Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭୁଷୁଡ଼ିଗଲା ଡାଇମଣ୍ଡ ହାର୍ବର ମଡେଲ୍; ଟିଏମସି ପାଇଁ ବାଜିଲା ସତର୍କ ଘଣ୍ଟି

Politics

Diamond Harbour Model Collapse / ଭୁଷୁଡ଼ିଗଲା ଡାଇମଣ୍ଡ ହାର୍ବର ମଡେଲ୍; ଟିଏମସି ପାଇଁ ବାଜିଲା ସତର୍କ ଘଣ୍ଟି

Subhramjit Ray
Browse all articles by Subhramjit Ray
·1 hour ago·3 min read
ଭୁଷୁଡ଼ିଗଲା ଡାଇମଣ୍ଡ ହାର୍ବର ମଡେଲ୍; ଟିଏମସି ପାଇଁ ବାଜିଲା ସତର୍କ ଘଣ୍ଟି
Diamond Harbour Model Collapse

Key Points

ଫାଲଟା ଆସନରେ ହୋଇଥିବା ପରାଜୟ ପରେ ଏବେ ତୃଣମୂଳ କଂଗ୍ରେସର ('ଟିଏମସି) ଡାଇମଣ୍ଡ ହାର୍ବର ମଡେଲ୍ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। 
BJP won in Falta AC Repoll: ପଶ୍ଚିମବଙ୍ଗର ଫାଲଟା ଆସନରେ ବିଜୟ ବାନା ଉଡ଼ାଇଛି ବିଜେପି। ଏହି ନିର୍ବାଚନମଣ୍ଡଳୀ ପାଇଁ ଗୁରୁବାର (ମେ ୨୧) ପୁନର୍ବାର ମତଦାନ ହୋଇଥିବା ବେଳେ ରବିବାର (ମେ ୨୪) ହୋଇଥିଲା ଭୋଟ ଗଣତି। ଏହି ଆସନରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ​​ବିଜୟୀ ହୋଇଛନ୍ତି। ବିଗତ ୧୫ ବର୍ଷ ଧରି ଟିଏମସି ଗଡ଼ ରହିଥିବା ଫାଲଟା ଆସନ ଏବେ ବିଜେପି ଦଖଲକୁ ଚାଲିଯାଇଛି। ଯାହା ବର୍ତ୍ତମାନ ବଙ୍ଗ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ଅବସ୍ଥିତ ଫାଲଟା ଆସନର ଫଳାଫଳ ଏବେ ସମଗ୍ର ରାଜ୍ୟରେ ପ୍ରତିଧ୍ୱନିତ ହୋଇପାରେ।

ଏକଦା ତୃଣମୂଳ କଂଗ୍ରେସର (ଟିଏମସି) ଅଭେଦ୍ୟ ଗଡ଼ ରହିଥିବା "ଡାଇମଣ୍ଡ ହାର୍ବର" ଏବେ ଧୂଳିସାତ୍ ହୋଇଯାଇଛି। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିବା ସହ ରାଜ୍ୟରେ ବିଗତ ୧୫ ବର୍ଷ ଧରି କ୍ଷମତାସୀନ ରହିଥିବା ଟିଏମସି ସରକାରକୁ ଓପାଡ଼ି ଫିଙ୍ଗି ଦେଇଛି। ଆଉ ଏବେ ଫାଲଟା ଆସନରେ ବିଜେପି ବିଜୟ ବାନା ଉଡ଼ାଇବା ପରେ ଟିଏମସି "ଡାଇମଣ୍ଡ ହାର୍ବର ମଡେଲ" ଉପରେ ପ୍ରଶ୍ନ ଉଠିବାରେ ଲାଗିଛି।

