Videos
|
Odisha

Super speciality hospital / ବିଗୁଡୁଥିବା ସ୍ୱାସ୍ଥ୍ୟସେବାର ବଦଳିବ ଚିତ୍ର; ଜଗତସିଂହପୁରରେ ଖୁବଶୀଘ୍ର ମେଡିକାଲ କଲେଜ

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·2 min read
ବିଗୁଡୁଥିବା ସ୍ୱାସ୍ଥ୍ୟସେବାର ବଦଳିବ ଚିତ୍ର; ଜଗତସିଂହପୁରରେ ଖୁବଶୀଘ୍ର ମେଡିକାଲ କଲେଜ
Super speciality hospital

Key Points

ଜଗତସିଂହପୁରରେ ମିଳିବ ଉତ୍ତମ ସ୍ଵାସ୍ଥ୍ୟ ସେବା
ଖୁବଶୀଘ୍ର ନିର୍ମାଣ ହେବ ମେଡିକାଲ କଲେଜ
ପାରାଦୀପରେ ସୁପରସ୍ପେଶାଲିଟି ହସ୍ପିଟାଲ
ରାଜ୍ୟର ସବୁଠୁ ଛୋଟ ଜିଲ୍ଲା ଜଗତସିଂହପୁରରେ ଅନେକ ଦିନ ଧରି ରହିଛି ସ୍ଵାସ୍ଥ୍ୟସେବା ସମସ୍ୟା । ଜିଲ୍ଲାବାସୀ ଛୋଟମୋଟ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ ଉପରେ ନିର୍ଭରଶୀଳ । ହେଲେ ଜିଲ୍ଲାରେ ବିଗୁଡୁଥିବା ସ୍ୱାସ୍ଥ୍ୟସେବାର ଖୁବଶୀଘ୍ର ବଦଳିବ ଚିତ୍ର । କାରଣ ଜଗତସିଂହପୁରରେ ମେଡିକାଲ କଲେଜ ନିର୍ମାଣ ହେବା ସହ ପାରାଦୀପରେ ସୁପରସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ହେବ ।

  • ଖୁବଶୀଘ୍ର ପାରାଦୀପରେ ସୁପରସ୍ପେଶାଲିଟି ହସ୍ପିଟାଲ
ପାରାଦୀପ ବନ୍ଦର ସହଯୋଗରେ ଖୁବଶୀଘ୍ର ପାରାଦୀପବାସୀଙ୍କୁ ଯୋଗାଇ ଦିଆଯିବ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ଆଇସିୟୁ, ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ ସେବା । ଏ ନେଇ ଆଜି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ପାରାଦୀପ ଆଜି ବିଶ୍ୱରେ ସୁନାମ ଅର୍ଜନ କରିଥିବା ବେଳେ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ଶିଳ୍ପସଂସ୍ଥାନ ଗୁଡିକ ପାରାଦୀପରେ ନିର୍ମାଣ ହୋଇଛି । ଯଥାଶୀଘ୍ର ଏ ନେଇ ପଦକ୍ଷେପ ଗ୍ରହଣ କରାଯିବା ସହିତ ଖୁବଶୀଘ୍ର ଜିଲ୍ଲାରେ ଏକ ମେଡିକାଲ କଲେଜର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି ବୋଲି ମନ୍ତ୍ରୀ କହିଛନ୍ତି ।

ପଢନ୍ତୁ ଏହି ଖବର: ସାରା ବିଶ୍ଵରେ ଦେଖାଦେଇଛି ଶକ୍ତି ସଙ୍କଟ; ପୁଣି କୋଭିଡ ପରି ଲାଗିବ କି ଲକଡାଉନ୍ ?

  • ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ କହିଲେ ମନ୍ତ୍ରୀ
ଏହା ସହିତ ପାରାଦୀପରେ ରହିଥିବା ସମସ୍ତ ଶିଳ୍ପଗୁଡିକର ସିଏସଆର ଅର୍ଥ ବିନିଯୋଗରେ ଏକ ସୁପରସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବା ପାଇଁ ପ୍ରାକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଏନେଇ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ନେଇ ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ସହିତ ଆଲୋଚନା ହୋଇଥିବା ମନ୍ତ୍ରୀ କହିଛନ୍ତି । ପାରାଦୀପରେ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣା ହେଉ କିମ୍ବା ଗୁରୁତର ଅସୁସ୍ଥ ରୋଗୀଙ୍କୁ ନେବାପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ଏବଂ ଆଇସିୟୁ, ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ ପାରାଦୀପବାସୀଙ୍କୁ ଭେଟିଦିଆଯିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ । ଏହାଦ୍ୱାରା ପାରାଦୀପ ଅଞ୍ଚଳରୁ ସଠିକ ସମୟରେ ସ୍ଵାସ୍ଥ୍ୟ ସୁବିଧା ମିଳୁନଥିବା ପରି ରୋଗୀ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ । ପାରାଦୀପର ସ୍ୱାସ୍ଥ୍ୟସେବାରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Medical college to inaugurate soon in Jagatsinghpur | Argus News