Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Karnataka CM DK Shivakumar / ଘାରିଛି ଅନ୍ଧବିଶ୍ୱାସ; 'ଅନୁଗ୍ରହ' ବଦଳରେ 'କୁମାରକୃପା' ଭରସାରେ ମୁଖ୍ୟମନ୍ତ୍ରୀ

Subhramjit Ray
Browse all articles by Subhramjit Ray
·2 weeks ago·3 min read
ଘାରିଛି ଅନ୍ଧବିଶ୍ୱାସ; 'ଅନୁଗ୍ରହ' ବଦଳରେ 'କୁମାରକୃପା' ଭରସାରେ ମୁଖ୍ୟମନ୍ତ୍ରୀ
Karnataka CM Residence

Key Points

ଡିକେ ଶିବକୁମାର ଆଉ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ସକକାରୀ ବାସଭବନ "ଅନୁଗ୍ରହ" ଠାରେ ରହିବେ ନାହିଁ। ବାସ୍ତୁ ଅନୁସାରେ ନବୀକରଣ ଚାଲିଥିବା ୧୬୦ ବର୍ଷ ପୁରୁଣା ଐତିହ୍ୟ କୋଠା "କୁମାରକୃପା" ଠାରେ ସେ ଅବସ୍ଥାନ କରିବେ।
Karnataka CM Official Residence: ବହୁ ବର୍ଷ ଧରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ "ଅନୁଗ୍ରହ" ସମ୍ପର୍କରେ ଏକ ଅଜବ ଧାରଣା ରହିଛି। ଯାହା ଫଳରେ ସେଠାରେ କୌଣସି ମୁଖ୍ୟମନ୍ତ୍ରୀ ରହିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଯଦିଓ ଅନେକ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ "ଅନୁଗ୍ରହ" ରହିଆସିଛି, ହେଲେ କିଛି ବର୍ଷ ପରେ ସେମାନେ ସେଠାରୁ ଚାଲିଯାଇଛନ୍ତି। ସେଠାରେ ରହିବା ସମୟରେ କିଛି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପ୍ରତିଷ୍ଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଯାହାର ଫଳସ୍ୱରୂପ, "ଅଶୁଭ" ଶବ୍ଦ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ସହିତ ଜଡି଼ତ ହୋଇଯାଇଛି। ରିପୋର୍ଟ ଅଛି ଯେ ନବନିଯୁକ୍ତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଡିକେ ଶିବକୁମାର ମଧ୍ୟ "ଅନୁଗ୍ରହ" ଠାରେ ଅବସ୍ଥାନ କରିବେ ନାହିଁ। ସେ ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ୧୬୦ ବର୍ଷ ପୁରୁଣା ଐତିହାସିକ ଭବନ "କୁମାରକୃପା" ଠାରେ ରହିବାକୁ ଯୋଜନା କରୁଛନ୍ତି। ସେ ଏହି ଐତିହାସିକ ଭବନରେ କିଛି ନବୀକରଣ ମଧ୍ୟ କରୁଛନ୍ତି।

'କୁମାରକୃପା' ଠାରେ ଅବସ୍ଥାନ କରିବେ ଶିବକୁମାର, ଚାଲିଛି ନବୀକରଣ କାର୍ଯ୍ୟ
'କୁମାରକୃପା' ଏପର୍ଯ୍ୟନ୍ତ ଏକ ସରକାରୀ ଅତିଥି ଗୃହ ଭାବରେ ବ୍ୟବହୃତ ହୋଇଆସୁଛି। ଆବଶ୍ୟକୀୟ ଅନୁମୋଦନ ପାଇବା ପରେ, ଲୋକ ନିର୍ମାଣ ବିଭାଗ (PWD) ବର୍ତ୍ତମାନ ସେଠାରେ ଆବଶ୍ୟକୀୟ ପରିବର୍ତ୍ତନ କରୁଛି। ଯେଉଁଥିରେ ଏକ ୬ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରାଚୀର ଅନ୍ତର୍ଭୂକ୍ତ ରହିଛି। ଡିକେ ଶିବକୁମାର ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ରର ହେଉଛନ୍ତି ଜଣେ ଦୃଢ଼ ସମର୍ଥକ। ଏଥିପାଇଁ ସେ ସେ କୋଠାରେ କିଛି ବାସ୍ତୁ ଜନିତ ପରିବର୍ତ୍ତନ କରୁଛନ୍ତି। କର୍ଣ୍ଣାଟକ ଲୋକ ନିର୍ମାଣ ବିଭାଗ କହିବା ଅନୁଯାୟୀ, ଏହି କାର୍ଯ୍ୟ ଶେଷ କରିବା ପାଇଁ ପ୍ରାୟ ୩ ମାସ ସମୟ ଲାଗିବ। ଏହା ପରେ ଯାଇ ମୁଖ୍ୟମନ୍ତ୍ରୀ ସେଠାରେ ଅବସ୍ଥାନ କରିବେ। ବିଶ୍ୱାସ କରାଯାଏ ଯେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦଶହରା ଅବସରରେ "କୁମାରକୃପା" ପରିଦର୍ଶନ କରିପାରନ୍ତି।

ଏହା ସହ ପଢନ୍ତୁ: ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ; ନିର୍ବାଚନ ଜିତିବାରେ ରହିଛି ଅପରାଜୟ ରେକର୍ଡ଼

