AIADMK Rebellion 2026 / ବିଦ୍ରୋହ ପରେ କାର୍ଯ୍ୟାନୁଷ୍ଠାନ; ଦଳରୁ ବହିଷ୍କୃତ ହେଲେ ଷଣମୁଗମ-ବେଲୁମଣି-ବିଜୟଭାସ୍କର
·4 months ago·2 min read

Key Points
ଏଆଇଏଡି଼ଏମକେ ମୁଖ୍ୟ ଇଦାପଦି ପାଲାନିସାମୀ, ସିଭି ଷଣମୁଗମ, ଏସପି ଭେଲୁମଣି, ସି ବିଜୟଭାସ୍କର ଏବଂ ଅନ୍ୟାନ୍ୟ ନେତାଙ୍କୁ ଦଳୀୟ ପଦବୀରୁ ବହିଷ୍କାର କରିଛନ୍ତି। ବହିଷ୍କୃତ ନେତାଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ ସେମାନେ ଦଳୀୟ ଶୃଙ୍ଖଳା ଭଙ୍ଗ କରିଛନ୍ତି।
AIADMK Rebel leader Suspension: ବୁଧବାର (ମେ ୧୩) ତାମିଲନାଡୁ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ହୋଇଥିବା ମତଦାନ ପ୍ରକିୟାରେ ଶାସକ ଟିଭିକେ ସପକ୍ଷରେ ଭୋଟ ଦେଇଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି ଏଆଇଏଡି଼ଏମକେ। ଦଳ ସିଭି ଷଣମୁଗମ, ଏସପି ଭେଲୁମଣି, ସି ବିଜୟଭାସ୍କର ସମେତ ଅନ୍ୟସ ନେତାଙ୍କୁ ସେମାନଙ୍କ ପଦବୀରୁ ହଟାଇ ଦିଆଯାଇଛି। ଦଳ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ଦଳୀୟ ଶୃଙ୍ଖଳାର ଉଲ୍ଲଂଘନ ଭାବରେ ଦେଖାଯାଉଛି।
ଏଆଇଏଡି଼ଏମକେ (AIADMK) ବିଧାୟକ ସିଭି ଷଣମୁଗମ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଦଳୀୟ ନେତୃବୃନ୍ଦଙ୍କ ପାଖରେ ଦାବି ହୋଇଥିଲା ଯେ ଦଳ ଛାଡିଥିବା କିମ୍ବା ଦଳରୁ ବହିଷ୍କୃତ ହୋଇଥିବା ସମସ୍ତ ନେତାଙ୍କୁ ପୁନର୍ବାର ଫେରାଇ ଅଣାଯାଉ। ଯାହା ଦ୍ୱାରା ଦଳକୁ ମଜବୁତ କରାଯାଇ ପାରିବ। ଯାହା ଦ୍ୱରା ଦଳ ନିର୍ବାଚନ ଜିତିପାରିବ। ହେଲେ ଦଳୀୟ ନେତୃବୃନ୍ଦଙ୍କ ମନରେ ଏପରି କୌଣସି ଉଦ୍ଦେଶ୍ୟ ନାହିଁ।
ଏହା ସହ ପଢନ୍ତୁ: ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ହେବେ ରଙ୍ଗାସାମୀ; ନିଯୁକ୍ତ ଦେଲେ ରାଷ୍ଟ୍ରପତି
ଦଳର ମୁଖ୍ୟ ତଥା ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଦାପଦି ପାଲାନିସାମୀଙ୍କ ମନ୍ତବ୍ୟ ସମ୍ପର୍କରେ ପ୍ରତିକ୍ରିୟା ରଖି ଦଳର ଷଣମୁଗମ କହିଛନ୍ତି ଯେ, "ମୁଁ ବିଶ୍ୱାସଘାତକତା କରିନାହିଁ। ଆମ ଦଳର ମୂଳ ନୀତି ହେଉଛି ଡିଏମକେ ବିରୋଧରେ ସଂଘର୍ଷ କରିବା। ବିଗତ ୫୦ ବର୍ଷ ଧରି ଆମେ ଡିଏମକେ (DMK) ବିରୋଧରେ ଲଢେଇ କରି ଆସିଛୁ। ହେଲେ ଦଳର ସାଧାରଣ ସମ୍ପାଦକ ଭାବରେ ସେ (ଇଦାପଦି ପାଲାନିସାମୀ) ନିର୍ବାଚନ ହାରିବା ପରେ ଏବଂ ମୁଖ୍ୟମନ୍ତ୍ରୀ ହେବାର ଲୋଭରେ ଦଳର ମୂଳ ନୀତି ଆଦର୍ଶକୁ ଭୁଲିଗଲେ। ଯାହା ଦ୍ୱାରା ସେ ଘୃଣାର ପାତ୍ର ହୋଇଗଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡିଏମକେ ଦ୍ୱାରା ଦାୟର ଏକ ମିଥ୍ୟା ମାମଲା ଯୋଗୁଁ ଆମ୍ମା (ଜୟଲଳିତା) ଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ଜେଲ ପଠାଯାଇଥିଲା। ପରେ ଆମେ ତାଙ୍କୁ ହରାଇଥିଲୁ। ହେଲେ ଦଳର ବର୍ତ୍ତମାନର ଅଧ୍ୟକ୍ଷ (ଇଦାପଦି ପାଲାନିସାମୀ) ସବୁକିଛି ଭୁଲିଗଲେ। ଆପଣ କହିପାରିବେ ଯେ ବିଶ୍ୱାସଘାତକ କିଏ?
ଏହା ସହ ପଢନ୍ତୁ: ଭାଙ୍ଗିଯିବ ମେଣ୍ଟ; ସଂସଦରେ ଅଲଗା ହୋଇଯିବେ ଡିଏମକେ-କଂଗ୍ରେସ!
ଏହି ସମୟରେ ଦଳର ବରିଷ୍ଠ ନେତା ଭେଲୁମଣି ଏବଂ ଷଣମୁଗମଙ୍କ ନେତୃତ୍ୱରେ ପ୍ରାୟ ୩୦ ଜଣ ଏଆଇଏଡି଼ଏମକେ ବିଧାୟକଙ୍କ ଏକ ଗୋଷ୍ଠୀ ଟିଭିକେ ସରକାରଙ୍କ ଉଦ୍ଦେଶ୍ୟରେ ସମର୍ଥନ ଜଣାଇଛନ୍ତି। ଅନ୍ୟପକ୍ଷରେ ଦଳର ମୁଖ୍ୟ ପାଲାନିସାମୀଙ୍କ ପ୍ରତି ବିଶ୍ୱସ୍ତ ରହିଥିବା ବିଧାୟକ ପୂର୍ବରୁ ଟିଭିକେ ସରକାରଙ୍କ ବିରୋଧରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଥିଲେ। ମତଦାନ ବେଳେ ଚେତାବନୀ ଦିଆଯାଇଥିଲେ ଯେ ଦଳୀୟ ହ୍ୱିପ୍ ଉଲ୍ଲଂଘନ କରିଥିବା ବିଧାୟକଙ୍କ ବିରୋଧରେ ଦଳ ବଦଳ ନିରୋଧ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Topics
Explore more stories