BJP Kerala Mission / କେରଳ-ପଶ୍ଚିମବଙ୍ଗ ଦଖଲ ପାଇଁ ଅଣ୍ଟାଭିଡ଼ିଲା ବିଜେପି; ଖୁବ ଶୀଘ୍ର ଜାରି ହେବ ପ୍ରାର୍ଥୀ ତାଲିକା
·4 months ago·3 min read

Key Points
୨୦୨୬ କେରଳ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଜାରି ରହିଛି ଜୋରଦାର ପ୍ରସ୍ତୁତି। ଖୁବ ଶୀଘ୍ର ଦଳ ଏହି ନିର୍ବାଚନ ପାଇଁ ଏହାର ଦଳୀୟ ବିଧାୟକ ପ୍ରାର୍ଥୀ ତାଲିକା ଜାରି କରିପାରେ।
BJP MLA Candidate 2026: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି କ୍ରମରେ ଧଳ ଉଭୟ ରାଜ୍ୟ ପାଇଁ ସମ୍ଭାବ୍ୟ ଦଳୀୟ ବିଧାୟକ ପ୍ରାର୍ଥୀ ତାଲିକା ଖୁବ ଶୀଘ୍ର ଜାରି କରିବାକୁ ଯାଉଛି। ପଶ୍ଚିମବଙ୍ଗର ମୋଟ ୨୯୪ ଆସନ ମଧ୍ୟରୁ ପ୍ରାୟ ୧୫୦ ସିଟ୍ ଲାଗି ପ୍ରାର୍ଥୀ ଚୟନ କରିଥିବାର ଖବର ଆସୁଛି। ଗତ ୨୦୨୧ ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଧାୟକଙ୍କୁ ଦଳ ପୁଣି ଥରେ ଟିକେଟ ଦେଇପାରେ।
ଅନ୍ୟପକ୍ଷରେ କେରଳ ପାଇଁ ବିଜେପି ପାଇଁ ସ୍ୱତନ୍ତ୍ର ରଣନୀତି ଆପଣାଇଛି। କେନ୍ଦ୍ର ସରକାରରେ ମନ୍ତ୍ରୀ ରହିଥିବା ଏପରିକି ଲୋକସଭା ନିର୍ବାଚନ ଲଢିଥିବା ନେତାଙ୍କୁ ଦଳ ଏଥର ୨୦୨୬ ମୈଦାନରେ ଲଢେଇ କରିବା ପାଇଁ ପ୍ରସ୍ତୁତ କରୁଛି। ଅର୍ଥାତ କେନ୍ଦ୍ରମନ୍ତ୍ରୀ ଏବଂ ଲୋକସଭା ନିର୍ବାଚନ ଲଢିଥିବା ସାଂସଦ ପ୍ରାର୍ଥୀ ଏଥର ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ।
୨୦୨୬ ବିଧାନସଭା ନିର୍ବାଚନକୁ ନେଇ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବିଜେପି ସଂସଦୀୟ ବୋର୍ଡ଼ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉଭୟ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି କିପରି ଚାଲିଛି ସେ ନେଇ ଆଲୋଚନା ହୋଇଥିଲା। ଗୁରୁବାର ଆୟୋଜିତ ହୋଇଥିବା ଦଳୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବର୍ତ୍ତମାନର ଦଳୀୟ ଅଧ୍ୟକ୍ଷ ନୀତିନ ନବୀନ, ସଂସଦୀୟ ବୋର୍ଡ ସଦସ୍ୟ ବିଏସ ୟେଦିୟୁରାପ୍ପା, କେରଳ ବିଜେପି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଦଳର ପୂର୍ବତନ ରାଜ୍ୟଶାଖା ଅଧ୍ୟକ୍ଷ କେ.ସୁରେନ୍ଦ୍ରନ୍, ନିର୍ବାଚନ ସହ ପ୍ରଭାରୀ ଶୋଭା କରନ୍ଦଲାଜେ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିନୋଦ ତାୱଡ଼େ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବି.ମୁରଲୀଧରନ୍ ଏବଂ ରାଜ୍ୟ ବିଜେପି ପ୍ରଭାରୀ ପ୍ରକାଶ ଜାଭେଦକର ପ୍ରମୁଖ ଉପସ୍ଥିତ ରହିଥିଲେ।
ଏଥିସହ ପଢ଼ନ୍ତୁ: କ୍ରସ ଭୋଟିଂ ଭୟ, ରାଜ୍ୟ ବାହାରେ କଂଗ୍ରେସ ବିଧାୟକ, ୩ ବିଧାୟକଙ୍କ ୩ କଥା
କିପରି ସ୍ଥିର ହେବେ ଦଳୀୟ ପ୍ରାର୍ଥୀ?
