Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବୁଧବାର ହେବ ଶପଥ ଗ୍ରହଣ; ସାମ୍ନାରେ କ'ଣ ରହିଛି ଚ୍ୟାଲେଞ୍ଜ?

Politics

DK Shivakumar / ବୁଧବାର ହେବ ଶପଥ ଗ୍ରହଣ; ସାମ୍ନାରେ କ'ଣ ରହିଛି ଚ୍ୟାଲେଞ୍ଜ?

Subhramjit Ray
Browse all articles by Subhramjit Ray
·1 hour ago·3 min read
ବୁଧବାର ହେବ ଶପଥ ଗ୍ରହଣ; ସାମ୍ନାରେ କ'ଣ ରହିଛି ଚ୍ୟାଲେଞ୍ଜ?
D.K Shivakumar

Key Points

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିସାରିବା ପରେ ଡିକେ ଶିବକୁମାରଙ୍କୁ ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ିବ। କ୍ୟାବିନେଟ ଗଠନ, ସିଦ୍ଧରମୈୟାଙ୍କ ଚାପ, ଅହିନ୍ଦା ଭୋଟ ବ୍ୟାଙ୍କ, ବିରୋଧିଙ୍କ ଚ୍ୟାଲେଞ୍ଜ, ବେଙ୍ଗାଲୁରୁର ବିକାଶ ଏବଂ ଦୁର୍ନୀତି ଭଳି ପ୍ରସଙ୍ଗର ସାମ୍ନା କରିବାକୁ ପଡ଼ିବ।
Challenges for DK Shivakumar: ଆସନ୍ତା ବୁଧବାର (ଜୁନ୍ ୩) କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଡିକେ ଶିବକୁମାର। ଯଦିଓ ସେ ରାଜ୍ୟର ପରବର୍ତ୍ତୀ ସରକାରର ମୁଖ୍ୟ ହେବାକୁ ଯାଉଛନ୍ତି, ହେଲେ ତାଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିଛି। ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ହେଉଛି କ୍ୟାବିନେଟ ଗଠନ। ହେଲେ ଏହାର ଗଠନ ତାଙ୍କ ଇଚ୍ଛା ଅନୁସାରେ ହୋଇପାରିବ ନାହିଁ। ତାଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରେ ତାଙ୍କର ସମର୍ଥକ ବିଧାୟକଙ୍କ ସହ ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଗୋଷ୍ଠୀର ନେତାଙ୍କୁ ମଧ୍ୟ ସାମିଲ କରିବାକୁ ହେବ। ଏହା ବ୍ୟତୀତ କଂଗ୍ରେସ ହାଇକମାଣ୍ଡ, ବିଶେଷକରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପସନ୍ଦଯୋଗ୍ୟ ନେତାଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେବାକୁ ପଡ଼ିପାରେ।

ସମସ୍ୟା କେବଳ ଏହା ନୁହେଁ ଯେ ଡିକେ ଶିବକୁମାରଙ୍କୁ ସମସ୍ତ ଗୋଷ୍ଠୀର ନେତାଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେବାକୁ ହେବ। ହେଲେ ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ ସେମାନଙ୍କୁ ମଧ୍ୟ ଭଲ ମନ୍ତ୍ରଣାଳୟ ଦେବାକୁ ହେବ। ଯାହାକୁ ଡିକେ ତାଙ୍କ ସମର୍ଥକ ବିଧାୟକଙ୍କୁ ଦେବାକୁ ଚାହୁଁଛନ୍ତି। ଏହା ବ୍ୟତୀତ, ସିଦ୍ଧରମୈୟା କହିଛନ୍ତି ଯେ ସେ ରାଜ୍ୟସଭା ଯିବେ ନାହିଁ ବରଂ ରାଜ୍ୟ ରାଜନୀତିରେ ସକ୍ରିୟ ରହିବେ। ଯାହାର ଅର୍ଥ ହେଉଛି ସେ ଅନେକ ସମୟରେ ସେ ଡିକେ ଶିବକୁମାରଙ୍କୁ ମାର୍ଗଦର୍ଶନ ସହ ପରାମର୍ଶ ଦେବେ। ଏହା ମଧ୍ୟ ସମ୍ଭବ ଯେ କେତେକ ପ୍ରସଙ୍ଗକୁ ନେଇ ଶିବକୁମାର-ସିଦ୍ଧରମୈୟା ମୁହାଁମୁହିଁ ହୋଇପାରନ୍ତି। ଏପରିକି ସିଦ୍ଧରମୈୟା, ଶିବକୁମାରଙ୍କ ସରକାରଙ୍କ କାର୍ଯ୍ୟପ୍ରଣାଳୀ ଉପରେ ମଧ୍ୟ ସତର୍କ ନଜର ରଖିପାରନ୍ତି। ଏହା ସହିତ ଦଳର ଜଣେ ନେତାଙ୍କୁ ରାଜ୍ୟ କଂଗ୍ରେସ କମିଟି ଅଧ୍ୟକ୍ଷ ନିଯୁକ୍ତ କରିବାକୁ ହେବ। କର୍ଣ୍ଣାଟକ କଂଗ୍ରେସ ସଭାପତି ଦୌଡ଼ରେ ସତୀଶ ଜରକିହୋଲିଙ୍କ ନାମ ସର୍ବାଗ୍ରେ ରହିଛି। ହେଲେ ଜରକିହୋଲି ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ପଦ ସହ ମନ୍ତ୍ରୀ ପଦ ମଧ୍ୟ ଚାହୁଁଛନ୍ତି।

ଏହା ସହିତ ପଢନ୍ତୁ: ସେହି ୩ ମୁଖ୍ୟମନ୍ତ୍ରୀ; ଯିଏ ପୂରଣ କରିଛନ୍ତି ୫ ବର୍ଷର କାର୍ଯ୍ୟକାଳ

ଅହିନ୍ଦା ଭୋଟ ବ୍ୟାଙ୍କ୍ ବଜାୟ ରଖିବାକୁ ହେବ

ଡିକେ ଶିବକୁମାରଙ୍କ ପାଇଁ ଅନ୍ୟ ଏକ ପ୍ରମୁଖ ଚ୍ୟାଲେଞ୍ଜ ହେଉଛି ଅହିନ୍ଦା ଭୋଟ ବ୍ୟାଙ୍କ୍କୁ ଏକଜୁଟ ରଖିବା। ଅହିନ୍ଦା ଶବ୍ଦର ଅର୍ଥ ପଛୁଆ ବର୍ଗ , ଦଳିତ ଏବଂ ସଂଖ୍ୟାଲଘୁଙ୍କୁ ନେଇ ଗଠିତ ରାଜନୈତିକ ଏବଂ ସାମାଜିକ ସମୀକରଣ ମେଣ୍ଟ। ଯେଉଁ ମେଣ୍ଟ ବିଷୟରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହୁଛନ୍ତି। ଯାହା ତାଙ୍କ ଦଳର ପିଡ଼ିଏ ରଣନୀତି ନାମରେ ପରିଚିତ। ଯେହେତୁ ସିଦ୍ଧରମୈୟା ନିଜେ ପଛୁଆ ବର୍ଗରୁ ଆସୁଛନ୍ତି, ସେଥିପାଇଁ ସେ ଅହିନ୍ଦା ଭୋଟ ବ୍ୟାଙ୍କ୍ ଉପରେ ନିଜର ପ୍ରଭାବ ସହଜରେ ବଜାୟ ରଖି ପାରିଥିଲେ। ଅନ୍ୟପଟେ ଡିକେ ଭୋକ୍କାଲିଗା ସମ୍ପ୍ରଦାୟରୁ ଆସୁଛନ୍ତି। ଶିବକୁମାରଙ୍କୁ ଅହିନ୍ଦା ଭୋଟ ବ୍ୟାଙ୍କ୍ ବିଶ୍ୱାସ ଜିତିବାକୁ ହେବ। ଏହା ବ୍ୟତୀତ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପୂର୍ବରୁ ଜାତିଗତ ସର୍ଭେ ପାଇଁ କ୍ୟାବିନେଟ ଅନୁମୋଦନ ପ୍ରଦାନମ କରିଛନ୍ତି। ଏବେ ଡିକେଙ୍କୁ ଏହାକୁ କାର୍ଯ୍ୟକାରୀ କରିବାକୁ ହେବ ଏବଂ ସେହି ଅନୁସାରେ ଯୋଜନା ପ୍ରସ୍ତୁତ କରିବାକୁ ପଡିବ। କାରଣ ଏହା ରାହୁଲ ଗାନ୍ଧୀଙ୍କ ପ୍ରିୟ ପ୍ରସଙ୍ଗ ଯାହା ବିଷୟରେ ସେ ବାରମ୍ବାର କହି ଆସୁଛନ୍ତି।

ବିରୋଧି ପକ୍ଷଙ୍କ ପ୍ରଶ୍ନର ଦେବାକୁ ହେବ ଜବାବ
ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବା ପରେ ରାଜ୍ୟରେ ହେବାକୁ ଯାଉଥିବା ପରବର୍ତ୍ତୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି-ଜେଡ଼ିଏସ ପ୍ରାକ୍ ନିର୍ବାଚନୀ ମେଣ୍ଟର ସାମ୍ନା କରିବାକୁ ହେବ। ଜେଡିଏସ ମୁଖ୍ୟ ଏଚ.ଡ଼ି ଦେବେଗୌଡ଼ା ଏବଂ ଡିକେ ଉଭୟେ ଭୋକ୍କାଲିଗା ସମ୍ପ୍ରଦାୟରୁ ଆସୁଛନ୍ତି। ବିଜେପି-ଜେଡିଏସ, କଂଗ୍ରେସ ପାଇଁ ଏକ କଠିନ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି। ଅନ୍ୟପକ୍ଷରେ ଶିବକୁମାରଙ୍କୁ ଲିଙ୍ଗାୟତ ସମ୍ପ୍ରଦାୟର ବିଶ୍ୱାସ ଭାଜନ ହେବାକୁ ପଡ଼ିବ। ଯାହା ଏତେ ସହଜ ନୁହେଁ। ବିଜେପି ବିଏସ ୟେଦୁରପ୍ପାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ କର୍ଣ୍ଣାଟକ ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରିଛି। ଯିଏ ନିଜେ ଲିଙ୍ଗାୟତ ସମ୍ପ୍ରଦାୟରୁ ଆସୁଛନ୍ତି।

ବେଙ୍ଗାଲୁରୁ ପାଇଁ ଉତ୍ତରଦାୟିତ୍ୱ
ଡିକେ ଶିବକୁମାରଙ୍କ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ରାଜଧାନୀ ବେଙ୍ଗାଲୁରୁର ବିକାଶ। ଡିକେ ବିଗତ ୩ ବର୍ଷ ଧରି ବେଙ୍ଗାଲୁରୁ ବିକାଶ ବିଭାଗ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଲୋକେ ଏବେ ତାଙ୍କୁ ବିଗତ ୩ ବର୍ଷ ମଧ୍ୟରେ ବେଙ୍ଗାଲୁରୁର ବିକାଶ ପାଇଁ କ'ଣ କରିଛନ୍ତି ସେ ନେଇ ପ୍ରଶ୍ନ କରୁଛନ୍ତି। ସହରରେ ଜଳବନ୍ଦୀ ଏବଂ ଟ୍ରାଫିକ୍ ସମସ୍ୟା ଜାରି ରହିଛି। ବେଙ୍ଗାଲୁରୁ ଦେଶର ସର୍ବବୃହତ ଆଇଟି ହବ୍, ଯେଉଁ ସହରରେ ଘଟୁଥିବା ପ୍ରତ୍ୟେକ ଘଟଣା ଆନ୍ତର୍ଜାତୀୟ ଖବର ହୋଇଯାଏ। ଏବେ ବେଙ୍ଗାଲୁରୁ ବାସିନ୍ଦା ଡିକେ ଶିବକୁମାରଙ୍କ ପ୍ରତ୍ୟେକ ପଦକ୍ଷେପ ଉପରେ ନିକଟରୁ ନଜର ରଖିପାରିବେ।

ଏହା ସହିତ ପଢନ୍ତୁ: ସାମ୍ନାରେ ରହିଛି ୩ ବିକଳ୍ପ; କାହାକୁ ଆପଣାଇବେ ସିଦ୍ଧରମୈୟା

ଦୁର୍ନୀତି ପ୍ରସଙ୍ଗ
ଡିକେ ଶିବକୁମାରଙ୍କ ପାଇଁ ଦୁର୍ନୀତି ଉପରେ ଲଗାମ ଲଗାଇବା ଏକ ପ୍ରମୁଖ ପ୍ରାଥମିକତା ହେବ। କାରଣ କର୍ଣ୍ଣାଟକରେ ଆଗାମୀ ବିଧାନସଭା ନିର୍ବାଚନରେ ଦୁର୍ନୀତି ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ। ଏହା ବ୍ୟତୀତ କଂଗ୍ରେସ ସରକାରଙ୍କ ଗ୍ୟାରେଣ୍ଟି ଯୋଜନାକୁ ମଧ୍ୟ ବଜାୟ ରଖିବାକୁ ହେବ। କାରଣ ଏହି ଯୋଜନା ପାଇଁ ସରକାରଙ୍କୁ ବାର୍ଷିକ ପ୍ରାୟ ୫୦ ହଜାର କୋଟି ଚଙ୍କା ଖର୍ଚ୍ଚ କରିବାକୁ ପଡୁଛି।

୨ ବର୍ଷ ପରେ ହେବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ
ବିଗତ ୪ ଦଶନ୍ଧି କର୍ଣାଟକରେ ସରକାର ପରିବର୍ତ୍ତନ ହୋଇଛି। ଏହାର ମୁକାବିଲା କରିବା ପାଇଁ ଡିକେ ଶିବକୁମାରଙ୍କ ପାଖରେ କେବଳ ୨ ସମୟ ବାକି ରହିଛି। ଆସନ୍ତା ୨୦୨୮ ମେ ମାସରେ ହେବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଡିକେ ଶିବକୁମାର ଜଣେ ଚମତ୍କାରୀ ସଂକଟମୋଚକ ଭାବେ ଦଳୀୟ ମହଲରେ ଜଣାଶୁଣା। ହେଲେ ଏହା ଦଳ ପାଇଁ ଯଥେଷ୍ଟ ହେବ ନାହିଁ। କାରଣ ତାଙ୍କୁ ଜଣେ ଭଲ ପ୍ରଶାସକ ଭାବରେ ପ୍ରମାଣିତ କରିବାକୁ ହେବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
DK Shivakumar as Karnataka CM: Facing Threats from Within & Opposition | Argus News