କାହିଁକି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ରହୁନାହାଁନ୍ତି ଡିକେ ଶିବକୁମାର?
'ଅନୁଗ୍ରହ' କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଭାବରେ ନିର୍ମିତ ହୋଇଥିଲା। ହେଲେ ସମୟ ଅତିକ୍ରାନ୍ତ ହେବା ସହିତ ଅନେକ ମୁଖ୍ୟମନ୍ତ୍ରୀ ସେଠାରେ ରହିନଥିଲେ କିମ୍ବା ରହିବା ପରେ ଅଳ୍ପ ସମୟ ପରେ ଏହି ସରକାରୀ ବାସଭବନକୁ ଛାଡ଼ି ଦେଇଥିଲେ। କିଛି ମୁଖ୍ୟମନ୍ତ୍ରୀ ସେଠାରେ ରହିବା ସମୟରେ ତାଙ୍କ ସରକାର ଅସୁବିଧାର ସାମ୍ନା କରିଥିଲେ। ଯାହାର ଫଳସ୍ୱରୂପ, ରାଜନୈତିକ କର୍ମଚାରୀ, ଅମଲାତନ୍ତ୍ରୀ ଏବଂ ଦଳୀୟ କର୍ମକର୍ତ୍ତା ଏହା ଅନୁଭବ କରିବା ସହ ମଜାରେ କହିବାକୁ ଲାଗିଲେ ଯେ ଏହି ଘର ହେଉଛି ଅଶୁଭ। ଧିରେ ଧିରେ ଏହି ବିଶ୍ୱାସ ଲୋକଙ୍କ ମଧ୍ୟରେ ବଢିବାରେ ଲାଗିଲା। ହେଲେ ତଥାପି ଏହି ଅନ୍ଧବିଶ୍ୱାସ କୌଣସି ଭୂତ କାହାଣୀ, ଦୁଃଖଦ ଘଟଣା, ମୃତ୍ୟୁ କିମ୍ବା ରେକର୍ଡ ହୋଇଥିବା ଅଲୌକିକ ଘଟଣା ସହିତ ଜଡି଼ତ ନୁହେଁ। ବରଂ ଏହାର ମୂଳରେ ଏକ ରାଜନୈତିକ ସଂଯୋଗ ରହିଥିବା ଭଳି ମନେ ହୁଏ। ହୁଏତ ଏହି କାରଣରୁ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ସେଠାରେ ରହିବାକୁ ଚାହୁଁନାହାଁନ୍ତି।

'ସଂକ୍ଷିପ୍ତ କାର୍ଯ୍ୟକାଳ' ତତ୍ତ୍ୱ
କର୍ଣ୍ଣାଟକ ରାଜନୀତିରେ ଏକଥା କୁହାଯାଏ ଯେ ମୁଖ୍ୟମନ୍ତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ସରକାରୀ ବାସଭବନ "ଅନୁଗ୍ରହ" ଠାରେ ଅବସ୍ଥାନ କରି ସାରିଥିବା ଅନେକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଦୀର୍ଘ କିମ୍ବା ସ୍ଥିର ନଥିଲା। ଯେତେବେଳେ ଜଣେ ମୁଖ୍ୟମନ୍ତ୍ରୀ ସେଠାରେ ରହିବା ପରେ କ୍ଷମତା ହରାଉଇଲେ, ସେତେବେଳେ ବାସଭବନକୁ ଏଥିପାଇଁ ଦାୟୀ କରାଯାଉଥିଲା। ଅନ୍ୟ ବାସଭବନ ବାଛି ସଫଳ କିମ୍ବା ଦୀର୍ଘକାଳୀନ କ୍ଷମତାରେ ରହିଥିବା ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବିଶ୍ୱାସକୁ ଆହୁରି ଦୃଢ଼ କରିଥିଲେ।

ଏହା ସହ ପଢନ୍ତୁ: କାହାକୁ ମିଳିବ ମନ୍ତ୍ରୀପଦ; ସାମ୍ନାକୁ ଆସିଲା ତାଲିକା

ବାସ୍ତୁ ଦୋଷ କିମ୍ବା ଅନ୍ୟ କୌଣସି କାରଣ?
କିଛି ରାଜନେତା ଏବଂ ଜ୍ୟୋତିଷ ଦାବି କରିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ "ଅନୁଗ୍ରହ" ର ଦିଗ ଅଶୁଭ ଥିଲା। କୁହାଯାଏ ଯେ ବିଭିନ୍ନ ସରକାର ବାସ୍ତୁ ଦୋଷ ସଂଶୋଧନ କରିବା ପାଇଁ ଅନେକ ପରିବର୍ତ୍ତନ କରିଥିଲେ। ଯେଉଁଥିରେ ଏଠାରେ ରହିଥିବା ଅନେକ କୋଠରୀର ରୂପରେଖରେ ପରିବର୍ତ୍ତନ କରାଯାଇଥିଲା। ଏପରିକି ପୂଜାପାଠ ଏବଂ ହୋମ ଯଜ୍ଞ ମଧ୍ୟ କରାଯାଇଥିଲା। ହେଲେ ଏହାର କୌଣସି ଲାଭ ମିଳିଲା ନାହିଁ। ହେଲେ ତଥାପି ପ୍ରକୃତ ବାସ୍ତୁ ଦୋଷ ଉପରେ କେବେ ହେଲେ ସର୍ବସମ୍ମତି ହୋଇପାରି ନାହିଁ। ଏବେ ମୁଖ୍ୟମନ୍ତ୍ରୀ ତାଙ୍କର ନୂଆ ବାସଭବନ ପାଇବାକୁ ଅପେକ୍ଷା କରି ରହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Karnataka CM Opts for Kumar Krupa Over Anugraha Due to Superstition | Argus News