Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାହା ପାଖରେ ରହେ ଷ୍ଟ୍ରଙ୍ଗରୁମ୍ ଚାବି? ମତଦାନ ପରେ କେଉଁଠି ରହେ ଇଭିଏମ୍

Politics

EVM Strongroom Key / କାହା ପାଖରେ ରହେ ଷ୍ଟ୍ରଙ୍ଗରୁମ୍ ଚାବି? ମତଦାନ ପରେ କେଉଁଠି ରହେ ଇଭିଏମ୍

Subhramjit Ray
Browse all articles by Subhramjit Ray
·1 hour ago·3 min read
କାହା ପାଖରେ ରହେ ଷ୍ଟ୍ରଙ୍ଗରୁମ୍ ଚାବି? ମତଦାନ ପରେ କେଉଁଠି ରହେ ଇଭିଏମ୍
EVM Strongroom Key

Key Points

୨୦୨୬ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହେବା ପରେ ଇଭିଏମ୍କୁ ତ୍ରିସ୍ତରୀୟ ସୁରକ୍ଷା ସହିତ ଷ୍ଟ୍ରଙ୍ଗ ରୁମ୍ ରେ ରଖାଯିବ। ସିସିଟିଭି ନୀରିକ୍ଷଣ ଏବଂ କେନ୍ଦ୍ରୀୟ ବାହିନୀର ଯବାନ ଙ୍କ ଉପସ୍ଥିତି ଇଭିଏମକୁ ସିଲ୍ କରାଯାଇ ଷ୍ଟ୍ରଙ୍ଗରୁମ୍ କୁ ପଠାଯିବ।
Election Strongroom Security: ୨୦୨୬ ବିଧାନସଭା ନିର୍ବାଚନ ପାଇଁ ବୁଧବାର (ଅପ୍ରେଲ ୨୯) ଶେଷ ହେଉଛି ମତଦାନ ପକ୍ରିୟା। ଭୋଟିଂ ଶେଷ ହୋଇଯିବା ପରେ ମତଦାନ କେନ୍ଦ୍ରରୁ ଭୋଟିଂ ମେସିନ୍ (ଇଭିଏମ୍) କୁ ସୁରକ୍ଷିତ କରି ରଖିବା ପାଇଁ ଏହାକୁ ଷ୍ଟ୍ରଙ୍ଗରୁମ୍ କୁ ପଠାଇ ଦିଆଯାଏ। ଭୋଟିଂ ଶେଷ ହେବା ମାତ୍ରେ, ମତଦାନ କେନ୍ଦ୍ରରେ ଗହଳି ଚହଳି ବଢ଼ିଯାଏ। ସେଠାରେ ନିୟୋଜିତ ପ୍ରିଜାଇଡିଂ ଅଫିସର ପ୍ରଥମେ ଇଭିଏମ୍‌ରେ ରେକର୍ଡ ହୋଇଥିବା ମୋଟ ଭୋଟ୍‌ର ରେକର୍ଡକୁ ପୂଙ୍ଖାନୁପୂଙ୍ଖ ଭାବରେ ଯାଞ୍ଚ କରିଥାନ୍ତି। କାରଣ ଏପରି କରିବା ଦ୍ୱାରା କୌଣସି ପ୍ରକାରର ହେରଫେର ହୋଇଥିବାର ସନ୍ଦେହ ଉପୁଜିବ ନାହିଁ। ଭୋଟିଂ ଶେଷ ହେବା ପରେ ପୋଲିଂ ବୁଥ୍ ରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପୋଲିଂ ଏଜେଣ୍ଟଙ୍କୁ ଯାଞ୍ଚ ହୋଇଥିବା କପି ପ୍ରଦାନ କରାଯାଏ। ଏହା ପରେ ଇଭିଏମ୍‌କୁ ସତର୍କତାର ସହ ସିଲ୍ କରାଯାଏ। ଶେଷରେ ପୋଲିଂ ବୁଥ୍ରୁ ଇଭିଏମ୍କୁ ଷ୍ଟ୍ରଙ୍ଗ ରୁମ୍‌ ଅଭିମୁଖେ ପଠାଇ ଦିଆଯାଏ। ଯେଉଁଠାରେ ଆଗାମୀ କିଛି ଦିନ ପାଇଁ ଗଣତନ୍ତ୍ରର ଭାଗ୍ୟ ସୁରକ୍ଷିତ ରହିଥାଏ।

