ECI Directive For Poll 2026 / ମତଦାନ ପୂର୍ବରୁ ସତର୍କ ହୋଇଉଠିଲେ ନିର୍ବାଚନ ଆୟୋଗ; ଦେଲେ ଏହି ନିର୍ଦ୍ଦେଶ
·2 months ago·2 min read

Key Points
ମତଦାନ ବେଳେ ଇଭିଏମ ସହ ଯେପରି କୌଣସି ପ୍ରକାରର ଟ୍ୟାମ୍ପରିଂ ନହୁଏ ତାହା ସ୍ପଷ୍ଟ କରିବା ପାଇଁ ନିର୍ବାଚନ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କୁ
ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ।
ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ।
ECI Directive For Poll 2026: ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ପୂର୍ବରୁ ସତର୍କ ହୋଇ ଉଠିଛନ୍ତି ନିର୍ବାଚନ ଆୟୋଗ। ଏହି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବା ଆଗରୁ କଥିତ ଇଭିଏମ ଟ୍ୟାମ୍ପରିଂ କୁ ନେଇ ନୂତନ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଏନେଇ ଆୟୋଗ କହିଛନ୍ତି ଇଭିଏମ୍ ରେ କୌଣସି ପ୍ରକାରର କାଳି, ଅଠା କିମ୍ବା ଅତର ଲଗାଇବାକୁ ଟ୍ୟାମ୍ପରିଂ ବୋଲି ଧରାଯିବ। ନିର୍ବାଚନ କମିଶନ ସୂତ୍ର ଅନୁଯାୟୀ ସମସ୍ତ ବୁଥ୍ରେ ପ୍ରିଜାଇଡିଂ ଅଧିକାରୀ ଏହା ନିଶ୍ଚିତ କରିବେ ଯେ ଇଭିଏମ୍ରେ ସମସ୍ତ ପ୍ରାର୍ଥୀଙ୍କ ବଟନ୍ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ଯଦି ଏଥିରେ କୌଣସି ପ୍ରକାରର ଅନିୟମିତତା ଦେଖାଯାଏ, ତାହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପ୍ରାର୍ଥୀଙ୍କ ବଟନ୍ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବା ଆବଶ୍ୟକ
ଇଭିଏମ୍ରେ କୌଣସି ପ୍ରାର୍ଥୀଙ୍କ ବଟନ୍କୁ ଟେପ୍, ଅଠା, କାଳି କିମ୍ବା ଅନ୍ୟ କୌଣସି ସାମଗ୍ରୀ ଦ୍ୱାରା ଆଚ୍ଛାଦିତ କରାଯିବା ଉଚିତ୍ ନୁହେଁ। ଏହା ବ୍ୟତୀତ ମତଦାନ ପ୍ରକ୍ରିୟାର ଗୋପନୀୟତା ଯେପରି ଭଙ୍ଗ ନହୁଏ ତାହାକୁ ସୁନିଶ୍ଚିତ କରିବା ପାଇଁ ବାଲଟ୍ ୟୁନିଟ୍ରେ ପ୍ରାର୍ଥୀଙ୍କ ବଟନ୍ରେ କୌଣସି ରଙ୍ଗ, କାଳି, ଅତର କିମ୍ବା ଅନ୍ୟ କୌଣସି ରାସାୟନିକ ପଦାର୍ଥ ଲଗାଯାଇ ପାରିବ ନାହିଁ। ନିର୍ବାଚନ କମିଶନ କହିଛନ୍ତି ଯେ ଯଦି ଏପରି କୌଣସି ମାମଲା ସାମ୍ନାକୁ ଆସେ, ତାହେଲେ ପ୍ରିଜାଇଡିଂ ଅଫିସର ତୁରନ୍ତ ଏହି ଘଟଣା ସମ୍ପର୍କରେ ସେକ୍ଟର ଅଧିକାରୀ କିମ୍ବା ନିର୍ବାଚନ ଅଧିକାରୀଙ୍କୁ ଜଣାଇବେ।
ଏହା ସହ ପଢନ୍ତୁ: ଯଦି ନୋଟା ପାଏ ସର୍ବାଧିକ ଭୋଟ, ତାହେଲେ କିଏ ହେବ ନିର୍ବାଚିତ? ନିର୍ବାଚନ ହୋଇଯିବ କି ବାତିଲ?
ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସତର୍କ ହୋଇଉଠିଲେ ନିର୍ବାଚନ ଅଧିକାରୀ
ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଇଭିଏମ୍ରେ କୌଣସି ପ୍ରକାରରେ ଅଠା, କାଳି କିମ୍ବା ଅନ୍ୟ କୌଣସି ସାମଗ୍ରୀ ଲଗାଯାଇ ପାରିବ ନାହିଁ। ଯଦି ଏପରି ମାମଲା ସାମ୍ନାକୁ ତାହେଲେ ଏହାକୁ ଇଭିଏମ ଟ୍ୟାମ୍ପରିଂ ଭାବରେ ଗ୍ରହଣ କରାଯିବ। ଯାହା ଏକ ନିର୍ବାଚନୀ ଅପରାଧ। ଏପରି କ୍ଷେତ୍ରରେ ନିର୍ବାଚନ କମିଶନ ପୁନର୍ବାର ମତଦାନ ପାଇଁ ନିର୍ଦ୍ଦେଶ ଦେବା ସହିତ ଫୌଜଦାରୀ ମାମଲା ରୁଜୁ କରିବାକୁ ପଛାଇବେ ନାହିଁ। ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ଏବଂ ତାଲିନାଡୁରେ ଗୁରୁବାର (୨୩ ଅପ୍ରେଲ) ମତଦାନ ହେବାକୁ ଯାଉଛି। ଭୋଟ ଗ୍ରହଣ ପୂର୍ବରୁ ଇଭିଏମ ଟ୍ୟାମ୍ପରିଂ ହେଲା ଭଳି କୌଣସି କାମ ନକରିବାକୁ ଆଗୁଆ ଚେତାବନୀ ଦେଇଛନ୍ତି ନିର୍ବାଚନ କମିଶନ।
ଏହା ସହ ପଢନ୍ତୁ: ରାତି ଅଧରେ ଜାରି ହେଲା ପଶ୍ଚିମବଙ୍ଗର ପ୍ରଥମ ଭୋଟର ତାଲିକା
ନିର୍ବାଚନରେ ଅନିୟମିତତା ହେଲେ ପୁନର୍ବାର ପଶ୍ଚିମବଙ୍ଗରେ ହେବ ମତଦାନ
ଏହି ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଯଦି କୌଣସି ପ୍ରକାରର ବିଭ୍ରାଟ ଦେଖାଯାଏ ତାହେଲେ ପୁନର୍ବାର ଭୋଟ ଗ୍ରହଣ କରାଯିବ ବୋଲି ରୋକଠୋକ ଜଣାଇ ଦେଇଛନ୍ତି ନିର୍ବାଚନ କମିଶନ। ବିଶେଷ ଭାଷାରେ କମିଶନ ପଶ୍ଚିମବଙ୍ଗର ସମସ୍ତ ମତଦାନ କେନ୍ଦ୍ର ଦାୟିତ୍ୱରେ ରହିଥିବା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଏହା ନିଶ୍ଚିତ କରିବେ ଯେ ଇଭିଏମରେ ପ୍ରାର୍ଥୀଙ୍କ ବଟନ୍ ବିନା କୌଣସି ବାଧାରେ ମତଦାତାଙ୍କୁ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories