Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶେଷ ହୋଇଛି ମତଦାନ; ରବିବାର ପ୍ରକାଶ ପାଇବ ଫଳାଫଳ

Politics

Bengal Falta AC Repoll 2026 / ଶେଷ ହୋଇଛି ମତଦାନ; ରବିବାର ପ୍ରକାଶ ପାଇବ ଫଳାଫଳ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଶେଷ ହୋଇଛି ମତଦାନ;  ରବିବାର ପ୍ରକାଶ ପାଇବ ଫଳାଫଳ
Bengal Falta AC Repoll 2026

Key Points

ରବିବାର ପ୍ରକାଶ ପାଇବ ବହୁଚର୍ଚ୍ଚିତ ଫଲଟା ଆସନର ନିର୍ବାଚନ ଫାଳଫଳ।
Falta Assembly Constituency West Bengal: ରବିବାର (ମେ ୨୪) ପ୍ରକାଶ ପାଇବ ବହୁଚର୍ଚ୍ଚିତ ଫାଲଟା ଆସନର ନିର୍ବାଚନ ଫଳଫଳ। ଏହି ଆସନରେ ହୋଇଥିବା ନିର୍ବାଚନ ପାଇଁ ଗତ ଗୁରୁବାର ଗୁରୁବାର (ମେ ୨୧) ଶେଷ ହୋଇଥିଲା ପୁନର୍ବାର ମତଦାନ। ଏହି ନିର୍ବାଚନମଣ୍ଡଳୀରେ ୮୬.୧୧% ପ୍ରତିଶତ ମତଦାନ ହୋଇଥିବାର ନିର୍ବାଚନ ଅଧିକାରୀ କହିଛନ୍ତି।

ହେଲେ ଏହି ଆସନରୁ ନିର୍ବାଚନ ଲଢୁଥିହା କଥିତ "ପୁଷ୍ପା" ତଥା ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ ନିଜେ ମତଦାନ କରିନଥିବାର ଖବର ଆସିଛି। ଇଭିଏମ ଏବଂ ୱେବ କ୍ୟାମେରା ଫୁଟେଜ ହେରଫେର ହୋଇଥିବା ନେଇ ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନ ପୂର୍ବରୁ ଫଲଟା ଆସନରେ ପୂର୍ବରୁ ଗତ ଅପ୍ରେଲ ୨୯ ତାରିଖରେ ହୋଇଥିବା ମତଦାକୁ ବାତିଲ କରିବା ପରେ ଗତ ଗୁରୁବାର ସେଠାରେ ପୁନର୍ବାର ମତଦାନ ହୋଇଥିଲା। ଏଥର ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଥିଲା।

ଏହା ସହ ପଢନ୍ତୁ: ଲଢେଇ ପୂର୍ବରୁ ମୁଣ୍ଡ ନୁଆଁଇଲେ ଟିଏମସି 'ପୁଷ୍ପା'; କାହିଁକି ମୈଦାନ ଛାଡି଼ଦେଲେ ଜାହାଙ୍ଗୀର ଖାନ?

ବହୁ ପରିମାଣରେ ଇଭିଏମ ହେରଫେର ଏବଂ ଅନେକ ପୋଲିଂ ବୁଥ୍ ରେ ୱେବ କ୍ୟାମେରା ଫୁଟେଜ ହେରଫେର ହୋଇଥିବାର ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନ ଗତ ଅପ୍ରେଲ ୨୯ ତାରିଖରେ ହୋଇଥିବା ମତଦାନକୁ ବାତିଲ କରିବା ପରେ ପୁନର୍ବାର ଭୋଟ ଗ୍ରହଣ ନିର୍ଦ୍ଦେଶ ଦିଆଯାଇଥିଲା। କମିଶନ ପୂର୍ବ ମତଦାନ ପ୍ରକ୍ରିୟାକୁ ଏକ ଗମ୍ଭୀର ନିର୍ବାଚନୀ ଅପରାଧ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରିବା ଦ୍ୱାରା ପ୍ରଭାବିତ ବୋଲି ବର୍ଣ୍ଣନା କରିଛନ୍ତି।

ଦକ୍ଷିଣ ୨୪ ପରଗଣା ଜିଲ୍ଲାରେ ଅବସ୍ଥିତ ଫାଲଟା ନିର୍ବାଚନମଣ୍ଡଳୀର ୨୮୫ ମତଦାନ କେନ୍ଦ୍ରରେ ୧.୧୫ ଲକ୍ଷରୁ ଅଧିକ ମହିଳା ଏବଂ ୯ ଜଣ ତୃତୀୟ-ଲିଙ୍ଗୀ ମତଦାତାଙ୍କ ସମେତ ୨.୩୬ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ଭୋଟ ଦେଇଥିଲେ। ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିଲା। ଯାହା ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଜାରି ରହିଥିଲା।

ଇଭିଏମ୍ ବିବାଦ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା
ପୁନର୍ବାର ମତଦାନ ପାଇଁ ଫଲଟା ଆସନରେ ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ ମଜବୁତ କରାଯାଇଥିଲା। ସମଗ୍ର ନିର୍ବାଚନମଣ୍ଡଳୀରେ ୩୫ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ନିୟୋଜିତ ହୋଇଥିଲେ। ଏନେଇ ଅଧିକାରୀମାନେ କହିଛନ୍ତି ଯେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ୮ ଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ। ଯାହା ପୂର୍ବ ମତଦାନ ସମୟ ଠାରୁ ଦୁଇ ଗୁଣା ଅଧିକ। ଏହା ସହିତ, ଯେକୌଣସି ବିଶୃଙ୍ଖଳାକୁ ମୁକାବିଲା କରିବା ପାଇଁ ୩୦ କ୍ୱିକ୍ ରେସପନ୍ସ ଟିମ୍ ପ୍ରସ୍ତୁତ ରଖାଯାଇଥିଲା।

ଏହା ସହ ପଢନ୍ତୁ: ଘାରିଲା ଗିରଫଦାରୀ ଭୟ; କୋର୍ଟ ଶରଣରେ 'ପୁଷ୍ପା"

ଗତ ଅପ୍ରେଲ ୨୯ ତାରିଖରେ ମତଦାନ ସମୟରେ ଇଭିଏମ୍‌ ରେ ହେରଫେର୍ କରାଯାଇଥିବା ନେଇ ଅଭିଯୋଗ ଆସିବା ପରେ ଫାଲଟା ଆସନରେ ରାଜନୈତିକ ଉତ୍ତେଜନା ବଢି ଯାଇଥିଲା। ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ସୁବ୍ରତ ଗୁପ୍ତା ଏହାର ଯାଞ୍ଚ କରିବା ବେଳେ ଜାଣିବାକୁ ପାଇଥିଲେ ଅତି କମରେ ୬୦ ବୁଥ୍ ରେ କଥିତ ହେରଫେର ହୋଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bengal Falta AC Repoll 2026: Voting Concludes, Results Out on Sunday | Argus News