ନ୍ୟୁଜ ଏଜେନ୍ସି ଏଏନଆଇ ଖବର ଅନୁସାରେ ଗୁରୁବାର ଆୟୋଜିତ ହୋଇଥିବା ଦଳୀୟ ସଂସଦୀୟ ବୋର୍ଡ ବୈଠକରେ କେରଳର ସମସ୍ତ ୧୪୦ ବିଧାନସଭା ଆସନକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଦଳୀୟ ଟିକେଟ ବଣ୍ଟନ, ପ୍ରାର୍ଥୀଙ୍କ ନାମ, ଘରୋଇ ଏଜେନ୍ସି ଦ୍ୱାରା ଦଳ ପାଇଁ ହୋଇଥିବା ସର୍ଭେ ଏବଂ ଏହାର ତୁଳନାତ୍ମକ ରିପୋର୍ଟ, ନିର୍ବାଚନ ରଣନୀତି, ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଏବଂ ଦଳର ନିର୍ବାଚନୀ ଇସ୍ତାହାରକୁ ନେଇ ଆଲୋଚନା ହୋଇଥିଲା। ଏହା ସ୍ପଷ୍ଟ ଯେ ବ୍ୟକ୍ତିଗତ ସର୍ଭେ ରିପୋର୍ଟ ଆଧାରରେ ଦଳାୀୟ ପ୍ରାର୍ଥୀ ଚୟନ କରାଯିବ।
୨୦୨୬ କେରଳ ବିଧାନସଭା ନିର୍ବାଚନ ପାଇଁ କ'ଣ ରହିଛି ଦଳର ପ୍ଲାନ?
୨୦୨୬ ବିଧାନସଭା ନିର୍ବାଚନରେ ଦଳ ୨୫ ପ୍ରତିଶତ ଯୁବକ ଏବଂ ୨୦ ପ୍ରତିଶତ ମହିଳାଙ୍କୁ ଦଳୀୟ ପ୍ରାର୍ଥୀ କରିପାରେ। ଖ୍ରଷ୍ଟିଆନ ସମ୍ପ୍ରଦାୟର ସମର୍ଥନ ହାସଲ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନଙ୍କୁ ଦଳର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି। ୨୦୨୪ ଜୁନ ୯ ତାରିଖରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କୁ ମତ୍ସ୍ୟ, ପଶୁ ସମ୍ପଦ, ଗୋପାଳନ ଏବଂ ସଂଖ୍ୟାଲଘୁ ବ୍ୟାପର ରାଷ୍ଟ୍ରମନ୍ତ୍ରୀ କାର୍ଯ୍ୟଭାର ମିଳିଥିଲା। ଏହା ପୂର୍ବରୁ ସେ ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଏହି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ଓଲାନଚେରୀ ରାଜଗୋପାଳଙ୍କ ଓଏସଡ଼ି (OSD) ରୂପରେ କାର୍ଯ୍ୟ କରିଥିଲେ।
ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଜେପି, ପୁନର୍ବାର କେ.ସୁରେନ୍ଦ୍ରନଙ୍କୁ ମାଞ୍ଜେଶ୍ୱର ଆସନରୁ ପ୍ରାର୍ଥୀ କରିପାରେ। ସୁରେନ୍ଦ୍ରନ୍ ପୂର୍ବରୁ କେରଳ ବିଜେପି ରାଜ୍ୟ ଶାଖାର ସଭାପତି ଭାବେ କାର୍ଯ୍ୟ କରି ସାରିଛନ୍ତି। ତାଙ୍କ ନେତୃତ୍ୱରେ ଦଳ ଗତ ୨୦୨୧ ବିଧାନସଭା ନିର୍ବାଚନ ଲଢିଥିଲା। ସେହିପରି ବର୍ତ୍ତମାନ ରାଜ୍ୟ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ରାଜଧାନୀ ଥିରୁଭାଅନନ୍ତପୁରମ୍ ସ୍ଥିତ ନେମୋମ ଆସନରୁ ଟିକେଟ ଦେଇପାରେ। ଏହି ଆସନରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓଲାନଚେରୀ ରାଜଗୋପାଳ ୨୦୧୬ ନିର୍ବାଚନରେ ନିର୍ବାଚିତ ହୋଇଥିଲେ।
କେନ୍ଦ୍ରୀୟ ନିର୍ବାଚନ ଆୟୋଗ ୨୦୨୬ କେରଳ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଜାରି କରିବା ପରେ ଯାଇ ବିଜେପି ୨ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀ ତାଲିକା ଜାରି କରିବ। ରାଜ୍ୟର ମୋଟ ୧୪୦ ସିଟ୍ ମଧ୍ୟରୁ ଦଳ ପ୍ରାୟ ଶହେରୁ ଅଧିକ ଆସନରେ ନିର୍ବାଚନ ଲଢିବ। ବାକି ୪୦ ଆସନରେ ବିଜେପି ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟରେ ସାମିଲ ରହିଥିବା ଭାରତ ଧର୍ମ ଜନ ସେନା ସମେତ ଅନ୍ୟ ସହଯୋଗୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅନ୍ୟପଟେ ଆସନ୍ତା ୧୫-୧୭ ତାରିଖରେ ଆସାମ ଏବଂ ତାମିଲାନାଡୁ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ବିଜେପି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇପାରେ।
ପଢନ୍ତୁ ଏହି ଖବର: ବିକ୍ରି ହୋଇଗଲେଣି କି ବିଜେଡି ଘୋଡା ? ଦଳୀୟ ବିଧାୟକଙ୍କୁ ବାନ୍ଧି ରଖିବା ପାଇଁ ଜାରି କଲା ହୁଇପ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories