Mamata Benerjee / ଭବାନିପୁରରେ ବିଗିଡ଼ିବ କି ଅଙ୍କ; ଚିନ୍ତାରେ ମମତା, କଟିଛନ୍ତି ୨୫% ଭୋଟର
·3 hours ago·3 min read

Key Points
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ
ଭବାନିପୁରରେ ଅଙ୍କ ବିଗାଡ଼ିଦେବ କି SIR ?
ଆସନରେ କଟିଛନ୍ତି ୨୫ ପ୍ରତିଶତ ଭୋଟର
ଭବାନିପୁରରେ ଅଙ୍କ ବିଗାଡ଼ିଦେବ କି SIR ?
ଆସନରେ କଟିଛନ୍ତି ୨୫ ପ୍ରତିଶତ ଭୋଟର
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନିପୁର ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । କୋଲକାତାର ଏହି ଆସନଟି ବାହାର ଭୋଟର ଓ ଅବୈଧ ବଙ୍ଗାଳୀ ଭାଷାଭାଷୀ ଭୋଟରଙ୍କ ଲାଗି ବେଶ ଜଣାଶୁଣା । ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦିଦିଙ୍କୁ ଟକ୍କର ଦେବାକୁ ମଇଦାନରେ ଅଛନ୍ତି ବିଜେପିର ହେଭିୱେଟ୍ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ, ଯିଏକି ୨୦୨୧ ନିର୍ବାଚନରେ ଦିଦିଙ୍କ ଗଡ଼ କୁହାଯାଉଥିବା ନନ୍ଦିଗ୍ରାମରୁ ଦିଦିଙ୍କୁ ହରାଇ ବିଜୟୀ ହୋଇଥିଲେ । ଏଥର ସେ ମଧ୍ୟ ଭବାନିପୁର ଆସନରୁ ଲଢୁଛନ୍ତି, ଯାହାଦ୍ଵାରା ସିଧାସଳଖ ସିଏମ ମମତାଙ୍କୁ ଟକ୍କର ଦେବେ ।
ଏହାରି ମଧ୍ୟରେ ଭବାନିପୁର ବିଧାନସଭା ଆସନରେ ଏସଆଇଆର ବା ସ୍ଵତନ୍ତ୍ର ସଂଶୋଧନ ପ୍ରକ୍ରିୟା ଲାଗୁ ହେବା ପରେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୫ ପ୍ରତିଶତ ମତଦାତାଙ୍କ ସଂଖ୍ୟା ହ୍ରାସ ପାଇଛି । ଏସଆଇଆର ପୂର୍ବରୁ ଏଠାରେ ପ୍ରାୟ ୨ ଲକ୍ଷ ୬ ହଜାର ମତଦାତା ଥିଲେ । ଏମାନଙ୍କ ମଧ୍ୟରୁ ୫୧ ହଜାର ଭୋଟରଙ୍କ ନାମ ହଟାଯାଇଛି । ଏବେ ନିର୍ବାଚନରେ ଚର୍ଚ୍ଚା ହେଉଛି କି ଏସଆଇଆଇର ଦିଦିଙ୍କ ଅଙ୍କ ବିଗାଡ଼ିଦେବ କି ? ଏସଆଇଆଇରର ଫାଇଦା ଏଥର କାହାକୁ ମିଳିବ ? କାହାକୁ ନିଜର ନେତା ବାଛିବ ଭବାନିପୁରବାସୀ ?