କାହା ପାଖରେ ରହେ ଷ୍ଟ୍ରଙ୍ଗରୁମ୍ ଚାବି?
ଷ୍ଟ୍ରଙ୍ଗ ରୁମ୍‌ ଚାବି କୌଣସି ବ୍ୟକ୍ତିଙ୍କ ଇଚ୍ଛା ଅନୁସାରେ ରଖା ଯାଇନଥାଏ। ସୁରକ୍ଷାଗତ ମାନଦଣ୍ଡ ଅନୁଯାୟୀ ଜିଲ୍ଲା ନିର୍ବାଚନ ଅଧିକାରୀ (DEO) ଗୋଟିଏ ଜିଲ୍ଲାର ସମସ୍ତ ଇଭିଏମ୍ ମେସିନ୍‌ ସୁରକ୍ଷା ଦାୟିତ୍ୱରେ ରହିଥାନ୍ତି। ଷ୍ଟ୍ରଙ୍ଗ ରୁମ୍‌କୁ ଡବଲ୍ ଲକ୍ ସିଷ୍ଟମ୍ ସହିତ ବନ୍ଦ କରି ଦିଆଯାଏ। ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ସମ୍ପୃକ୍ତ ରିଟର୍ଣ୍ଣିଂ ଅଫିସରଙ୍କ ତତ୍ତ୍ୱାବଧାନରେ ଷ୍ଟ୍ରଙ୍ଗ ରୁମ୍‌ ଚାବି ସୁରକ୍ଷିତ ରଖାଯାଏ। ଏହାର ସୁରକ୍ଷା ପାଇଁ ରହିଥିବା ନିୟମ ଅନୁଯାୟୀ ଗଣନା ଦିନ ପର୍ଯ୍ୟନ୍ତ, ନିର୍ବାଚନ ଆୟୋଗଙ୍କ ଅନୁମତି ଏବଂ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ବିନା ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମ୍‌ର ତାଲା-ଚାବି ଖୋଲା ଯାଇପାରିବ ନାହିଁ।

ଏହା ସହ ପଢନ୍ତୁ: ସ୍ୱାଧିନତା ପରେ ଦେଶରେ କେତେ ଥର ହୋଇସାରିଛି ପରିସୀମନ? କ'ଣ ରହିଛି ଏହାର ଇତିହାସ

ତ୍ରିସ୍ତରୀୟ ଅଭେଦ୍ୟ ସୁରକ୍ଷା ବଳୟରେ ରହେ ଇଭିଏମ୍
ଷ୍ଟ୍ରଙ୍ଗ ରୁମ୍ ପାଇଁ ଯେଉଁ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ ତାହା କୌଣସି ଦୁର୍ଗ ଠାରୁ କମ୍ ନୁହେଁ। ଏହାର ସୁରକ୍ଷାକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ। ପ୍ରଥମ ଏବଂ ସବୁଠାରୁ ଭିତର ଭାଗର ସୁରକ୍ଷା ଦାୟିତ୍ୱ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ହାତରେ ରହିଥାଏ। ଯେଉଁମାନେ ଷ୍ଟ୍ରଙ୍ଗ ରୁମ୍ ବାହାରେ ୨୪ ଘଣ୍ଟା ମୁତୟନ ରହିଥାନ୍ତି। ଦ୍ୱିତୀୟ ସର୍କଲ୍ ମଧ୍ୟ କେନ୍ଦ୍ରୀୟ ବାହିନୀ ଦ୍ୱାରା ପହରା ଦିଆଯାଇଥାଏ। ଯେଉଁମାନେ ସେଠାକାର ପାରିପାର୍ଶ୍ୱିକ କାର୍ଯ୍ୟକଳାପ ଉପରେ ନଜର ରଖିଥାନ୍ତି। ବାହାର ପଟର ସୁରକ୍ଷା ଦାୟିତ୍ୱରେ ସମ୍ପୃକ୍ତ ରାଜ୍ୟର ପୋଲିସ ବାହିନୀ ରହିଥାନ୍ତି। ଯେଉଁମାନେ ଅନାବଶ୍ୟକ ବାହ୍ୟ ଭିଡ଼ କିମ୍ବା ଅନଧିକୃତ ପ୍ରବେଶକୁ ରୋକିବା ପାଇଁ କାର୍ଯ୍ୟ କରିଥାନ୍ତି।

ପ୍ରାର୍ଥୀଙ୍କ ମୋହର ଏବଂ CCTV ନିରୀକ୍ଷଣ
ସ୍ୱଚ୍ଛତା ବଜାୟ ରଖିବା ପାଇଁ ନିର୍ବାଚନ କମିଶନ ପ୍ରାର୍ଥୀଙ୍କୁ ଷ୍ଟ୍ରଙ୍ଗ ରୁମ୍ ରେ ସେମାନଙ୍କର ନିଜସ୍ୱ ମୋହର ଲଗାଇବାକୁ ଅନୁମତି ଦେଇଥାନ୍ତି। ସମସ୍ତ ଇଭିଏମ ଭିତରେ ରଖିବା ପରେ ଷ୍ଟ୍ରଙ୍ଗ ରୁମ୍ ଦ୍ୱାରକୁ ଆନୁଷ୍ଠାନିକ ଭାବରେ ସିଲ୍ କରାଯାଏ ଏବଂ ରାଜନୈତିକ ଦଳର ପ୍ରତିନିଧି ସେମାନଙ୍କର ଦସ୍ତଖତ ଏବଂ ସିଲ୍ ଲଗାଇ ପାରିବେ। ଏହା ବ୍ୟତୀତ ସିସିଟିଭି ନିରୀକ୍ଷଣ ମାଧ୍ୟମରେ ସମଗ୍ର ପରିସରକୁ ଲାଇଭ୍ ମନିଟରିଂ କରାଯାଏ। ଏଠାରେ ପ୍ରାୟତଃ ପ୍ରାର୍ଥୀଙ୍କ ପ୍ରତିନିଧିଙ୍କୁ ଏକ ସ୍କ୍ରିନ୍ ଯୋଗାଇ ଦିଆଯାଏ। ଯେଉଁଠାରୁ ସେମାନେ ବାହାରୁ ଷ୍ଟ୍ରଙ୍ଗ ରୁମ୍ ଦ୍ୱାରକୁ ଲାଇଭ୍ ଦେଖିପାରିବେ।

ଏହା ସହ ପଢନ୍ତୁ: କେବେ ଏବଂ କେଉଁଠି ଦେଖିବେ ୨୦୨୬ ବିଧାନସଭା ନିର୍ବାଚନ ଏଗଜିଟ୍ ପୋଲ୍ ରିପୋର୍ଟ

ଇଭିଏମ ସୁରକ୍ଷା ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଡବଲ୍ ଲକ୍ ସିଷ୍ଟମ୍?
"ଡବଲ୍ ଲକ୍ ସିଷ୍ଟମ" ର ଅର୍ଥ ହେଉଛି ଯେ କୌଣସି ଜଣେ ଅଧିକାରୀଙ୍କ ପାଖରେ ସମ୍ପୂର୍ଣ୍ଣ କ୍ଷମତା ନାହିଁ। ଏହା ନିଶ୍ଚିତ କରେ ଯେ କେହି ଷ୍ଟ୍ରଙ୍ଗ ରୁମ୍ ସହିତ ହେରଫେର କରିପାରିବେ ନାହିଁ। ସର୍ଟ ସର୍କିଟ୍ କିମ୍ବା କୌଣସି ବୈଷୟିକ ହେରଫେର୍ ରୋକିବା ପାଇଁ ଇଭିଏମ ରଖାଯାଇଥିବା ସ୍ଥାନର ବିଦ୍ୟୁତ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରିଦିଆଯାଏ। ମତଦାନ ଶେଷ ହେବା ପର ଠାରୁ ନେଇ ମତଗଣନା ହେବା ଦିନର ସକାଳ ପର୍ଯ୍ୟନ୍ତ, ଷ୍ଟ୍ରଙ୍ଗ ରୁମ ଏକ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇ ରହିଥାଏ। ଷ୍ଟ୍ରଙ୍ଗ ରୁମ୍ ଚାବିର ସୁରକ୍ଷା ପାଇଁ କଠୋର ପ୍ରୋଟୋକଲ୍ ଲାଗୁ ହୋଇଥାଏ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal Election 2026: Who Keeps the EVM Strong Room Keys? Security Rules Explained | Argus News