Suvendu Adhikari bulldozer action / ଶୁଭେନ୍ଦୁ ସରକାରଙ୍କ ବୁଲଡୋଜର ଆକ୍ସନ; ମାଟିରେ ମିଶିଲା ଅଭିଷେକ ବାନାର୍ଜୀଙ୍କ ଅମତାଲା କାର୍ଯ୍ୟାଳୟ
·1 month ago·2 min read

Key Points
ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟକୁ "ଅବୈଧ ଭାବରେ ନିର୍ମିତ" ଦର୍ଶାଇ ପ୍ରଶାସନ ଏହା ବିରୋଧରେ ବୁଲଡୋଜର ଆକ୍ସନ ଗ୍ରହଣ କରିଛି।
Abhishek Banerjee Amtala office demolition: ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ପରେ, ପଶ୍ଚିମବଙ୍ଗରେ ଆରମ୍ଭ ହୋଇଯାଇଛି ବୁଲଡୋଜର ଆକ୍ସନ। ଶୁଭେନ୍ଦୁ ଅଧିକାରୀ ପଶ୍ଚିମ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବା ପର ଠାରୁ ରାଜ୍ୟର ବିଭିନ୍ନ ସ୍ତାନରେ ଜବରଦଖଲ ହଟାଇବାକୁ ନେଇ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ, ଅମତାଲା ଠାରେ ରହିଥିବା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟରେ ଏକ ଜବରଦଖଲ ବିରୋଧି ଅଭିଯାନ କାର୍ଯ୍ୟକାରୀ ହୋଇଥିଲା।
ଜବର ଦଖଲ ହଟାଯିବା ସମୟରେ ଡାଇମଣ୍ଡ ହାର୍ବର ପୋଲିସ ଜିଲ୍ଲା କର୍ମଚାରୀଙ୍କ ଏକ ବଡ଼ ଟିମ୍ ସେଠାରେ ମୁତୟନ କରାଯାଇଥିଲା। ଏପରିକି ଟିଏମସି ଅଫିସ ପରିସରରେ ସୁରକ୍ଷା ଘେରାବନ୍ଦୀ କରାଯାଇଥିଲା। ପ୍ରଶାସନିକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନିର୍ବାଚନ ଫଳାଫଳ ଘୋଷଣା ହେବା ପର ଠାରୁ ଏହି କାର୍ଯ୍ୟାଳୟ ବନ୍ଦ ଥିଲା। ସୂତ୍ର ଅନୁଯାୟୀ ଦକ୍ଷିଣ ୨୪ ପରଗଣା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବେଆଇନ ନିର୍ମାଣ ବିରୋଧରେ ନୋଟିସ ଜାରି ହୋଇଥିଲେ ମଧ୍ୟ, ନିର୍ଦ୍ଧାରିତ ସମୟ ମଧ୍ୟରେ ଜିଲ୍ଲା ପ୍ରଶାସନ ସାମ୍ନାରେ କୌଣସି ପ୍ରତିନିଧି ହାଜର ହୋଇନଥିଲେ।
ଏହା ସଲହ ପଢନ୍ତୁ: ଭୁଷୁଡ଼ିଗଲା ଡାଇମଣ୍ଡ ହାର୍ବର ମଡେଲ୍; ଟିଏମସି ପାଇଁ ବାଜିଲା ସତର୍କ ଘଣ୍ଟି
ବୁଲଡୋଜର ଆକ୍ସନ ଦେଖିବା ପାଇଁ ଏକାଠି ହୋଇଗଲେ ଲୋକେ
ଖବର ଅନୁଯାୟୀ ପ୍ରଶାସନିକ ଅଧିକାରୀ ସରକାରୀ ନିୟମ ଅନୁଯାୟୀ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ ପଦକ୍ଷେପ ନେଇଥିଲେ। ବୁଲଡୋଜର ଆକ୍ସନ ଦେଖିବା ପାଇଁ ଆଖପାଖର ଲୋକଙ୍କ ଭିଡ଼ ଜମା ହୋଇଥିଲା। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ମୁତୟନ କରାଯାଇଛି। କୌଣସି ପ୍ରକାରର ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ନୋଟିସ୍ ଜାରି ହେବା ପରେ କୌଣସି ଉତ୍ତର ନମିଳିବା ପରେ ପ୍ରଶାସନ ଆରମ୍ଭ କରିଥିଲା ବୁଲଡୋଜର କାର୍ଯ୍ୟାନୁଷ୍ଠାନ। ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟକୁ ପ୍ରଶାସନ ଅବୈଧ ଦର୍ଶାଇଥିଲା। ତାଙ୍କ କାର୍ଯ୍ୟାଳୟ ଅମତାଲା-ବରୁଇପୁର ରୋଡ ଠାରେ ଅବସ୍ଥିତ। ଏହି ମାମଲାରେ ପ୍ରଶାସନ ଏକ ନୋଟିସ ଜାରି କରିଥିଲା, ହେଲେ ଅଭିଷେକ ବାନାର୍ଜୀ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ଏହା ପରେ ଜବର ଦଖଲ ହଟାଅ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଶାସନ ଟିଏମସି କାର୍ଯ୍ୟାଳୟ ରହିଥିବା କୋଠାକୁ ଭାଙ୍ଗି ଦେଇଥିଲା। ସକାଳେ ପ୍ରଶାସନ ଏକ ବୁଲଡୋଜର ନେଇ ଘଟଣାସ୍ଥଳରେ ପହଞ୍ଚି ପାଞ୍ଚ ମହଲା କୋଠାର ବେଆଇନ ଭାବରେ ନିର୍ମିତ ଅଂଶକୁ ଭାଙ୍ଗି ଦେଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଅଭିଷେକ ବାନାର୍ଜୀଙ୍କୁ ମିଳିଲା କେଏମସି ନୋଟିସ୍; ଟିଏମସି ମେୟର କହିଲେ...
ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟରେ ଲାଗିଥିଲା ନୋଟିସ
ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ ଦକ୍ଷିଣ ୨୪ ପରଗଣା ଜିଲ୍ଲାରେ ଅବସ୍ଥିତ। ଯେଉଁଠାରେ ପ୍ରଶାସନ ପୂର୍ବରୁ ଏକ ନୋଟିସ ଲଗାଇଥିଲା। ଯେଉଁଥିରେ କୁହାଯାଇଥିଲା ଏହି କୋଠା ଅନୁମତି ବିନା ନିର୍ମାଣ କରାଯାଇଛି। ହେଲ ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ଏହା ପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଘଟଣାସ୍ଥଳରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଗତ ୨୦୨୬ ବିଧାନସଭା ନିର୍ବାଚନ ଶେଷ ହେବା ପରଠାରୁ ଏହି କାର୍ଯ୍ୟାଳୟ ବନ୍ ହୋଇପଡ଼ିଛି। ଅଭିଷେକ ବାନାର୍ଜୀଙ୍କ ଏହି କାର୍ଯ୍ୟାଳୟ ତୃଣମୂଳ କଂଗ୍ରେସର ଏକ ପ୍ରମୁଖ କାର୍ଯ୍ୟାଳୟ ଥିଲା। ଯେଉଁଠାରେ ପ୍ରାୟତଃ ପ୍ରମୁଖ ବୈଠକ ଅନୁଷ୍ଠିତ ହେଉଥିଲା। ହେଲେ ତଥାପି ବିଧାନସଭା ନିର୍ବାଚନ ଫଳାଫଳ ପରେ ଏହା ପରିତ୍ୟକ୍ତ ହୋଇପଡ଼ିଛି।

Related Topics
Explore more stories