Gorakhpur PDA Rath Yatra Accident / ଅଖିଳେଶଙ୍କ PDA ରଥଯାତ୍ରାରେ ଅଘଟଣ, JCB ଧକ୍କାରେ ୧୪ ବର୍ଷୀୟ ଛାତ୍ର ମୃତ!
·34 mins ago·4 min read

Key Points
ଗୋରଖପୁରରେ ଅଖିଳେଶ ଯାଦବଙ୍କ PDA ରଥଯାତ୍ରା ସମୟରେ JCB ଧକ୍କାରେ ୧୪ ବର୍ଷୀୟ ଛାତ୍ର ଆର୍ଯ୍ୟବର୍ଦ୍ଧନ ସିଂହଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ଉତ୍ତେଜନା ପରେ ୬ ଜଣ ନାମିତ ଏବଂ ୫୦ରୁ ୫୬ ଜଣ ଅଜ୍ଞାତଙ୍କ ବିରୋଧରେ FIR ରୁଜୁ ହୋଇଛି। ଯୋଗୀ ସରକାର ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।
ଗତକାଲି ଉତ୍ତର ପ୍ରଦେଶର ଗୋରଖପୁର ଠାରେ ଆୟୋଜିତ ହୋଇଥିବା ସମାଜବାଦୀ ପାର୍ଟି (ସପା) ପିଡିଏ ରଥଯାତ୍ରାରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ସପା ପଡି଼ଏ ରଥଯାତ୍ରାରେ ଯୋଗ ଦେଇଥିବା ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ସ୍ୱାଗତ କରିବା ପାଇଁ ନିୟୋଜିତ ହୋଇଥିବା ଏକ ଜେସିବି ଧକ୍କାରେ ଜଣେ ୧୪ ବର୍ଷୀୟ ଛାତ୍ର ଆର୍ଯ୍ୟବର୍ଦ୍ଧନ ସିଂହଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ବାପା ଓମକାର ସିଂହ ଶ୍ରୀନେତ ଜଣେ ସ୍ଥାନୀୟ ବିଜେପି ନେତା। ଏହି ଘଟଣା ପରେ ପରିବାର ସଦସ୍ୟ ଏବଂ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ଏହି ଘଟଣା ପରେ ଅଖିଳେଶ ଯାଦବ ଏବଂ ଆୟୋଜନ କମିଟି ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରାଯାଇଛି। ଏହି ଘଟଣାକୁ ନେଇ ଅଖିଳେଶ ଯାଦବ ଏବଂ ସପା ବିଜେପି ଚାର୍ଗେଟ୍ କୁ ଆସି ଯାଇଛନ୍ତି।
ଏନେଇ ପ୍ରତିକ୍ରିୟା ରଖି ବିଜେପି କହିଛି, "ଗୋରଖପୁର ଠାରେ ଅଖିଳେଶ ଯାଦବଙ୍କୁ ସ୍ୱାଗତ କରିବାର ଉନ୍ମାଦରେ ସପା କର୍ମକର୍ତ୍ତା ଜଣେ ୧୪ ବର୍ଷୀୟ ନିର୍ଦ୍ଦୋଷ ଶିଶୁର ଜୀବନ ନେଇଗଲେ। ପିଡିଏ ରଥଯାତ୍ରା ସମୟରେ ଜେସିବି ଧକ୍କାରେ ଶିଶୁର ଦୁଃଖଦ ମୃତ୍ୟୁ ସପା ଗୁଣ୍ଡାଗର୍ଦ୍ଦି ଏବଂ ଦାୟିତ୍ୱହୀନ ମନୋଭାବର ପରିଣାମ। ଯଦି କ୍ଷମତା ବାହାରେ ଥିବା ସମୟରେ ଏଭଳି ଘଟଣା ଘଟୁଛି, ତାହେଲେ କଳ୍ପନା କରନ୍ତୁ ଯେ ସେମାନେ କ୍ଷମତାକୁ ଆସିଲେ କିଭଳି ବିନାଶ କରିବେ। ସେମାନଙ୍କୁ କ'ଣ କୁହାଯିବ ସମାଜବାଦୀ ପାର୍ଟି କର୍ମୀ ନା ଦଙ୍ଗାକାରୀ? ସେମାନଙ୍କ ପାଇଁ ଶକ୍ତି ପ୍ରଦର୍ଶନ ଏକ ନିର୍ଦ୍ଦୋଷ ଶିଶୁର ଜୀବନ ଅପେକ୍ଷା ଅଧିକ ମୂଲ୍ୟବାନ କି?
ସପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଗୋରଖପୁର ବିମାନବନ୍ଦରରୁ ପ୍ରାୟ ୨୦ କିଲୋମିଟର ଦୂରରେ ଶହୀଦଙ୍କ ଭୂମି ଚୌରୀ ଚୌରା ସ୍ଥିତ ଦେବକାହି ଗ୍ରାମକୁ ପିଡିଏ ରଥଯାତ୍ରା ଆରମ୍ଭ କରିଥିଲେ। ଦଳୀୟ କର୍ମକର୍ତ୍ତା ତାଙ୍କୁ କୁଡ଼ାଘାଟ ଠାରେ ସ୍ୱାଗତ କରିବା ପାଇଁ ଏକ ଜେସିବି ନିୟୋଜିତ କରି ଫୁଲ ମାଳା ସଜାଇଥିଲେ। ଅଖିଳେଶ ଯାଦବଙ୍କ କାଫିଲା ପହଞ୍ଚିବା ପରେ, ତାଙ୍କୁ ଜେସିବି ସହାୟତାରେ ଫୁଲ ମାଳ ପିନ୍ଧା ଯାଇଥିଲା ଏବଂ ଫୁଲ ବର୍ଷା କରାଯାଇଥିଲା। ଏହା ପରେ, ତାଙ୍କ କାଫିଲା ଆଗକୁ ବଢ଼ିଥିଲା।
ଏହା ସହ ପଢନ୍ତୁ: ଆଗକୁ ଆସୁଛି ନିର୍ବାଚନ; ଅଯୋଧ୍ୟା ମୁହାଁ ଅଖିଳେଶ ଯାଦବ
ଏହି ସମୟରେ, ସ୍ଥାନୀୟ ବାସିନ୍ଦା ଏବଂ ବିଜେପି ନେତା ଓମକାର ସିଂହ ଶ୍ରୀନେତଙ୍କ ୧୪ ବର୍ଷୀୟ ପୁଅ ଆର୍ଯ୍ୟବର୍ଦ୍ଧନ ସିଂହ ସ୍କୁଟି ନେଇ ରାସ୍ତା ପାର ହେଉଥିଲେ। ସେ ଦଶମ ଶ୍ରେଣୀର ଛାତ୍ର ଥିଲେ। ଅଭିଯୋଗ ହୋଇଛି ଯେ ଜେସିବି ସହ ଧକ୍କା ହେବା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସେ ରାସ୍ତାରେ ପଡ଼ିଯାଇଥିଲେ ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା। ବିମାନବନ୍ଦରରୁ ମାତ୍ର ଦେଢ଼ କିଲୋମିଟର ଦୂର କୁଢାଘାଟର ମହାଦେବ ଝାଡ଼ଖଣ୍ଡୀ ଗେଟ୍ ସାମ୍ନାରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ଜାଣିବା ପରେ ପରିବାର ଲୋକ ଭାଙ୍ଗି ପଡ଼ିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଖିଳେଶଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି...
