Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ganja Smuggling in Cricket Bat / କ୍ରିକେଟ୍‌ ବ୍ୟାଟ୍‌ରେ ଗଞ୍ଜେଇ ଚାଲାଣ, ୨ ଜଣଙ୍କୁ ମାଡ଼ି ବସିଲା GRP

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
କ୍ରିକେଟ୍‌ ବ୍ୟାଟ୍‌ରେ ଗଞ୍ଜେଇ ଚାଲାଣ, ୨ ଜଣଙ୍କୁ ମାଡ଼ି ବସିଲା GRP
Ganja

Key Points

କ୍ରିକେଟ୍ ବ୍ୟାଟ ଭିତରେ ଗଞ୍ଜେଇ ଚାଲାଣ
ବ୍ରହ୍ମପୁର ଷ୍ଟେସନରେ ଧରାପଡିଲେ ଦୁଇ ଗଞ୍ଜେଇ ବେପାରୀ
ଲୁଚାଇ ରଖିଥିଲେ ୧୭.୫ କେଜି ଗଞ୍ଜେଇ
ସାରା ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର । ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ । ଏଥିପାଇଁ ସମସ୍ତ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ । ସେପଟେ ହୋଟେଲ ଠାରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଉ ଏହି କ୍ରିକେଟ୍‌ ଫିଭର ମଧ୍ୟରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । କ୍ରିକେଟ୍‌ ବ୍ୟାଟରେ ଗଞ୍ଜେଇ ନେଇ ଯାଉଥିବା ବେଳେ ମାଡ଼ି ବସିଛି ଜିଆରପି ପୋଲିସ୍‌ ।

ଗଞ୍ଜେଇ ଚାଲାଣ ପାଇଁ ତ ଚାଲାଣକାରୀ ଅନେକ ବାଟ ଆପଣାଇଥାନ୍ତି । ତେବେ ବର୍ତ୍ତମାନ ଗଞ୍ଜେଇ ଚାଲାଣ ପାଇଁ କ୍ରିକେଟ ବ୍ୟାଟକୁ ବ୍ୟବହାର କରାଯାଉଛି । ଯାହାକି ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଖୋର୍ଦ୍ଧା RPF ଓ ବ୍ରହ୍ମପୁର GRP ଦୁଇ ଜଣ ଯୁବକଙ୍କୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ଧରିଛି । ଅଭିଯୁକ୍ତ କ୍ରିକେଟ୍ ବ୍ୟାଟ୍‌ରେ ଗଞ୍ଜେଇ ଲୁଚାଇ ରଖିଥିଲେ । ଅଭିଯୁକ୍ତଙ୍କ ନିକଟରୁ ୧୭ କିଲୋଗ୍ରାମ ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।

ଅଧିକ ପଢ଼ନ୍ତୁ: ଦୁର୍ଘଟଣାରେ ଚାଲିଗଲା ଗୁରୁଙ୍କ ଜୀବନ, ଯାତ୍ରା ଦୁନିଆରେ ଛାଇ ଯାଇଛି ଦୁଃଖର ବାଦଲ



ସୂଚନା ଅନୁସାରେ, ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଦୁଇଜଣ ବ୍ୟକ୍ତି ଅଲି ହସେନ ଓ ରୋନି ଶେଖଙ୍କୁ ସନ୍ଦେହଜନକ ଭାବରେ ଭାରୀ ବ୍ୟାକପ୍ୟାକ୍ ଏବଂ ପ୍ଲାଷ୍ଟିକ୍ କ୍ରିକେଟ୍ ବ୍ୟାଟ୍ ନେଇ ଯାଉଥିବା ବେଳେ ଜିଆରପି ପୋଲିସ୍‌ ଅଟକ ରଖିଥିଲା । କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ଉଭୟଙ୍କୁ ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା । ଆଉ ଯାଞ୍ଚ ବେଳେ ଉଭୟଙ୍କ ପାଖରେ ଥିବା ୨୩ଟି ବ୍ୟାକପ୍ୟାକ୍ ଏବଂ ୧୦ଟି କ୍ରିକେଟ୍ ବ୍ୟାଟ୍ ଭିତରୁ ଗଞ୍ଜେଇ ମିଳିଥିଲା । ଅଲି ଓ ରୋନିଙ୍କ ପାଖରୁ ମୋଟ ୧୭.୫ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।

ଅଧିକ ପଢ଼ନ୍ତୁ: ଚଢ଼ା ଦରରେ ବିକୁଥିଲେ ବାରବାଟୀ ଟିକେଟ୍‌, ୪ ଜଣଙ୍କୁ ବାନ୍ଧିଲା ପୋଲିସ୍‌...୨୧ ଟିକେଟ୍ ଜବତ


ଉଭୟ ଅଭିଯୁକ୍ତଙ୍କୁ ଏନଡିପିଏସ ଆଇନର ଅନୁଯାୟୀ ଗିରଫ କରାଯାଇଛି । ସାଇଣ୍ଟିଫିକ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି । ଚୋରା ଦ୍ରବ୍ୟର ଉତ୍ସ, ନେଟୱାର୍କ ଏବଂ ଉଦ୍ଦେଶ୍ୟ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି । ଏହି ଜବତ ରେଳପଥରେ ନିଶାଦ୍ରବ୍ୟ ଚାଲାଣ ରୋକିବା ଓ ଯାତ୍ରୀମାନଙ୍କ ପାଇଁ ନିରାପଦ ଏବଂ ନିରାପଦ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଜିଆରପି ପୋଲିସ ପଦକ୍ଷେପ ଗ୍ରହଣ କରିଥିବା କୁହାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ganja Hidden in Cricket Bats: GRP Arrests Two, 17.5 Kg Seized | Argus News