Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସଂରକ୍ଷିତ ଆସନରେ ବାଜି ମାରିନେଲା ବିଜେପି; ଚିତପଟାଙ୍ଗ ମାରିଲେ ବିରୋଧି

Politics

BJP Electoral Record 2026 / ସଂରକ୍ଷିତ ଆସନରେ ବାଜି ମାରିନେଲା ବିଜେପି; ଚିତପଟାଙ୍ଗ ମାରିଲେ ବିରୋଧି

Subhramjit Ray
Browse all articles by Subhramjit Ray
·14 hours ago·3 min read
ସଂରକ୍ଷିତ ଆସନରେ ବାଜି ମାରିନେଲା ବିଜେପି; ଚିତପଟାଙ୍ଗ ମାରିଲେ ବିରୋଧି
BJP Electoral Record 2026

Key Points

ପଶ୍ଚିମବଙ୍ଗରେ ବିଜେପି ସଂରକ୍ଷିତ ଆସନରେ ତୃଣମୂଳ କଂଗ୍ରେସକୁ ପ୍ରାୟତଃ ସଫା କରିଦେଇଛି। ଦଳ ପ୍ରାୟ ୭୫% ଅନୁସୂଚିତ ଜାତି-ଜନଜାତି ଆସନରେ ବିୀଜୟ ବାନା ଉଡ଼ାଇଛି।
BJP Electoral Performance in Assembly Election 2026: ନିକଟରେ ଘୋଷାଣା ହୋଇସାରିଛି ୨୦୨୬ ବିଧାନସଭା ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ବିଜେପି ଆସାମ ଏବଂ ପଶ୍ଚିମବଙ୍ଗରେ ବିପୁଳ ବିଜୟ ହାସଲ କରି ଏହି ରାଜ୍ୟ ଦ୍ୱୟରେ ସରକାର ଗଠନ କରିବାକୁ ଯାଉଛି। ୨୦୨୬ ବିଧାନସଭା ନିର୍ବାଚନର ବିଜେପି ଏକ ଅଦ୍ଭୂତ ପୂର୍ବ ସଫଳତା ପାଇଛି। ଉଭୟ ରାଜ୍ୟରେ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ନିର୍ବାଚନମଣ୍ଡଳୀରେ ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ଜବରଦସ୍ତ ସଫଳତା ପାଇଛନ୍ତି। ଉଭୟ ରାଜ୍ୟରେ ବିଜେପି ସଂରକ୍ଷିତ ଆସନକୁ ଦଳର ସବୁଠାରୁ ଶକ୍ତିଶାଳୀ ନିର୍ବାଚନୀ ଗଡ଼ରେ ପରିଣତ କରିସାରିଛି।

ବଙ୍ଗ ବିଜୟ ପରେ ଚର୍ଚ୍ଚାରେ ବିଜେପି
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ରାଜନୈତିକ ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ବିଜେପି ସଂରକ୍ଷିତ ଆସନରେ ତୃଣମୂଳ କଂଗ୍ରେସକୁ ପ୍ରାୟତଃ ସଫା କରିଦେଇଛି। ପଶ୍ଚିମବଙ୍ଗର ୬୮ ଅନୁସୂଚିତ ଜାତି ଆସନ ମଧ୍ୟରୁ ବିଜେପି ୫୧ ଆସନରେ ଐତିହାସିକ ବିଜୟ ହାସଲ କରିଛି। ଦଳ ମୋଟ ସିଟ୍ ମଧ୍ୟରୁ ପ୍ରାୟ ୭୫ ପ୍ରତିଶତ ଆସନରେ ବିଜୟ ବାନା ଉଡ଼ାଇଛି। ଅନ୍ୟପଟେ ଟିଏମସି ବାକି ୧୭ ଆସନରେ ସନ୍ତୁଷ୍ଟ ହୋଇଛି।

ଏହା ସହ ପଢନ୍ତୁ: ଭାରୀ ପଡ଼ିଲା ସରକାର ବିରୋଧି ହାୱା; ଚିତପଟାଙ୍ଗ ମାରିଲେ ୨୨ ମନ୍ତ୍ରୀ

ଅନୁସୂଚିତ ଜନଜାତି ବର୍ଗ ଆସନରେ ବିରୋଧିଙ୍କ ପତ୍ତା ସଫା କରିଦେଲା ବିଜେପି
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନୁସୂଚିତ ଜନଜାତି (ST) ଆସନରେ ବିଜେପି ବିରୋଧିଙ୍କ ପତ୍ତା ସଫା କରିଦେଇଛି। ଦଳ ପଶ୍ଚିମବଙ୍ଗର ସମସ୍ତ ୧୬ ଆଦିବାସୀ ସଂରକ୍ଷିତ ଆସନରେ ବାଜିମାତ କରିଛି। ଏହି ନିର୍ବାଚନମଣ୍ଡଳୀରେ ଦଳର ଷ୍ଟ୍ରାଇକ ରେଟ୍ ଶତ ପ୍ରତିଶତ ରହିଛି। ଏହି ବିଜୟ ପଛରେ ରହିଥିବା ପ୍ରାଥମିକ କାରଣ ହେଉଛି ମତୁଆ ସମ୍ପ୍ରଦାୟର ଏକପାଖିଆ ଧ୍ରୁବୀକରଣ ଏବଂ ଉତ୍ତର ବଙ୍ଗ ସହ ଜଙ୍ଗଲମହଲ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ବିଜେପି ଅଦ୍ଭୂତପୂର୍ବ ସଫଳତା ପାଇଛି। ସାମଗ୍ରିକ ଭାବରେ ବିଜେପି ପଶ୍ଚିମବଙ୍ଗର ୮୪ ସଂରକ୍ଷିତ ଆସନ ମଧ୍ୟରୁ ୬୪ ସିଟ୍ ଅର୍ଥାତ୍ ତିନି- ଚତୁର୍ଥାଂଶ ଆସନ ଦଖଲ କରିଛି। ଯାହା ରାଜ୍ୟର ରାଜନୀତିରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନର ସଙ୍କେତ ଦେଇଛି।