ଏହା ସହ ପଢନ୍ତୁ: ଶେଷ ହୋଇଛି ମତଦାନ; ରବିବାର ପ୍ରକାଶ ପାଇବ ଫଳାଫଳ

ଫାଲଟା ଆସନରେ ପରାଜୟ ଟିଏମସି ପାଇଁ ଝଟକା ସଦୃଶ୍ୟ
ଫାଲଟା ନିର୍ବାଚନମଣ୍ଡଳୀରେ ପରାଜୟ ବରଣ କରିବା ଟିଏମସି ପାଇଁ କୌଣସି ଏକ ବଡ଼ ଝଟକା ଠାରୁ କମ୍ ନୁହେଁ। କାରଣ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଡାଇମଣ୍ଡ ହାର୍ବର ଟିଏମସି ପାଇଁ ଏକ ପାରମ୍ପରିକ ଗଡ଼ ରହିଥିଲା। ହେଲେ ଏହି ଆସନରେ ଦଳର ପରାଜୟ ଏହାର ସାଙ୍ଗଠନିକକ ଦୁର୍ବଳତାକୁ ପରିପ୍ରକାଶ କରୁଛି।

କାହିଁକି ପରାସ୍ତ ହେଲା ଟିଏମସି? ପରାଜୟ ପଛରେ ରହିଥିବା ୪ ପ୍ରମୁଖ କାରଣ

୧. ଏକ ଅପରାଜିତ ଗଡ଼ରେ ହୋଇଛି ପରାଜୟ
ଫାଲଟା ଆସନ ଟିଏମସି ପାଇଁ ଏକ ପାରମ୍ପରିକ ଗଡ଼ ଭାବରେ ପରିଚିତ ରହିଥିଲା। ଦଳ ଏଠାରେ ୨୦୧୧, ୨୦୧୬ ଏବଂ ୨୦୨୧ ବିଧାନସଭା ନିର୍ବାଚନରେ ଲଗାତାର ବିଜୟ ହାସଲ କରିଥିଲା। ଦଳକୁ ବିଗତ ତିନୋଟି ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଥିଲା। ହେଲେ ଏଥର ଫାଲଟା ଆସନରେ ବିଜେପି ପ୍ରାର୍ଥୀ ବିଜୟ ବାନା ଉଡ଼ାଇବା ମତଦାତାଙ୍କ ଭାବନାରେ ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି।

୨.ଭୁଷୁଡ଼ିଗଲା "ଡାଇମଣ୍ଡ ହାର୍ବର ମଡେଲ୍"
ଫାଲଟା ବିଧାନସଭା ଆସନ ହାଇ-ପ୍ରୋଫାଇଲ୍ ଡାଇମଣ୍ଡ ହାର୍ବର ଲୋକସଭା ଅଧିନରେ ଆସିଥାଏ। ଏହି ଆସନ ଶୀର୍ଷ ଟିଏମସି ନେତୃତ୍ୱ ସହିତ ଜଡି଼ତ ଏବଂ ଅତୁଳନୀୟ ବିକାଶ ଏବଂ ରାଜନୈତିକ ନିୟନ୍ତ୍ରଣର ଦାବି ପାଇଁ ମାନଦଣ୍ଡ ଭାବରେ କାର୍ଯ୍ୟ କରେ। ବିଶ୍ଳେଷକଙ୍କ କହିବା ଅନୁସାରେ ଦଳକୁ ଏଠାରେ ମିଳିଥିବା ବଡ଼ ପରାଜୟ ଦଳର ମୂଳ ନେତୃତ୍ୱ ଏବଂ ଶାସନ ମଡେଲ୍ ଉପରେ ପ୍ରଶ୍ନ ଉଠାଇଛି।

ଏହା ସହ ପଢନ୍ତୁ: ଲଢେଇ ପୂର୍ବରୁ ମୁଣ୍ଡ ନୁଆଁଇଲେ ଟିଏମସି 'ପୁଷ୍ପା'; କାହିଁକି ମୈଦାନ ଛାଡି଼ଦେଲେ ଜାହାଙ୍ଗୀର ଖାନ?

୩. ସାଙ୍ଗଠନିକ ଦୁର୍ବଳତା
ଏହି ନିର୍ବାଚନରେ ଟିଏମସି ପରାଜୟ ବରଣ କରିବା ପରେ ଦଳର ସାଙ୍ଗଠନିକ ଦୁର୍ବଳତା ସାମ୍ନାକୁ ଆସିଯାଇଛି। ନିର୍ବାଚନ କମିଶନ ଗୁରୁତର ନିର୍ବାଚନୀ ଅପରାଧ ଏବଂ ଇଭିଏମ୍ ଟ୍ୟାମ୍ପରିଂ ଯୋଗୁଁ ଅପ୍ରେଲ ୨୯ ତାରିଖରେ ହୋଇଥିବା ମତଦାନକୁ ବାତିଲ କରିଥିଲେ। ଯାହା ଗଣତାନ୍ତ୍ରିକ ପ୍ରକ୍ରିୟା ସମ୍ପର୍କରେ ଦଳର ପ୍ରତିଛବିକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଥିଲା। ମେ ୨୧ ତାରିଖ ଗୁରୁବାର ହୋଇଥିବା ମତଦାନର ମାତ୍ର ୨ ଦିନ ପୂର୍ବରୁ, ଫାଲଟା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ, ଏହି ନିର୍ବାଚନରୁ ଓହରି ଯାଉଥିବା ନେଇ ଘୋଷଣା କରିଥିଲେ। ସେ ଦାବି କରିଥିଲେ ଯେ ସେ ଶାନ୍ତି ପାଇଁ ପଛକୁ ହଟି ଯାଉଛନ୍ତି ଏବଂ ବିଜେପି ସରକାର ବିକାଶ ପାଇଁ ଘୋଷଣା କରିଥିବା ପ୍ୟାକେଜକୁ ସମର୍ଥନ କରୁଛନ୍ତି। ଯଦିଓ ଟିଏମସି ଆନୁଷ୍ଠାନିକ ଭାବରେ ଏହାକୁ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିବା ସହ ନିଜକୁ ଦୂରେଇ ରଖିଥିଲା, ହେଲେ ଗୋଟିଏ ଆସନରୁ ଦଳୀୟ ପ୍ରାର୍ଥୀ ନିର୍ବାଚନ ମୈଦାନରୁ ହଟିଯିବା ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଥିଲା। ଯାହା ଦର୍ଶାଇଥିଲା ଯେ ଦଳ ଲଡେଇ ପୂର୍ବରୁ ହାର ମାନି ଯାଇଛି।

୪. ବଙ୍ଗ ରାଜନୀତିରେ ଦବଦବା ବଢାଉଛି ବିଜେପି
ଫାଲଟା ଆସନରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଭୋଟ ଗଣତି ଆରମ୍ଭ ହେବା ପର ଠାରୁ ଆଗରେ ରହିଥିଲେ। ଏହି ଆସନରେ ଦଳକୁ ମିଳିଥିବା ଏହି ନିର୍ଣ୍ଣାୟକ ବିଜୟ, ପଶ୍ଚିମବଙ୍ଗରେ ନବଗଠିତ ବିଜେପି ସରକାରକୁ ଏକ ବିରାଟ ଗତି ପ୍ରଦାନ କରିଛି। ଏନେଇ ବିଶେଷଜ୍ଞ କହିବା କଥା ଯେ କେନ୍ଦ୍ରୀୟ ସୁରକ୍ଷା ବଳକୁ ବ୍ୟବହାର କରି ନିର୍ବାଚନ ଅନୁଷ୍ଠିତ କରାଯାଏ ତାହେଲେ ପାରମ୍ପରିକ ଟିଏମସି ଗଡ଼ ଭାଙ୍ଗିବା କୌଣସି ବଡ଼ କଥା ହେବ ନାହିଁ। ଯାହା ବିଜେପି ପ୍ରାର୍ଥୀ ପାଇଥିବା ବିଜୟରୁ ସ୍ପଷ୍ଟ ଭାବରେ ଜଣାପଡୁଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Wins Falta: 4 Reasons Why Sinking in Diamond Harbour Hurts TMC | Argus News