karnataka CM Siddaramaiah / ସାମ୍ନାରେ ରହିଛି ୩ ବିକଳ୍ପ; କାହାକୁ ଆପଣାଇବେ ସିଦ୍ଧରମୈୟା
·1 hour ago·2 min read

Key Points
କର୍ଣ୍ଣାଟକର ରାଜନୈତିକ ସଙ୍କଟର ସମାଧାନ ପାଇଁ କଂଗ୍ରେସ କେନ୍ଦ୍ରୀୟ ନେତତ୍ୱଙ୍କ ପାଖରେ ତିନୋଟି ବିକଳ୍ପ ରହିଛି। ଦଳ ଖୁବ୍ ଶୀଘ୍ର କର୍ଣ୍ଣାଟକ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇପାରେ।
Karnataka Congress 3 Formulas Amid Power Tussle: କର୍ଣ୍ଣାଟକ କଂଗ୍ରେସରେ ଚାଲିଥିବା ଅଚଳାବସ୍ଥା ସମାଧାନ ପାଇଁ ଦଳୀୟ ହାଇକମାଣ୍ଡ ଖୁବ୍ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ଏନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଥିବାର ଖବର ଆସିଛି। ଦଳର କେନ୍ଦ୍ରୀୟ ନେତୃତ୍ୱ କର୍ଣ୍ଣାଟକ ସହ ଜଡି଼ତ ସମସ୍ତ ପ୍ରସଙ୍ଗର ସମାଧାନ କରିବା ନେଇ ଚର୍ଚ୍ଚା ହେଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଦିଲ୍ଲୀ ଡକାଯାଇଛି। କର୍ଣ୍ଣାଟକ ସମସ୍ୟାର ସମାଧାନ ପାଇଁ ଦଳ ପାଖରେ ବର୍ତ୍ତମାନ ତିନୋଟି ବିକଳ୍ପ ମହଜୁଦ ରହିଛି।
୧.ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖନ୍ତୁ
ପ୍ରଥମ ବିକଳ୍ପ ହେଉଛି ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଭାବରେ କାମ କରିବାକୁ ଏବଂ ଦୀର୍ଘ ସମୟ ଧରି ଅଟକି ରହିଥିବା କ୍ୟାବିନେଟ ପୁନର୍ଗଠନ ଏବଂ ବିସ୍ତାର କରିବାକୁ ଅନୁମତି ଦିଆଯାଉ। ଏହି ପଦକ୍ଷେପ ସରକାର ଏବଂ ଦଳୀୟ ସଙ୍ଗଠନରେ ସିଦ୍ଧରମୈୟାଙ୍କ ସ୍ଥିତିକୁ ମଜବୁତ କରିବ। ଯାହାର ଅର୍ଥ ଏହା ମଧ୍ୟ ହେବ ଯେ ଡିକେ ଶିବକୁମାରଙ୍କୁ ଏପରି ଶୀର୍ଷ ପଦବୀ ଗ୍ରହଣ କରିବା ପାଇଁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ଏଭଳି ପରିସ୍ଥିତିରେ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଶିବକୁମାରଙ୍କ ମାନଭଞ୍ଜନ କରିବାକୁ ପଡ଼ିବ। ଏଥିପାଇଁ ଶିବକୁମାରଙ୍କ ଓଜନଦାର କ୍ୟାବିନେଟ୍ ବିଭାଗ ଦିଆଯିବା ସହ ତାଙ୍କ ଭାଇ ଏବଂ ନିକଟ ସହଯୋଗୀଙ୍କୁ ଗୁରୁତ୍ୱ ପଦ ପଦବୀ ଦିଆଯାଇପାରେ।
ଏହା ସହ ପଢନ୍ତୁ: ଛକାପଞ୍ଝା ମଧ୍ୟରେ ସିଦ୍ଧରମୈୟାଙ୍କୁ ଦିଲ୍ଲୀ ଡକରା; ବଦଳିବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?
ବିକଳ୍ପ ୨: ସିଦ୍ଧରମୈୟାଙ୍କୁ ରାଜ୍ୟସଭାରେ ବିରୋଧି ଦଳ ନେତା କରାଯାଉ
ଦ୍ୱିତୀୟ ବିକଳ୍ପ ହେଉଛି ସିଦ୍ଧରମୈୟାଙ୍କ ପାଇଁ ଏକ ସମ୍ଭାବ୍ୟ ଜାତୀୟ ଭୂମିକା। କଂଗ୍ରେସ ନେତୃତ୍ୱ ତାଙ୍କୁ ରାଜ୍ୟସଭାରେ ବିରୋଧି ଦଳ ନେତା ପଦବୀ ସହିତ ରାଜ୍ୟରୁ କେନ୍ଦ୍ରକୁ ଆଣିବା ବିଷୟରେ ବିଚାର କରିପାରନ୍ତି। ଏଭଳି ପରିସ୍ଥିତିରେ ଦଳରେ ଅନେକ ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ରାଜ୍ୟ ସରକାର ନେତୃତ୍ୱ ନେବା ପାଇଁ ଏକ ନିରାପଦ ଏବଂ ସୁରକ୍ଷିତ ପସନ୍ଦ ଭାବରେ ମଧ୍ୟ ଦେଖୁଛନ୍ତି।
ଏହା ସହ ପଢନ୍ତୁ: ଖୁବ ଶୀଘ୍ର ହୋଇପାରେ ବୈଠକ; କେବେ ହେବ ଗାଦି ସମସ୍ୟାର ସମାଧାନ?
ବିକଳ୍ପ ୩: ସିଦ୍ଧରମୈୟାଙ୍କୁ ପଦ ଛାଡ଼ିବା ଲାଗି ରାଜି କରାଯାଉ
କଂଗ୍ରେସ ନେତୃତ୍ୱଙ୍କ ସାମ୍ନାରେ ରହିଥିବା ତୃତୀୟ ବିକଳ୍ପ ହେଉଛି ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ରାଜି କରାଇବା। ଯାହା ଦ୍ୱାରା ଦୀର୍ଘଦିନ ଧରି ଅପେକ୍ଷାରତ ରହିଥିବା ଡି.କେ. ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିପାରିବ। ସିଦ୍ଧରମୈୟା ସାର୍ବଜନୀନ ଭାବରେ କହିଛନ୍ତି ଯେ କଂଗ୍ରେସ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ସେ ପାଳନ କରିବେ। କଂଗ୍ରେସ ସୂତ୍ର ଅନୁସାରେ, କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦ ସମ୍ପର୍କରେ ନିଷ୍ପତ୍ତି ଆଗାମୀ କିଛି ଦିନ ମଧ୍ୟରେ ନିଆଯିବ। ନେତୃତ୍ୱ ପରିବର୍ତ୍ତନକୁ ନେଇ ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସହ କଥା ହେବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
karnataka CM SiddaramaiahKarnataka Congress 3 formulasSiddaramaiah Rajya Sabha LoPKarnataka leadership change formulaDK Shivakumar next Karnataka CMCongress High Command Karnataka decisionWill Siddaramaiah resign as Karnataka CMMallikarjun Kharge formula for Karnataka CongressSiddaramaiah dynamic shift to Delhi politicsKarnataka cabinet reshuffle formula 2026DKS vs Siddaramaiah power sharing agreement