Exit Polls 2026 / କେବେ ଏବଂ କେଉଁଠି ଦେଖିବେ ୨୦୨୬ ବିଧାନସଭା ନିର୍ବାଚନ ଏଗଜିଟ୍ ପୋଲ୍ ରିପୋର୍ଟ
·2 hours ago·3 min read

Key Points
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ସରକାରୀ କଟକଣା ଅବଧି ଶେଷ ହେବା ପରେ ଯାଇ ୨୦୨୬ ବିଧାନସଭା ନିର୍ବାଚନର ଏଗଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇବ।
2026 Assembly Election Exit Polls 2026: ୨୦୨୬ ବିଧାନସଭା ନିର୍ବାଚନ ପାଇଁ ଅପ୍ରେଲ ୨୯ ତାରିଖ ବୁଧବାର ଶେଷ ହେଉଛି ମତଦାନ ପ୍ରକ୍ରିୟା। ଭୋଟିଂ ଶେଷ ହୋଇଯିବା ପରେ ମତାଦାତାଙ୍କ ନଜର ଏବେ ଏହି ନିର୍ବାଚନର ଏକଜିଟ୍ ପୋଲ ରିପୋର୍ଟ ଉପରେ ରହିଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପଶ୍ଚିମବଙ୍ଗରେ ଚୂଡ଼ାନ୍ତ ଭୋଟିଂ ରେକର୍ଡ ନହେବା ପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ ପ୍ରକାଶ କରାଯାଇ ପାରିବ ନାହିଁ। ବୁଧବାର ସନ୍ଧ୍ୟା ୬:୩୦ ସମୟରୁ ଆରମ୍ଭ ହୋଇ ମେ ୪ ତାରିଖ ଭୋଟ ଗଣନା ଆରମ୍ଭ ହେବା ପୂର୍ବରୁ ପ୍ରକାଶ ପାଇବ ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଏଗଜିଟ୍ ପୋଲ୍ ରିପୋର୍ଟ।
ଏଗଜିଟ୍ ପୋଲ୍ କ'ଣ?
ଏଗଜିଟ୍ ପୋଲ୍ ହେଉଛି ମତଦାନ ଶେଷ ହେବା ପରେ ତୁରନ୍ତ ମତଦାତାଙ୍କ ପାଖରୁ ସଂଗୃହୀତ ମତାମତ ଉପରେ ଆଧାର କରି ସର୍ଭେ ଏଜେନ୍ସି ଦ୍ୱାରା କରାଯାଇଥିବା ଆକଳନ। ଏହାର ଉଦ୍ଦେଶ୍ୟ ହେଉଛି ଭୋଟିଂ ଶୈଳୀକୁ ଆକଳନ କରିବା ଏବଂ ସମ୍ଭାବ୍ୟ ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା। ଏନେଇ କରାଯାଉଥିବା ସର୍ବେକ୍ଷଣରେ ଭାଗ ନେଉଥିବା ଲୋକଙ୍କୁ ସାଧାରଣତଃ ପଚରାଯାଏ ଯେ ସେମାନେ କେଉଁ ଦଳକୁ ଭୋଟ୍ ଦେଇଛନ୍ତି? ଏହା ନିର୍ବାଚନ ବିଶ୍ଳେଷକଙ୍କୁ ବ୍ୟାପକ ଭୋଟିଂ ଶୈଳୀ ଏବଂ ଜନ ଭାବନାରେ ପରିବର୍ତ୍ତନ ଚିହ୍ନଟ କରିବାରେ ସାହାଯ୍ୟ କରେ। ଏହାର ଲକ୍ଷ୍ୟ ହେଉଛି ସରକାରୀ ଭାବେ ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପୂର୍ବରୁ ଲୋକଙ୍କ ମତାମତ ଜାଣିବା। ଯଦିଓ ପୂର୍ବ ନିର୍ବାଚନରେ ଏହାର ସଠିକତା ପ୍ରାୟତଃ ବିତର୍କିତ ରହିଛି।
ଏହା ସହ ପଢନ୍ତୁ: ସ୍ୱାଧିନତା ପରେ ଦେଶରେ କେତେ ଥର ହୋଇସାରିଛି ପରିସୀମନ? କ'ଣ ରହିଛି ଏହାର ଇତିହାସ
କେବେ ପ୍ରକାଶିତ ହେବ ଏଗଜିଟ୍ ପୋଲ ରିପୋର୍ଟ?
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ସରକାରୀ ପ୍ରତିବନ୍ଧକ ଅବଧି ଶେଷ ହେବା ପରେ ଯାଇ ୨୦୨୬ ବିଧାନସଭା ନିର୍ବାଚନର ଏଗଜିଟ୍ ପୋଲ ରିପୋର୍ଟ ପ୍ରକାଶିତ ହେବ। ନିର୍ବାଚନ କମିଶନ ସ୍ପଷ୍ଟ ଭାବରେ ଏହାର ପ୍ରକାଶନକୁ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯାହା ମଧ୍ୟରେ କୌଣସି ଭୋଟର ସର୍ଭେ ଫଳାଫଳ ପ୍ରକାଶିତ କିମ୍ବା ପ୍ରସାରିତ ହୋଇପାରିବ ନାହିଁ। ନିୟମ ଅନୁଯାୟୀ ଗଣମାଧ୍ୟମ ସଂସ୍ଥାକୁ ଚଳିତ ମାସ ୯ ତାରିଖ ସକାଳ ସାତଟାରୁ ୨୯ ତାରିଖ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶିତ କରିବାରୁ ବାରଣ କରାଯାଇଛି। ନିର୍ବାଚନ ଆୟୋଗ ଏହା ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ ଏହି ନିୟମର ଯଦି କୌଣସି ଉଲ୍ଲଂଘନ କରାଯାଏ ତାହେଲେ ଏଥିପାଇଁ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଅଥବା ଜରିମାନା କିମ୍ବା ଉଭୟ ହୋଇପାରେ।
କେଉଁଠି ଦେଖିବେ ଏଗଜିଟ୍ ପୋଲ ଲାଇଭ୍?
ଏଗଜିଟ୍ ପୋଲ ପ୍ରକାଶନକୁ ନେଇ ପ୍ରତିବନ୍ଧକ ଉଠିବା ପରେ, ଏ ସମ୍ପର୍କିତ ରିପୋର୍ଟ ଫଳାଫଳ ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ବ୍ୟାପକ ଭାବରେ ଉପଲବ୍ଧ ହେବ। ଦର୍ଶକେ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲ୍, ପୋଲିଂ ଏଜେନ୍ସି ୱେବସାଇଟ୍, ବିଭିନ୍ନ ସର୍ଭେ ସଂସ୍ଥାର ଯାଞ୍ଚ ହୋଇଥିବା ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଏଗଜିଟ୍ ପୋଲ୍ ଅପଡେଟ୍ ପାଇପାରିବେ। ଏଗଜିଟ୍ ପୋଲ୍ ପ୍ରକାଶ କରିବାକୁ ଯାଉଥିବା ପ୍ରମୁଖ ପୋଲିଂ ଏଜେନ୍ସି ହେଉଛନ୍ତି Axis My India, CVoter, Jan Ki Baat, IPSOS, Todays Chanakya।
ଏହା ସହ ପଢନ୍ତୁ: ବୃଦ୍ଧି ପାଇବ ଲୋକସଭା ଆସନ ସଂଖ୍ୟା; ଓଡ଼ିଶାରେ ହେବ କେତେ ଆସନ?
କିପରି ପ୍ରସ୍ତୁତ ହୋଇଥାଏ ଏଗଜିଟ୍ ପୋଲ୍ ରିପୋର୍ଟ?
ଏଗଜିଟ୍ ପୋଲ୍ ବିଭିନ୍ନ ନିର୍ବାଚନମଣ୍ଡଳୀର ମତଦାନ କେନ୍ଦ୍ର ବାହାରେ କରାଯାଇଥିବା କ୍ଷେତ୍ରୀୟ ସର୍ଭେ ଉପରେ ନିର୍ଭର କରେ। ସ୍ଥିରତା ଏବଂ ସ୍ପଷ୍ଟତା ସୁନିଶ୍ଚିତ କରିବା ପାଇଁ ପ୍ରଶିକ୍ଷିତ ଟିମ୍ ବିଭିନ୍ନ ପ୍ରଶ୍ନାବଳୀ ବ୍ୟବହାର କରି ଲୋକଙ୍କ ପ୍ରତିକ୍ରିୟା ସଂଗ୍ରହ କରିଥାନ୍ତି। ଏଥିପାଇଁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ବିଭିନ୍ନ ବର୍ଗର ମତଦାତାଙ୍କ ନମୁନା ସଂଗ୍ରହ କରାଯାଏ। ତଥ୍ୟ ସଂଗ୍ରହ ହେବା ପରେ ନିର୍ବାଟକ ବିଶ୍ଳେଷକ ବିଭିନ୍ନ ଦିଗକୁ ବିଚାର କରି ବିଭିନ୍ନ ଦଳ କିମ୍ବା ମେଣ୍ଟ ପାଇଁ ସମ୍ଭାବ୍ୟ ସିଟ୍ ମିଳିବା ନେଇ ଆକଳନ କରିଥାନ୍ତି।

Ban on Exit Poll🚫
— Election Commission of India (@ECISVEEP) April 29, 2026
Time Period 👇
09 April, 2026 - 7:00 AM
To
29 April, 2026 - 6:30 PM
एग्जिट पोल पर प्रतिबंध 🚫
समय अवधि 👇
09 अप्रैल, 2026 - प्रातः 7:00 बजे
से
29 अप्रैल, 2026 - सायं 6:30 बजे#AssemblyElection2024#AssamElections2026#KeralaElections2026… pic.twitter.com/T07lhD0g29
କେଉଁଠି ଦେଖିବେ ଏଗଜିଟ୍ ପୋଲ ଲାଇଭ୍?
