SP Leader Azam Khan / ମହଙ୍ଗା ପଡ଼ିଲା ବିବାଦୀୟ ବୟାନ; ଆଜମ ଖାନ୍ ଙ୍କୁ ମିଳିଲା ଦୁଇ ବର୍ଷର ଜେଲ ଦଣ୍ଡାଦେଶ
·1 hour ago·2 min read

Key Points
୨୦୧୯ ଲୋକସଭା ନିର୍ବାଚନ ସମୟରେ ଭୋଟ୍ ଥାନା ଅଞ୍ଚଳରେ ଏହି ଆପତ୍ତିଜନକ ବୟାନ ଦେଇଥିଲେ ସମାଜବାଦୀ ପାର୍ଟି ନେତା। ଭୋଟ୍ ଅଞ୍ଚଳରେ ଏକ ରୋଡ୍ ସୋ ସମୟରେ ଆଜମ ଖାନ ତତ୍କାଳୀନ ରାମପୁର ଜିଲ୍ଲାପାଳଙ୍କୁ ଟାର୍ଗେଟ କରି ଏପରି ବିବାଦୀୟ ବୟାନ ଦେଇଥିଲେ।
SP Leader Azam Khan: ବିବାଦୀୟ ବୟାନ ଦେବା ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ଙ୍କୁ ଲାଗିଛି ଜୋରଦାର ଝଟକା। ରାମପୁର ଜିଲ୍ଲାପାଳଙ୍କ ବିରୋଧରେ ଦେଇଥିବା ବିବାଦୀୟ ବୟାନ ଦେବା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ରାମପୁର ଏମପି-ଏମଏଲଏ କୋର୍ଟ ଆଜମ ଖାନଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ଶନିବାର (ମେ ୧୬) ଏହି ମାମଲାରେ ରାୟ ଶୁଣାଇଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନ ସମୟରେ ତତ୍କାଳୀନ ରାମପୁର ଜିଲ୍ଲାପାଳଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ମାମଲାରେ ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଆଜମ ଖାନ ତତ୍କାଳୀନ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ବିବାଦୀୟ ଦେଇ କହିଥିଲେ, "ସେ ହେଉଛନ୍ତି ଜଣେ ବେତନଭୋଗୀ ବ୍ୟକ୍ତି। ମୁଁ ତାଙ୍କୁ ମୋ ଜୋତା ସଫା କରାଇବି।"
୨୦୧୯ ଲୋକସଭା ନିର୍ବାଚନ ସମୟରେ ଜିଲ୍ଲାପାଳଙ୍କ ଉପରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ
୨୦୧୯ ଲୋକସଭା ନିର୍ବାଚନ ସମୟରେ ଭୋଟ ଥାନା ଅଞ୍ଚଳରେ ସମାଜବାଦୀ ପାର୍ଟି ନେତା ଏପରି ଆପତ୍ତିଜନକ ବୟାନ ଦେଇଥିଲା। ସେତେବେଳେ ଆଜମ ଖାନ ରାମପୁର ଲୋକସଭା ଆସନରୁ ସମାଜବାଦୀ ପାର୍ଟି ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ। ନିର୍ବାଚନ ପ୍ରଚାର କରିବା ବେଳେ ସେ ଭୋଟ ଅଞ୍ଚଳରେ ଏକ ରୋଡ୍ ସୋ କରିବା ସମୟରେ ଆଜମ ଖାନ ତତ୍କାଳୀନ ରାମପୁର ଜିଲ୍ଲାପାଳଙ୍କୁ ଟାର୍ଗେଟ କରି ଏପରି ବାବଦୀୟ ବୟାନ ଦେଇଥିଲେ।
ଏହା ସହ ପଢନ୍ତୁ: ମିଶନ ୨୦୨୭ ପୂର୍ବରୁ ବିବାଦରେ PDA; ପ୍ରଶ୍ନ ଘେରରେ ଅଖିଲେଶ ଯାଦବ
"ମୁଁ ମୋ ଜୋତା ସଫା କରାଇବି" ଭିଡିଓ ହୋଇଥିଲା ଭାଇରାଲ
ଭାଇରାଲ ଭିଡିଓରେ ଆଜମ ଖାନ୍ ଙ୍କୁ ଏହା କହୁଥିବାର ଶୁଣିବାକୁ ମିଳିଥିଲା, "ସେମାନେ ହେଉଛନ୍ତି ଦରମା ପାଉଥିବା ଲୋକ। ସେମାନଙ୍କୁ ଭୟ କରିବାର ନାହିଁ। ଯେଉଁମାନେ ସେମାନଙ୍କ ଜୋତା ସଫା କରନ୍ତି ସେମାନଙ୍କର ସହିତ ମୋର ମେଣ୍ଟ ରହିଛି।" ନିର୍ବାଚନ ପରେ ମୁଁ ସେମାନଙ୍କ ଦ୍ୱାରା ମୋ ଜୋତା ସଫା କରାଇବି।" ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏହି ଭିଡିଓ ସମୟରେ ସେ ବିଏସପି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିଲେ।
ଏହା ସହ ପଢନ୍ତୁ: ମହିଳା ସଂରକ୍ଷଣକୁ ନେଇ ସପାକୁ ଘେରିଲେ ମୁଖ୍ୟମନ୍ତ୍ରୀ ଯୋଗୀ; କହିଲେ...
ଆଜମ୍ ଖାନ୍ ଙ୍କୁ କୋର୍ଟ ଶୁଣାଇଲେ ଦୁଇ ବର୍ଷର ସଜ୍ଜା
ଏହି ମାମଲାରେ ପୋଲିସ କୋର୍ଟ୍ ରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଶୁଣାଣି ଏବଂ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସମାପ୍ତ ହେବା ପରେ, କୋର୍ଟ ଏହି ମାମଲାରେ ତାଙ୍କର ରାୟ ଶୁଣାଇଛନ୍ତି। କୋର୍ଟ ଆଜମ ଖାନ୍ ଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଏହି ମାମଲାରେ ଦୁଇ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ରାମପୁର ସ୍ଥିତ ସାଂସଦ/ବିଧାୟକ ସ୍ୱତନ୍ତ୍ର କୋର୍ଟ ମାଜିଷ୍ଟ୍ରେଟ୍ ଟ୍ରାଏଲ୍ ଶ୍ରୀ ଶୋଭିତ ବଂଶଲଙ୍କ କୋର୍ଟ ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଶୁଣାଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
SP Leader Azam KhanAzam Khan convicted 2 years jailAzam Khan shoes cleaning remark caseRampur court verdict Azam KhanSamajwadi Party leader Azam Khan sentencedAzam Khan tankhaiya DM controversyAzam Khan 2019 Lok Sabha speech convictionUP MP MLA court Azam Khan verdictSpecial court sentences Azam Khan 2 yearsAzam Khan derogatory comments against DMIPC Section 153A Azam Khan conviction