Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Odisha Politics / ବିଜେଡିକୁ ଶନିଦଶା ! ଗୋଟିଏ ଦିନରେ ଦଳ ଛାଡ଼ିଲେ ୩ ବ୍ଲକ ଅଧ୍ୟକ୍ଷ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ବିଜେଡିକୁ ଶନିଦଶା ! ଗୋଟିଏ ଦିନରେ ଦଳ ଛାଡ଼ିଲେ ୩ ବ୍ଲକ ଅଧ୍ୟକ୍ଷ
Three BJD Block Presidents Resign in One Day

Key Points

ଶନିବାର ଗୋଟିଏ ଦିନରେ ଭଦ୍ରକ ଜିଲ୍ଲାର ୩ ଜଣ ବ୍ଲକ ଅଧକ୍ଷ ବିଜେଡିରୁ ଇସ୍ତଫା ଦେଇଛନ୍ତି । ବିଜେଡି ଛାଡ଼ିଥିବା ଭଦ୍ରକ ଜିଲ୍ଲାର ୩ ବ୍ଲକ ଅଧ୍ୟକ୍ଷ ଖୁବଶୀଘ୍ର ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ଭଦ୍ରକ: ଭାଙ୍ଗୁଛି ବିଜେଡି ଗଡ଼ । ଦିନକରେ ବିଜେଡି ଛାଡ଼ିଲେ ୩ ବ୍ଲକ ଅଧ୍ୟକ୍ଷ । ଶନିବାର ଗୋଟିଏ ଦିନରେ ଭଦ୍ରକ ଜିଲ୍ଲାର ୩ ଜଣ ବ୍ଲକ ଅଧକ୍ଷ ବିଜେଡିରୁ ଇସ୍ତଫା ଦେଇଛନ୍ତି ।

ବିଜେଡିରୁ ଇସ୍ତଫା ଦେଇଛନ୍ତି ଭଣ୍ଡାରିପୋଖରୀ ବ୍ଲକ ଅଧକ୍ଷା ସୁମତୀ ସେଠୀ । ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁମତୀ । ସେହିଭଳି ବିଜେଡିରୁ ଇସ୍ତଫା ଦେଇଛନ୍ତି ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ । ସେ ମଧ୍ୟ ତାଙ୍କର ବ୍ୟକ୍ତିଗତ କାରଣରୁ ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି । ଉର୍ମିଳା ବିଜେଡିର ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଇଛନ୍ତି ଇସ୍ତଫା ପତ୍ର ।

ଏଥିସହ ପଢ଼ନ୍ତୁ: CM ନୁହେଁ ସୁପର CMଙ୍କ ସେବା ଥିଲା ପୂର୍ବ ସରକାରର ପ୍ରାଥମିକତା: ଆଇନ୍ ମନ୍ତ୍ରୀ

ବିଜେଡିରୁ ଇସ୍ତଫା ଦେଇଛନ୍ତି ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ । ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମନୋରଞ୍ଜନ । ଗତ ପଞ୍ଚାୟତ ନିର୍ବାଚନରେ ବନ୍ତ ବ୍ଲକର ଗୋପୀନାଥପୁର ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇ ବିଜୟୀ ଲାଭ କରି ଅଧ୍ୟକ୍ଷ ପଦ ପାଇଥିଲେ ।

ଶନିବାର ବିଜେଡି ଛାଡ଼ିଥିବା ଭଦ୍ରକ ଜିଲ୍ଲାର ୩ ବ୍ଲକ ଅଧ୍ୟକ୍ଷ ଖୁବଶୀଘ୍ର ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । କିଛିଦିନ ତଳେ ଭଦ୍ରକର ପୂର୍ବତନ ପୌରପାଳ ପ୍ରୟାସକାନ୍ତି ସାମଲ (ଲୁଲୁ)ଙ୍କ ବାସଭବନରେ ଜିଲ୍ଲାର ୩ ବ୍ଲକ ଅଧ୍ୟକ୍ଷ ଏକ ବୈଠକରେ ଏକାଠି ହୋଇଥିଲେ, ଆଜି ଇସ୍ତଫା ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: BJD ନେତାଙ୍କ ହୃତପିଣ୍ଡକୁ ଆଘାତ କଲେ ପୃଥ୍ୱୀରାଜ, ମୁହଁରେ ସବୁ ତୁଣ୍ତି ବାନ୍ଧିଲେ !

ସେପଟେ ତାଳଚେର ସହରରେ ଭାଙ୍ଗିଛି ବିଜେଡି ଗଡ଼ । ତାଳଚେର ମ୍ୟୁନିସିପାଲିଟି ଅଧ୍ୟକ୍ଷଙ୍କ ସହ ୧୩ କାଉନସିଲିର ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି । ତାଳଚେର ପୌରପରିଷଦର ନଗରପାଳ ପବିତ୍ର ଭୁତିଆଙ୍କ ସମେତ ୧୩ ଜଣ କାଉନସିଲର ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି ।

ବିଜେଡିକୁ ଲାଗିଛି ଶକ୍ତ ଝଟ୍‌କା । ଖୋଦ୍ ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜ ପ୍ରଧାନ ଏବେ ହରଡ ଘଣାରେ । ବିଧାୟକ ନିଜ ଦଳର କର୍ମୀ, ନେତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ବର୍ଷିଛନ୍ତି ନଗରପାଳ ଓ କାଉନସିଲର ।

ଶୁକ୍ରବାର ବିଜେପିରେ ମିଶିବା ପରେ ଭୁବନେଶ୍ଵର ଠାରେ ତାଳଚେର ମାଟିର ପୁଅ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ତାଳଚେର ମ୍ୟୁନିସିପାଲିଟିର ଅଧ୍ୟକ୍ଷ ପବିତ୍ର ଭୁତିଆ ଓ କାଉନସିଲର ସମୂହ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Big Setback for BJD: 3 Block Presidents Quit in a Day | Argus News | Argus News