Assembly Election / ଆଜି ଆସାମ, କେରଳମ୍ ଓ ପୁଡୁଚେରୀରେ ନିର୍ବାଚନ; ରେକର୍ଡ ଅଂଶଗ୍ରହଣ ପାଇଁ ମୋଦିଙ୍କ ଅପିଲ୍

Key Points
୩ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ PMଙ୍କ `X' ପୋଷ୍ଟ
ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଭୋଟରଙ୍କୁ ପ୍ରଧାନମନ୍ତ୍ରୀ ଅପିଲ୍
- ଭୋଟରଙ୍କୁ ମୋଦିଙ୍କ ଅପିଲ୍
২০২৬ চনৰ অসম বিধানসভা নিৰ্বাচনৰ ভোটদান প্ৰক্ৰিয়া আৰম্ভ হোৱাৰ পৰিপ্ৰেক্ষিতত, মই অসমৰ জনসাধাৰণক বিপুল সংখ্যাত নিজৰ ভোটাধিকাৰ সাব্যস্ত কৰিবলৈ আহ্বান জনাইছো। মই আশা কৰো যে ৰাজ্যখনৰ যুৱক-যুৱতী আৰু মহিলা ভোটাৰসকলে উৎসাহেৰে অংশগ্ৰহণ কৰি এই নিৰ্বাচনক গণতন্ত্ৰ আৰু নাগৰিক কৰ্তব্যৰ এক উৎসৱ…
— Narendra Modi (@narendramodi) April 9, 2026
ସେହିପରି କେରଳବାସୀଙ୍କୁ ଅପିଲ୍ କରି ପିଏମ୍ ଲେଖିଛନ୍ତି, "୨୦୨୬ ବିଧାନସଭା ନିର୍ବାଚନରେ କେରଳମର ଲୋକଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ଆହ୍ୱାନ କରୁଛି । ରେକର୍ଡ ଅଂଶଗ୍ରହଣ କେରଳମର ଗଣତାନ୍ତ୍ରିକ ଭାବନାକୁ ଆହୁରି ଶକ୍ତି ପ୍ରଦାନ କରିବ । ବିଶେଷ କରି ରାଜ୍ୟର ଯୁବପିଢ଼ି ଏବଂ ମହିଳାମାନଙ୍କୁ ଆଗକୁ ଆସି ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରୁଛି ।" ଭବିଷ୍ୟତ ଗଠନ ପାଇଁ ପ୍ରତ୍ୟେକ ଭୋଟ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି କହିଛନ୍ତି ।
Calling upon the people of Keralam to vote in large numbers in the 2026 Assembly elections. Record participation will add vigour to Keralam’s democratic spirit. I particularly request the youth and women of the state to step forward and vote in large numbers.
— Narendra Modi (@narendramodi) April 9, 2026
ପୁଡୁଚେରୀର ଭୋଟରଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଅପିଲ୍ କରିବା ସହ ପିଏମ୍ ଲେଖିଛନ୍ତି, "ପୁଡୁଚେରୀ ବିଧାନସଭା ନିର୍ବାଚନ ଆରମ୍ଭ ହେବା ସହିତ, ମୁଁ ପ୍ରତ୍ୟେକ ଭୋଟରଙ୍କୁ ବାହାରକୁ ଆସି ରେକର୍ଡ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରୁଛି । ମୁଁ ବିଶେଷକରି ଆମର ଯୁବପିଢ଼ି ଏବଂ ମହିଳା ଭୋଟରମାନଙ୍କୁ ଗଣତନ୍ତ୍ରର ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ନିବେଦନ କରୁଛି ।"
As the Puducherry Assembly elections commence, I urge every voter to come out and participate in record numbers. I especially appeal to our youth and to women voters to strengthen the process of democracy. Every vote matters in shaping the future of Puducherry.
— Narendra Modi (@narendramodi) April 9, 2026
- ସକାଳ ୭ଟାରୁ ମତଦାନ ଆରମ୍ଭ
ପଢନ୍ତୁ ଏହି ଖବର: ଆସାମ ବିଧାନସଭା ନିର୍ବାଚନ; ସରିଲା ପ୍ରଚାର; ଏହି ୭ ଆସନରେ ଜୋରଦାର ଲଢେଇ
ସେହିପରି କେରଳମର ୧୪୦ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି । ମଇଦାନରେ ଥିବା ୮୮୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨.୭୧ କୋଟି ଭୋଟର । ରାଜ୍ୟରେ ପ୍ରାୟ ୩୦, ୪୯୫ଟି ବୁଥରେ ମତଦାନ ହେଉଛି । ସାଧାରଣତଃ ଦୁଇଟି ପ୍ରମୁଖ ମେଣ୍ଟ ଚାରିପାଖରେ ଘୂରି ବୁଲେ କେରଳ ରାଜନୀତି । ଏଥର କିନ୍ତୁ କେରଳରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ବିତା ଦେଖିବାକୁ ମିଳୁଛି । ବାମପନ୍ଥୀ ଗଣତାନ୍ତ୍ରିକ ମେଣ୍ଟ- LDFରେ CPI, CPM ସହ ୧୦ ସହଯୋଗୀ ଅଛନ୍ତି । କଂଗ୍ରେସ ନେତୃତ୍ବାଧୀନ ମିଳିତ ଗଣତାନ୍ତ୍ରିକ ମେଣ୍ଟ- UDFରେ ଅଛନ୍ତି ୫ ସହଯୋଗୀ । ସେହିପରି NDA ମେଣ୍ଟରେ BJP ସହ ଭାରତ ଧର୍ମ ଜନସେନା ଓ KKC ପାର୍ଟି ଏକାଠି ହୋଇ ମଇଦାନକୁ ଓହ୍ଲାଇଛନ୍ତି ।
ପଢନ୍ତୁ ଏହି ଖବର: ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ କେରଳ; ମୈଦାନରେ ୮୮୩ ପ୍ରାର୍ଥୀ
କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ମୋଟ୍ ୩୦ଟି ବିଧାନସଭା ଆସନ ପାଇଁ ଭୋଟ ପଡୁଛି । ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ମୋଟ ୨୯୧ ଜଣ ପ୍ରାର୍ଥୀ । ଦୁଇଟି ପ୍ରମୁଖ ମେଣ୍ଟ ମଧ୍ୟରେ ହେଉଛି ମୁଖ୍ୟ ଲଢ଼େଇ । ଶାସକ NDA ଓ ବିରୋଧୀ ସିକୁଲାର ପ୍ରୋଗ୍ରେସିଭ୍ ଆଲାଏନ୍ସ- SPA ମୁହାଁମୁହିଁ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗାସ୍ୱାମୀଙ୍କ ନେତୃତ୍ୱରେ ଓହ୍ଲାଇଥିବା NDAର ଭାଗ୍ୟ ନିର୍ଣ୍ଣୟ କରିବେ ରାଜ୍ୟର ୯ ଲକ୍ଷ ୪୮ ହଜାର ୯୭୧ ମତଦାତା । ସମସ୍ତ ରାଜ୍ୟରେ ମେ ୪ ତାରିଖରେ ମତଗଣନା ସହ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ ।
📱 Get Argus News App
✨Related Topics
Explore more stories