Nandigram Bypoll 2026 / ବଢିଲା ଟିଏମସି ଲାଗି ଚିନ୍ତା; ନନ୍ଦିଗ୍ରାମ ଲାଗି ମିଳୁନାହାଁନ୍ତି ନେତା
·1 hour ago·3 min read

Key Points
ଫାଲଟା ପରାଜୟ ପରେ ଏବେ ଟିଏମସି ନନ୍ଦିଗ୍ରାମ ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ସାହସ ଜୁଟାଇ ପାରୁନାହିଁ।
TMC Candidate Nandigram Bypoll 2026: ୨୦୨୬ ବିଧାନସଭା ନିର୍ବାଚନରେ ଲାଗିଥିବା ଝଟକାକୁ ଏବେ ମଧ୍ୟ ଭୁଲି ପାରୁନାହିଁ ତୃଣମୂଳ କଂଗ୍ରେସ (ଟିଏମସି)। ଗୋଟିଏ ପଟେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠିତ ହୋଇସାରିଛି। ଆଉ ଅନ୍ୟ ପଟେ ଦଳୀୟ ପରାଜୟକୁ ନେଇ ଟିଏମସି ନେତା ଦଳୀୟ ନେତୃତ୍ୱକୁ ଚାର୍ଗେଟ କରିବା ସହ ନିଜର ଅସନ୍ତୋଷ ଝାଡ଼ିବାରେ ଲାଗିଛନ୍ତି।
ସ୍ଥିତି ଏପରି ହୋଇଛି ରାଜ୍ୟର ନନ୍ଦିଗ୍ରାମ ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ପ୍ରାର୍ଥୀ ଖୋଜିବା ପାଇଁ ସଂଘର୍ଷ କରୁଛି ତୃଣମୂଳ କଂଗ୍ରେସ। ଏଠାକାର ପୁରୁଖା ନେତା ପବିତ୍ର କର ଏବଂ ଶେଖ ସୁଫିଆନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଦେବା ପରେ ଟିଏମସି ଲାଗି ମୁଣ୍ଡବିନ୍ଧା ବଢିଯାଇଛି। ଏହି ଉପନିର୍ବାଚନ ଲାଗି ଟିଏମସି ଲାଗି ଅସ୍ଥିତ୍ୱ ଏବଂ ସମ୍ମାନର ପ୍ରଶ୍ନ ପାଲଟିଛି। ଫାଲଟା ନିର୍ବାଚନରେ ଖରାପ ପ୍ରଦର୍ଶନ ଏବଂ ଦଳୀୟ ପ୍ରାର୍ଥୀ ଅମାନତ ହରାଇବା ପରେ ଦଳର ଅନେକ ନେତା ଏବେ ନନ୍ଦିଗ୍ରାମ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ଓହରି ଯାଉଛନ୍ତି।
୨୦୨୬ ବିଧାନସଭା ନିର୍ବାଚନରେ ପରାଜୟ ପରେ, ଟିଏମସି ନେତା ପବିତ୍ର କର ପୁନର୍ବାର ନନ୍ଦିଗ୍ରାମ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସ୍ପଷ୍ଟ ଭାବରେ ମନା କରି ଦେଇଛନ୍ତି। ଏହା ପରେ ଟିଏମସି ନେତୃତ୍ୱ ଦଳର ଅନ୍ୟତମ ପୁରୁଖା ନେତା ଶେଖ ସୁଫିଆନଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେ ମଧ୍ୟ ଉପନିର୍ବାଚନ ଲଢ଼ିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ନନ୍ଦିଗ୍ରାମ ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀ ଖୋଜିବା ଟିଏମସି ପାଇଁ ଏବେ ଚ୍ୟାଲେଞ୍ଜ ପାଲଟିଛି।
ଏହା ସହ ପଢନ୍ତୁ: ଭୁଷୁଡ଼ିଗଲା ଡାଇମଣ୍ଡ ହାର୍ବର ମଡେଲ୍; ଟିଏମସି ପାଇଁ ବାଜିଲା ସତର୍କ ଘଣ୍ଟି
ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଖୋଜିବା ଲାଗି ସଂଘର୍ଷ କରୁଛି ଟିଏମସି
୨୦୨୬ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରାଜ୍ୟର ଭବାନୀପୁର ଏବଂ ନନ୍ଦିଗ୍ରାମ ଆସନରୁ ନିର୍ବାଚିତ ହୋଇଥିଲେ। ସେ ଭବାନୀପୁର ଆସନ ବଜାୟ ରଖିଥିବା ବେଳେ, ନନ୍ଦିଗ୍ରାମ ଆସନରୁ ଇସ୍ତଫା ଦେଇଛନ୍ତି। ସାମ୍ବିଧାନିକ ନିୟମ ଅନୁଯାୟୀ ଏବେ ମୁଖ୍ୟମନ୍ତ୍ରୀଙ୍କ ପାରମ୍ପରିକ ନନ୍ଦିଗ୍ରାମ ଆସନରେ ଉପନିର୍ବାଚନ ଥୟ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରୁ ଏଥର ପାଖାପାଖି ୧୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।
ଟିଏମସି ରାଜ୍ୟସ୍ତରୀୟ ନେତା ନନ୍ଦିଗ୍ରାମରେ ପହଞ୍ଚି ଦଳର ସ୍ଥାନୀୟ ଶେଖ ସୁଫିଆନଙ୍କ ଘରକୁ ଯାଇ ତାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ସେ ପ୍ରସ୍ତାବକୁ କେବଳ ପ୍ରତ୍ୟାଖ୍ୟାନ କରିନଥିଲେ। ବରଂ ଦଳୀୟ ନେତୃତ୍ୱ ପ୍ରତି ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ତାଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପରିବାର ବିରୋଧରେ ବୟାନବାଜି କରିବା ପାଇଁ ବାରମ୍ବାର ଉସୁକା ଯାଉଥିଲା। ହେଲେ ପରବର୍ତ୍ତୀ ସମୟରେ ଦଳୀୟ ନେତୃତ୍ୱ ତାଙ୍କ ସହ କୌଣସି ସମ୍ପର୍କ ରଖି ନଥିଲେ।
ଏହା ସହ ପଢନ୍ତୁ: ଉଭୟ ଆସନରେ ଶୁଭେନ୍ଦୁଙ୍କୁ ବାଜିମାତ୍; ଦଳ ପରେ ନିଜେ ଚିତପଟାଙ୍ଗ ମାରିଲେ ମମତା
ନନ୍ଦିଗ୍ରାମ ଆସନରେ ପୁରୁଖା ଟିଏମସି ନେତା ହେଉଛନ୍ତି ଶେଖ ସୁଫିଆନ
କେବେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ କଠୋର ବିରୋଧି ରହିଥିବା ସୁଫିଆନ ଏବେ ଖୋଲାଖୋଲି ଭାବରେ ତାଙ୍କର ସାଙ୍ଗଠନିକ ଏବଂ ପ୍ରଶାସନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବରେ ସଫଳ ହେବା ସହ ନନ୍ଦିଗ୍ରାମର ବିକାଶ ପାଇଁ ମଧ୍ୟ କାର୍ଯ୍ୟ କରିବେ। ସେ ସ୍ପଷ୍ଟ କରିଛନ୍ତି ଯେ ସେ ଏବେ ସକ୍ରିୟ ରାଜନୀତିରୁ ଦୂରତା ବଜାୟ ରଖିବାକୁ ଚାହୁଁଛନ୍ତି।
ଶେଖ ସୁଫିଆ ନ ଦୀର୍ଘ ଦିନ ଧରି ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରେ ତୃଣମୂଳ କଂଗ୍ରେସର ଏକ ପ୍ରମୁଖ ଚେହେରା ରହିଆସିଛନ୍ତି। ଯିଏ ଗତ ୨୦୦୬ ବିଧାନସଭା ନିର୍ବାଚନରେ ଟିଏମସି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟ ବରଣ କରିଥିଲେ। ଏହା ପରେ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବା ପରେ, ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Nandigram Bypoll 2026Nandigram bypoll 2026TMC candidate NandigramPabitra Kar TMCSheikh Sufiyan NandigramWest Bengal by-elections 2026TMC struggles to find candidate in NandigramSuvendu Adhikari Bhabanipur Nandigram seatPabitra Kar refuses to contest bypollSheikh Sufiyan retires from active politicsTrinamool Congress Bengal politics updates