Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

NOTA Vote Rules / ଯଦି ନୋଟା ପାଏ ସର୍ବାଧିକ ଭୋଟ, ତାହେଲେ କିଏ ହେବ ନିର୍ବାଚିତ? ନିର୍ବାଚନ ହୋଇଯିବ କି ବାତିଲ?

Subhramjit Ray
Browse all articles by Subhramjit Ray
·3 months ago·2 min read
ଯଦି ନୋଟା ପାଏ ସର୍ବାଧିକ ଭୋଟ, ତାହେଲେ କିଏ ହେବ ନିର୍ବାଚିତ? ନିର୍ବାଚନ ହୋଇଯିବ କି ବାତିଲ?
NOTA Vote Rules

Key Points

ନୋଟା ସର୍ବାଧିକ ଭୋଟ ପାଇଲେ କୌଣସି ନିର୍ବାଚନ ବାତିଲ ହେବ ନାହିଁ। ଦେଶରେ ମହାରାଷ୍ଟ୍ର-ହରିୟାଣା ଆଦି ରାଜ୍ୟ ଦ୍ୱୟରେ ନୋଟା ଫଳାଫଳକୁ ନେଇ ବ୍ୟତିକ୍ରମ ରହିଛି।
NOTA Option in Voting System: ଚଳିତ ବର୍ଷ ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ମତଦାନ ଲାଗି EVM-VVPAT ବ୍ୟବହାର କରାଯିବ। ଯଦି ଆପଣ ଇଲେକ୍ଟ୍ରି ଭୋଟିଂ ମେସିନ୍ (EVM) କୁ ଦେଖନ୍ତି ତାହାଲେ ସେଥିରେ ନୋଟା (NOTA) ନାମରେ ଏକ ବିକଳ୍ପ ରହିଥାଏ। ଯାହାର ଅର୍ଥ "ଉପରୋକ୍ତ ମଧ୍ୟରୁ କେହି ନୁହେଁ" (None of the Above)। ନୋଟା ବିକଳ୍ପର ଅର୍ଥ ହେଉଛି ଏହା ମତାଦାତାଙ୍କୁ ସମସ୍ତ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିବା ଅଧିକାର ଦେଇଥାଏ। ଯଦି କୌଣସି ନିର୍ବାଚନରେ ନୋଟା ସର୍ବାଧିକ ଭୋଟ ପାଏ ତାହେଲେ ସେଭଳି ପରିସ୍ଥିତିରେ କ'ଣ ହେବ? ସେତେବେଳେ ନିର୍ବାଚନ ବାତିଲ ହୋଇଯିବ କି?

ନୋଟା (NOTA) ର ହୋଇନଥାଏ ବିଜୟ

ଭାରତୀୟ ନିର୍ବାଚନ ବ୍ୟବସ୍ଥାରେ ନୋଟା (NOTA) କୁ ଏକ ବୈଧ ପ୍ରାର୍ଥୀ ଭାବରେ ବିବେଚନା କରାଯାଏ ନାହିଁ। ଏହା କେବଳ ମତଦାତାଙ୍କ ପାଇଁ ସେମାନଙ୍କର ଅସନ୍ତୋଷ ପ୍ରକାଶ କରିବାର ଏକ ଉପାୟ। ଏହାର ଅର୍ଥ ହେଉଛି ଯଦି ନୋଟା ସର୍ବାଧିକ ଭୋଟ ପାଏ, ତାହେଲେ ପାରମ୍ପରିକ ଅର୍ଥରେ ଏହାକୁ ନିର୍ବାଚନୀ ବିଜୟ ଭାବରେ ବିବେଚନା କରାଯିବ ନାହିଁ।

ଯଦି ନୋଟା ପାଏ ସର୍ବାଧିକ ଭୋଟ ତାହେଲେ କିଏ ହେବେ ନିର୍ବାଚିତ?
ଭାରତୀୟ ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ନୋଟା ପାଇଥିବା ମତକୁ ବିଜେତା ନିର୍ଣ୍ଣୟ କରିବା ପାଇଁ ବୈଧ ଭୋଟ୍ ଭାବରେ ଗଣନା କରାଯାଏ ନାହିଁ। ଯଦି ନୋଟା ସର୍ବାଧିକ ଭୋଟ ପାଏ, ତାହେଲେ ପ୍ରକୃତ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଏ। ସରଳ ଭାଷାରେ କହିବାକୁ ଗଲେ, ଦ୍ୱିତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀ ନିର୍ବାଚିତ ହୋଇଥାନ୍ତି।

ଏହା ସହ ପଢନ୍ତୁ:
 ଆସନ୍ତାକାଲି ଭୋଟ; ସିଲ୍ ହୋଇଗଲା ଭାରତ-ଭୂଟାନ ସୀମା

ଯଦି ନୋଟା ପାଏ ସର୍ବାଧିକ ଭୋଟ ତାହେଲେ ନିର୍ବାଚନ ହେବ କି ବାତିଲ?

ନୋଟା ସର୍ବାଧିକ ଭୋଟ ପାଇଲେ ମଧ୍ୟ ଲୋକସଭା ଅଥବା ବିଧାନସଭା ନିର୍ବାଚନ ବାତିଲ ହେବ ନାହିଁ। ବର୍ତ୍ତମାନ NOTA ଫଳାଫଳ ଆଧାରରେ ନିର୍ବାଚନକୁ ଅବୈଧ ଘୋଷଣା କରିବାର କୌଣସି ଆଇନଗତ ବ୍ୟବସ୍ଥା ନାହିଁ। ହେଲେ କିଛି ରାଜ୍ୟରେ ନୋଟା ଫଳାଫଳକୁ ନେଇ ବ୍ୟତିକ୍ରମ ରହିଛି। ଯେପରିକି ମହାରାଷ୍ଟ୍ର ଏବଂ ହରିୟାଣାରେ, ସ୍ଥାନୀୟ ସଂସ୍ଥା ନିର୍ବାଚନ ନିୟମ ନୋଟା ସର୍ବାଧିକ ଭୋଟ ପାଇଲେ ସେଠାରେ ପୁନର୍ବାର ନିର୍ବାଚନ ଅନୁଷ୍ଠିତ ହୋଇଥାଏ।

NOTA ବ୍ୟବହାରର ଉଦ୍ଦେଶ୍ୟ କ’ଣ?
ଗତ ୨୦୧୩ ରେ ଐତିହାସିକ PUCL ବନାମ ଭାରତ ସଂଘ ନିଷ୍ପତ୍ତି ପରେ ନୋଟା (NOTA) ପ୍ରଚଳନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ମତାଦାତାଙ୍କୁ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିବାର ଏକ ମାଧ୍ୟମ ଯୋଗାଇବା। ଯଦିଓ ଏହା ସିଧାସଳଖ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରେ ନାହିଁ, ନୋଟା ବିକଳ୍ପକୁ ମିଳୁଥିବା ଭୋଟ୍ ରାଜନୈତିକ ଦଳକୁ ଜନସାଧାରଣଙ୍କ ଅସନ୍ତୋଷ ବିଷୟରେ ଏକ ଦୃଢ଼ ବାର୍ତ୍ତା ପଠାଏ। 

ଏହା ସହ ପଢନ୍ତୁ: ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ କେରଳ; ମୈଦାନରେ ୮୮୩ ପ୍ରାର୍ଥୀ

NOTA ବିକଳ୍ପକୁ ନେଇ ଚାଲିଥିବା ଆଇନଗତ ବିତର୍କ
ଏହି ପ୍ରସଙ୍ଗ ଏବେ ମଧ୍ୟ ଆଲୋଚନାରେ ରହିଛି। ଗତ ୨୦୨୪ ରେ ସୁପ୍ରିମକୋର୍ଟ ଏକ ଆବେଦନର ଉତ୍ତର ମାଗିଥିଲେ। ଆବେଦନରେ ଦାବି କରାଯାଇଥିଲା ଯେ ଯଦି ନୋଟା ସର୍ବାଧିକ ଭୋଟ ପାଏ, ତାହେଲେ ନିର୍ବାଚନ ବାତିଲ କରାଯାଉ ଏବଂ ପ୍ରତ୍ୟାଖ୍ୟାନ ହୋଇଥିବା ପ୍ରାର୍ଥୀଙ୍କୁ ପୁନର୍ବାର ନିର୍ବାଚନ ଲଢ଼ିବାରୁ ବାରଣ କରାଯାଉ। ତଥାପି ଏହି ବିଷୟରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ଏବଂ ବର୍ତ୍ତମାନର ନିୟମ ବଳବତ୍ତର ରହିଛି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
What Happens if NOTA Gets the Highest Votes? Understanding Election Rules | Argus News