ଏନଡ଼ିଏ ପାଇଁ ଅଭେଦ୍ୟ ଗଡ଼ ପାଲଟିଲା ଆସାମ
ପଶ୍ଚିମବଙ୍ଗ ପରେ ବିଜେପି ଆସମରେ ଜବରଦସ୍ତ ବିଜୟ ବାନା ଉଡ଼ାଇଛି। ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ଆସାମର ସଂରକ୍ଷିତ ଆସନରେ ପ୍ରାଧାନ୍ୟ ସ୍ଥାପନ କରିଥିଲେ। ରାଜ୍ୟରେ ୯ ଅନୁସୂଚିତ ଜାତି ଆସନ ମଧ୍ୟରୁ ବିଜେପି ୫ ଏବଂ ମେଣ୍ଟ ସହଯୋଗୀ ୩ ଆସନ ପାଇଛନ୍ତି। ଅନ୍ୟପଟେ କଂଗ୍ରେସ କେବଳ ଏକମାତ୍ର ନୌବାଇଚା ଆସନରେ ସନ୍ତୁଷ୍ଟ ହୋଇଛି।

ଏହା ସହ ପଢନ୍ତୁ: ଆସାମରେ ହ୍ୟାଟ୍ରିକ ମାରିଲା ବିଜେପି; ଜାଣନ୍ତୁ ବିଜୟ ପଛର ୫ କାରଣ

ଜନଜାତି ଆସନରେ ସଫଳ ରଣନୀତି ଦେଲା ବିଜୟ
ବିଜେପି ଆସାମର ମୋଟ ୧୯ ଅନୁସୂଚିତ ଜନଜାତି ଆସନ ମଧ୍ୟରୁ ୧୩ ସିଟ୍ ଦଖଲ କରିଛି। ଅନ୍ୟପଟେ ଦଳର ମେଣ୍ଟ ସହଯୋଗୀ, ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ଏବଂ ଆସାମ ଗଣ ପରିଷଦ ବାକି ୬ ଆସନ ହାତେଇଛନ୍ତି। ଏପରି ଭାବରେ ବିଜେପି ନେତ୍ୱାତ୍ୱାଧିନ ଏନଡ଼ିଏ ମେଣ୍ଟ ସମସ୍ତ ୧୯ ସିଟ୍ ଆସନ ଦଖଲ କରିନେଇଛି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ହୋଇଥିବା ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ମଧ୍ୟ ଏହି ବିଜୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯାହା ଦ୍ୱାରା ରାଜ୍ୟରେ ଆଦିବାସୀ ସଂରକ୍ଷିତ ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଥିଲା। ବିପିଏଫ ଭଳି ମଜବୁତ ସହଯୋଗୀଙ୍କ ସାଥ୍ ମିଳିବା ପରେ ଆଦିବାସୀ ବହୁଳ ଉପର ଆସାମ ଏବଂ ପାହାଡ଼ିଆ ଅଞ୍ଚଳରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ଅପ୍ରତ୍ୟାଶିତ ସଫଳତା ପାଇଥିଲା।

ଏହା ସହ ପଢନ୍ତୁ: ବିଜେପିର ବଙ୍ଗ ବିଜୟ ପରେ ଚର୍ଚ୍ଚାରେ ଶୁଭେନ୍ଦୁ ଅଧିକାରୀ

୨୦୨୬ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ବିଜେପି ଆଉ ସହରାଞ୍ଚଳ କିମ୍ବା ଅଣ ସଂରକ୍ଷିତ ଆସନରେ ସୀମିତ ରହିନାହିଁ। ବରଂ ଦେଶର କୋଣ ଅନୁକୋଣରେ ସଂରକ୍ଷିତ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦଳୀୟ ସମର୍ଥନ ଆଧାରକୁ ବିସ୍ତାର କରିବାରେ ସଫଳ ହୋଇଛି। ପଶ୍ଚିମବଙ୍ଗ ଏବଂ ଆସାମ ରାଜ୍ୟ ଦ୍ୱୟରେ ଅନୁସୂଚିତ ଜାତି ଏବଂ ଜନଜାତି (SC-ST) ବର୍ଗଙ୍କ ପାଇଁ ସଂରକ୍ଷିତ ନିର୍ବାଚନମଣ୍ଡଳୀରେ ମିଳିଥିବା ଅଦ୍ଭୂତ ପୂର୍ବ ସମର୍ଥନ ଦଳର ଭବିଷ୍ୟତ ରାଜନୀତି ପାଇଁ ଏକ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କରୁଥିବା ପରି ମନେ ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Dominates SC-ST Reserved Seats in Bengal and Assam Upset | Argus News