Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କିଏ ଏହି ଶଙ୍କର ଘୋଷ? ଯାହାଙ୍କ ପାଇଁ ଉତ୍ତର ବଙ୍ଗରେ ସଫା ହୋଇଗଲା ଟିଏମସି

Politics

North Bengal BJP Chanakya Shankar Ghosh / କିଏ ଏହି ଶଙ୍କର ଘୋଷ? ଯାହାଙ୍କ ପାଇଁ ଉତ୍ତର ବଙ୍ଗରେ ସଫା ହୋଇଗଲା ଟିଏମସି

Subhramjit Ray
Browse all articles by Subhramjit Ray
·2 hours ago·2 min read
କିଏ ଏହି ଶଙ୍କର ଘୋଷ? ଯାହାଙ୍କ ପାଇଁ ଉତ୍ତର ବଙ୍ଗରେ ସଫା ହୋଇଗଲା ଟିଏମସି
North Bengal BJP Chanakya Shankar Ghosh

Key Points

୨୦୨୬ ନିର୍ବାଚନରେ ଦଳକୁ ମିଳିଥିବା ବିପୁଳ ବିଜୟ ପରେ ଏବେ ଚର୍ଚ୍ଚାରେ ଅଛନ୍ତି ଉତ୍ତର ବଙ୍ଗ ବିଜେପି ଚାଣକ୍ୟ।
Uttar Banga BJP Strategist Shankar Ghosh: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପାଇଥିବା ସଫଳତା ଏବେ ଦେଶର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ନିର୍ବାଚନରେ ଦଳକୁ ଯେଉଁ ସଫଳତା ମିଳିଥିଲା ତାହା ପଛରେ ଦଳର ନେତା କର୍ମୀ ସମର୍ଥକଙ୍କ ଅକ୍ଲାନ୍ତ ପରିଶ୍ରମ ସହ ଦଳୀୟ ରଣନୀତିକାରଙ୍କ ପ୍ରଚ୍ଛନ୍ନ ଭୂମିକା ରହିଛି। ଯାହାଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ରାଜ୍ୟର ସିଲିଗୁଡ଼ି ଆସନରୁ ନିର୍ବାଚିତ ହୋଇଥିବା ଶଙ୍କର ଘୋଷ। ଯିଏ ପଶ୍ଚିମବଙ୍ଗ ରାଜନୀତିରେ ଉତ୍ତର ବଙ୍ଗର ବିଜେପି "ଚାଣକ୍ୟ" ଭାବରେ ଜଣାଶୁଣା।

ପ୍ରାରମ୍ଭିକ ଜୀବନ
ଶଙ୍କର ଘୋଷ ୧୯୭୪ ମସିହା ଜୁନ୍ ୧୨ ତାରିଖରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ବିଷ୍ଣୁପୁର ଠାରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୧୩ ରେ ଉତ୍ତର ବଙ୍ଗ ବିଶ୍ୱବିଦ୍ୟାଳୟରୁ ମାଇକ୍ରୋବାୟୋଲୋଜି ବିଷୟରେ ପିଏଚଡି଼ ଡିଗ୍ରୀ ହାସଲ କରିଥିଲେ। ଯିଏ ପେସାରେ ହେଉଛନ୍ତି ଜଣେ ଶିକ୍ଷକ। ଶଙ୍କର ଘୋଷଙ୍କ ବିଜେପିରେ ପ୍ରବେଶ ପଛରେ ଏକ ଆକର୍ଷଣୀୟ କାହାଣୀ ରହିଛି। ଗତ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଏକ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଶ୍ମଶାନକୁ ଯାଇଥିଲେ। ସେହି ସମୟରେ, ତାଙ୍କୁ ଦାର୍ଜିଲିଂ ବିଜେପି ସାଂସଦ ରାଜୁ ବିଷ୍ଟଙ୍କ ଏକ ଫୋନ୍ ଆସିଥିଲା। କୁହାଯାଏ ଯେ ଏହି ଫୋନ୍ କଲ୍ ଶଙ୍କର ଘୋଷଙ୍କ ରାଜନୈତିକ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ।

ପ୍ରଥମ ନିର୍ବାଚନରେ କରିଥିଲେ ବାଜିମାତ୍
ବିଜେପି ୨୦୨୧ ବଙ୍ଗ ବିଧାନସଭା ନିର୍ବାଚନରେ ​​ଶଙ୍କର ଘୋଷଙ୍କୁ ସିଲିଗୁଡ଼ି ଆସନରୁ ପ୍ରାର୍ଥୀ କରିଥିଲା। ଏହି ନିର୍ବାଚନରେ ସେ ପ୍ରବୀଣ ବାମପନ୍ଥୀ ନେତା ଅଶୋକ ଭଟ୍ଟାଚାର୍ଯ୍ୟଙ୍କୁ ପରାସ୍ତ କରି ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିଲେ।

ଏହା ସହ ପଢନ୍ତୁ: କିପରି ପାଲଟିଲା ରାଜନୈତିକ ବ୍ରହାସ୍ତ୍ର? କେମିତି ଛୋଟ ପ୍ୟାକେଟ ଦେଖାଇଲା ବଡ଼ ଧମାକା?

ଶୁଭେନ୍ଦୁ ଅଧିକାରୀଙ୍କ ନିକଟତର; ଗୃହରେ ହୋଇଥିଲେ ବିରୋଧି ଦଳ ମୁଖ୍ୟ ସଚେତକ

ଶଙ୍କର ଘୋଷ ତାଙ୍କର ପ୍ରଥମ ବିଧାୟକ କାର୍ଯ୍ୟକାଳରୁ ବିଧାନସଭାରେ ତାଙ୍କର କାର୍ଯ୍ୟଦକ୍ଷତା ସମ୍ପର୍କରେ ପ୍ରକାଶ କରିବା ଆରମ୍ଭ କରିଥିଲେ। ସେ ତାଙ୍କର ଅନନ୍ୟ ଶୈଳୀ ଏବଂ ତୀକ୍ଷ୍ଣ ଢଙ୍ଗରେ ନିଜର ପ୍ରସଙ୍ଗ ସ୍ଥାପନ କରିଥିଲେ। ଧିରେ ଧିରେ ସେ ତତ୍କାଳୀନ (୨୦୨୧-୨୬) ବିରୋଧି ଦଳ ନେତା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନିକଟତର ହେବାରେ ଲାଗିଥିଲେ। ଯିଏ ଧୋତି ପିନ୍ଧି ସେ ବିଧାନସଭାରେ ମମତା ବାନାର୍ଜୀଙ୍କ ଟିଏମସି ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଥିଲେ। ଗତ ୨୦୨୪ରେ ବିଜେପି ତାଙ୍କୁ ବିଧାନସଭାରେ ଦଳର ମୁଖ୍ୟ ସଚେତକ ନିଯୁକ୍ତ କରିଥିଲା। ଏହି ସମୟ ମଧ୍ୟରେ ସେ ଟିଏମସି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଶାଣିତ ସ୍ୱରରେ ଟାର୍ଗେଟ କରିବାକେ ଲାଗିଥିଲେ।

ଏଥର ସିଲିଗୁଡ଼ି ମେୟରଙ୍କୁ କରିଥିଲେ ପରାସ୍ତ
୨୦୨୬ ବିଧାନସଭା ନିର୍ବାଚନରେ ବିଜେପି ନେତା ଶଙ୍କର ଘୋଷ ପୁଣି ଥରେ ଉତ୍ତର ବଙ୍ଗର ସବୁଠାରୁ ବଡ଼ ସହର ସିଲିଗୁଡ଼ି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଟିଏମସି ତାଙ୍କ ବିରୋଧରେ ସିଲିଗୁଡ଼ି ମେୟର ଗୌତମ ଦେବଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ବିଜେପି ପ୍ରାର୍ଥୀ ଘୋଷ ୭୩,୧୯୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ସିଲିଗୁଡ଼ି ଆସନରୁ ଶଙ୍କର ଘୋଷଙ୍କୁ ମୋଟ ୧ ଲକ୍ଷ ୨୦ ହଜାର ୭୬୦ ଖଣ୍ଡ ଭୋଟ ମିଳିଥିଲା।

ଏହା ସହ ପଢନ୍ତୁ: ସଂରକ୍ଷିତ ଆସନରେ ବାଜି ମାରିନେଲା ବିଜେପି; ଚିତପଟାଙ୍ଗ ମାରିଲେ ବିରୋଧି

ଉତ୍ତର ବଙ୍ଗରେ ଶଙ୍କର ଘୋଷଙ୍କୁ ବିଜେପି ଚାଣକ୍ୟ କୁହାଯାଏ। କାରଣ ସେ ପଶ୍ଚିମବଙ୍ଗର ଏହି ଅଞ୍ଚଳରେ ଦଳର ସବୁଠାରୁ ପୁରୁଖା ଚେହେରା। ଯିଏ ଉତ୍ତର ବଙ୍ଗରେଆଞ୍ଚଳିକ ସନ୍ତୁଳନ ବଜାୟ ରଖିବାରେ ପାରଙ୍ଗମ ବୋଲି ବିବେଚନା କରାଯାଏ। ତାଙ୍କର ସ୍ୱଚ୍ଛ ପ୍ରତିଛବି ଏବଂ ସହରାଞ୍ଚଳ ମତଦାତାଙ୍କ ମଧ୍ୟରେ ଲୋକପ୍ରିୟତା ଦାର୍ଜିଲିଂ-ସିଲିଗୁଡ଼ି ଅଞ୍ଚଳରେ ଦଳର ସମର୍ଥନ ଭିତ୍ତିଭୂମି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେଥିପାଇଁ ତାଙ୍କୁ ଉତ୍ତର ବଙ୍ଗ ବିଜେପି ଚାଣକ୍ୟ କୁହାଯାଏ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Who is Shankar Ghosh? The BJP 'Chanakya' Who Wiped Out TMC in North Bengal | Argus News