West Bengal Biggest Victory / ଲାଲଗଡ଼ରେ ବିଜେପିକୁ ମିଳିଲା ସର୍ବବୃହତ୍ତ ବିଜୟ; ରେକର୍ଡ଼ ଭାଙ୍ଗିଲେ ଦଳୀୟ ପ୍ରାର୍ଥୀ ଆନନ୍ଦମୟ ବର୍ମନ
·1 hour ago·2 min read

Key Points
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଆନନ୍ଦମୟ ବର୍ମନ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି।
Bengal BJP MLA Anandamoy Barman: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଦେଶରେ ଏକ ରାଜନୈତିକ ଭୂମିକମ୍ପ ସୃଷ୍ଟି କରିଛି। ରାଜ୍ୟରେ ପ୍ରଥମ ଥର ଲାଗି ବିଜେପି ସମ୍ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାର ସହ ଏକ ସ୍ଥାୟୀ ଏବଂ ମଜବୁତ ସରକାର ଗଠନ କରିସାରିଛି। ଆଉ ରାଜ୍ୟ ବିଜେପିର ପୋଷ୍ଟର ବୟ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଆନୁଷ୍ଠାନିକ ଭାବରେ ଗ୍ରହଣ କରି ସାରିଛନ୍ତି। ଏହି ନିର୍ବାଚନରେ ଦଳକୁ ମିଳିଥିବା ଜନାଦେଶ ଏବେ ଚର୍ଚ୍ଚାରେ ରହିଛି। କେବଳ ସେତିକି ନୁହେଁ ଏଥରର ବିଧାନସଭା ନିର୍ବାଚନରେ ଜଣେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ଏବେ ଏକ ରେକର୍ଡ ସୃଷ୍ଟି କରିଛି। ରାଜ୍ୟର ମାଟିଗାଡ଼ା-ନକ୍ସଲବାଡ଼ି ଆସନରୁ ବିଜେପି ପ୍ରାର୍ଥୀ ଆନନ୍ଦମୟ ବର୍ମନ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ଯାହା ପଶ୍ଚିମବଙ୍ଗରେ ଦଳର ନିର୍ବାଚନ ଇତିହାସରେ ଏକ ରେକର୍ଡ ସୃଷ୍ଟି କରିଛି।
ଲାଲଗଡ଼ରେ ବିଜେପିକୁ ମିଳିଛି ସର୍ବବୃହତ୍ତ ବିଜୟ
ମାଟିଗାଡ଼ା-ନକ୍ସଲବାଡ଼ି ବିଧାନସଭା ଆସନରେ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ଆନନ୍ଦମୟ ବର୍ମନ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ବିଜେପି ପ୍ରାର୍ଥୀଙ୍କୁ ଏହି ନିର୍ବାଚନମଣ୍ଡଳୀରୁ ୧,୬୬,୯୦୫ ଖଣ୍ଡ ଭୋଟ ମିଳିଥିଲା। ଯିଏ ତାଙ୍କ ନିକଟତମନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧,୦୪,୨୬୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଆନନ୍ଦମୟ ବର୍ମନଙ୍କ ବିଜୟ ବିଜେପି ତାରକା ପ୍ରଚାରକ ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରେକର୍ଡ ଭାଙ୍ଗିଥିବାର କୁହାଯାଉଛି। ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ୧,୬୫,୪୯୯ ଭୋଟ ପାଇଥିଲେ। ୭୦ ଦଶକ ବେଳକୁ ନକ୍ସଲବାଡ଼ିରୁ ଆରମ୍ଭ ହୋଇଥିଲା ନକ୍ସଲ ଆନ୍ଦୋଳନ। ପରେ ଏହି ସ୍ଥାନରେ ଲାଲଗଡ଼ ଭାବେ ଜଣାଶୁଣା। ନକ୍ସଲବାଡ଼ିରୁ ଆରମ୍ଭ ହୋଇଥିଲା ନକ୍ସଲ ଆନ୍ଦୋଳନ ଏବେ ଏହାର ପାରମ୍ପରିକ ଗଡ଼ରେ ମଧ୍ୟ ଶେଷ ନିଶ୍ୱାସ ନେଉଛି।
ଏହା ସହ ପଢନ୍ତୁ: କିଏ ଏହି ଶଙ୍କର ଘୋଷ? ଯାହାଙ୍କ ପାଇଁ ଉତ୍ତର ବଙ୍ଗରେ ସଫା ହୋଇଗଲା ଟିଏମସି
ବଡ଼ ବ୍ୟବଧାନରେ ବିଜୟ ଦେଉଛି କେଉଁ ବର୍ତ୍ତା
ଆନନ୍ଦମୟ ବର୍ମନ ବିଜୟ ତାଲିକାର ଶୀର୍ଷରେ ରହିଥିବା ବେଳେ, ୨୦୨୬ ନିର୍ବାଚନରେ ବଡ଼ ବ୍ୟବଧାନରେ ନିର୍ବାଚନ ଜିତିବାର ଏକ ଧାରା ଦେଖିବାକୁ ମିଳିଥିଲା। ଅନେକ ଆସନରେ ଅସାଧାରଣ ଭାବରେ ବଡ଼ ବ୍ୟବଧାନ ରେକର୍ଡ କରାଯାଇଥିଲା। ଏଥର ଏକ ସ୍ପଷ୍ଟ ଏବଂ ନିର୍ଣ୍ଣାୟକ ଜନାଦେଶକୁ ମିଳିଥିବାର ନିର୍ବାଚନ ଫଳାଫଳରୁ ଜଣାପଡ଼ିଛି। ପଶ୍ଚିମବଙ୍ଗର ମୋଟ ୨୯୪ ଆସନରୁ ୨୦୭ ଆସନ ଜିତି ରେକର୍ଡ ଭାଙ୍ଗିଛି।
ଏହା ସହ ପଢନ୍ତୁ: ସଂରକ୍ଷିତ ଆସନରେ ବାଜି ମାରିନେଲା ବିଜେପି; ଚିତପଟାଙ୍ଗ ମାରିଲେ ବିରୋଧି
ଏହି ବିଜୟ କାହିଁକି ଗୁରୁତ୍ୱପୂର୍ଣ୍ଣ?
୧ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ କେବଳ ଏକ ସଂଖ୍ୟା ନୁହେଁ। ଏହା ଜଣେ ପ୍ରାର୍ଥୀ ଏବଂ ତାଙ୍କ ଦଳର ସପକ୍ଷରେ ରହିଥିବା ଦୃଢ଼ ଲହରକୁ ସୂଚିତ କରେ। ବିଜେପି ପ୍ରାର୍ଥୀ ଆନନ୍ଦମୟ ବର୍ମନଙ୍କ କ୍ଷେତ୍ରରେ ଏହା କେବଳ ତାଙ୍କର ବ୍ୟକ୍ତିଗତ ଲୋକପ୍ରିୟତା ନୁହେଁ ବରଂ ୨୦୨୬ ନିର୍ବାଚନକୁ ପରିଭାଷିତ କରିଥିବା ପ୍ରମୁଖ ରାଜନୈତିକ ପରିବର୍ତ୍ତନକୁ ମଧ୍ୟ ପ୍ରତିଫଳିତ କରେ। ଏହି ବିଜୟ ୨୦୨୬ ନିର୍ବାଚନରେ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରେ ସର୍ବାଧିକ ବ୍ୟବଧାନ ରହିଛି। ଯାହା ୪୦,୦୦୦ ରୁ ୫୦,୦୦୦ ଭୋଟ ବ୍ୟବଧାନରେ ଜିତିଥିବା ଅନ୍ୟ ପ୍ରାର୍ଥୀଙ୍କ ଠାରୁ ବହୁତ ଆଗରେ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories