଶାକୁ ସତରେ ବାତ୍ୟା ଅଛି ନା ନାହିଁ ? ଜାଣନ୍ତୁ ପୁରା ଘଟଣା...

୧୯୯୯ ମହାବାତ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ମହାକାଳପଡ଼ା ବ୍ଲକ୍ ବି ହୋଇଥିଲା ପ୍ରଭାବିତ। ବାତ୍ୟା ହେଲେ ମହାକାଳପଡ଼ାର ୧୪ଟି ପଞ୍ଚାୟତକୁ ଆସେ ବିପଦ। ରାଜନଗର ତାଳଚୁଆ, ରଙ୍ଗଣୀ, ବାଘମାରି ପଞ୍ଚାୟତ କ୍ଷତିଗ୍ରସ୍ତ ହୁଏ। ମହାକାଳପଡ଼ା ବ୍ଲକର ବତୀଘର, ନିପଣିଆ, ଜମ୍ବୁ, ଖରିନାସି, ରାମନଗର ଆଦି ପଞ୍ଚାୟତ ବି ସମ୍ବେଦନଶୀଳ। ତେବେ ଜିଲ୍ଲାରେ ମୋଟ ୭୦ଟି ବାତ୍ୟା ଆଶ୍ରୟସ୍ଥଳୀ ଥିବା ବେଳେ ୫୫ଟିର ମରାମତି କାମ ସରିଛି । ଅନ୍ୟ ଆଶ୍ରୟ ସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ପାଇଁ ସବୁ ବିଡିଓ ମାନଙ୍କୁ ନିର୍ଦେଶ ଥିବା କହିଛନ୍ତି କେନ୍ଦ୍ରାପଡ଼ା ଏଡିଏମ ରବୀନ୍ଦ୍ର ମଲ୍ଲିକ ।

୧୯୯୯ ର ସ୍ଥିତି ଏବେ ନାହିଁ । ବାତ୍ୟା ପୂର୍ବାନୁମାନ, ପ୍ରସ୍ତୁତି, ମୁକାବିଲା ସବୁ କ୍ଷେତ୍ରରେ ଅନେକ ଉନ୍ନତି ହୋଇଛି। ତେବେ ସବୁ ସତ୍ବେ ବାତ୍ୟା ନାଁ ଶୁଣିଲେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାବାସୀ ଭୟଭୀତ ହୁଅନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cyclone Update | How is the situation after the 1999 cyclone? | Argus News