ମୃତକଙ୍କ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକ ତୁରନ୍ତ ମୃତକଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବହୁ ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଦୁର୍ଘଟଣାରେ କ୍ରୋଧିତ ହୋଇ ପରିବାର ସଦସ୍ୟ ଏବଂ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ସେମାନେ ସପା ମୁଖିଆ ଅଖିଳେଶ ଯାଦବ ଏବଂ ଆୟୋଜନ କମିଟି ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରିଥିଲେ।
ଘଟଣା ସମ୍ପର୍କରେ ଜାଣିବା ପରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହିତ ପୀଡିତଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ୨ ଦିନିଆ ଗସ୍ତରେ ଗୋରଖପୁର ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ ସେ ମୃତକ ଶିଶୁର ପରିବାରବର୍ଗଙ୍କୁ ମଧ୍ୟ ଭେଟିବେ। ସ୍ଥାନୀୟ ବିଧାୟକ ଇଞ୍ଜିନିୟର ଶ୍ରବଣ ନିଷାଦ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। କ୍ୟାବିନେଟ ମନ୍ତ୍ରୀ ଡକ୍ଟର ସଞ୍ଜୟ ନିଷାଦ ବିଧାୟକଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ପୀଡିତଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୃହ ଜିଲ୍ଲା ଗୋରଖପୁର ଠାରେ ସପା ପିଡିଏ ରଥଯାତ୍ରା ଚାଲିଥିବା ସମୟରେ ଅଖିଳେଶ ଯାଦବଙ୍କ ଶକ୍ତି ପ୍ରଦର୍ଶନ ପରେ ଘଟିଥିବା ଏହି ଦୁର୍ଘଟଣା ଏକ ରାଜନୈତିକ ପ୍ରସଙ୍ଗ ପାଲଟିଛି। ପରିବାର ସଦସ୍ୟ ଏବଂ ବିଜେପି ନେତା କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ବେଳେ, ଏହି ଘଟଣା ରାଜନୈତିକ କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା, ଭାରୀ ଯାନବାହାନ ପରିଚାଳନା ଏବଂ ଭିଡ଼ ପରିଚାଳନା ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠାଇଛି।
ଏହା ସହ ପଢନ୍ତୁ: 'ମୁଁ ବିଧାନସଭା ନିର୍ବାଚନ ଲଢ଼ିବି ନାହିଁ; ମୋ ପାଇଁ ଯାହା ଠିକ୍ ହେବ ମୁଁ ତାହା କରିବି'
୬ ନାମିତ ଏବଂ ୫୦-୫୬ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ରୁଜୁ ହେଲା ମାମଲା
ମୃତକଙ୍କ ପିତା ଓମକାର ସିଂହ ଶ୍ରୀନେତଙ୍କ ଅଭିଯୋଗ ଆଧାରରେ ଗୋରଖପୁର ଏମ୍ସ ଥାନାରେ ୬ ନାମିତ ଏବଂ ୫୦-୫୬ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ଆର୍ଯ୍ୟବର୍ଦ୍ଧନଙ୍କୁ ପିଡ଼ିଏ ରଥଯାତ୍ରାରେ ସ୍ୱାଗତ କରିବା ପାଇଁ ନିୟୋଜିତ ଏକ ଜେସିବି ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ପରିବାର ସଦସ୍ୟ ଏବଂ ବିଜେପି କର୍ମୀ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତା ଉପରେ ପ୍ରତିବାଦ କରିଥିଲେ।
ମୃତକଙ୍କ ବାପା ଓମକାର ସିଂହ ଶ୍ରୀନେତ କହିଛନ୍ତି ଯେ ତାଙ୍କ ପୁଅ ରାସ୍ତା ପାର ହେଉଥିଲା ଯେତେବେଳେ ଅଖିଳେଶ ଯାଦବଙ୍କ କାଫିଲା ସେହି ବାଟ ଦେଇ ଯାଉଥିଲା। କାଫିଲା ଆଗକୁ ବଢ଼ିଥିଲା। ହେଲେ ପଛରୁ ଆସୁଥିବା ଏକ ଜେସିବି ତାଙ୍କ ପୁଅକୁ ଧକ୍କା ଦେଇଥିଲା। ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା। ମୁଁ ଅଖିଳେଶ ଯାଦବ ଏବଂ ଆୟୋଜକ କମିଟି ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରୁଛି।
ଏସପି ସିଟି ନିମିଶ ପାଟିଲ କହିଛନ୍ତି ଯେ ଏମ୍ସ ଥାନା ଅଞ୍ଚଳରେ ଏକ ରୋଡ୍ ଶୋ ସମୟରେ ଜେସିବି ଦ୍ୱାରା ପିଟି ହୋଇ ଜଣେ ୧୪ ବର୍ଷୀୟ ବାଳକ ଆହତ ହୋଇଛି। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ପକ୍ଷରୁ ଦାୟର ଅଭିଯୋଗ ଆଧାରରେ, ଏକ ମାମଲା ରୁଜୁ କରାଯାଇଛି ଏବଂ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।