ଏଗଜିଟ୍ ପୋଲ ପ୍ରକାଶନକୁ ନେଇ ପ୍ରତିବନ୍ଧକ ଉଠିବା ପରେ, ଏ ସମ୍ପର୍କିତ ରିପୋର୍ଟ ଫଳାଫଳ ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ବ୍ୟାପକ ଭାବରେ ଉପଲବ୍ଧ ହେବ। ଦର୍ଶକେ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲ୍, ପୋଲିଂ ଏଜେନ୍ସି ୱେବସାଇଟ୍, ବିଭିନ୍ନ ସର୍ଭେ ସଂସ୍ଥାର ଯାଞ୍ଚ ହୋଇଥିବା ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଏଗଜିଟ୍ ପୋଲ୍ ଅପଡେଟ୍ ପାଇପାରିବେ। ଏଗଜିଟ୍ ପୋଲ୍ ପ୍ରକାଶ କରିବାକୁ ଯାଉଥିବା ପ୍ରମୁଖ ପୋଲିଂ ଏଜେନ୍ସି ହେଉଛନ୍ତି Axis My India, CVoter, Jan Ki Baat, IPSOS, Todays Chanakya।
ଏହା ସହ ପଢନ୍ତୁ: ବୃଦ୍ଧି ପାଇବ ଲୋକସଭା ଆସନ ସଂଖ୍ୟା; ଓଡ଼ିଶାରେ ହେବ କେତେ ଆସନ?
କିପରି ପ୍ରସ୍ତୁତ ହୋଇଥାଏ ଏଗଜିଟ୍ ପୋଲ୍ ରିପୋର୍ଟ?
ଏଗଜିଟ୍ ପୋଲ୍ ବିଭିନ୍ନ ନିର୍ବାଚନମଣ୍ଡଳୀର ମତଦାନ କେନ୍ଦ୍ର ବାହାରେ କରାଯାଇଥିବା କ୍ଷେତ୍ରୀୟ ସର୍ଭେ ଉପରେ ନିର୍ଭର କରେ। ସ୍ଥିରତା ଏବଂ ସ୍ପଷ୍ଟତା ସୁନିଶ୍ଚିତ କରିବା ପାଇଁ ପ୍ରଶିକ୍ଷିତ ଟିମ୍ ବିଭିନ୍ନ ପ୍ରଶ୍ନାବଳୀ ବ୍ୟବହାର କରି ଲୋକଙ୍କ ପ୍ରତିକ୍ରିୟା ସଂଗ୍ରହ କରିଥାନ୍ତି। ଏଥିପାଇଁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ବିଭିନ୍ନ ବର୍ଗର ମତଦାତାଙ୍କ ନମୁନା ସଂଗ୍ରହ କରାଯାଏ। ତଥ୍ୟ ସଂଗ୍ରହ ହେବା ପରେ ନିର୍ବାଟକ ବିଶ୍ଳେଷକ ବିଭିନ୍ନ ଦିଗକୁ ବିଚାର କରି ବିଭିନ୍ନ ଦଳ କିମ୍ବା ମେଣ୍ଟ ପାଇଁ ସମ୍ଭାବ୍ୟ ସିଟ୍ ମିଳିବା ନେଇ ଆକଳନ କରିଥାନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Exit Polls 20262026 Assembly Election Exit Polls 2026West Bengal Exit Poll 2026Tamil Nadu Exit Poll 2026Kerala Assembly Election Exit PollsAssam Exit Poll 2026 PredictionsElection Results 2026 DateWhen will 2026 exit polls be releasedWhere to watch exit polls 2026 live streamingExit poll results for 5 states 2026Election Commission rules for exit polls today