ପଢନ୍ତୁ ଏହି ଖବର: ଆଜି ଆସାମ, କେରଳମ୍ ଓ ପୁଡୁଚେରୀରେ ନିର୍ବାଚନ; ରେକର୍ଡ ଅଂଶଗ୍ରହଣ ପାଇଁ ମୋଦିଙ୍କ ଅପିଲ୍
ପଢନ୍ତୁ ଏହି ଖବର: ପଶ୍ଚିମବଙ୍ଗ ଭୋଟ୍ ପୂର୍ବରୁ ବଡ଼ ଝଟକା ! ତାଲିକାରୁ ବାଦ୍ ପଡ଼ିଲେ ୯୦ ଲକ୍ଷ ଭୋଟର
ନିର୍ବାଚନ ପୂର୍ବରୁ SIRକୁ ମମତା ପ୍ରବଳ ବିରୋଧ କରିଥିଲେ । ମମତା ଅଭିଯୋଗ କରିଥିଲେ ଯେ ବିଜେପି ଏସଆଇଆର ଲାଗୁ କରି ଭୋଟରଙ୍କୁ ଜାଣିଶୁଣି ଭୋଟଦାନରୁ ବଞ୍ଚିତ କରି ଭୋଟ ଜନସଂଖ୍ୟାକୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଛି । ସେପଟେ ବିଜେପି ପ୍ରତି ଅଭିଯୋଗ କରିଥିଲା ଯେ ଏସଆଇଆରକୁ ବିରୋଧ କରିବା ପଛରେ ଟିଏମସିର ଉଦ୍ଦେଶ୍ୟ ହେଉଛି ରାଜନୈତିକ ପୁଞ୍ଜି ପାଇଁ ଅବୈଧ ପ୍ରବାସୀମାନଙ୍କୁ ବ୍ୟବହାର କରିବା । ତେବେ ଦେଖିବାକୁ ବାକି ରହିଲା ଭବାନିପୁରରେ ଏଥର ଏସଆଇଆଇ କାହାକୁ ଫାଇଦା ଦେଉଛି ।

- କାହିଁକି SIRରେ ନାଁ କଟିଲା ?
ପଢନ୍ତୁ ଏହି ଖବର: ଆଜି ଆସାମ, କେରଳମ୍ ଓ ପୁଡୁଚେରୀରେ ନିର୍ବାଚନ; ରେକର୍ଡ ଅଂଶଗ୍ରହଣ ପାଇଁ ମୋଦିଙ୍କ ଅପିଲ୍
- ଭବାନିପୁରକୁ କୁହାଯାଏ 'ମିନି ଇଣ୍ଡିଆ'
- ଦିଦିଙ୍କୁ ଭାରି ପଡ଼ିପାରେ ବଙ୍ଗଳା କାର୍ଡ
- ଏପ୍ରିଲ ୨୩ରେ ପଶ୍ଚିମବଙ୍ଗ ଭୋଟ୍
ପଢନ୍ତୁ ଏହି ଖବର: ପଶ୍ଚିମବଙ୍ଗ ଭୋଟ୍ ପୂର୍ବରୁ ବଡ଼ ଝଟକା ! ତାଲିକାରୁ ବାଦ୍ ପଡ଼ିଲେ ୯୦ ଲକ୍ଷ ଭୋଟର
ନିର୍ବାଚନ ପୂର୍ବରୁ SIRକୁ ମମତା ପ୍ରବଳ ବିରୋଧ କରିଥିଲେ । ମମତା ଅଭିଯୋଗ କରିଥିଲେ ଯେ ବିଜେପି ଏସଆଇଆର ଲାଗୁ କରି ଭୋଟରଙ୍କୁ ଜାଣିଶୁଣି ଭୋଟଦାନରୁ ବଞ୍ଚିତ କରି ଭୋଟ ଜନସଂଖ୍ୟାକୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଛି । ସେପଟେ ବିଜେପି ପ୍ରତି ଅଭିଯୋଗ କରିଥିଲା ଯେ ଏସଆଇଆରକୁ ବିରୋଧ କରିବା ପଛରେ ଟିଏମସିର ଉଦ୍ଦେଶ୍ୟ ହେଉଛି ରାଜନୈତିକ ପୁଞ୍ଜି ପାଇଁ ଅବୈଧ ପ୍ରବାସୀମାନଙ୍କୁ ବ୍ୟବହାର କରିବା । ତେବେ ଦେଖିବାକୁ ବାକି ରହିଲା ଭବାନିପୁରରେ ଏଥର ଏସଆଇଆଇ କାହାକୁ ଫାଇଦା ଦେଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories