Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଫାଲ୍ଟା ଆସନର ସମସ୍ତ ୨୮୫ ମତଦାନ କେନ୍ଦ୍ରରେ ହେବ ପୁନର୍ବାର ମତଦାନ; ନିର୍ଦ୍ଦେଶ ଦେଲେ ECI

Politics

WB Falta AC Repoll Update / ଫାଲ୍ଟା ଆସନର ସମସ୍ତ ୨୮୫ ମତଦାନ କେନ୍ଦ୍ରରେ ହେବ ପୁନର୍ବାର ମତଦାନ; ନିର୍ଦ୍ଦେଶ ଦେଲେ ECI

Subhramjit Ray
Browse all articles by Subhramjit Ray
·1 hour ago·2 min read
ଫାଲ୍ଟା ଆସନର ସମସ୍ତ ୨୮୫ ମତଦାନ କେନ୍ଦ୍ରରେ ହେବ ପୁନର୍ବାର ମତଦାନ; ନିର୍ଦ୍ଦେଶ ଦେଲେ ECI
WB Falta AC Repoll Update

Key Points

ପଶ୍ଚିମବଙ୍ଗ ନିର୍ବାଚନ କମିଶନ ରାଜ୍ୟର ଦକ୍ଷିଣ ୨୪ ପରଗନା ଜିଲ୍ଲାର ଫାଲଟା ବିଧାନସଭା ଆସନର ସମସ୍ତ ୨୮୫ ମତଦାନ କେନ୍ଦ୍ରରେ ଆସନ୍ତା ମେ ୨୧ ତାରିଖରେ ପୁନଃର୍ବାର ମତଦାନ ଆୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ECI Directs to conduct repoll in Falta AC No 144: ପଶ୍ଚିମବଙ୍ଗର ଫାଲଟା ବିଧାନସଭା ଆସନକୁ ନେଇ ଆସିଛି ବଡ଼ ଖବର। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ୨୮୫ ମତଦାନ କେନ୍ଦ୍ରରେ ଆସନ୍ତା ମେ ୨୧ ତାରିଖରେ ପୁନଃର୍ବାର ମତଦାନ ଅନୁଷ୍ଠିତ ହେବ। ଆଉ ଆସନ୍ତା ୨୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ଗତ ଅପ୍ରେଲ ୨୯ ତାରିଖରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଫଲଟା ଆସନ (କ୍ରମିକ ସଂଖ୍ୟା ୧୪୪) ଲାଗି ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ହେଲେ ଏହି ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟକ ମତଦାନ କେନ୍ଦ୍ରରେ ମତଦାନ ସମୟରେ ହୋଇଥିବା ଅନିୟମିତତା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାର ଉଲ୍ଲଂଘନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପୁନର୍ବାର ଏହି ଆସନରେ ସାନି ମତଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ:
ଫାଲଟା ବିଧାନସଭା ଆସନର ସମସ୍ତ ୨୮୫ ମତଦାନ କେନ୍ଦ୍ରରେ ପୁନର୍ବାର ମତଦାନ ଅନୁଷ୍ଠିତ ହେବ।
ଆସନ୍ତା ମେ ୨୧ ତାରିଖ ସକାଳ ସାତଟାରୁ (୦୭:୦୦) ସନ୍ଧ୍ୟା ଛଅଟା (୦୬:୦୦) ପର୍ଯ୍ୟନ୍ତ ସମସ୍ତ ମତଦାନ କେନ୍ଦ୍ରରେ ହେବ ପୁନର୍ବାର ମତଦାନ।
ଫାଲଟା ବିଧାନସଭା ଆସନର ଭୋଟ ଗଣତି ଆସନ୍ତା ମେ ୨୪ ତାରିଖରେ ଅନୁଷ୍ଠିତ ହେବ।
ପଶ୍ଚିମବଙ୍ଗର ମୋଟ ୨୯୪ ଆସନ ମଧ୍ୟରୁ ୨୯୩ ସିଟ୍ ପାଇଁ ଭୋଟ ଗଣତି ମେ ୪ ତାରିଖରେ ଅନୁଷ୍ଠିତ ହେବ।

ଫଲଟା ଆସନ ଅଧିନସ୍ଥ ହାସିମନଗରରରେ ପଞ୍ଚାୟତ ମୁଖ୍ୟ ଇସ୍ରାଫିଲ୍ ଚୌକିଦାରଙ୍କ ବିରୋଧରେ ଧମକ ଚମକ ଦେବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣ ଟିଏମସି କର୍ମୀଙ୍କୁ ଗିରଫ କରାଯାଇଛି।

ଏହା ସହ ପଢନ୍ତୁ: ଇଭିଏମ ଯାଞ୍ଚ ପରେ ହୋଇପାରେ ପୁନର୍ବାର ମତଦାନ! ନିର୍ଦ୍ଦେଶ ଦେଲେ ନିର୍ବାତନ ଆୟୋଗ

ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ (ସିଇଓ) କାର୍ଯ୍ୟାଳୟର ମିଳିଥିବା ଖବର ଅନୁଯାୟୀ ନିର୍ବାଚନ କମିଶନ ଡାଇମଣ୍ଡ ହାର୍ବର ଜିଲ୍ଲା ପୋଲିସ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି ଯେ ଯଦି ସେମାନେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୁଅନ୍ତି, ଲୋକଙ୍କୁ ଧମକ ଚମକ ଦେଇଥିବା ଟିଏମସି ନେତାଙ୍କ ବିରୋଧରେ ଏଫଆଇଆର୍ ଦାଖଲ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତାହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଗତ ୨୩ ତାରିଖରେ ପ୍ରଥମ ଏବଂ ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତତାନ ଅନୁଷ୍ଠିତ ହୋଇଥିଲା ଭୋଟ ଗଣତି ଆସନ୍ତା ମେ ୪ ତାରିଖରେ ହେବାକୁ ଯାଉଥିଲା। ଦକ୍ଷିଣ ୨୪ ପରଗଣା ଜିଲ୍ଲାର ସମସ୍ତ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ଯଦିଓ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ସୁବ୍ରତ ଗୁପ୍ତା ଶୁକ୍ରବାର ଦିନ ଫାଲଟା ଆସନର ୩୦ ମତଦାନ କେନ୍ଦ୍ରରେ ପୁନର୍ବାର ମତଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ନିର୍ବାଚନ କମିଶନ ଏହି ଆସନର ସମସ୍ତ ମତଦାନ କେନ୍ଦ୍ରରେ ପୁନର୍ବାର ଭୋଟ୍ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହା ସହ ପଢନ୍ତୁ: ଶେଷ ହେଲା ପୁନଃ ମତଦାନ; ଟିଏମସି ଧମକ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ
 
ଏହି ଆସନର କିଛି ବୁଥ୍ ରେ ବିଜେପି ପ୍ରାର୍ଥୀଙ୍କ ନାମ ଏବଂ ଫଟୋ ପାଖରେ ଥିବା ଇଭିଏମ୍ ବଟନ୍ ଧଳା ଟେପ୍ ଦ୍ୱାରା ଲୁଚାଇ ଦିଆଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ବିଜେପି ଏହି ଘଟଣାରେ ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ ହେବା ସହ ସମଗ୍ର ବିଧାନସଭା କ୍ଷେତ୍ରରେ ପୁନର୍ବାର ମତଦାନ କରିବାକୁ ଦାବି କରିଥିଲା। ମତଦାନ ଚାଲିଥିବା ସମୟରେ ଏହି ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ହୋଇଥିବାର ଖବର ଆସିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
EC Orders Full Re-poll in Bengal's Falta: Voting on May 21, Results on May 24 | Argus News