Bengal Secretariat Change 2011 / କାହିଁକି 'ରାଇଟର୍ସ ବିଲ୍ଡିଂ' ଠାରୁ 'ନବାନ୍ନ' ଅଭିମୁଖେ ସ୍ଥାନାନ୍ତର ହୋଇଥିଲା ବଙ୍ଗ ସଚ୍ଚିବାଳୟ?
·2 hours ago·3 min read

Key Points
ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ ହେବା ସହିତ, କ୍ଷମତାର କେନ୍ଦ୍ର ମଧ୍ୟ ସ୍ଥାନାନ୍ତରିତ ହେବ। ଟିଏମସି ସରକାର ଏହାର ସଚିବାଳୟକୁ ଐତିହାସିକ "ରାଇଟର୍ସ ବିଲ୍ଡିଂ" ଠାରୁ "ନବାନ୍ନ" ଅଭିମୁଖେ ସ୍ଥାନାନ୍ତର କରିଥିଲେ। ଏବେ ବିଜେପି ସରକାର ଏହାକୁ ପୁନର୍ବାର ଐତିହାସିକ "ରାଇଟର୍ସ ବିଲ୍ଡିଂ" ଭବନକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି।
Writers Building vs Nabanna: ଗତ ୨୦୧୧ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ଦେଖିବାକୁ ମିଳିଥିଲା ଏକ ବଡ଼ ପରିବର୍ତ୍ତନ। ସେତେବେଳେ ରାଜ୍ୟରେ ଯେ କେବଳ ସରକାର ବଦଳିଥିଲା ତାହା ନୁହେଁ ବରଂ ରାଜ୍ୟର ଶାସନ କେନ୍ଦ୍ର ମଧ୍ୟ ବଦଳି ଯାଇଥିଲା। ରାଜ୍ୟରେ ପ୍ରଥମ ଥର ଲାଗି ଟିଏମସି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ସଚିବାଳୟର ଠିକଣା ମଧ୍ୟ ବଦଳି ଯାଇଥିଲା। ପୂର୍ବରୁ "ରାଇଟର୍ସ ବିଲ୍ଡିଂ" ଠାରୁ ପରିଚାଳିତ ହେଉଛନ୍ତି ବଙ୍ଗ ସରକାର ଶାସନ କେନ୍ଦ୍ର। ହେଲେ ମମତା ବାନାର୍ଜୀଙ୍କ ସରକାରଙ୍କ ଶାସନ ସମୟରେ ଏହାକୁ "ନବାନ୍ନ" ଅଭିମୁଖେ ସ୍ଥାନାନ୍ତର କରାଯାଇଥିଲା।
ହେଲେ ବର୍ତ୍ତମାନ ରାଜ୍ୟରେ ଟିଏମସି ଶାସନର ଅନ୍ତ ଘଟିଛି। ଆଉ ଏବେ ବିଜେପି ପଶ୍ଚିମବଙ୍ଗରେ ପ୍ରଥମ ଥର ସରକାର ଗଠନ କରିବାକୁ ଯାଉଛି। ରାଜ୍ୟର ନୂତନ ବିଜେପି ସରକାର ଚାହୁଁଛନ୍ତି ରାଜ୍ୟ ସରକାରଙ୍କ ଶାସନ କେନ୍ଦ୍ର କୁହାଯାଉଥିବା ସଚିବାଳୟ ପୁନର୍ବାର "ରାଇଟର୍ସ ବିଲ୍ଡିଂ" ଠାରୁ ପରିଚାଳିତ ହେଉ। ରାଜ୍ୟ ବିଜେପି ଏ ସମ୍ପର୍କରେ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଅବଗତ କରି ସାରିଛନ୍ତି। ଯଦି ଏହା ହୁଏ ତାହେଲ ପଶ୍ଚିମବଙ୍ଗ ସରକାରଙ୍କ ଶାସନ କଳ ପୁଣି ଥରେ ଐତିହାସିକ "ରାଇଟର୍ସ ବିଲ୍ଡିଂ" ଠାରୁ ପରିଚାଳିତ ହେବ। ଯାହାର ଅର୍ଥ ହେଉଛି ଟିଏମସି ଅମଳରେ ହାୱଡ଼ାରୁ ପରିଚାଳିତ ସରକାର ଏବେ ପୁଣି ଥରେ ବିଜେପି ସରକାର ସମୟର ରାଜଧାନୀ କୋଲକାତା ମହାନଗରୀରୁ କାର୍ଯ୍ୟ କରିବ।
ଏହା ସହ ପଢନ୍ତୁ: କ'ଣ ରହିଛି ଏହାର ଇତିହାସ? ଯେଉଁଠି ହେବ ବିଜେପି ସରକାରଙ୍କ ଶପଥ ଗ୍ରହଣ
କ୍ଷମତାକୁ ଆସିବା ପରେ କାହିଁକି ସଚିବାଳୟ ସ୍ଥାନାନ୍ତର କରିଥିଲା ଟିଏମସି ସରକାର?
ରାଜଧାନୀ କୋଲକାତାରେ ଅବସ୍ଥିତ "ରାଇଟର୍ସ ବିଲ୍ଡିଂ" ପ୍ରାୟ ୨୫୦ ବର୍ଷ ପୁରୁଣା ଏକ ଐତିହାସିକ ଭବନ। ବ୍ରିଟିଶ ଶାସନ ସମୟରେ ମଧ୍ୟ ଏହି କୋଠା କ୍ଷମତା କେନ୍ଦ୍ର ଭାବେ କାର୍ଯ୍ୟ କରୁଥିଲା। ସ୍ୱାଧିନତା ପରେ ପଶ୍ଚିମବଙ୍ଗରେ ଗଠିତ ସମସ୍ତ ସରକାରଙ୍କ ସଚିବାଳୟ ଏହି କୋଠାରେ ଥିଲା। ହେଲେ ଯେତେବେଳେ ୨୦୧୧ ରେ ଟିଏମସି ସରକାର କ୍ଷମତାକୁ ଆସିଲେ, ସେତେବଳେ ରାଜ୍ୟ ସଚ୍ଚିବାଳୟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ।
ସେତେବେଳେ ରାଜ୍ୟ ସଚ୍ଚିବାଳୟକୁ "ରାଇଟର୍ସ ବିଲ୍ଡିଂ" ଠାରୁ "ନବାନ୍ନ" ଅଭିମୁଖେ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେବା ଜରୁରୀ ଥିଲା। କାରଣ ସେତେବେଳକୁ ଏହି କୋଠା ବହୁତ ଜରାଜୀର୍ଣ୍ଣ ହୋଇଯାଇଥିଲା। ଏହି ଭବନ ପୁରୁଣା ହୋଇଯାଇଥିବାରୁ ଏହା ଅସୁରକ୍ଷିତ ହୋଇଯାଇଥିଲା ଏବଂ ସେଠାରେ କାମ କରିବା ବିପଜ୍ଜନକ ଥିଲା। ଗତ ୨୦୧୩ ଅଗଷ୍ଟରେ ଟିଏମସି ସରକାର ସଚିବାଳୟ ସ୍ଥାନାନ୍ତର କରିବା ସମ୍ପର୍କରେ ଘୋଷଣା କରିଥିଲେ। ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ "ରାଇଟର୍ସ ବିଲ୍ଡିଂ" ଅସୁରକ୍ଷିତ ହୋଇଗଲାଣି। ଏହା ବାରୁଦ ଗଦାରେ ପରିଣତ ହୋଇଗଲାଣି। ମୁଁ ମୋ କର୍ମଚାରୀଙ୍କ ସୁରକ୍ଷା ଚାହୁଁଛି। ସେହି ସମୟରେ "ରାଇଟର୍ସ ବିଲ୍ଡିଂ" ଏତେ ଜରାଜୀର୍ଣ୍ଣ ହୋଇଯାଇଥିଲା ଯେ ଅନେକ ସମୟରେ ଛୋଟ ବଡ଼ ଅଗ୍ନିକାଣ୍ଡ ବାରମ୍ବାର ଘଟୁଥିଲା। ବିଶେଷଜ୍ଞ ସେତେବେଳେ ସତର୍କ କରାଇ ଦେଇଥିଲେ ଯେ ଏହାକୁ ସମ୍ପୂର୍ଣ୍ଣ ଭାବରେ ମରାମତି କରାଯିବ ଆବଶ୍ୟକ।
ଏହା ସହ ପଢନ୍ତୁ: 'ନବାନ୍ନ' ନାଁ 'ରାଇଟର୍ସ ବିଲ୍ଡିଂ'? କେଉଁଠି ଶାସନ ଚଳାଇବେ ବିଜେପି ସରକାର?
ଯେତେବେଳେ ଗତ ୨୦୧୩ ରେ ଟିଏମସି ସରକାର "ରାଇଟର୍ସ ବିଲ୍ଡିଂ" ଠାରୁ "ନବାନ୍ନ" ସଚିବାଳୟ ସ୍ଥାନାନ୍ତର କରିବା ସମ୍ପର୍କରେ ଘୋଷଣା କଲେ, ସେତବେଳେ ରାଜ୍ୟର ମୁଖ୍ୟ ବିରୋଧି ଦଳ କମ୍ୟୁନିଷ୍ଟ ପାର୍ଟି ଏହାର ଜୋରଦାର ବିରୋଧ କରିଥିଲା। ଦେଶ ସ୍ୱାଧିନ ହେବା ପରେ ପଶ୍ଚିମବଙ୍ଗର ଇତିହାସରେ ଏହା ପ୍ରଥମ ଥର ହୋଇଥିଲା ଯେତେବଳେ ରାଜ୍ୟ ସରକାରଙ୍କ ଶାସନ କେନ୍ଦ୍ର ରାଜଧାନୀ କୋଲକାତା ବାହାରେ ପରିଚାଳିତ ହେଉଥିଲା। ହେଲେ ଏବେ ରାଜ୍ୟର ଶାସନଭାର ଗ୍ରହଣ କରିବାକୁ ଯାଉଥିବା ବିଜେପି ସରକାର ସଚିବାଳୟକୁ "ନବାନ୍ନ" ଠାରୁ "ରାଇଟର୍ସ ବିଲଡିଂ" ଅଭିମୁଖେ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି। ହେଲେ ତଥାପି ଏହି ଐତିହାସିକ ଭବନର ନବୀକରଣ ପାଇଁ ଅତି କମରେ ୩ ମାସ ସମୟ ଲାଗିପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories